ଲୋକସଭାରେ ଉଠିଲା ଡ୍ରଗ୍ସ ଚାଲାଣ ମାମଲା, ତଦନ୍ତ ଦାବି କଲେ ରବି କିଶନ
ନୂଆଦିଲ୍ଲୀ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଗୁମର ଖୋଲୁ ଖୋଲୁ ଡ୍ରଗ୍ସ କାରବାର ରାଜ୍ ଖୋଲିଛି । ବଲିଉଡରେ ଡ୍ରଗ୍ସ ଚଳନକୁ ନେଇ ସୋମବାର ଦିନ ସଂସଦରେ ଆଲୋଚନା ହୋଇଛି । ଭୋଜପୁରୀ ସୁପରଷ୍ଟାର ଏବଂ ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନ ଲୋକସଭାରେ ଡ୍ରଗ୍ସ ଚାଲାଣ ମାମଲାକୁ ଗୁରୁତ୍ୱ ଦେଇଛନ୍ତି । ଏହା ସହିତ ଏକ ବଡ଼ ଧରଣର ତଦନ୍ତ କରିବା ପାଇଁ କେନ୍ଦ୍ର ସରାକରଙ୍କୁ ଅନୁରୋଧ କରିଛନ୍ତି । ଶୂନ୍ୟକାଳ ସମୟରେ ରବି କିଶନ ଲୋକସଭାରେ ଡ୍ରଗ୍ସ କାରବାର ମାମଲା ବଢୁଥିବା କହିଛନ୍ତି । ଏହା ସହିତ ଚୀନ ଏବଂ ପାକିସ୍ତାନ ମାଧ୍ୟମରେ ଭାରତକୁ ନିଶାଦ୍ରବ୍ୟ ଆସୁଥିବା ସେ କହିଛନ୍ତି ।

ବିଜେପି ସାଂସଦଙ୍କ କହିବା ଅନୁସାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ବ୍ୟବହାର କରାଯାଉଛି । ଏନସିବି ଜାଲରେ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା କେତେକ ବ୍ୟକ୍ତି ଫସିଛନ୍ତି । ତେଣୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରବି କିଶନ୍ । ଏହା ସହିତ ସେ କହିଛନ୍ତି କି ଯୁବପୀଢିଙ୍କୁ ଡ୍ରଗ୍ସ ମାଧ୍ୟମରେ ବରବାଦ କରାଯାଉଛି । ତେଣୁ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।
ସୂଚନାଯୋଗ୍ୟ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ କରିବା ପରେ ଏହି ଡ୍ରଗ୍ସ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରଥମେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କାରବାରକୁ ନେଇ ସମ୍ପୃକ୍ତି ଥିବା ଖବର ସାମ୍ନାକୁ ଆସିଥିଲା । ଯାହାପରେ ତାଙ୍କ ଭାଇ ସୌବିକ,ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଏବଂ କର୍ମଚାରୀ ନିରଜଙ୍କ ଡ୍ରଗ୍ସ କାରବାର ରାଜ୍ ଖୋଲିଛି । ଏହାପରେ ହଠାତ୍ ଗୋଆ ଏବଂ ମୁମ୍ବାଇରେ ଡ୍ରଗ୍ସକୁ ନେଇ ଏନସିବି ଚଢଉ କରିଥିଲା ଓ ଡ୍ରଗ୍ ପେଡଲରକୁ ମଧ୍ୟ ଗିରଫ କଲା । କେବଳ ସେତିକି ନୁହେଁ ବରଂ ରିୟା ନେଇଥିବା ୨୫ ଜଣ ବଲିଉଡ ସେଲିବ୍ରିଟିଙ୍କ ତାଲିକା ପ୍ରସ୍ତୁତ କରିସାରିଛି ଏନସିବି । ଯେଉଁଥିରେ ସାରା ଅଲି ଖାନ,ରକୁଲ ପ୍ରୀତ ଏବଂ ସିମୋନ ଖମ୍ବାଟାଙ୍କ ନାମ ସାମ୍ନାକୁ ଆସିଛି ।
ପୋଲିସ ଡ୍ରୋନରେ ଲାଲଗଡ଼ର ଚିତ୍ର, ଜଙ୍ଗଲରେ ଏମିତି ଚାଲିଛି ରାଜୁତି
ପୋଲିସର ଡ୍ରୋନରେ ଲାଲଗଡ଼ର ଚିତ୍ର । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ନିର୍ଦ୍ଦେଶରେ ଯାଉଥିବା ଗ୍ରାମବାସୀଙ୍କ ଚିତ୍ର ସାମ୍ନାକୁ ଆସିଛି । ମାଓବାଦୀଙ୍କ ନିର୍ଦ୍ଦେଶରେ ଶହଶହ ଗ୍ରାମବାସୀ ରାସ୍ତା କାଟିବାକୁ ଯାଉଥିଲେ । ପୋଲିସର ଡ୍ରୋନରେ ଏହି ସମୟର ଚିତ୍ର କଏଦ ହୋଇଛି । କିସ୍ତରାମ ଥାନା ପାଲୋଡି ଅଞ୍ଚଳରେ ଏହି ଚିତ୍ର କଏଦ ହୋଇଛି ।

ଲୋକମାନେ ପାଲୋଡି ଜଙ୍ଗଲରେ ନାଳପାରି ହେଉଥିବା ବେଳେ ଡ୍ରୋନ୍ ଉଡ଼ାଇଥିଲା ପୋଲିସ । ସେମାନେ ଜାତୀୟ ରାଜପଥକୁ କାଟି ରାସ୍ତା ଅବରୋଧ କରିବାକୁ ଯାଉଥିବା କୁହାଯାଉଛି। ମାଓବାଦୀମାନଙ୍କ ସହ ଶହ ଶହ ନିରୀହ ଗ୍ରାମବାସୀମାନେ ଥିବାରୁ ସେମାନଙ୍କ ଉପରେ ଆକ୍ରମଣ ସମ୍ଭବ ହୋଇ ପାରି ନଥିବା ସୁକମା ଏସପି ଶାଲାବ ସିହ୍ନା କହିଛନ୍ତି। ତେବେ ପୋଲିସ ପକ୍ଷରୁ ମାଓବାଦୀମାନଙ୍କ ଗତବିଧି ଉପରେ କଡ଼ା ନଜର ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।











