spot_img
Home Blog Page 6672

କରୋନା ଚିକିତ୍ସା ନେଇ ମିଥ୍ୟା ଖବର ପ୍ରସାରଣ ମାମଲା, ପକ୍ଷ ରଖିବାକୁ ୭ ଦିନର ସମୟ ମାଗିଲା ନ୍ୟୁଜ୍ ଚ୍ୟାନେଲ

ଭୁବନେଶ୍ୱର: କୋଭିଡ ହସ୍ପିଟାଲ ସମ୍ପର୍କରେ ମିଛ ଖବର ପ୍ରସାରଣ ପ୍ରସଙ୍ଗରେ ଥାନାରେ ହାଜର ହେଲେନି ମିଥ୍ୟା ଖବର ପ୍ରସାରଣ କରିଥିବା ନ୍ୟୁଜ୍ ଚ୍ୟାନେଲ । ନିଜ ପକ୍ଷ ରଖିବା ପାଇଁ ଚ୍ୟାନେଲ ପକ୍ଷରୁ ୭ ଦିନ ସମୟ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି । ଯେହେତୁ ସମଗ୍ର ଘଟଣା ସ୍ପଷ୍ଟ, ସଂପୃକ୍ତ ଚ୍ୟାନେଲ କଣ ପକ୍ଷ ରଖିବେ ତାହା ଜାଣିନପାରିବାରୁ ସମୟ ମାଗିଥିବା ଜଣାପଡିଛି ।  ଗତକାଲି ସମ୍ପୃକ୍ତ ଚ୍ୟାନେଲ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲା ବିଏମସି । ବିଏମସି ଅଭିଯୋଗ ଆଧାରରେ ସମ୍ପୃକ୍ତ ଚ୍ୟାନେଲକୁ ଥାନାରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ଆଜି କର୍ତ୍ତୃପକ୍ଷ ନିଜ ପକ୍ଷ ରଖିବାକୁ ଥାନାରେ ହାଜର ହେବାର ଥିଲା  । ହେଲେ ସମୟ ମାଗି ତାକୁ ଘୁଞ୍ଚାଇ ଦେଇଛନ୍ତି । ସୂଚନା ଅନୁସାରେ, କୋଭିଡ ହସ୍ପିଟାଲ ପରିଚାଳନା ନେଇ ସମ୍ପୃକ୍ତ ଚ୍ୟାନେଲ ମିଛ ଓ କପୋଳକଳ୍ପିତ ଖବରପ୍ରସାରଣ କରିଥିଲା । ଏନଇ ପ୍ରତିଷ୍ଠିତ କୋଭିଡ ହସ୍ପିଟାଲର ଡାକ୍ତର ଓ ବରିଷ୍ଠ ଅଧିକାରୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ,  ବିଏମସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଗତକାଲି କୁହାଯାଇଥିଲା ଯେ, ଅଗଷ୍ଟ ୬ ତାରିଖ ଦିନ ଗୋଟିଏ ଚ୍ୟାନେଲରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ ଫୋନ କଥାବାର୍ତା ରେକର୍ଡିଂକୁ ପ୍ରସାରଣ କରାଯାଇଥିଲା । ଚ୍ୟାନେଲ୍ ଦ୍ୱାରା ପ୍ରସାରିତ ଖବରରେ ସଂପୃକ୍ତ ଅଜ୍ଞାତ ବ୍ୟକ୍ତି ଦ୍ୱୟ  ପଜିଟିଭ୍ ରିପୋର୍ଟ ନଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ହାଇଟେକ୍, କିମ୍‌ସ ଓ ସମ୍ ହସପିଟାଲକୁ ପଠାଯାଉଛି ବୋଲି କଥା ହେଉଥିଲେ । ଦିନକୁ ଶହେ ରୋଗୀଙ୍କୁ ଏସବୁ ହସପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍ ରହିଛି । ଏପରିକି ରୋଗୀଙ୍କ ପିଛା ଏନେଇ କେନ୍ଦ୍ର ସରକାରଙ୍କ ଠାରୁ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ବାବଦରେ ଆସୁଛି ଭଳି କଥା ହେଉଥିଲେ । ଯାହାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଉକ୍ତ ଚ୍ୟାନେଲ ଖବର ପ୍ରସାରଣ କରିଛି ବୋଲି ବିଏମସି ଅଭିଯୋଗ କରିଥିଲା । ଏଭଳି ଖବରକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହି  ବିଏମ୍‌ସି ଥାନାରେ ଏତଲା ଦେଇଥିଲା ।

କରୋନା ଚିକିତ୍ସା ନେଇ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗ, ଘରୋଇ ନ୍ୟୁଜ୍ ଚ୍ୟାନେଲ ନାମରେ ବିଏମ୍‌ସିର ଏତଲା

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୧୨ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୫୯ରେ ପହଞ୍ଚିଛି । ଗଂଜାମ, କେନ୍ଦୁଝର, କନ୍ଧମାଳ ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ, ଗଜପତି, ବାଲେଶ୍ୱର, ବରଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି  ।

ସୋମବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୨ଜଣ ସଂକ୍ରମିତ ହେଉଛନ୍ତି ୪୮ ବର୍ଷିୟ ପୁରୁଷ ଏବଂ ଆଉ ଜଣେ ୬୧ ବର୍ଷିୟ ମହିଳା ମୃତ୍ୟୁବରଣ କରିଛନ୍ତି  । ମୃତ୍ୟୁବରଣ କରିଥିବା ସମସ୍ତ ସଂକ୍ରମିତ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଏହାସହ କେନ୍ଦୁଝରୁ ମୃତ୍ୟୁ ବରଣ କରିଥିବା ୨ଜଣ ସଂକ୍ରମିତ ହେଉଛନ୍ତି ୭୯ ବର୍ଷିୟ, ଓ ୬୦ ବର୍ଷିୟ ପୁରୁଷ । କନ୍ଧମାଳରୁ ୫୫ବର୍ଷିୟ ଓ ୬୦ବର୍ଷିୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏବଂ ଭୁବନେଶ୍ୱରରୁ ୬୦ ବର୍ଷିୟ ଓ ୬୭ବର୍ଷିୟ ପୁରୁଷଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହାସହ ବରଗଡ଼ରୁ ୬୦ ବର୍ଷିୟ ପୁରୁଷ ଏବଂ ସୁନ୍ଦରଗଡ଼ରୁ ୫୫ବର୍ଷିୟ ମହିଳାଙ୍କ କରୋନା କାରଣରୁ ମୃତ୍ୟୁ ହୋଇଛି । ସେମାନେ ପୂର୍ବରୁ ଉଚ୍ଚରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ । ସେହିଭଳି ବାଲେଶ୍ୱରୁ ୫୭ବର୍ଷିୟ ପୁରଷ  ଓ ଗଜପତିରୁ ୫୯ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଛନ୍ତି ସେ ମଧ୍ୟ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।

ସେହିଭଳି ୨୮ଟି ଜିଲ୍ଲାରୁ ୧୬୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଯାହା ମଧ୍ୟରେ କ୍ୱାରେଣ୍ଟାଇନରୁ ୧୦୧୮ ଓ ଲୋକାଲ କେସ ୬୨୫ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪,୧୯୩ରେ ପହଞ୍ଚିଛି । ରାଜ୍ୟରେ ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୨୮ ହଜାର ୬୯୭ ସୁସ୍ଥ ହୋଇଥିବା ବେଳେ ୧୫ ହଜାର ୧୮୯ଟି ସକ୍ରିୟ ମାମଲା ରହିଛି ।

ଚିକିତ୍ସା ଅବହେଳାରୁ ଚାଲିଗଲା ଶିଶୁ ପୁତ୍ରର ଜୀବନ, ପରିବାର ଲୋକ ଆଣିଲେ ଏମିତି ସଙ୍ଗୀନ ଅଭିଯୋଗ

ଢେଙ୍କାନାଳ: ଟଙ୍କା ନଦେବାରୁ ଚାଲିଗଲା ଶିଶୁପୁତ୍ର । ଡାକ୍ତରଙ୍କୁ ଟଙ୍କା ନ ମିଳିବାରୁ ସେ ଚିକିତ୍ସାରେ ଅବହେଳା କରିଥିଲେ । ଆଉ ଏହି ଅବହେଳା ପାଇଁ ଶିଶୁପୁତ୍ରର ଜୀବନ ଚାଲିଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳାରୁ ନବଜାତ ପୁତ୍ରର ମୃତ୍ୟୁ ଅଭିଯୋଗ  ହୋଇଛି । ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ  ।

ଏବାପରେ ଚିକିତ୍ସାଳୟରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ କାରିଗର ସାହିର ଜଣେ ଗର୍ଭବତୀ ମହିଳାଙ୍କୁ ଡେଲିଭରୀ ପାଇଁ ଚିକିତ୍ସାଳୟ ଅଣାଯାଇଥିଲା । ଏହାପରେ ମହିଳାଙ୍କ ପ୍ରଥମିକ ଚିକିତ୍ସା କରାଯାଇଥିଲା । ଏହା ପରେ ଗର୍ଭଯନ୍ତ୍ରଣା ଅଧିକ ହେବାରୁ ଯେତେବେଳେ ନର୍ସ ଏବଂ ଡାକ୍ତରଙ୍କୁ ଡକାଯାଇଥିଲା । ସେତେବେଳେ କେହି ବି ଚିକିତ୍ସା ପାଇଁ ଆସି ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏହାସହ ଡାକ୍ତର ଚିକିତ୍ସା ପାଇଁ ୧୨ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ଟଙ୍କା ନଦେବାରୁ ଚିକିତ୍ସାରେ ଅବହେଳା କରାଯାଇଥିଲା । ଫଳରେ ମହିଳା ଜଣକ ଜନ୍ମ ଦେଇଥିବା ପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି  । ଏନେଇ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି  । ପରିବାର ଲୋକ ଚିକିତ୍ସାଳୟ ଆଗରେ ଧାରଣା ଦେଇଛନ୍ତି । ତେବେ ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ  । ଏହାସହ ଘଟଣାର ତଦନ୍ତ ଜାରି ରହିଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୪ହଜାର ପାର୍

ଭୁବନେଶ୍ୱର: ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ରାଜ୍ୟରେ ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଶନିବାରରେ ୧୬୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬୪୩ ସଂକ୍ରମିତ ଚିନ୍ତା ବଢାଇଛି । ଏଥିମଧ୍ୟରୁ ୧୦୧୮ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୬୨୫ ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଶନିବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ଖୋର୍ଦ୍ଧା ଓ ଗଞ୍ଜାମରୁ ୨୭୪ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ଭଳି ଅନୁଗୁଳରୁ ୧୬, ବାଲେଶ୍ୱରରୁ ୭୩, ବରଗଡ଼ରୁ ୭, ଭଦ୍ରକରୁ ୨, ବଲାଙ୍ଗୀରରୁ ୪୩, ବୌଦ୍ଧରୁ ୭ , କଟକରୁ ୯୮, ଢେଙ୍କାନାଳରୁ ୩୬, ଗଜପତିରୁ ୩୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୬, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୩୦ , କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୩, କୋରାପୁଟ ୫୦, ମାଲକାନଗିରିରୁ ୨୭, ମୟୁରଭଞ୍ଜରୁ ୩୯, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୪୦, ନୂଆପଡ଼ାରୁ ୧, ପୁରୀରୁ ୯୨, ରାୟଗଡ଼ାରୁ ୧୩୬, ସମ୍ବଲପୁରରୁ ୧୧୨, ସୁନ୍ଦରଗଡ଼ରୁ ୧୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୮ଟି ଜିଲ୍ଲାରୁ ୧୬୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୦୧୮ ଓ ଲୋକାଲ କେସ ୬୨୫ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪,୧୯୩ରେ ପହଞ୍ଚିଛି । ରାଜ୍ୟରେ ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୮ ହଜାର ୬୯୭ ସୁସ୍ଥ ହୋଇଥିବା ବେଳେ ୧୫ ହଜାର ୧୮୯ଟି ସକ୍ରିୟ ମାମଲା ରହିଛି ।

ଦେଶର ପ୍ରଥମ ଆଦିବାସୀ ସିଏଜି ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ, ରାଷ୍ଟ୍ରପତି ଭବନରେ ନେଲେ ଶପଥ

ନୂଆଦିଲ୍ଲୀ: ଦେଶର ନୂଆ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଭାବେ ଶପଥଗ୍ରହଣ କଲେ ଗିରୀଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ଭବନରେ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିରୀଶଙ୍କୁ  ଶପଥ ପାଠ କରାଇଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ । ଜମ୍ମୁ ଓ କଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର କମ୍ପ୍ଟ୍ରୋଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଭାବେ ନିଯୁକ୍ତ ହୋଇଛନ୍ତି ।

ତାଙ୍କ ପୂର୍ବରୁ ରାଜୀବ ମହର୍ଷି ସିଏଜି ଦାୟିତ୍ୱ ତୁଲାଉଥିଲେ । ୧୯୮୫ ବ୍ୟାଚର ଗୁଜୁରାଟ୍ କ୍ୟାଡରର ଆଇଏଏସ୍ ଅଫିସର ହେଉଛନ୍ତି ଶ୍ରୀ ମୁର୍ମୁ । ପାଖାପାଖି ୧ ବର୍ଷ ଧରି ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଦାୟିତ୍ୱ ତୁଲାଇବା ପରେ ଅଗଷ୍ଟ ୫ ତାରିଖରେ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତଭାବେ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ମନୋଜ ସିହ୍ନାଙ୍କୁ ଜମ୍ମୁ ଓ କଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ସାନ୍ତାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

ଓଡ଼ିଆଙ୍କ ପାଇଁ ଗର୍ବ: ପାଞ୍ଚ ବିଭାଗର ଶୀର୍ଷ ପଦବୀରେ ଓଡ଼ିଆ

୧୧ ଯାଏଁ କାଚିବ ବର୍ଷା, ଏହିସବୁ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ବି ଭିଜିବ ଓଡ଼ିଶା । ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର, ପୁରୀ, ଗଂଜାମ  ଏବଂ ସୁନ୍ଦରଗଡ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ହୋଇପାରେ  । ଏଥିପାଇଁ ୟେଲୋ  ୱାର୍ଣ୍ଣିଂ ଜାରି କରାଯାଇଛି । କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଏବଂ  ଜଗତସିଂହପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ।

ଆସନ୍ତ ୧୧ତାରିଖ ଯାଏଁ ପୁଣି ଥରେ ରାଜ୍ୟ ବିଭିନ୍ନ ଅଞ୍ଚଳ ଭିଜିବ । ବର୍ତ୍ତମାନ ବଙ୍ଗପସାଗରରେ ସୁଷ୍ଟ ଲଘୁଚାପ କାରଣରୁ ହିଁ ଆସନ୍ତ ୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । ଏହାସହ ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ଅର୍ଥାତ୍ ଜୁନରୁ ଜୁଲାଇ ମାସ ପର୍ଯ୍ୟନ୍ତ ବର୍ଷାର ପରିମାଣ କମ ରହିଥିଲା । କିନ୍ତୁ ଗତ ୪ତାରିଖରେ ଲଘୁଚାପ ପାଇଁ ବର୍ଷାର ପରିମାଣ ବୃଦ୍ଧି ପାଇଛି ଏବଂ ପୁଣି ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କାରଣରୁ ୧୧ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଏହାସହ ଲଘୁଚାପ, ବର୍ଷାର ପରିମାଣ ବୃଦ୍ଧି କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଭଦ୍ରକ ମୁଖ୍ୟ ଡାକ୍ତରଖାନା OPD ୪୮ ଘଣ୍ଟା ପାଇଁ ବନ୍ଦ

ଭଦ୍ରକ: ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯାଉଛି । ଦିନ ବଢିବା ସହ ସଂକ୍ରମଣର ଶିକାର ହେଉଛନ୍ତି କୋଭିଡ଼ ଯୋଦ୍ଧା । ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହେଉଛନ୍ତି । ଭିମସାର ପରେ ଏବେ ଭଦ୍ରକ ମେଡ଼ିକାଲରେ ଜଣେ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବାପରେ ଚିକିତ୍ସାଳୟକୁ ସାନିଟାଇଜ କରାଯାଇଛି ।

ଆଜି ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଓପଡି ବନ୍ଦ ରହିଛି । ଭଦ୍ରକ ମେଡିକାଲରୁ ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହେବା ପରେ ଓପିଡିକୁ ୪୮ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ତେବେ ଓପିଡିର ଜରୁରୀକାଳୀନ ସେବା ଓ ସର୍ଜରୀ ବିଭାଗରେ ସେବା ଚାଲୁ ରହିବ । ଏନେଇ ସିଡିଏମଓ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ମେଡିକାଲ ପରିସର ସାନିଟାଇଜ ସହ ଅନ୍ୟ ସୁରକ୍ଷା ପଦକ୍ଷେପ ନିଆଯିବା ପରେ ସେବା ଚାଲୁ ରଖାଯିବ ।

ଆପଣଙ୍କୁ କହିରଖୁଛୁ ଯେ, ଭଦ୍ରକରେ ସମୁଦାୟ ସଂକ୍ରମିତ ସଂଖ୍ୟା ୮୫୪ରେ ପହଞ୍ଚିଛି । ଏହାସହ ଏଠାରେ ସୁସ୍ଥହାର ମଧ୍ୟ ବଢିଛି ଏଠାରେ ସମୁଦାୟ ୬୦୩ଜଣ ଆରୋଗ୍ୟ ଲାଭ କରିଛନ୍ତି  । ଏବଂ ଏପର୍ଯ୍ୟନ୍ତ ଜିଲ୍ଲାରେ ୨୪୩ଟି ସକ୍ରିୟ ମାମଲା ରହିଛି ।  ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି ।

କମାଲ କଲେ କୃଷକ: ଜାତୀୟ ରାଜପଥରେ କଲେ ସାେୟାବିନ୍ ଚାଷ

ଭୋପାଳ: ଆପଣ ଅନେକ ସମୟରେ ଜାତୀୟ ରାଜପଥରେ ଚାଲୁଥିବା ହାଇ ସ୍ପିଡ୍ ଯାନଗୁଡ଼ିକୁ ଦେଖିଥିବେ, କିନ୍ତୁ ଆପଣ ରାଜପଥ ମଧ୍ୟରେ ଏକ ଚାଷଜମି ଦେଖିଛନ୍ତି କି? ଅଜବ ଲାଗୁଥାଇପାରେ, କିନ୍ତୁ ମଧ୍ୟପ୍ରଦେଶର ବେଟୁଲର ଜଣେ କୃଷକ ବେଟୁଲ-ଭୋପାଳ ଜାତୀୟ ରାଜପଥରେ ନିର୍ମିତ ଏକ ଡିଭାଇଡର୍ ଉପରେ ସୋୟାବିନ୍ ଚାଷ କରିଛନ୍ତି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ ସ୍ଥାନୀୟ ପ୍ରଶାସନ ଚକିତ ହୋଇଯାଇଛନ୍ତିଏଠାରେ NHAI ବେଟୁଲ-ଭୋପାଳ ଜାତୀୟ ରାଜପଥ ନିର୍ମାଣ କରୁଛି, କିନ୍ତୁ ଗତ କିଛି ଦିନ ହେବ ଏଠାରେ ରାଜପଥ ମଧ୍ୟରେ ସୋୟାବିନ ଫସଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେଏହି ଘଟଣା ସ୍ଥାନୀୟ ପ୍ରଶାସନର ସୂଚନାରେ ପହଞ୍ଚିବା ପରେ ତହସିଲଦାର ଏହି ସ୍ଥାନରେ ପହଞ୍ଚି ରାଜପଥରେ ସୋୟାବିନ ଚାଷ ଦେଖିଥିଲେ

Soybean Farming Information Detailed Guide | Agri Farming

 ଜାତୀୟ ରାଜପଥ ମଧ୍ୟରେ ଥିବା ଏକ ଡିଭାଇଡର୍ ଉପରେ ଲାଲା ଯାଦବ ନାମକ ଜଣେ କୃଷକ ୧୦ ଫୁଟ ଚଉଡ଼ା ଏବଂ ପ୍ରାୟ ୩୦୦ ଫୁଟ ଲମ୍ବ ସ୍ଥାନରେ ସୋୟାବିନ ବୁଣିଛନ୍ତି। ଏହା ପରେ ତହସିଲଦାର ତୁରନ୍ତ ରାଜସ୍ୱ କର୍ମଚାରୀ ଏବଂ ପାଟୱାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଶୀଘ୍ର ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ତହସିଲଦାର ଓମପ୍ରକାଶ ଚୋରମା କହିଛନ୍ତି ଯେ ଜଣେ କୃଷକ ଚାରି ଲେନର ଡିଭାଇଡର୍ ଉପରେ ସୋୟାବିନ୍ ଫସଲ ଲଗାଇଥିବାର ଖବର ଆସିଥିଲା । ଘଟଣାସ୍ଥଳରେ ଅନୁସନ୍ଧାନ ପରେ ଏହା ସତ ବୋଲି ଜଣାପଡ଼ିଥିଲା । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଅନ୍ୟପକ୍ଷରେ ଲାଲା ଯାଦବ କହିଛନ୍ତି ଯେ, ଜମିରେ ବୁଣିବା ପାଇଁ ଆଣିଥିବ ସୋୟାବିନ ମଂଜିରୁ ୫ କିଲୋ ବଳି ପଡିଥିଲା । ବଳକା ମଂଜିକୁ ନଫୋପାଡି ସେ ତାକୁ ଡିଭାଇଡର ଉପରେ ବିଞ୍ଚି ଦେଇଥିଲେ । ପରେ ଗଛ ହେବା ଦେଖି ସେ ଏହାର ଯତ୍ନ ନେଇଥିଲେ ।

ଦିଶା ସାଲିଆନଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କୁ ଫୋନ କରି କିଏ କରୁଥିଲା ହଇରାଣ, ଜାଣନ୍ତୁ

ରାଜପଥରେ ଫସଲ ଚାଷ କରୁଥିବା ଲାଲା ଯାଦବ କହିଛନ୍ତି ଯେ, ସେ ନିଜ କ୍ଷେତରେ ସୋୟାବିନ ବୁଣିଛନ୍ତି। ଚାଷ ଜମିରେ ସୋୟାବିନ୍ ବୁଣିବା ପରେ, ଯେତେବେଳେ 5 କିଲୋଗ୍ରାମ ସୋୟାବିନ୍ ମଞ୍ଜି ବଳିଗଲା, ମଞ୍ଜିଗୁଡିକ ନଷ୍ଟ ନହେଉ ବୋଲି ତାକୁ ଡିଭାଡର ଉପରେ ବୁଣିଦେଇଥିବା ସେ କହିଛି । ଯେତେବେଳେ ସୋୟାବିନ ଫସଲ ବାହାରିଲା, ସେ ତାଙ୍କୁ ପାଣି ଏବଂ ଔଷଧ ଦେବା ଆରମ୍ଭ କଲେ |

ଦେଶରେ ୨୦ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ୨୦ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣରେ ଆଜି ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୨ ହଜାର ୫୩୮ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ୯୩୩ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଦୈନିକ ସଂକ୍ରମଣରେ ଏଭଳି ରେକର୍ଡ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି। ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୬୦ ହଜାର ଟପିଯାଇଛି। ଏହା ପୂର୍ବରୁ ଜୁଲାଇ ୩୧ରେ ୫୭ ହଜାର ୧୫୧ ମାମଲା ଥିଲା। ଦେଶରେ କରୋନାରେ ମୋଟ୍ ମୃତ୍ୟୁସଂଖ୍ୟା ୪୨ହଜାର ୫୧୮କୁ ବୃଦ୍ଧି ହୋଇଛି ।

ମହାରାଷ୍ଟ୍ରରେ ୪ଲକ୍ଷ ୯୦ହଜାର ୨୬୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭ହଜାର ୯୨ଜଣଙ୍କ ମୃତ୍ୟୁ ହେଲାଣି । ତାମିଲନାଡୁରେ ୨ଲକ୍ଷ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ୪ହଜାର ୬୯୦ଜଣଙ୍କ ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶରେ ୨ଲକ୍ଷ ପାରି ସଂକ୍ରମିତଙ୍କସଂଖ୍ୟା । ୧୮ଶହ ୪୨ଜଣଙ୍କ ମୃତ୍ୟୁ । ସେହିପରି କର୍ଣ୍ଣାଟକ , ଦିଲ୍ଲୀ ଓ ୟୁପିରେ ଲକ୍ଷେ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୯୯୮, ୪ହଜାର ୮୨ ଓ ୧୯୮୧ ।

ସେହିପରି ଗୁରୁବାର ଦେଶରେ ସର୍ବାଧିକ ୬ ଲକ୍ଷ ୬୦ ହଜାର କରୋନା ଟେଷ୍ଟ୍‌ କରାଯାଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୨୦ ଲକ୍ଷ ୨୭ ହଜାର ୭୫ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା‌ ୪୧ ହଜାର ୫୮୫କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍‌ ସକ୍ରିୟ ମାମଲା ୬ ଲକ୍ଷ ୭ ହଜାର ୩୮୪ ରହିଛି ଏବଂ ୧୩ ଲକ୍ଷ ୭୮ ହଜାର ୧୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ରହିଛି ୧ ଲକ୍ଷ ୩୬ ହଜାର ୨୬୮ ଏବଂ ୩ ଲକ୍ଷ ୫ ହଜାର ୫୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ମୋଟ୍‌ ୧୬ ହଜାର ୪୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡ଼ୁରେ ମୋଟ୍‌ ୫୪ ହଜାର ୧୮୪ ସକ୍ରିୟ ମାମଲା ଥିବାବେଳେ ୨ ଲକ୍ଷ ୧୪ ହଜାର ୮୧୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ମାତ୍ର ୨୧ ଦିନ ମଧ୍ୟରେ ଦେଶରେ ୧୦ ଲକ୍ଷ ମାମଲା ରିପୋର୍ଟ କରାଯାଇଛି। ଗୁରୁବାର ପୁଣି ୯୧୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଆମେରିକା, ବ୍ରାଜିଲ୍‌ ପରେ ଦ୍ୱିତୀୟ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ୨୦ ଲକ୍ଷ ଟପିଯାଇଛି। ଭାରତରେ ସଂକ୍ରମଣ ବୃଦ୍ଧିହାର ୩.୧ ପ୍ରତିଶତ ଥିବାବେଳେ ଆମେରିକାରେ ୧.୧ ପ୍ରତିଶତ ଏବଂ ବ୍ରାଜିଲ୍‌ରେ ୨ ପ୍ରତିଶତ ରହିଛି । ମାତ୍ର ୯ ଦିନ ମଧ୍ୟରେ ଭାରତରେ ସଂକ୍ରମଣ ମାମଲା ୫ ଲକ୍ଷ ଟପିଯାଇଛି। ଗୁରୁବାର ଦିନ ଦେଶରେ ମୋଟ୍‌ ୬୨ ହଜାର ୪୮୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

ମହାନଦୀ ଜଳ ବିବାଦ: ଭିଡିଓ କନଫରେସିଂ ଜରିଆରେ ଟ୍ରିବ୍ୟୁନାଲରେ ଶୁଣାଣି

ଭୁବନେଶ୍ୱର: ଓଡିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ମାମଲାର ଆଜି ଶୁଣାଣି । ଭିଡିଓ କନଫରେସିଂ ଜରିଆରେ ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ହେବ । ଶୁଣାଣି ପୂର୍ବରୁ ଓଡିଶା ମାମଲା ସମ୍ବନ୍ଧିତ ଆଡମିଶନ୍ ଓ ଡିନାଏଲ ପ୍ରକ୍ରିୟାକୁ ଶେଷ କରି ଟ୍ରିବ୍ୟୁନାଲରେ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିଛି । ତେବେ, ଛତିଶଗଡ଼ ଓ ଅନ୍ୟ ପକ୍ଷଭୁକ୍ତ ରାଜ୍ୟମାନେ ଆଡମିଶନ ଓ ଡିନାଏଲ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିନଥିବା ଜଣାପଡ଼ିଛି ।

ଗତମାସ ୧୧ ତାରିଖରେ ଟ୍ରିବ୍ୟୁନାଲ ମାମଲାର ଶୁଣାଣି ପାଇଁ ଓଡିଶା, ଛତିଶଗଡ଼ ସମେତ ଅନ୍ୟ ପକ୍ଷଭୁକ୍ତ ରାଜ୍ୟମାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପ୍ରସଙ୍ଗ ତାଲିକାରୁ, ପ୍ରାଥମିକ ପର୍ଯ୍ୟାୟରେ ୩୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ। ଇସ୍ୟୁ ଫ୍ରେମ୍‌ରେ ଓଡିଶାର ସର୍ବାଧିକ ପ୍ରସଙ୍ଗକୁ ସାମିଲ କରାଯାଇଥିଲା । ଆଗକୁ ପ୍ରସଙ୍ଗ ଗୁଡିକର ଶୁଣାଣିରେ ଓଡ଼ିଶା ଦ୍ୱାରା ପ୍ରଭାବଶାଳୀ ଢଙ୍ଗରେ କିପରି ଟ୍ରିବ୍ୟୁନାଲଙ୍କ ନିକଟରେ ଉପସ୍ଥାପନ କରାଯିବ, ସେ ନେଇ ଓଡିଶାର ଆଇନଜୀବୀ ଟିମ୍‌ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ପ୍ରସଙ୍ଗ ନିର୍ଦ୍ଧାରଣର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ସାକ୍ଷ୍ୟମାନଙ୍କର ତାଲିକା, ପ୍ରମାଣ ସଂପର୍କିତ ସତ୍ୟପାଠ, ସାକ୍ଷ୍ୟ ମାନଙ୍କର କ୍ରସ୍ ଏଗଜାମିନେଶନ୍ ଶେଷହେବା ପରେ ପ୍ରସଙ୍ଗ ଗୁଡିକର ଶୁଣାଣି ଆରମ୍ଭ ହେବ ବୋଲି ଟ୍ରିବ୍ୟୁନାଲରେ ମାମଲା ପରିଚାଳନା କରୁଥିବା ଜଣେ ଆଇନଜୀବୀ କହିଛନ୍ତି ।