୧୧ ଯାଏଁ କାଚିବ ବର୍ଷା, ଏହିସବୁ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

1 min read

ଭୁବନେଶ୍ୱର: ଆଜି ବି ଭିଜିବ ଓଡ଼ିଶା । ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର, ପୁରୀ, ଗଂଜାମ  ଏବଂ ସୁନ୍ଦରଗଡ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ହୋଇପାରେ  । ଏଥିପାଇଁ ୟେଲୋ  ୱାର୍ଣ୍ଣିଂ ଜାରି କରାଯାଇଛି । କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଏବଂ  ଜଗତସିଂହପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ।

ଆସନ୍ତ ୧୧ତାରିଖ ଯାଏଁ ପୁଣି ଥରେ ରାଜ୍ୟ ବିଭିନ୍ନ ଅଞ୍ଚଳ ଭିଜିବ । ବର୍ତ୍ତମାନ ବଙ୍ଗପସାଗରରେ ସୁଷ୍ଟ ଲଘୁଚାପ କାରଣରୁ ହିଁ ଆସନ୍ତ ୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । ଏହାସହ ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ଅର୍ଥାତ୍ ଜୁନରୁ ଜୁଲାଇ ମାସ ପର୍ଯ୍ୟନ୍ତ ବର୍ଷାର ପରିମାଣ କମ ରହିଥିଲା । କିନ୍ତୁ ଗତ ୪ତାରିଖରେ ଲଘୁଚାପ ପାଇଁ ବର୍ଷାର ପରିମାଣ ବୃଦ୍ଧି ପାଇଛି ଏବଂ ପୁଣି ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କାରଣରୁ ୧୧ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଏହାସହ ଲଘୁଚାପ, ବର୍ଷାର ପରିମାଣ ବୃଦ୍ଧି କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

Leave a Reply