ଭଦ୍ରକ ମୁଖ୍ୟ ଡାକ୍ତରଖାନା OPD ୪୮ ଘଣ୍ଟା ପାଇଁ ବନ୍ଦ

ଭଦ୍ରକ: ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯାଉଛି । ଦିନ ବଢିବା ସହ ସଂକ୍ରମଣର ଶିକାର ହେଉଛନ୍ତି କୋଭିଡ଼ ଯୋଦ୍ଧା । ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହେଉଛନ୍ତି । ଭିମସାର ପରେ ଏବେ ଭଦ୍ରକ ମେଡ଼ିକାଲରେ ଜଣେ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବାପରେ ଚିକିତ୍ସାଳୟକୁ ସାନିଟାଇଜ କରାଯାଇଛି ।

ଆଜି ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଓପଡି ବନ୍ଦ ରହିଛି । ଭଦ୍ରକ ମେଡିକାଲରୁ ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହେବା ପରେ ଓପିଡିକୁ ୪୮ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ତେବେ ଓପିଡିର ଜରୁରୀକାଳୀନ ସେବା ଓ ସର୍ଜରୀ ବିଭାଗରେ ସେବା ଚାଲୁ ରହିବ । ଏନେଇ ସିଡିଏମଓ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ମେଡିକାଲ ପରିସର ସାନିଟାଇଜ ସହ ଅନ୍ୟ ସୁରକ୍ଷା ପଦକ୍ଷେପ ନିଆଯିବା ପରେ ସେବା ଚାଲୁ ରଖାଯିବ ।

ଆପଣଙ୍କୁ କହିରଖୁଛୁ ଯେ, ଭଦ୍ରକରେ ସମୁଦାୟ ସଂକ୍ରମିତ ସଂଖ୍ୟା ୮୫୪ରେ ପହଞ୍ଚିଛି । ଏହାସହ ଏଠାରେ ସୁସ୍ଥହାର ମଧ୍ୟ ବଢିଛି ଏଠାରେ ସମୁଦାୟ ୬୦୩ଜଣ ଆରୋଗ୍ୟ ଲାଭ କରିଛନ୍ତି  । ଏବଂ ଏପର୍ଯ୍ୟନ୍ତ ଜିଲ୍ଲାରେ ୨୪୩ଟି ସକ୍ରିୟ ମାମଲା ରହିଛି ।  ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି ।

Leave a Reply