ଚିକିତ୍ସା ଅବହେଳାରୁ ଚାଲିଗଲା ଶିଶୁ ପୁତ୍ରର ଜୀବନ, ପରିବାର ଲୋକ ଆଣିଲେ ଏମିତି ସଙ୍ଗୀନ ଅଭିଯୋଗ

ଢେଙ୍କାନାଳ: ଟଙ୍କା ନଦେବାରୁ ଚାଲିଗଲା ଶିଶୁପୁତ୍ର । ଡାକ୍ତରଙ୍କୁ ଟଙ୍କା ନ ମିଳିବାରୁ ସେ ଚିକିତ୍ସାରେ ଅବହେଳା କରିଥିଲେ । ଆଉ ଏହି ଅବହେଳା ପାଇଁ ଶିଶୁପୁତ୍ରର ଜୀବନ ଚାଲିଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳାରୁ ନବଜାତ ପୁତ୍ରର ମୃତ୍ୟୁ ଅଭିଯୋଗ  ହୋଇଛି । ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ  ।

ଏବାପରେ ଚିକିତ୍ସାଳୟରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ କାରିଗର ସାହିର ଜଣେ ଗର୍ଭବତୀ ମହିଳାଙ୍କୁ ଡେଲିଭରୀ ପାଇଁ ଚିକିତ୍ସାଳୟ ଅଣାଯାଇଥିଲା । ଏହାପରେ ମହିଳାଙ୍କ ପ୍ରଥମିକ ଚିକିତ୍ସା କରାଯାଇଥିଲା । ଏହା ପରେ ଗର୍ଭଯନ୍ତ୍ରଣା ଅଧିକ ହେବାରୁ ଯେତେବେଳେ ନର୍ସ ଏବଂ ଡାକ୍ତରଙ୍କୁ ଡକାଯାଇଥିଲା । ସେତେବେଳେ କେହି ବି ଚିକିତ୍ସା ପାଇଁ ଆସି ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏହାସହ ଡାକ୍ତର ଚିକିତ୍ସା ପାଇଁ ୧୨ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ଟଙ୍କା ନଦେବାରୁ ଚିକିତ୍ସାରେ ଅବହେଳା କରାଯାଇଥିଲା । ଫଳରେ ମହିଳା ଜଣକ ଜନ୍ମ ଦେଇଥିବା ପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି  । ଏନେଇ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି  । ପରିବାର ଲୋକ ଚିକିତ୍ସାଳୟ ଆଗରେ ଧାରଣା ଦେଇଛନ୍ତି । ତେବେ ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ  । ଏହାସହ ଘଟଣାର ତଦନ୍ତ ଜାରି ରହିଛି ।

Leave a Reply