ଭାରତକୁ ନେଇ ବାଇଡେନ୍‌ଙ୍କ ଗୋଟିଏ ଇଛା, ଯାହାକୁ ସେ ୧୯୭୨ରୁ ପୁରା କରିବାକୁ ଚାହୁଁଛନ୍ତି…

ଓ୍ୱାସିଂଟନ୍‌: ଜୋ ବାଇଡେନ୍ ହ୍ୱାଇଟ୍‌ ହାଉସରେ ପ୍ରବେଶ କରିବା ଏକରକମ ନିଶ୍ଚିତ ହୋଇଯାଇଛି । ବାଇଡେନ୍ ଟ୍ରମ୍ପଙ୍କଠାରୁ ଢେର୍‌ ଆଗରେ ଅଛନ୍ତି । ଯଦି ଟ୍ରମ୍ପ ପରାସ୍ତ ହୁଅନ୍ତି ତେବେ ବାଇଡେନ୍ ହେବେ ବିଶ୍ୱର ଏକ ନମ୍ବର ଶକ୍ତିଶାଳୀ ରାଷ୍ଟ୍ରର ମହାମହିମ ରାଷ୍ଟ୍ରପତି । ତେବେ ବାଇଡେନଙ୍କ ବିଜୟର ଆମେରିକା ଭାରତ ସଂପର୍କ ଉପରେ କ’ଣ ପ୍ରଭାବ ରହିବ ? ଏହାକୁ ନେଇ ଅନେକ ଆଲୋଚନା କରାଯାଉଛି । ଭାରତ ସହ ବାଇଡେନଙ୍କ ସଂପର୍କ ବେଶ ପୁରୁଣା । ସେ ଅନେକ ଥର ଭାରତ ଆସିଛନ୍ତି ।

Joe Biden

ସବୁଠାରୁ ବଡ଼ କଥା ହେଲା, ଭାରତରେ ମଧ୍ୟ ଜଣେ ବାଇଡେନ୍ ଅଛନ୍ତି ? ଆମେରିକାର ବାଇଡେନ୍, ଏହି ଭାରତୀୟ ବାଇଡେନଙ୍କ ବିଷୟରେ ମଧ୍ୟ ଜାଣିଛନ୍ତି ଏବଂ ଅନେକ ଥର ଏହି ଦୁରସଂପର୍କୀୟ ବାଇଡେନଙ୍କ ବାବଦରେ କହିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ଭାରତୀୟ ବାଇଡେନ୍ ଓ ସେଇ ଇଛା କ’ଣ ଯାହାକୁ ବାଇଡେନ୍ ୧୯୭୨ରୁ ପୁରା କରିବାକୁ ଚାହୁଁଛନ୍ତି !

Joe Biden

୧୯୭୨ରୁ ଆମେରିକୀୟ ବାଇଡେନ ଓ ଭାରତୀୟ ବାଇଡେନଙ୍କ ସଂପର୍କ

ଡେଲବେୟାରରୁ ୧୯୭୨ ମସିହାରେ ସିନେଟର ଭାବେ ନିର୍ବାଚିତ ହୋଇଥିଲେ ଜୋ ବାଇଡେନ୍ । ସେତେବେଳେ ତାଙ୍କୁ ୨୯ ବର୍ଷ ବୟସ । ଏହି ସମୟରେ ତାଙ୍କ ପାଖକୁ ମୁମ୍ବାଇ ବା ସେତେବେଳର ବମ୍ବେରୁ ଗୋଟିଏ ଚିଠି ପହଂଚିଥିଲା । ଏହି ଚିଠିରେ ତାଙ୍କୁ ସିନେଟର ଭାବେ ନିର୍ବାଚିତ ହେବାର ଶୁଭକାମନା ଦିଆ ଯାଇଯାଇଥିଲ । ଚିଠିର ଲେଖକ ଥିଲେ ବାଇଡେନ୍ ଫ୍ରମ୍ ମୁମ୍ବାଇ । ସେତେବେଳେ ବାଇଡେନ୍ ଚିଠିର ଉତ୍ତର ଦେଇ ପାରିନଥିଲେ କିମ୍ବା ମୁମ୍ବାଇ ବାଇଡେନଙ୍କୁ ଦେଖା କରିପାରିନଥିଲେ । ତେବେ ଗଲା ୫୦ ବର୍ଷ ଧରି ତାଙ୍କର ଗୋଟିଏ ଇଛା ରହିଛି ଯେ, କେବେ ନା କେବେ ସେ ଭାରତୀୟ ବାଇଡେନଙ୍କୁ ଭେଟିବେ । ଭାରତୀୟ ନେତା କିମ୍ବା ଆମେରିକୀୟ ଭାରତୀୟଙ୍କ ସଭାରେ ସେ ସବୁବେଳେ ବାଇଡେନ୍ ଫ୍ରମ୍ ମୁମ୍ବାଇଙ୍କ ଉଲ୍ଲେଖ କରିଥାନ୍ତି ।

Joe Biden

ବିଏସଇରେ ବାଇଡେନ୍ ଶୁଣାଇଥିଲେ ଏହି କାହାଣୀ

ଆମେରିକାର ଉପରାଷ୍ଟ୍ରପତି ହେବା ପରେ ଜୋ ବାଇଡେନ୍ ୨୦୧୩ ମସିହାରେ ଭାରତ ଗସ୍ତରେ ଆସିଥିଲେ । ଏହି ସମୟରେ ସେ ବମ୍ବେ ଷ୍ଟକ୍ ଏକ୍ସଚେଂଜକୁ ଯାଇଥିଲେ । ସେଠାରେ ଭାଷଣ ଦେବା କାଳରେ ସେ ବାଇଡେନ୍ ଫ୍ରମ୍ ମୁମ୍ବାଇଙ୍କ କଥା ମଧ୍ୟ କହିଥିଲେ । ସେ କହିଥିଲେ ଯେ, ମୁମ୍ବାଇର ବାଇଡେନଙ୍କ ପତ୍ରର ଉତ୍ତର ଦେଇ ନପାରିଥିବାର ଦୁଃଖ ଆଜି ମଧ୍ୟ ମୋ ମନରେ ଅଛି । ଦର୍ଶକଙ୍କ ମଧ୍ୟରେ ଥିବା କୌଣସି ବଂଶାବଳୀ ବିଶେଷଜ୍ଞ ସମ୍ଭବତଃ ମୋତେ ଏହି ମାମଲାରେ ସାହାଯ୍ୟ କରିପାରିବେ । ମୋତେ ମୁମ୍ବାଇରୁ ବାଇଡେନ ନାମ ଥିବା ଜଣେ ସଜ୍ଜନଙ୍କ ପତ୍ର ମିଳିଥିଲା । ଯେଉଁଥିରେ ସେ କହିଥିଲେ ଯେ, ଆମ ମଧ୍ୟରେ କୌଣସି ସଂପର୍କ ରହିଛି । ବାଇଡେନ୍ ଏସଂପର୍କରେ ବିସ୍ତାର ଭାବେ କହିଥିଲେ ଯେ, ସମ୍ଭବତଃ ଆମ ପୂର୍ବପୁରୁଷଙ୍କର କୌଣସି ସଂପର୍କ ଥିବ । ୧୭୦୦ ମସିହାରେ ଇଷ୍ଟ ଇଣ୍ଡିଆ ଟ୍ରେଡିଂ କଂପାନୀରେ କାମ କରିବାକୁ ହୁଏତ ମୋର କେହି ପୂର୍ବ ପୁରୁଷ ମୁମ୍ବାଇ ଆସିଥିବେ ।

Jo Biden

ଏହାର କିଛି ବର୍ଷ ପରେ ୱାସିଂଟନ୍‌ ଡିସିରେ ଏକ ସଭାରେ ବାଇଡେନ୍ କହିଥିଲେ ଯେ, ତାଙ୍କର ଜଣେ ପୂର୍ବଜ ଇଷ୍ଟ ଇଣ଼୍ଡିଆ କଂପାନୀ ପାଇଁ କାମ କରୁଥିଲେ । ୧୮୪୮ ମସିହାରେ ସେ ଇଷ୍ଟ୍‌ ଇଣ୍ଡିଆ କଂପାନୀ ପାଇଁ କାମ କରୁଥିଲେ । ମୋର ସେହି ପୂର୍ବଜ ସମ୍ଭବତଃ ଜଣେ ଭାରତୀୟ ମହିଳାଙ୍କୁ ବିବାହ କରି ଭାରତରେ ରହିଯାଇଥିଲେ ।

Joe Biden

୨୦୧୩ ମସିହାରେ ବିଏସଇରେ ଉଦବୋଧନ ଦେଇ ସେ ନିଜ ପୂର୍ବଜଙ୍କ କଥା ମନେ ପକାଇ କହିଥିଲେ ଯେ, ଯଦି ମୋର କେହି ପୂର୍ବଜ ଭାରତରେ ଥିଲେ ତେବେ ବୋଧ ହୁଏ ମୁଁ ମଧ୍ୟ ଭାରତରେ ନିର୍ବାଚନ ଲଢି ପାରିବି । ତାଙ୍କର ଏହି କଥାକୁ ନେଇ ସଭାସ୍ଥଳରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।

Leave a Reply