କରୋନାକୁ ମାତ୍ ଦେବାକୁ କମିଶନରେଟ୍ ପୋଲିସର ନୂଆ ଯୋଜନା

1 min read
Commissionerate Police To Start Laxman Rekha Scheme To Prevent Covid-19

ଭୁବନେଶ୍ୱର: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ କମିଶନରେଟ୍ ପୋଲିସର ନୂଆ ଯୋଜନା । ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଲକ୍ଷ୍ମଣ ରେଖା’ । କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ସଜାଗ ହେଉଛି କମିଶନରେଟ୍ ପୋଲିସ । କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଲକ୍ଷ୍ମଣ ରେଖା’ ଯୋଜନା । ଶୀତ ଦିନେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ କୌଣସି ପୋଲିସ କର୍ମଚାରୀଙ୍କ ଠାରେ କାଶ, କଫ ବା ଜର ଭଳି ଲକ୍ଷଣ ଦେଖାଗଲେ ସେମାନଙ୍କୁ ୫ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜରରେ ରଖାଯିବ ।

Commissionrate Police To Start Laxman Rekha Scheme To Prevent Covid-19

ଯଦି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ନ ହୁଏ ତେବେ ତୁରନ୍ତ ଅସୁସ୍ଥ କର୍ମଚାରୀଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଏବଂ RT-PCR ଟେଷ୍ଟ କରାଯିବ । ଏହି ୫ ଦିନ ଭିତରେ ପୀଡ଼ିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରିବ ଡାକ୍ତରୀ ଟିମ । ଥାନାରୁ ଥାନାକୁ ବୁଲି କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବ ଏହି ଟିମ୍ । କିଛି ଦିନ ତଳେ ଡ୍ୟୁଟିରେ ଥିବା ବେଳେ କମିଶନରେଟ ପୋଲିସର ୩ ଅଧିକାରୀ କରୋନାରେ ଗୁରୁତର ହୋଇ ପଡ଼ିଥିଲେ । ଭୁବନେଶ୍ୱରରେ ଥିବା ପୋଲିସ ହସ୍ପିଟାଲର ୫ ଜଣିଆ ଡାକ୍ତରୀ ଟିମ ସେମାନଙ୍କୁ ତୁରନ୍ତ ଚିକିତ୍ସା କରିଥିଲା ।

Commissionrate Police To Start Laxman Rekha Scheme To Prevent Covid-19

ବର୍ତ୍ତମାନ ସୁଦ୍ଧା କମିଶନରେଟ ପୋଲିସରେ କାର୍ଯ୍ୟରତ ଥିବା ୮ ହଜାର ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୧୮ ଶହ ଜଣ କରୋନାର ଶିକାର ହୋଇଛନ୍ତି । ଟ୍ୱିନ୍ ସିଟିରେ ଏବେ ସୁଦ୍ଧା ଆହୁରି ୩୦ ଜଣ ପୋଲିସ କର୍ମଚାରୀ କରୋନାରେ ଚିକିତ୍ସିତ ହେଉଛନ୍ତି । ମୋଟ ୬ ଜଣ ପୋଲିସ କର୍ମଚାରୀ କରୋନାରେ ମୃତ୍ୟୁବରଣ କରିଛନ୍ତି । କରୋନା କାୟାକୁ ଖାତିର ନକରି, ନିଜ ଜୀବନକୁ ବାଜି ଲଗାଇ ପୋଲିସ ନିଜ କର୍ତ୍ତବ୍ୟ କରି ଚାଲିଛି । ଏଭଳି ପରିସ୍ଥିତିରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଲେ ଆଇନଶୃଙ୍ଖଳା ମଧ୍ୟ ବଜାୟ ରହିବ ।

Leave a Reply