ଓଡ଼ିଶା ଇନଫ୍ରାଟେକ୍‌ ନିର୍ଦ୍ଦେଶକ ପଦରୁ ମନୋରଂଜନ ଇସ୍ତଫା

ଭୁବନେଶ୍ୱର: ଓଡ଼ିଶା ଇନଫ୍ରାଟେକ୍‌ର ନିର୍ଦ୍ଦେଶକ ପଦରୁ ମନୋରଂଜନ ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମକୁ ଏ ସମ୍ପର୍କରେ ମନୋରଂଜନଙ୍କ ସଂପର୍କୀୟ ଏହି ସୂଚନା ଦେଇଛନ୍ତି । ସାରୁଅ ଜମି ଜାଲିଆତି ମାମାଲାରେ ଗିରଫ ହୋଇ ମନୋରଂଜନ ଏବେ ଝାରପଡା ଜେଲରେ ଅଛନ୍ତି । ମନୋରଂଜନ ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ପଦ ସହ ଓଟିଭିର ଚିଫ୍ ଫାଇନାନ୍ସ ଅଫିସର ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ମୋଟାମୋଟି କହିବାକୁ ଗଲେ ସେ ଓଟିଭି ଗ୍ରୁପ୍ ଠାରୁ ନିଜ ବୃତ୍ତିଗତ ସଂପର୍କ ଛିନ୍ନ କରିଛନ୍ତି । ଗତ ୧ ତାରିଖ ଦିନ ମନୋରଂଜନକୁ କ୍ରାଇମବ୍ରାଞ୍ଚ ଗିରଫ କରି ବିଚାର ବିଭାଗୀୟ ହାତଜକୁ ପଠାଇଥିଲା । ଏଥି ସହ ରିମାଣ୍ଡରେ ଆଣି ପଚରାଉଚୁରା ବେଳେ ସାରୁଅ ଜମି କେଳେଙ୍କାରୀର ଅନେକ ଗୁମର ଖୋଲିଥିଲେ । ଦଳିତ ଯୁବକ ରବୀନ୍ଦ୍ର ସେଠୀଙ୍କୁ ମୋହରା କରି କେମିତି ଜଗିମଙ୍ଗତ ପଣ୍ଡା ଅନସୂଚିତ ଜାତି ଲୋକଙ୍କ ଜମି ହଡ଼ପ କରିଥିବା ଜଣାପଡିଛି  । ଏଥିନେଇ କ୍ରାଇମବ୍ରାଞ୍ଚ ମଧ୍ୟ ଗଣମାଧ୍ୟମକୁ ଖବରଦାତା ସମ୍ପର୍କରେ ସୂଚନା ଦେଇଥିଲା ।

ଏହି ତଦନ୍ତକୁ ଆହୁରି ଶାଣିତ କରିବା ପାଇଁ ଯାହାର ତଦନ୍ତ ପାଇଁ ଆୟକର ବିଭାଗକୁ କ୍ରାଇମବ୍ରାଞ୍ଚ ଚିଠି ଲେଖି ଅନୁରୋଧ କରିଛି । ଅପରପକ୍ଷରେ ମନୋରଞ୍ଜନ ଷଡଙ୍ଗୀଙ୍କ ଶଳା ହରି ମିଶ୍ର କହିଛନ୍ତି, ଭିଣୋଇଙ୍କ ସଚ୍ଚୋଟତାର ସୁଯୋଗ ନେଇ ତାଙ୍କୁ ଫସାଇ ଦିଆଯାଇଛି। ମନୋରଞ୍ଜନ ୨୦୦୮ରେ ଓମଫେଡ୍ ଛାଡି ଓରଟେଲରେ ଯୋଗ ଦେଇଥିଲେ। ମହୁ ଖାଇଲା କିଏ ମାଛି କାମୁଡିଲା କାହାକୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ମନୋରଂଜନ ତୃଣମୂଳସ୍ତରରୁ  ଉଠିଛନ୍ତି । ଏକ  ନିର୍ଦ୍ଧିଷ୍ଟ ପୁଞ୍ଜିପତି ନିଜକୁ ଧନୀ କରିବା ପାଇଁ ଅନ୍ୟକୁ ଯେମିତି ବକରା ବନାନ୍ତି ସେମିତି ମନୋରଞ୍ଜନ ଷଡଙ୍ଗୀଙ୍କୁ ବନାଇଛନ୍ତି  ବୋଲି ତାଙ୍କ ଶଳା କହିଛନ୍ତି ।

Sarua Land Scam Case, Courts Direct To Send Notice To Affected

 

Leave a Reply