କରୋନା ପାଇଁ ଭାରତୀୟଙ୍କୁ ଚୀନରେ ପଶିବା ମନା…!

Xi Zin Ping

ନୂଆଦିଲ୍ଲୀ: ଭାରତୀୟ ନାଗରିକଙ୍କୁ ଚୀନରେ ପ୍ରବେଶ ନିଷେଧ । ଚୀନ ପ୍ରଶାସନ ଏଥିପାଇଁ କରୋନା ସଂକ୍ରମଣକୁ ଆଳ ଦେଖାଇଛି । ତେବେ ଏହା ସାମୟିକ ବୋଲି ନିର୍ଦେଶନାମାରେ ଦର୍ଶାଯାଇଛି । ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସ ପକ୍ଷରୁ ଏନେଇ ଅବଗତ କରାଯାଇଛି । ତେବେ କୂଟନୈତିକ, ସେବା ବା ଚାକିରି, ସି ଭିସା ତଥା ଜରୁରୀକାଳୀନ ଆବଶ୍ୟକତା କ୍ଷେତ୍ରରେ ଏହି ନିଷେଧାଦେଶ କାର୍ଯ୍ୟକାରୀ ହେବ ନାହିଁ ।

China President XI Jinping Threatened India US Never Sit Idly While China Sovereignty Undermined

ମାନବିକତା ଓ ଜରୁରୀକାଳୀନ କାର୍ଯ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଆବେଦନକ୍ରମେ  ସ୍ୱତନ୍ତ୍ର ଭିସା ମିଳିବ ଓ ଏହା ବଳରେ ଭାରତୀୟ ନାଗରିକ ଚୀନରେ ପ୍ରବେଶ କରିପାରିବେ । ଏହାଛଡା ନଭେମ୍ବର ୩ ପରେ ପ୍ରଦତ୍ତ ଭିସା କ୍ଷେତ୍ରରେ ଏହି ନିଷେଧାଦେଶ କାର୍ଯ୍ୟକାରୀ ହେବ ନାହିଁ ବୋଲି କୁହାଯାଇଛି । କରୋନା ସ୍ଥିତିରେ ସୁଧାର ଆସିବା ପରେ ଚୀନ ସରକାର ବିଦେଶୀ ନାଗରିକଙ୍କର ଦେଶରେ ପ୍ରବେଶ ସମ୍ପର୍କରେ ପୁନର୍ବିଚାର କରି ନିଷ୍ପତ୍ତି ଘୋଷଣା କରିବେ ବୋଲି ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି ।

Leave a Reply