କରୋନା କାଳରେ ଉନ୍ନତ ସେବା ପାଇଁ CRUTକୁ ମିଳିଲା ଏକ୍ସିଲେନସି ଆଓ୍ୱାର୍ଡ

1 min read

ଭୁବନେଶ୍ୱର: କରୋନା ବେଳେ ସହରାଞ୍ଚଳରେ ଉନ୍ନତମାନରେ ସେବା ଲାଗି ସମ୍ମାନିତ ହୋଇଛି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(CRUT) । ସାରା ଦେଶ ଲକଡାଉନରେ ଥିବା ବେଳେ ଯାତ୍ରୀ ପରିବହନ, ସାମଗ୍ରୀ ନେଣ ଦେଣ ଉପରେ ରୋକ ଲାଗିଥିଲା । ଏହି ସମୟରେ CRUTହିଁ ରାଜ୍ୟରେ ପରିବହନ ପ୍ରକ୍ରିୟାର ମେରୁଦଣ୍ଡ ହୋଇ ଛିଡ଼ା ହୋଇଥିଲା । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାର ତଥା CRUTକୁ ଏହି ଏକ୍ସିଲେନସି ପୁରସ୍କାର ଦିଆଯାଇଛି । CRUT ଦ୍ୱାରା ହେଉଥିବା ମୋ ବସ୍‌ ସେବା ଏକ ଲୋକପ୍ରିୟ ସେବା  । କଟକ, ପୁରୀ, ଖୋର୍ଦ୍ଧାରେ ଏହି ସେବା ଦେଖିବାକୁ ମିଳିଥାଏ ।

Leave a Reply