ଦୀପାବଳିରେ ପୂର୍ବରୁ ଅନୁପ୍ରବେଶ ପାଇଁ LoC ଲଞ୍ଚ ପ୍ୟାଡରେ ୩୦୦ ଆତଙ୍କବାଦୀ

1 min read
Nearly 300 Militants Are Trying To Infiltrate From Pakistan On LoC BSF Officer Said

ଶ୍ରୀନଗର: ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସୁରକ୍ଷା ବଳଙ୍କ ଅପରେସନକୁ ନେଇ ପାକିସ୍ତାନ ସେନା ଓ ଗୁଇନ୍ଦା ଏଜେନ୍ସ ଆଇଏସ୍ଆଇ ଚିନ୍ତିତ ହୋଇ ପଡ଼ିଛନ୍ତି । ଗୁଇନ୍ଦା ସୂତ୍ର ଅନୁସାରେ ଦୀପାବଳି ପୂର୍ବରୁ ପାକିସ୍ତାନୀ ସେନା ଘାଟିରେ ଆତଙ୍କବାଦୀଙ୍କୁ ବଡ଼ ଧରଣର ଅନୁପ୍ରବେଶ କରିବା ମଉକା ଦେଖୁଛନ୍ତି ।

ଚଳିତବର୍ଷ ନଭେମ୍ବର ଯାଏଁ ସୁରକ୍ଷା ବଳ କାଶ୍ମୀର ଘାଟିରେ ୨୦୦ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଯେତେବେଳେ କି ୨୦୧୯ ପୂରା ବର୍ଷରେ ୧୫୭ ଆତଙ୍କବାଦୀଙ୍କୁ ସଫା କରାଯାଇଥିଲା । ରବିବାର ସୁରକ୍ଷା ବଳ ମାଚ୍ଛିଲ ସେକ୍ଟରରେ ବଡ଼ ଅନୁପ୍ରବେଶ ପଣ୍ଡ କରିଥିଲେ । ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ ୩ ଆତଙ୍କବାଦୀଙ୍କୁ ନିହତ କରିଥିଲା ସେନା । ପାକିସ୍ତାନୀ ସେନାର ସହଯୋଗରେ ଏହି ଅନୁପ୍ରବେଶ ଉଦ୍ୟମ ବର୍ଷର ଦ୍ୱିତୀୟ ବଡ଼ ଷଡ଼ଯନ୍ତ୍ର କୁହାଯାଉଛି ।

Nearly 300 Militants Are Trying To Infiltrate From Pakistan On LoC BSF Officer Said

ଘାଟିରେ ଆତଙ୍କବାଦୀଙ୍କ ହ୍ରାସ ପାଉଥିବା ସଂଖ୍ୟା ଓ ସେମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ହ୍ରାସ ପାକିସ୍ତାନର ହୋଶ୍ ଉଡ଼ାଇ ଦେଲାଣି । ଏଥିପାଇଁ ପାକିସ୍ତାନ ସେନା ବଡ଼ ସଂଖ୍ୟାରେ ଅନୁପ୍ରବେଶକାରୀଙ୍କ ସୀମା ପାର ପାଇଁ ଲାଗି ପଡ଼ିଛି । ଏହାକୁ ନେଇ ବାଉଳି ହେଉଥିବା ପାକିସ୍ତାନୀ ସେନା ଓ ଆଇଏସ୍ଆଇ ଦୀପାବଳି ପୂର୍ବରୁ ଅନୁପ୍ରବେଶ ପାଇଁ ଚେଷ୍ଟା କରିପାରନ୍ତି । ଏମିତି ସ୍ଥିତିରେ ଭାରତୀୟ ସୁରକ୍ଷା ବଳକୁ ଏଲଓସି ନିକଟ ସେକ୍ଟରରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ବର୍ଡର ଆକ୍ସନ୍ ଟିମ୍ (BAT) ସହ ପ୍ରାୟ ୩୦୦ ଆତଙ୍କବାଦୀ ଲଞ୍ଚ ପ୍ୟାଡରେ ଏବେବି ରହିଛନ୍ତି । ଏବଂ ପାକିସ୍ତାନୀ ସେନା ଅନୁପ୍ରବେଶକୁ ସହଜ କରିବା ଲାଗି ଡ୍ରୋନର ବି ବ୍ୟବହାର କରୁଛି । ମାଚ୍ଛିଲ, ଗୁରେଜ, ତଙ୍ଗଧାର, କେରନ ଓ ଉରୀ ସେକ୍ଟର ନିକଟର ଏଲଓସିର ଆରପଟେ ପାକିସ୍ତାନର ୨୦ରୁ ଅଧିକ ଲଞ୍ଚ ପ୍ୟାଡକୁ ସକ୍ରିୟ କରି ଦିଆଯାଇଛି । ଲସ୍କର, ଜୈଶ. ହିଜବୁଲ୍. ମୁଜାହିଦ୍ଦିନ. ଅଲ୍ ବଦର ଓ ତାଲିବାନୀ- ଅଫଗାନୀ ଆତଙ୍କବାଦୀଙ୍କୁ ଏକତ୍ରିତ କରିଛି ପାକିସ୍ତାନ ।

Leave a Reply