spot_img
Home Blog Page 6584

ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥଙ୍କ ବଡ଼ ବୟାନ: ରିୟାଙ୍କ ବିରୋଧରେ ମିଛ ବୟାନ ଦେବା ପାଇଁ ବାଧ୍ୟ କରିଥିଲେ ସୁଶାନ୍ତଙ୍କ ପରିବାର

ନୂଆଦିଲ୍ଲୀ: ଅଡୁଆ ସୁତାରେ ଛନ୍ଦି ହେଉଛି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା । ଘଟଣାକୁ ନେଇ ସବୁ ଦିନ ଆସୁଛି ନୂଆ ନୂଆ ଟ୍ୱିଷ୍ଟ । ବଦଳୁଛି ତଦନ୍ତର ଦିଗ, ତେଜୁଛି ଆରୋପ ପ୍ରତ୍ୟାରୋପ । ନେପୋଟିଜିମ୍, ଗାର୍ଲଫ୍ରେଣ୍ଡ ପରେ ଆର୍ଥିକ କାରବାରକୁ ନେଇ ତଦନ୍ତ ଚାଲିଛି । ସେପଟେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି, ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପଠାନୀ । ରିୟାଙ୍କ ବିରୋଧରେ ବୟାନ ଦେବାକୁ  ସୁଶାନ୍ତଙ୍କ ପରିବାର ତାଙ୍କ ଉପରେ ଚାପ ପକାଉଥିବା ସେ ପୋଲିସକୁ ସୂଚନା ଦେଇଛନ୍ତି ।

ବାନ୍ଦ୍ରା ପୋଲିସକୁ ସିଦ୍ଧାର୍ଥ ଏକ ଇମେଲ ପଠାଇଛନ୍ତି । ଏଥିରେ ରିୟାଙ୍କ ବିରୋଧରେ ମିଛ ବୟାନ ଦେବାକୁ ସୁଶାନ୍ତଙ୍କ ପରିବାର ଲୋକେ ଚାପ ପକାଯାଉଥିବା କୁହାଯାଇଛି । ଜୁଲାଇ ୨୮ରେ ଇମେଲ ପଠାଇଛନ୍ତି ସିଦ୍ଧାର୍ଥ । ସେପଟେ ମାମଲା ନେଇ ସୁପ୍ରିମକୋର୍ଟରେ ଦଲିଲ ରଖିଛନ୍ତି ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଜୁନ ୮ ତାରିଖ ପର୍ଯ୍ୟନ୍ତ ସେ ସୁଶାନ୍ତଙ୍କ ସହ ଲିଭ-ଇନରେ ଥିଲେ  । ସଂପର୍କ ଶେଷ ବେଳକୁ ସୁଶାନ୍ତ ଡିପ୍ରେସନର ଶିକାର ହୋଇଥିଲେ  । ଏଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ  ।

ବିହାରରେ ରିୟାଙ୍କ ବିପକ୍ଷରେ ସୁଶାନ୍ତଙ୍କ ବାପା ଦେଇଥିବା ଏଫ୍‌ଆଇଆର ମୁମ୍ବାଇ ଟ୍ରାନ୍ସଫର ପାଇଁ ସେ ଦାବି କରିଛନ୍ତି । ଏହାସହ ସୁଶାନ୍ତଙ୍କ ପରିବାର ସୁଶାନ୍ତ ମୃତ୍ୟୁ ମାମଲାରେ ଯାଞ୍ଚକୁ ପ୍ରଭାବିତ କରୁଥିବା ସେ ଅଭିଯୋଗ କରିଛନ୍ତି । କାରଣ ସୁଶାନ୍ତଙ୍କ ଭିଣୋଇ ଏଡିଜି ଓ ପି ସିଂହଙ୍କ ଚାପରେ ସୁଶାନ୍ତଙ୍କ ପରିବାର ବିହାରରେ ଏଫଆଇଆର ରୁଜୁ କରିଛନ୍ତି  ।

ରିୟା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ଭଉଣୀ ମିତୁ ଓ ଭିଣୋଇ ଓ ପି ସିଂହ ସିଦ୍ଧାର୍ଥଙ୍କୁ ଫୋନ କରି ତାଙ୍କ ବିରୋଧରେ ସୁଶାନ୍ତ ଖର୍ଚ୍ଚ କରିଥିବା ଅର୍ଥର ଖୋଳତାଡ କରାଯାଉ ବୋଲି ଚାପ ପକାଇଥିଲେ । ଏଥିରେ ବିହାର ସରକାର ହସ୍ତକ୍ଷେପ ମଧ୍ୟ କରିଛନ୍ତି  । ବିହାର ସରକାର ସୁପ୍ରିମକୋର୍ଟ କ୍ୟାଭିଏଟ ସହ ଏକ ଆବେଦନ ପତ୍ର ଦାଖଲ କରିଛନ୍ତି  ।

ଆବେଦନରେ କହିଛନ୍ତି, ବିହାର ପୋଲିସ ଦ୍ୱାରା ତଦନ୍ତ ଜାରି ରହୁ  । ରିୟାଙ୍କ ଦାବିକୁ ବିହାର ସରକାର ଅଗ୍ରାହ୍ୟ କରିବାକୁ ନିବେଦନ କରିଛନ୍ତି  । ସେପଟେ ସୁଶାନ୍ତଙ୍କ ଆକାଉଣ୍ଟରେ ଥିବା ୧୫କୋଟି ଟଙ୍କାର ଖୋଳତାଡ଼ ପରେ ମୃତ୍ୟୁ  ରହସ୍ୟ ଖୋଲିପାରେ। ଏନେଇ ଇଡିର ତନାଘନା ଜାରିରହିଛି । ଏହାରି ଭିତରେ ସୁଶାନ୍ତଙ୍କ ଆକାଉଣ୍ଟାଣ୍ଟ ବର୍ଷେ ଭିତରେ ସୁଶାନ୍ତଙ୍କ ଖର୍ଚ୍ଚସୂଚୀ ଦେଇଛନ୍ତି ।

ସେପଟେ ବିହାର ପୋଲିସ ମଧ୍ୟ ସୁଶାନ୍ତଙ୍କ ଆକାଉଣ୍ଟ ଯାଞ୍ଚ କରୁଛି  । ବାନ୍ଦ୍ରାରେ ଏକ ବ୍ୟାଙ୍କରେ ବିହାର ପୋଲିସ ସୁଶାନ୍ତଙ୍କ ଆର୍ଥିକ ନେଣଦେଣର ଖୋଳତାଡ କରିଛି  । ଅନ୍ୟପଟେ ମୃତ୍ୟୁ ପୂର୍ବରୁ ସୁଶାନ୍ତ ଅଜଣା ମେଡିସିନ ଖାଉଥିବା କହିଛନ୍ତି ତାଙ୍କ ଟ୍ରେନର । ଯାହା ତାଙ୍କ ଶରୀର ଓ ମସ୍ତିସ୍କରେ ମଧ୍ୟ ପ୍ରଭାବ ପକାଉଥିଲା ।

କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି: ଚୀନ୍‌କୁ ଲାଗିଲା ୨ ହଜାର କୋଟିର ଝଟକା,ଭାରତୀୟ କମ୍ପାନୀଙ୍କୁ ହେବ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଗୋଟିଏ ନିଷ୍ପତ୍ତି ଯୋଗୁଁ ହେବ ଦୁଇଟି ଫାଇଦା । ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ମିିଳିବା ସହ ଚୀନ୍‌କୁ ଲାଗିବ ଝଟକା । ପ୍ରତିବର୍ଷ ଭାରତ ଶହ ଶହ କୋଟି ଟଙ୍କାର ରଙ୍ଗୀନ ଟିଭି ଆମଦାନୀ କରୁଥିବା ବେଳେ ଏବେ ଏହା ଉପରେ ଲାଗିଛି କଟକଣା ।  ଭାରତୀୟ ଟେଲିଭିଜନ ବଜାରରେ ଚାଇନା ବ୍ରାଣ୍ଡର ଟେଲିଭିଜନ୍ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଏଣିକି ଚୀନ ସହିବ ଆର୍ଥିକ କ୍ଷତି ।

ଗଲଓ୍ୱାନ ଘାଟି ଘଟଣା ପରେ ଚୀନ୍ ବିରୋଧରେ ଭାରତ ଅର୍ଥନୈତିକ ଅବରୋଧ ଜାରି ରଖିଛି । ଦୁଇ ଦଶନ୍ଧି ପରେ, ରଙ୍ଗୀନ ଟିଭି ଆମଦାନୀ ଉପରେ ପ୍ରତିବନ୍ଧକ, ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବେ ବିବେଚନା କରାଯାଉଛି । ଏହାପୂର୍ବରୁ ସରକାର ସରକାରୀ କ୍ରୟରେ ଚାଇନାର କମ୍ପାନୀଗୁଡିକର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଅର୍ଥାତ୍ ଚୀନ୍ କମ୍ପାନୀଗୁଡିକ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରକାରର ସରକାରୀ କ୍ରୟ ପାଇଁ ବିଡିଂରେ ଅଂଶଗ୍ରହଣ କରିପାରିବେ ନାହିଁ । ଚାଇନାରୁ ଆସୁଥିବା ଏଫଡିଆଇ ନିୟମକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।

Televeesion - Wikipedia

ଭାରତ ପ୍ରତିବର୍ଷ ହଜାରେ କୋଟିର ରଙ୍ଗୀନ ଟିଭି ଆମଦାନୀ କରିଥାଏ। ଏଥିରେ ଚୀନ୍‌ରୁ ଆମଦାନୀ ପ୍ରତିଶତ ଅଧିକ ରହିଛି । FY 2019-20 ଭାରତ ୭୮୧ ନିୟୁତ ଡଲାର ମୂଲ୍ୟର ରଙ୍ଗୀନ ଟିଭି ଆମଦାନୀ କରିଛି (ବର୍ତ୍ତମାନର ମୂଲ୍ୟ ଅନୁଯାୟୀ ପ୍ରାୟ 5800 କୋଟି)। ଏଥିମଧ୍ୟରୁ 42.8 ନିୟୁତ ଡଲାର (ପ୍ରାୟ 3100 କୋଟି) ଭିଏତନାମରୁ ଏବଂ 293 ମିଲିୟନ ଡଲାର (ପ୍ରାୟ 2100 କୋଟି) ଚାଇନାରୁ ଆସିଛି। ଟିଭି ଆମଦାନୀ ଉପରେ ନିଷେଧାଦେଶ ସମ୍ପର୍କରେ  ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏକ ବିଜ୍ଞପ୍ତିରେ କହିଛି ଯେ, ରଙ୍ଗୀନ ଟେଲିଭିଜନର ଆମଦାନୀ ନୀତି ସୀମିତ ବର୍ଗରେ ରଖାଯାଇଛି । ଏପରି ପରିସ୍ଥିତିରେ, DGFT ଅନୁମୋଦନ ବିନା ଟିଭି ଆମଦାନୀ ହୋଇପାରିବ ନାହିଁ | DGFT ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଆସେ ।

୩୬ ସେଣ୍ଟିମିଟରରୁ ୧୦୫ ସେଣ୍ଟିମିଟର ପର୍ଯ୍ୟନ୍ତ ସ୍କ୍ରିନ ସାଇଜ୍ ରହିଛି, ଏବଂ ୬୩ ସେଣ୍ଟିମିଟରରୁ କମ୍ ସ୍କ୍ରିନ ସାଇଜ୍ ସହିତ LCD ଟେଲିଭିଜନ୍ ଭାରତକୁ ଆମଦାନୀ ହୋଇଥାଏ । ଏହି ଟିଭି ଭାରତକୁ ରପ୍ତାନୀ କରୁଥିବା ଦେଶଗୁଡ଼ିକ ହେଲା ଚୀନ୍, ଭିଏତନାମ, ମାଲେସିଆ, ହଂକଂ, କୋରିଆ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ ଏବଂ ଜର୍ମାନୀ ଅନ୍ତର୍ଭୁକ୍ତ।

ସମ୍ବଲପୁରୀ ଶାଢ଼ିରେ ବିଦ୍ୟା,ଜାଣନ୍ତୁ ‘ଶକୁନ୍ତଳା’ଙ୍କୁ ଶାଢି ଦେଲେ କିଏ …

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଶାଢିକୁ ପୁଣି ପ୍ରଶଂସା । ଏଥର ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁର ଶାଢିର ବେଶ୍‌ ପ୍ରଶଂସା କରିଛନ୍ତି । ଶକୁନ୍ତଳା ଦେବୀ ସିନେମାର ପ୍ରଚାର ବେଳେ ସମ୍ବଲପୁରୀ ଶାଢିର ପିନ୍ଧିବା ସହ ଏହାର ବାନ୍ଧକଳାକୁ ସେ ଢେର ପ୍ରଶଂସା କରିଛନ୍ତି । ଏଥି ସହ ବାନ୍ଧ କାରିଗରମାନଙ୍କୁ ମଧ୍ୟ ପ୍ରଶଂସା କରିବାକୁ ଭୁଲି ନାହାନ୍ତି ବିଦ୍ୟା ।

https://www.instagram.com/p/CDQ4QxeHH93/

 

ତେବେ ବଲିଉଡର ଆଗ ଧାଡ଼ିର ନାୟିକା ବିଦ୍ୟାବଲନଙ୍କ ବହୁ ଚର୍ଚ୍ଚିତ ସିନେମା ଶକୁନ୍ତଳା ଦେବୀ ଗତ କାଲି ଅନଲାଇନରେ ରିଲିଜ ହୋଇଛି । ହେଲେ ଏହି ସିନେମାର ପ୍ରମୋସନରେ ଅଭିନେତ୍ରୀ ବିଦ୍ୟାବଲନ ପିନ୍ଧିଥିବା ସମ୍ବଲପୁରୀ ଶାଢ଼ୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ଏହି ଶାଢ଼ୀକୁ ବିଦ୍ୟାବାଲାନଙ୍କୁ ନିକଟରେ ପହଞ୍ଚାଇଛଥିଲେ ଅମ୍ରିତା ସାବତ । ଅମ୍ରିତା ସାବତଙ୍କ ଆଉ ଏକ ପରିଚୟ ହେଉଛି ସିଏ ହେଉଛନ୍ତି ଉତ୍କଳ ଅମ୍ରିତା ଟେକ୍ସଟାଇଲର ଏମଡି । ଓଡ଼ିଶାର ହସ୍ତତନ୍ତ କଳାକୁ ଦେଶ ବିଦେଶରେ ପ୍ରଚାର କରିବାରେ ଅମ୍ରିତ ସବୁବେଳେ ଆଗରେ ରହିଥାନ୍ତି ।

ଅମ୍ରିତା ଅନୁସାରେ ଗତ ଏକ ବର୍ଷ ହେବ ସେ ଏହି ଉଦ୍ୟମ ଆରମ୍ଭ କରିଛନ୍ତି । ବିଗତ ବର୍ଷ ଅଗଷ୍ଟ ୩ ତାରିଖରେ ବମ୍ବେରେ ଆୟୋଜିତ ଏକ ପ୍ରଦର୍ଶନୀରେ ସେ ବିଦ୍ୟାଙ୍କ ଟିମ ସଂସ୍ପର୍ଶରେ ଆସିଥିଲେ । ଇଷ୍ଟାଗ୍ରାମ ମାଧ୍ୟମରେ ସେ ବିଦ୍ୟାଙ୍କୁ ଅନୁରୋଧ କରିଥିଲେ ଓଡ଼ିଶାର ଶାଢ଼ୀ ପିନ୍ଧିବା ପାଇଁ । ଏହା ପରେ ଅମ୍ରିତାଙ୍କୁ ଶାଢ଼ୀର କିଛି ଡିଜାଇନ ପଠାଇବା ପାଇଁ ବିଦ୍ୟାଙ୍କ ଟିମ୍ କହିଥିଲେ ।

 

ଅମ୍ରିତା ଯେତେବେଳେ ଜାଣିବାକୁ ପାଇଲେ ଯେ ବିଦ୍ୟା ପ୍ରସିଦ୍ଧ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରରେ ଚଳଚିତ୍ର କରିବାକୁ ଯାଉଛନ୍ତି ସେତେବେଳେ ସେ ଓଡ଼ିଶାର ପ୍ରସିଦ୍ଧ ବୁଣାକାରଙ୍କୁ ନେଇ ଶାଢ଼ୀଟି ପ୍ରସ୍ତୁତ କରିଥିଲେ । ଲକଡାଉନ ଯୋଗୁଁ ଚଳଚିତ୍ର ରିଲିଜ ସ୍ଥଗିତ ରହିବା ଜାଣି ଶାଢ଼ୀ ପିନ୍ଧିବା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା କିନ୍ତୁ  ଏହା ପରେ ଡିଜିଟାଲ ପ୍ଲଟଫର୍ମରେ ରିଲିଜ ହେବା ସୂଚନା ପାଇ ଅମ୍ରିତା ପୁଣି ଥରେ ବିଦ୍ୟାଙ୍କ ଟିମଙ୍କୁ କଣ୍ଟାକ୍ଟ କରିଥିଲେ । ଏହି ପରେ ବିଦ୍ୟାଙ୍କ ଟିମ ତୁରନ୍ତ ଏହି ଶାଢୀ ପଠାଇବାକୁ କହିଥିଲେ ।  ଏହା ପରେ ବିଦ୍ୟା ଫିଲ୍ମର ରିଜିଜ ଡେଟ ଦିନ ସେହି ସମ୍ବଲପୁରୀ ଶାଢୀକୁ ପିନ୍ଧିଥିଲେ ।

ଏହି ଶାଢ଼ୀକୁ ପିନ୍ଧିବା ପରେ ବିଦ୍ୟା ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସମ୍ବଲପୁରୀ ଶାଢ଼ୀ ବିଷୟରେ କହିବା ସହିତ ଏହି କରୋନା କାଳରେ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବା ପାଇଁ କହିଛନ୍ତି ।

ମୃତ୍ୟୁହାରରେ ଇଟାଲୀକୁ ପଛରେ ପକାଇ ପଞ୍ଚମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: କରୋନା ସଂକଟ ସମୟରେ ଭାରତର ଅଲୋଡ଼ା ରେକର୍ଡ । ବିଶ୍ୱରେ କରୋନା ମୃତ୍ୟୁହାର ଭାରତରେ କମ୍ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବାରମ୍ବାର କହି ଆସୁଛି । କିନ୍ତୁ, ଅସଲ ଚିତ୍ର ଭିନ୍ନ । ମାର୍ଚ୍ଚ ଓ ଏପ୍ରିଲ ମାସରେ କରୋନା ମୃତ୍ୟୁ ପାଇଁ ଚର୍ଚ୍ଚାରେ ଥିବା ଇଟାଲୀକୁ ଭାରତ ପଛରେ ପକାଇ ଦେଇଛି । କରୋନା ମୃତ୍ୟୁହାରରେ ଇଟାଲୀକୁ ପଛରେ ପକାଇ ଭାରତ ପଞ୍ଚମ ସ୍ଥାନରେ ପହଞ୍ଚିଛି । ଆମେରିକାର ଜହନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟ ରିପୋର୍ଟରେ ଏହି ତଥ୍ୟ ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୭୭୯ କରୋନା ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁସଂଖ୍ୟା ୩୫ ହଜାର ୭୪୭ରେ ପହଞ୍ଚିଛି ।

୩୫ ହଜାର ୭୪୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହ ଭାରତ ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି । ଯେତେବେଳେ କି କରୋନାରେ ଇଟାଲୀରେ ମାତ୍ର ୩୫ ହଜାର ୧୩୨ ଜଣ ପ୍ରାଣ ହରାଇଛନ୍ତି । ଆମେରିକାରେ କରୋନାରେ ସର୍ବାଧିକ ୧ ଲକ୍ଷ ୫୨ ହଜାର ୭୦ ଜଣ ମୃତ୍ୟୁବରଣ କରିଥିବା ବେଳେ, ବ୍ରାଜିଲରେ ୯୧ ହଜାର ୨୬୩ ଜଣ, ୟୁନାଇଟେଡ୍ କିଙ୍ଗଡମରେ ୪୬ ହଜାର ୮୪ ଜଣ ଓ ମେକ୍ସିକୋରେ ୪୬ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।

ଜହନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟ ପ୍ରକାରେ ଭାରତରେ ଏବେ ୫ ଲକ୍ଷ ୪୫ ହଜାରରୁ ଅଧିକ କରୋନା ସକ୍ରିୟ ରହିଛି । ଯେତେବେଳେ କି ୧୦ ଲକ୍ଷ ୫୭ ହଜାର ୮୦୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଶୁକ୍ରବାର ଦେଶରେ ରେକର୍ଡ ସଂଖ୍ୟକ ୫୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୦ରେ ପହଞ୍ଚିଛି । ତେବେ, ଆଶ୍ୱସ୍ତିର କଥା ହେଉଛି ଦେଶରେ ସୁସ୍ଥତା ହାର ବଢ଼ୁଛି । ଗତ ୨୪ ଘଣ୍ଟାରେ ୩୨ ହଜାର ୫୫୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ମୋଟ ୧୦ ଲକ୍ଷ ୫୭ ହଜାର ୮୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଦେଇଛି । ୬୪.୪୪ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଦେଶରେ ମୃତ୍ୟୁହାର ୨.୨୧ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ସୂଚନା ଅନୁସାରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭ୍ ହାର ୧୦ ପ୍ରତିଶତରୁ କମ ରହିଛି । ୪ଟି ରାଜ୍ୟରେ ପଜିଟିଭ୍ ହାର ୫ ପ୍ରତିଶତୁ କମ ଥିବା ଜଣାପଡ଼ିଛି । ଦେଶରେ କରୋନା ମୃତ୍ୟୁହାର ୨.୨୧ ପ୍ରତିଶତ ରହିଛି । ଯେତେବେଳେ କି ବିଶ୍ୱରେ କରୋନା ମୃତ୍ୟୁହାର ୪ ପ୍ରତିଶତ ରହିଛି । ଏବଂ ଭାରତର ମୃତ୍ୟୁହାର ବିଶ୍ୱରେ ସବୁଠାରୁ କମ୍ ରହିଛି ।

ରିୟାଙ୍କ ସହ ସଂପର୍କ ପରେ ସୁଶାନ୍ତ ନେଉଥିଲେ ରହସ୍ୟମୟ ଔଷଧ, ପର୍ସନାଲ ଟ୍ରେନର ଖୋଲିଲେ ଗୁମର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ରହସ୍ୟ ପଦାକୁ ଆସୁଛି । ସେହି କ୍ରମରେ ଆଉ ଗୋଟିଏ ବଡ ଖବର ସାମ୍ନାକୁ ଆସୁଛି ।  ସୁଶାନ୍ତଙ୍କ ବ୍ୟକ୍ତିଗତ ଜିମ୍ ଟ୍ରେନର ସମି ଅହମ୍ମଦଙ୍କ ଅନୁସାରେ ସୁଶାନ୍ତ ଗତ ଡିସେମ୍ବର ମାସରୁ କିଛି ରହସ୍ୟମୟ ଔଷଧ ଖାଉଥିଲେ । ଟ୍ରେନରଙ୍କ ଦାବି ଯେ,ଏଇଥିପାଇଁ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ସୁଶାନ୍ତ ଠିକରେ ଛିଡା ହୋଇ ପାରୁନଥିଲେ । ତାଙ୍କ ପାଦ ଥରୁଥିଲା ।

ସମ୍ମି ଗତ ୫ ବର୍ଷ ଧରି ସୁଶାନ୍ତଙ୍କ ଟ୍ରେନର ଥିଲେ । ସୁଶାନ୍ତଙ୍କର ସମ୍ମିଙ୍କ ପରିବାର ସହ ମଧ୍ୟ ସମ୍ପର୍କ ଥିଲା । ଆତ୍ମହତ୍ୟାର ଦୁଇ ସପ୍ତାହ ପୂର୍ବରୁ ସେ ସମ୍ମିଙ୍କୁ ଫୋନ୍ କରିଥିଲେ । ସମ୍ମିଙ୍କ ମା’ଙ୍କ ମୃତ୍ୟୁ ହୋଇଥିବାରୁ ସେ ସମବେଦନା ଜଣାଇବାକୁ କଲ କରିଥିଲେ । ଏହାସହ ସେ ସମ୍ମିଙ୍କୁ ତାଙ୍କ ବାପାଙ୍କ ଯତ୍ନ ନେବାକୁ ମଧ୍ୟ କହିଥିଲେ । ସମ୍ମିଙ୍କ କହିବା ହେଉଛି ସୁଶାନ୍ତ ଠିକ୍ ଲାଗୁନଥିଲେ ।

ରିପବ୍ଲିକ୍ ଟିଭି ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍ ଅପରେସନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସମ୍ମିଙ୍କୁ ଅଣ୍ଡରକଭର ରିପୋର୍ଟର ପଚାରିଥିଲେ ଯେ, ସୁଶାନ୍ତଙ୍କ ମେଡିକାଲ କଣ୍ଡିସନକୁ ନେଇ ତାଙ୍କ ପାଖରେ କିଛି ତଥ୍ୟ ରହିଛି କି ? ଏହାର ଉତ୍ତରରେ ସେ ଚମକାଇବା ଭଳି କଥା କହିଛନ୍ତି । ସେ କହିଛନ୍ତି ଯେ, ‘ମୁଁ ଏବାବଦରେ କିଛି ଜାଣିନାହିଁ କାରଣ ରିୟା ଏସବୁ ଭିତରକୁ ଯିବାକୁ ଦେଉ ନଥିଲା । କିନ୍ତୁ ଏତିକି ଜାଣିଛି ଯେ, ଯେବେଠାରୁ ସୁଶାନ୍ତ ରିୟାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ ସେବେଠାରୁ ସେ ବହୁତ ବଦଳି ଯାଇଥିଲେ । ସୁଶାନ୍ତ ଆଗରୁ କେବେ ମଧ୍ୟ କୌଣସି ଔଷଧ ଖାଉନଥିଲେ କିନ୍ତୁ ରିୟାଙ୍କ ସହ ମିଶିବା ପରଠାରୁ ଔଷଧ ଖାଇବା ଆରମ୍ଭ  କରିଥିଲେ ।

ସୂଚନାଯୋଗ୍ୟ ଯେ, ସୁଶାନ୍ତ ଜୁନ୍ ୧୪ ତାରିଖ ଦିନ ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏବେ ତାଙ୍କ ପିତା ରିୟାଙ୍କ ବିରୋଧରେ ପାଟନାରେ ଏତଲା ଦେବା ପରେ ମାମଲାର ତଦନ୍ତ ନୂଆ ଢଙ୍ଗରେ ଆରମ୍ଭ ହୋଇଛି । ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗ ଯେ,ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ । ଅନ୍ୟପକ୍ଷରେ ରିୟା ମାମଲାକୁ ପାଟନାରୁ ସ୍ଥାନାନ୍ତର କରି ମୁମ୍ବାଇ ଆଣିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

୩ ଦିନ ପାଇଁ ବରଗଡ଼ ସଟଡାଉନ କଲେ ଜିଲ୍ଲା ପ୍ରଶାସନ

ବରଗଡ଼: କରୋନା ସଂକ୍ରମଣ ବଢ଼ୁଥିବାକୁ ଆଖି ଆଗରେ ରଖି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନକୁ  ଆସନ୍ତା ୧ ଅଗଷ୍ଟ ରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ୩ ଦିନ ସଟଡାଉନ ଘୋଷଣା କରିଛନ୍ତି ।  ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ସଟଡାଉନ ଘୋଷଣା କରିଛନ୍ତି ।

କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ କରାଯାଉଛି । ଭଦ୍ରକ ଜିଲ୍ଲା କୁ ୨ ଦିନ ବା ୪୮ ଘଣ୍ଟା ବନ୍ଦ ଘୋଷଣା କରାଯାଇଛି । ଜୁଲାଇ ମାସରେ  ଶନିବାର ଓ ରବିବାର ଦିନକୁ ସଟଡାଉନ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ।  ତେବେ ଜିଲ୍ଲା ରେ କରୋନା ସଂକ୍ରମିତ ଙ୍କ ମଧ୍ୟରେ ଲୋକାଲ କେସ ମଧ୍ୟ ବୃଦ୍ଧି ପାଉଛି । ସାନିଟାଇଜେସନ ସହ ସର୍ଭିଲାନ୍ସ ପାଇଁ ସମ୍ପୂର୍ଣ ଜିଲ୍ଲାକୁ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି ।

ଅଗଷ୍ଟ ମାସ ୧ ତାରିଖ ଓ ୨ ତାରିଖ ଜିଲ୍ଲା ସମ୍ପୂର୍ଣ ସଟଡାଉନ ରହିବ । ଏହି ସମୟସୀମା ମଧ୍ୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କେତେକ ନିର୍ଦ୍ଧିଷ୍ଟ ସେବାକୁ କାର୍ଯ୍ୟ ପାଇଁ ଅନୁମତି ମିଳିଛି । ଏହି ସମୟ ମଧ୍ୟ ଏନଫୋର୍ସମେଣ୍ଟକୁ ମଧ୍ୟ ଜୋରଦାର କରାଯିବ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବଲାଙ୍ଗିରରେ ୪ଶହ ଟପିଛି କରୋନା ସଂକ୍ରମିତ ସଂଖ୍ୟା । ସଂକ୍ରମଣ ରୋକିବାକୁ ଆଜି ଠାରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ବଲାଙ୍ଗୀର ସଟଡାଉନ ଘୋଷଣା  କରାଯାଇଛି । ଜରୁରୀ କାଳୀନ ସେବାକୁ ଛାଡି ସଟଡାଉନ୍ ବେଳେ ସବୁ ବନ୍ଦ ରହିବ ।

ସହରରେ ମାଇକ ଯୋଗେ ଜିଲ୍ଲା ପ୍ରଶାସନ ସଚେତନ କରିଛି । ଏହି ସମୟରେ ଜିଲ୍ଲାରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଦୋକାନ, ବଜାର, ସରକାରୀ/ବେସରକାରୀ କାର୍ଯ୍ୟାଳୟ ଖୋଲିବା ନେଇ କଟକଣା ଜାରି କରାଯାଇଛି ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟରେ ଦଲିଲ ରଖିଲେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଆକ୍ଟର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରେ ଦଲିଲ ରଖିଲେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ବିହାରରେ ରିୟାଙ୍କ ବିପକ୍ଷରେ ସୁଶାନ୍ତଙ୍କ ବାପା ଦେଇଥିବା ଏଫଆଇଆର ମୁମ୍ବାଇ ଟ୍ରାନ୍ସଫର ପାଇଁ ଦାବି କରିଛନ୍ତି ରିୟା । ଏହାସହ ସୁଶାନ୍ତଙ୍କ ପରିବାର ସୁଶାନ୍ତ ମୃତ୍ୟୁ ମାମଲାରେ ଯାଞ୍ଚକୁ ପ୍ରଭାବିତ କରୁଥିବା ସେ ଦାବି କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଦଲିଲରେ ସୁଶାନ୍ତଙ୍କ ସହ ଲିଭ୍ ଇନରେ ରହୁଥିବା ସ୍ୱୀକାର କରିଛନ୍ତି ରିୟା । ସୁଶାନ୍ତ ଡିପ୍ରେସନରେ ରହୁଥିବା ଦଲିଲରେ ଉଲ୍ଲେଖ କରିଛନ୍ତି ରିୟା ।

ଏହାସହ ସେ ଗଲା ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ଘରୁ ତାଙ୍କ ଘରକୁ ପଳାଇଥିବା ମଧ୍ୟ ଲେଖିଛନ୍ତି । ଏହାପରେ ୬ଦିନ ପରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ଉପରେ ମିଥ୍ୟା ଅଭିଯୋଗ ହୋଇଥିବା ରିୟା କହିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ହତ୍ୟା ଓ ଦୁଷ୍କର୍ମ ପରି ଧମକ ଆସୁଥିବା ସେ ଜଣାଇଛନ୍ତି । ଏନେଇ ମୁମ୍ବାଇ ପୋଲିସରେ ଏତଲା ଦାୟର କରିଛନ୍ତି ରିୟା । ଏହାସହ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀଙ୍କୁ ଜୋରଜବରଦସ୍ତ ରିୟାଙ୍କ ବିପକ୍ଷରେ ବୟାନ ଦେବାକୁ ବାଧ୍ୟ କରାଯାଉଛି ବୋଲି କହିଛନ୍ତି ରିୟା ।

ଏନେଇ ସିଦ୍ଧାର୍ଥ ମୁମ୍ବାଇ ପୋଲିସକୁ ମେଲ୍ ଜରିଆରେ ଜଣାଇଛନ୍ତି । ସେପଟେ ସୁଶାନ୍ତ ଆକାଉଣ୍ଟରେ ଥିବା ୧୫କୋଟି ଖୋଲିବକି ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ । ଏନେଇ ଇଡି ତନାଘନା ଜାରିରହିଛି । ଏହାରି ଭିତରେ ସୁଶାନ୍ତ ଆକାଉଣ୍ଟାଣ୍ଟ ବର୍ଷେ ଭିତରେ ସୁଶାନ୍ତଙ୍କ ଖର୍ଚ୍ଚ ସୂଚୀ ଦେଇଛନ୍ତି । ଅନ୍ୟପଟେ ମୃତ୍ୟୁ ପୂର୍ବରୁ ସୁଶାନ୍ତ ଅଜଣା ମେଡିସିନ ଖାଉଥିବା କହିଛନ୍ତି ତାଙ୍କ ଟ୍ରେନର । ଯାହା ତାଙ୍କ ଶରୀର ଓ ମସ୍ତିସ୍କରେ ମଧ୍ୟ ପ୍ରଭାବ ପକାଉଥିଲା ।

ଆଉ ୮ ମୁଣ୍ଡ ନେଲା କରୋନା, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭କୁ ବୃଦ୍ଧି

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୧୦ ଜଣର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୭୭ରେ ପହଞ୍ଚିଛି । ଗଞ୍ଜାମରୁ ୪, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼ ଏବଂ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଶୁକ୍ରବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୪ଜଣ ସଂକ୍ରମିତ ହେଉଛନ୍ତି ୮୧ବର୍ଷିୟ, ୪୯ବର୍ଷିୟ, ୪୫ବର୍ଷିୟ ଏବଂ ୭୩ ବର୍ଷିୟ ପୁରୁଷ, ଏ ସମସ୍ତେ ପୂର୍ବରୁ କିଛି ନା କିଛି ରୋଗରେ ପିଡ଼ିତ ଥିଲେ । ଏହାସହ ଗଜପତିରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୫୮ ବର୍ଷିୟ ମହିଳା । ସେହିଭଳି  ଖୋର୍ଦ୍ଧାରୁ ସଂକ୍ରମିତ ହେଉଛନ୍ତି ଜଣେ ୭୯ ବର୍ଷିୟ ପୁରୁଷ । ସେ ପୂର୍ବରୁ ମଧୂମେହ ଓ ଉଚ୍ଚରକ୍ତଚାପରେ ପିଡିତ ଥିଲେ । ସେହିଭଳି ସୁନ୍ଦରଗଡ଼ରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୫୨ବର୍ଷିୟ ପୁରୁଷ ଯିଏ କି ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।  ନୟାଗଡ଼ରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୮୨ବର୍ଷିୟ ପୁରୁଷ ।

ସେହିପରି ରାଜ୍ୟରେ ଆଜି ଆଉ ୧୪୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୧୪ଟି ଓ ଲୋକାଲ୍ କେସ୍ ୫୮୫ଟି ରହିଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୩୧ ହଜାର ୮୭୭କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୩୬୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାଲୁ ୨୧୪ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଗଜପତି ଜିଲ୍ଲାରୁ ୯୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୧୪୯୯ କରୋନା ପଜିଟିଭ୍ ଚିହ୍ନଟ, ମୋଟ ପଜିଟିଭଙ୍କ ସଂଖ୍ୟା ୩୧, ୮୭୭କୁ ବୃଦ୍ଧି 

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୧୪ଟି ଓ ଲୋକାଲ୍ କେସ୍ ୫୮୫ଟି ରହିଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୩୧ ହଜାର ୮୭୭କୁ ବୃଦ୍ଧି  ପାଇଛି । ଗଞ୍ଜାମରୁ ସର୍ବାଧିକ ୩୬୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାଲୁ ୨୧୪ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଗଜପତି ଜିଲ୍ଲାରୁ ୯୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୨୫, ବାଲେଶ୍ୱରରୁ ୩୭, ବରଗଡ଼ରୁ ୧୦, ଭଦ୍ରକରୁ ୧, ବଲାଙ୍ଗିରରୁ ୧୯, କଟରୁ ୨୮, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୯୨, ଗଜପତିରୁ ୯୭, ଜଗତସିଂହପୁରରୁ ୧୫, ଯାଜପୁରରୁ ୧୯, କଳାହାଣ୍ଡିରୁ ୪୪ କନ୍ଧମାଳରୁ ୫୦, କେନ୍ଦ୍ରାପଡ଼ାରୁ ୧୪, କେଉଁଝରରୁ ୧୬ କୋରାପୁଟ ୮୧, ମାଲକାନଗିରିରୁ ୨୬, ମୟୂରଭଞ୍ଜ ୧୩, ନବରଙ୍ଗପୁର ୩୩, ନୟାଗଡ଼ ୬୭, ନୂଆପଡ଼ାରୁ ୯, ପୁରୀ, ୩୬, ରାୟଗଡ଼ାରୁ ୪୦, ସମ୍ବଲପୁରରୁ ୫୬, ସୋନପୁର ୫, ସୁନ୍ଦରଗଡ଼ରୁ ୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 

ଏଥିସହିତ ୮୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୯୧୮ଟି ଆକ୍ଚିଭ କେସ ଥିବା ସୂଚନା ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ବାହାର ପଟୁ ତାଲା ପକାଇ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ: ଶିଶୁ ସମେତ ୪ ଗୁରୁତର, ଜଣେ ମୃତ

କେନ୍ଦ୍ରାପଡା: କେନ୍ଦ୍ରାପଡା ମାର୍ଶାଘାଇ ଥାନା ଗିରଙ୍ଗ ଗ୍ରାମରେ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗାଁର ସୁକୁନା ବାରିକଙ୍କ ଘରେ କେହି ଦୁର୍ବୃତ୍ତ ବାହାର ପଟୁ ତାଲା ପକାଇ ନିଆଁ ଲଗାଇ ଦେଇଥିଲା ।

ଏଥିରେ ମାସକର ଶିଶୁ ସହ ପରିବାରର ୫ଜଣ ପୋଡି ହୋଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଟରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାର୍ଶାଘାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ ଘରର ସମସ୍ଥ ଆସବାବପତ୍ର ପୋଡି ହୋଇଯାଇଛି । ଘରର ସମସ୍ତ ସଦସ୍ୟ ଶୋଇଥିବା ବଳେ ରାତି ପ୍ରାୟ ୩ ଟା ସମୟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ରାତି ପ୍ରାୟ ୩ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ପରିବାର ଲୋକ ଯେତେବେଳେ ଅଗ୍ନିକାଣ୍ଡ ବିଷୟରେ ଜାଣିବାକୁ ପାଇଲେ ସେମାନେ ଘରୁ ବାହାରକଗୁ ଆସିବାକୁ ଚେଷ୍ଟା କରିଥିଲେ କିନ୍ତୁ ବାହାରପଟୁକବାଟ ବନ୍ଦ ଥିବାରୁ ସେମାନେ ଚିକ୍ତାର କରିବାକୁ ଲାଗିଲେ । ଘର ଭିତରେ ମୋଟ ୫ ଜଣ ଶୋଇଥିବା ବେଳେ ସେମାନହ୍କ ମଧ୍ୟରୁ ଜଣେ ଏକ ମାସର ଶିଶୁ ମଧ୍ୟ ଥିଲେ । ଚିକ୍ତାରର ଶୁଣିବା ପରେ ଘର ପାଖ ପଡ଼ିଶା ଆସି ନିଆଁ ଲିଭାଇଥିଲେ ।