spot_img
Home Blog Page 6583

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ଶିଶୁଙ୍କ ସମେତ ୪ ଜଣଙ୍କୁ ଧକ୍କା ଦେଲା କାର୍‌ ! ଦୁଇ ମୃତ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଏକ ହାଇସ୍ପିଡ୍ କାର ୩ ନିରୀହ ଶିଶୁଙ୍କ ସମେତ ୪ ଜଣଙ୍କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୨ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁକନ୍ୟା ସମେତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ଦିଲ୍ଲୀର ଗୁଜରାନୱାଲା ଟାଉନ୍‌ରେ ଘଟିଛି । ନାନକ ପ୍ୟାଉ ଗୁରୁଦ୍ୱାର ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ବୁରାରୀର ଲେବର ଚୌକ ସ୍ଥିତ ସନ୍ତ ନଗରରେ ରହୁଥିବା ଜସପାଲ ରାତି ପ୍ରାୟ ୧୦ଟା ୨୦ ମିନିଟ୍‌ ସମୟରେ ତାଙ୍କ ସିଆଜ କାର୍‌ରେ CNG ଭରିବା ପାଇଁ ନାନକ ପ୍ୟାଉ ଆଡକୁ ଯାଇଥିଲେ ।

ଏହି ସମୟରେ ସେ ପ୍ରତାପ ବାଗ୍‌ରୁ ନିଜ ପିଲାମାନଙ୍କୁ ଘରକୁ ମଧ୍ୟ ଆଣୁଥିଲେ । ତାଙ୍କ ସହିତ ପତ୍ନୀ, ମା, ଦୁଇ ଝିଅ ଏବଂ କୁନି ପୁଅ ଥିଲେ । ଯେତେବେଳେ ସେ ସିଏନ୍‌ଜି ଭରିବା ପାଇଁ ପମ୍ପରେ ଅଟକି ଥିଲେ, ସେତେବେଳେ ସେଠାରେ କାମ କରୁଥିବା ଜଣେ ପରିଚିତ ବ୍ୟକ୍ତି ତାଙ୍କ ପିଲାମାନଙ୍କୁ ରାସ୍ତାର ବିପରିତ ଦିଗରେ ଥିବା କିଛି ଦୋକାନକୁ ଖୁଆଇବାକୁ ନେଉଥିଲେ । ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ, ଦୁଇ ଝିଅ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ଅନ୍ୟପଟେ ଜଣେ କୁନି ଝିଅ ଏବଂ ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ AIIMS ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଯୋଗୁଁ ଜସପାଲଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭୁଲରେ ବି ଶୋଇବା ବେଳେ ମୁଣ୍ଡ ପାଖରେ ରଖନ୍ତୁନି ଏହି ୫ଟି ଜିନିଷ, ନହେଲେ ହେବ ସର୍ବନାଶ

ବାସ୍ତୁଶାସ୍ତ୍ରର ଖୁବ ରହିଛି ମହତ୍ୱ । ବାସ୍ତୁଶାନ୍ତ୍ର ବ୍ୟକ୍ତିଙ୍କ ଜୀବନକୁ ପରିବର୍ତ୍ତନ କରିପାରେ । ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଜିନିଷର ସକାରାତ୍ମକ ପ୍ରଭାବ ଏବଂ ନକରାତ୍ମକ ପ୍ରଭାବ ରହିଛି । ତେବେ ଆଜି ଆମେ, କେଉଁ ଜିନିଷ ମୁଣ୍ଡ ପାଖରେ ରଖି ଶୋଇବା ଦ୍ୱାରା ଅକାଳ ମୃତ୍ୟୁ ହୋଇଥାଏ ତାହା ଜାଣିବା ।

ବାସ୍ତୁଶାସ୍ତ୍ର ଅନୁସାରେ କାର୍ଯ୍ୟ କରିଲେ ଅସମ୍ଭବ ପ୍ରକାରର ଧନ ବୃଦ୍ଧି ସହିତ ଘରେ ଶାନ୍ତି ଶୃଙ୍ଖଳା ବଜାଇ ରହେ । ବାସ୍ତୁଶାସ୍ତ୍ର ନିୟମରେ ଘର ତିଆରି କରିବା ସହ ଘର ସଜାଇବା, ଖାଇବା, ବେଡ଼ ରୁମ, ପଢ଼ା ଘର, ବାଥରୁମ, ରୋଷେଇ ଘର ଆଦି କେଉଁଠି ତିଆରି କଲେ ଶୁଭ ଫଳ ମିଳିବ ଆମେ ଯଦି ସେ ସବୁ ନିୟମ ମାନିବା ତାହାଲେ ଆମର ତଥା ପରିବାରର ନିଶ୍ଚିନ୍ତ ମଙ୍ଗଳ ହେବ ଏଥିରେ ସନ୍ଦେହ ନାହିଁ ।

ବିଦେଶରେ ଲୋକମାନେ ମଧ୍ୟ ବାସ୍ତୁଶାସ୍ତ୍ର ପ୍ରତି ପ୍ରଭାବିତ ହେଲେଣି । ବାସ୍ତୁଶାସ୍ତ୍ର ନିୟମ ନମାନି ଯଦି ଆମେ ରାତିରେ ଶୋଇଲା ବେଳେ ମୁଣ୍ଡ ପାଖରେ ଯଦି ଏହି ସବୁ ଜିନିଷ ରଖିବା ତେବେ ଆମର ସ୍ୱାସ୍ଥ୍ୟ ଖରାପ ହେବା ସଙ୍ଗେ ସଙ୍ଗେ ଧନହାନୀ, ସ୍ୱାସ୍ଥ୍ୟହାନୀ ଅକାଳ ମୃତ୍ୟୁ ହେବା ସହିତ ପରିବାର ଉପରେ ମଧ୍ୟ ବିପଦ ମାଡି ଆସିବା ସହ ପରିବାର ଉପରେ କୁପ୍ରଭାବ ପଡିଥାଏ । ତେବେ ଜାଣିରଖନ୍ତୁ କେଉଁ ଜିନିଷ ମୁଣ୍ଡ ପାଖରେ ରଖି ଶୋଇଲେ ମୃତ୍ୟୁ ହୋଇଥାଏ ।

୧- ଜୋତା ବା ଚପଲ:- ଆପଣ ଯେଉଁ ବେଡ ଉପରେ ଶୋଉଛନ୍ତି ସେହି ବେଡ ତଳେ ବା ମୁଣ୍ଡ ପାଖରେ ପାଦରେ ପିନ୍ଧୁଥିବା କୌଣସି ଜିନିଷ  ରଖିବା ଉଚିତ ନୁହେଁ । ଏହା ଦ୍ଵାରା ନିଜର ଶାରୀରିକ କ୍ଷତି ହେବା ସହ ଧନହାନୀ ଘଟିଥାଏ । ଏହା ଦ୍ୱାରା ମନୁଷ୍ୟ ଦରିଦ୍ର ପାଲଟି ଯାଇଥାଏ ।

୨-ମନିପର୍ସ:- ରାତିରେ ଶୋଇବା ବେଳେ ମୁଣ୍ଡ ତଳେ ତକିଆ ନିଶ୍ଚୟ ଦେଉଥିବେ । କିଛି ଲୋକ ଅଛନ୍ତି ତକିଆ ତଳେ ମନିପର୍ସ ରଖି ଶୋଇଥାନ୍ତି । ଏହା ଦ୍ୱାରା ସେମାନଙ୍କର ଅଯଥା ଖର୍ଚ୍ଚ ହୋଇଥାଏ । ଏହା ଦ୍ୱାରା ମନୁଷ୍ୟ ସର୍ବଦା କରଜରେ ବୁଡି ରୁହନ୍ତି ଏବଂ ସମାଜରେ ଅନେକ ଅସୁବିଧାର ସମ୍ମୁଖିନ କରିବାକୁ କରିଥାଏ । ଅନେକଙ୍କ ଠାରୁ ଗାଳି, ଅପମାନ ମଧ୍ୟ ଶୁଣିଥାନ୍ତି ।

୩-ଘଣ୍ଟା ବା ମୋବାଇଲ ଫୋନ:- ଏହି ସବୁକୁ ମୁଣ୍ଡ ପାଖରେ ରଖି ଶୋଇବା ଦ୍ୱାରା ଶରୀର ଅସୁସ୍ଥ ହେବା ସହ ଅତ୍ୟଧିକ ଗୁରୁତର ହୋଇପଡେ । ମୋବାଇଲ ଫୋନରୁ ବାହାରୁ ଥିବା ରେଡିଏସନ ଶରୀରକୁ କ୍ଷତି ପହଞ୍ଚାଇବା ସହ ମୃତ୍ୟୁମୁଖରେ ପକାଇଥାଏ ।

୪:- ପାଣି ବୋତଲ:- ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ପାଣି ବୋତଲ ରଖିବା ଅନୁଚିତ । ଏହା ଦ୍ୱାରା ଚନ୍ଦ୍ରଙ୍କ କୁପ୍ରଭାବ ସିଧାସଳଖ ମସ୍ତିଷ୍କ ଉପରେ ପଡିଥାଏ । ଫଳରେ ମାନସିକ ଉପରେ ଚାପ ବା ରୋଗ ଦେଖିବାକୁ ମିଳିଥାଏ । ଏହା ପାଇଁ ସମସ୍ତ ପରିବାର ଲୋକଙ୍କ ଉପରେ କୁ ପ୍ରଭାଵ ପଡିଥାଏ ।

୫:-ମାଗାଜିନ ବା ବହି:- ଏହି ସବୁକୁ ମୁଣ୍ଡ ତଳେ ଦେଇ ଶୋଇଲେ ସ୍ମରଣ ଶକ୍ତି ହ୍ରାସ ପାଇଥାଏ । ବୃଦ୍ଧି ଭ୍ରଷ୍ଟ ହୋଇଥାଏ ।

ମୋଟରଯାନ, ପରିବହନ ଟିକସ ପୈଠ ଅବଧି ବୃଦ୍ଧି

0

ଭୁବନେଶ୍ୱର:  କରୋନା ଯୋଗୁ ସାରା ଦେଶରେ ପ୍ରାଥମିକ ଭାବେ ଲକଡାଉନ ଜାରି ରହିଥିଲା । ଏହା ଦ୍ୱାରା ଅର୍ଥନୈତିକ ଗତିବିଧି ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହାର ସିଧାସଳଖ ପ୍ରଭାବ ପରିବହନ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ଏହି ଲକଡାଉନ କାରଣରୁ ଗାଡ଼ି ମାଲିକମାନେ  ଠିକ୍ ସମୟରେ ଟିକସ ମଧ୍ୟ ପୈଠ କରି ପାରି ନାହାନ୍ତି । ଏଥିପାଇଁ ସେମାନଙ୍କୁ ଗ୍ରେସ ପିରିୟଡ୍ ମଧ୍ୟ ପ୍ରଦାନ କରାଯାଇଥିଲା ।

ଚଳିତ ବର୍ଷର ଶେଷ ତିନିମାସ(ଅକ୍ଟୋବର-ଡିସେମ୍ବର) ପାଇଁ ଟିକସ ପୈଠ ଅବଧି ହୋଇଗଲାଣି । ହେଲେ ଏହାକୁ ପୈଠ କରିବା ପାଇଁ ବିଭିନ୍ନ ମୋଟରଯାନ ମାଲିକମାନେ ଅସୁବିଧା ଭୋଗ କରୁଛନ୍ତି । ସେମାନଙ୍କ ସୁବିଧା ପାଇଁ ଏହି ତିନିମାସର କର ପୈଠ ଅବଧି ଚଳିତ ମାସ ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି ।

 

ତିନି ଦଳର ପ୍ରାର୍ଥୀ ଘୋଷଣା ପରେ ସରଗରମ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ମଇଦାନ

ଭୁବନେଶ୍ୱର: ଆରମ୍ଭ ହେଲାଣି ପ୍ରଚାର । କରୋନା କଟକଣା ଭିତରେ ପ୍ରାର୍ଥୀ ଘର ଘର ବୁଲି ଭୋଟରଙ୍କୁ ଭେଟିବାରେ ଲାଗିଛନ୍ତି । ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ମାନସ ଦତ୍ତ ତାଙ୍କ ବାପା ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି । ସେପଟେ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରି କଂଗ୍ରେସ ମହିଳା କାର୍ଡ ଖେଳିଛି । ମହିଳା ଭାବେ ସେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ବିଜୟୀ ହେବେ ବୋଲି ଆଶା ରଖିଛନ୍ତି । ଅନ୍ୟପଟେ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ଆସନ ଦଖଲ କରିବାକୁ ଆରମ୍ଭ କରିଛି ସମରସଜ୍ଜା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିକାଶ କାମକୁ ଆଧାର କରି ବିଜୟ ନେଇ ଦୃଢ଼ ଆଶାବାଦୀ ଅଛନ୍ତି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ।

 

ସେହିପରି ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ବିରିଡ଼ି ବ୍ଲକ ହଳଦିଆ ପଡ଼ାରୁ ପ୍ରଚାର ଆରମ୍ଭ କରିଛନ୍ତି । ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ମାଗୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ଉକୁନ୍ଦରା ପଞ୍ଚାୟତରୁ ପ୍ରଚାର ଆରମ୍ଭ କରିଦେଇଛନ୍ତି । ବିଜେଡି ମଧ୍ୟ ରଣକୌଶଳ ସହ ମଇଦାନକୁ ଓହ୍ଲାଇଛି । ବିଷ୍ଣୁ ଦାସଙ୍କ ପରଲୋକ ପରେ ତାଙ୍କ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ପୁଅ ବିଜୟ ଶଙ୍କର ଦାସ ।

ବିଜୟଙ୍କ ପାଇଁ ଅନୁକମ୍ପା ଭୋଟ୍ ଥିବା ବେଳେ କିଛି ବର୍ଷ ହେଲା ଏହି ଆସନ ବିଜେଡିର ଗଡ଼ ରହି ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହିଁ ଭୋଟରଙ୍କୁ ଦଳ ଆଡ଼କୁ ପୁନର୍ବାର ଆକର୍ଷିତ କରିବ ବୋଲି ବିଜେଡି ସମର୍ଥକ ଆଶାବାଦୀ ଅଛନ୍ତି ।  କେତେକ ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ,  ବିଜୟ ଶଙ୍କରଙ୍କ ପଲା ଅନ୍ୟ ୨ ପ୍ରାର୍ଥୀ ଅପେକ୍ଷା  ଭାରି ରହିଛି।

ସେପଟେ ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ନିର୍ବାଚନ ପରିଚାଳନାରେ ସାମିଲ ଥିବା କର୍ମଚାରୀଙ୍କୁ ଦିଆଯାଉଛି ଘନ ଘନ ତାଲିମ । କରୋନା କଟକଣା ମଧ୍ୟରେ ନିର୍ବାଚନ ପରିଚାଳନା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି ।

ଲଘୁଚାପ ବର୍ଷାରେ ଭାସୁଛି ଦକ୍ଷିଣ ଓଡିଶା, ୧୭ରୁ ଆଉ ଏକ ଲଘୁଚାପର ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା । ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା । ଗଞ୍ଜାମରୁ ଗଜପତି ବର୍ଷାରେ ବେହାଲ । ଲଘୁଚାପ ଆନ୍ଧ୍ରପ୍ରଦେଶର କାକିନାଡ଼ରେ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ହୋଇଛି ପ୍ରବଳ ବର୍ଷା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଉପାନ୍ତ ଅଞ୍ଚଳ ଆଙ୍କୁଲି , ବୁରତାଲର, ବଣିଆବସା , ବେହେରା ପୁଟ, ଇଲାଗଲା, ମଦୁଆଗୁମାନ୍ଦ ଲୋକ ଜଳ ଘେରରେ ରହିଛନ୍ତି । ପୁରୁଷୋତ୍ତମପୁର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଛି ବର୍ଷା ଜଳ । ଗଜପତି ଜ଼ିଲ୍ଲା ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ପାଣିରେ ବୁଡ଼ି ଯାଇଛି ।

ଘୋଡାହାଡ ଡ୍ୟାମ ରେ ଜଳପତ୍ତନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଧରାକୋଟ ବ୍ଲକ ଢ଼ଉଗାଁ ପଞ୍ଚାୟତ କେ. ରାମଚନ୍ଦ୍ରପୁରରେ ବର୍ଷା ପାଣି ପ୍ରବେଶ କରିଛି । ଉଦୟଗିରି, ରାୟଗଡ଼, ଗୁମ୍ମା, କାଶୀନଗର, ପାରଳାଖେମୁଣ୍ଡି ଅଞ୍ଚଳର ୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପାରଳାଖେମୁଣ୍ଡି ସୁବାସ ନଗରରେ ବର୍ଷା ଯୋଗୁଁ ଘର ଭୁଶୁଡିଛି ।  ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହରିଶ୍ଚନ୍ଦ୍ର ନାଗବଂଶଙ୍କ ପରିବାର । ଦିଗପହଣ୍ଡିରେ ପଥର ଖସି ରାସ୍ତା ବନ୍ଦ ହୋଇଯାଇଛି । ସେହିଭଳି ମୋହନା ନିକଟ ରାମନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି ।

ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ ଆସନ୍ତାକାଲି ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ତେବେ ଆସନ୍ତା ୧୭ ତାରିଖରୁ ପୁଣି ଏକ ଲଘୁଚାପର ସମ୍ଭାବନା ରହିଛି । ଲଗାଣ ବର୍ଷା ହୋଇଥିଲେ ବି ଏବେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ  । ତେବେ ସବୁ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

IPL ଅଧାରୁ ଦଳ ଛାଡିବେ ପ୍ଲେୟାର, ନୂଆ ଦଳକୁ ଯିବା ତାଲିକାରେ ଅଛନ୍ତି ତାହିର୍ ଓ ରାହାଣେ…

ଭୁବନେଶ୍ୱର: ଏଥରର ଆଇପିଏଲର ମିଡ୍ ସିଜିନ ଟ୍ରାନ୍ସଫର ପାଇଁ ବହୁ ଖେଳାଳିଙ୍କ ନାମ ସାମିଲ ରହିଛି । ଦଳର ଫ୍ରାଞ୍ଚାଇଜଙ୍କ ସହମତି କ୍ରମେ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ଅଧାରୁ ହିଁ ଏଭଳି ନିଷ୍ପତ୍ତି ନେଇପାରିବେ । ତେବେ ୮ଟି ଦଳ ଏମିତି ଅନେକ ବଡ ଚେହେରା ରହିଛନ୍ତି, ଯେଉଁମାନେ ଦଳ ବଦଳାଇବା ନେଇ ନିଷ୍ପତ୍ତି ନେଇ ପାରନ୍ତି । ପ୍ରାବଧାନ ଅନୁଯାୟୀ, ଯେଉଁ ଖେଳାଳି ଦଳ ପରିବର୍ତ୍ତନ କରିବାକୁ ଇଚ୍ଛୁକ ଥିବେ, ସେ  ସର୍ବାଧିକ ୨ଟି ମ୍ୟାଚ ଖେଳିଥିବା ଆବଶ୍ୟକ ।

ଦୁଇଟିରୁ ଅଧିକ ମ୍ୟାଚ ଖେଳିଥିଲେ, ଉକ୍ତ ଖେଳାଳିଙ୍କୁ ମିଡ୍ ସିଜିନ୍ ଟ୍ରାନ୍ସଫର୍ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ । ତେବେ କିଛି ଏଭଳି ଚେହେରା ଯେଉଁମାନେ ବଗତ ଦିନରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ମଧ୍ୟ ଆଇପିଏଲର ବଛା ୧୧ରେ ସାମିଲ ହୋଇ ପାରିନାହାନ୍ତି, ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଆଜିଙ୍କ୍ୟ ରାହାଣେ, କ୍ରିସ ଗେଲ୍, ନାଥନ କୁଲଟରନାଇଲ ଓ ଇମ୍ରାନ ତାହିରଙ୍କ ଭଳି ସବୁଠାରୁ ଅଧିକ ଆକର୍ଷଣରେ ରହିଛନ୍ତି । ଏମାନେ ଦଳ ବଦଳ କରିପାରନ୍ତି ।

ଉଲ୍ଲେଖଯୋଗ୍ୟ ଯେ ମିଡ୍ ସିଜିନ୍ ଟ୍ରାନ୍ସଫର୍ ପାଇଁ ମୁମ୍ୱାଇ ଅଣ୍ଡିଆନ୍ସର ୧୩ ଜଣ, ଦିଲ୍ଲୀ କ୍ୟାପିଟାଲ୍ସର ୯ ଜଣ, କୋଲକାତା ନାଇଟ ରାଇଡର୍ସର ୧୦, ରୟାଲ ଚ୍ୟାଲେଞ୍ଜର୍ସର ୧୧, ହାଇଦ୍ରାବାଦର ୧୩, ରାଜସ୍ଥାନ ରୟାଲ୍ସର ୧୧, ଚେନ୍ନାଇ ସୁପର କିଙ୍ଗ୍ସର ୧୦ ଓ କିଙ୍ଗ୍ସ ୧୧ ପଞ୍ଜାବର ୧୩ ଜଣ ଖେଳାଳିଙ୍କ ମଧ୍ୟରୁ କେହି ବି ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରନ୍ତି ।

ରାଜ୍ୟରେ ଆଉ ୨୯୭୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨ ହଜାର ୭୯୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮ରେ ପହଞ୍ଚିଛି ।

ତେବେ ୨୭୯୬ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାର ୫୮୨ ଜଣ ସାମିଲ ଥିବା ବେଳେ କଟକରୁ ୧୭୯ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଯାଜପୁରରୁ ୧୪୮, ଅନୁଗୁଳରୁ ୧୩୫, ପୁରୀରୁ ୧୨୭, ନବରଙ୍ଗପୁରରୁ ୧୨୦, ବଲାଙ୍ଗିରରୁ ୧୦୭, ସମ୍ବଲପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୨, ବରଗଡ଼ରୁ ୯୭, ମୟୂରଭଞ୍ଜରୁ ୯୬, ସୁନ୍ଦରଗଡରୁ ୭୭, କାଳାହାଣ୍ଡିରୁ ୭୬, ବାଲେଶ୍ୱରରୁ ୭୫, ସୋନପୁରରୁ ୭୧, ଜଗତ୍‌ସିଂହପୁରରୁ ୫୨, କାନ୍ଧମାଳରୁ ୫୦, କୋରାପୁଟରୁ ୪୭, ଭଦ୍ରକରୁ ୪୨, କେନ୍ଦୁଝରରୁ ୪୧, ମାଲକାନଗିରିରୁ ୪୧, ନୟାଗଡ଼ରୁ ୩୭, ଗଞ୍ଜାମରୁ ୩୪, ଢ଼େଙ୍କାନାଳରୁ ୩୩, ଝାସୁଗୁଡାରୁ ୩୧, ଦେଓଗଡ଼ରୁ ୧୭, ଗଜପତିରୁ ୧୭, ବୌଦ୍ଧରୁ ୫, ରାୟାଗଡାରୁ ୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଷ୍ଟେଟ୍‌ ପୁଲରୁ ମଧ୍ୟ ୧୫୦ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି ।

ଜାତୀୟ ରଗବୀ ଦଳର ପ୍ରାୟୋଜକ ହେଲା ଓଡ଼ିଶା, ସାମଗ୍ରିକ ବିକାଶରେ କରିବ ସହଯୋଗ

ଭୁବନେଶ୍ୱର :  କ୍ରୀଡ଼ା ଆମର ପରିଚୟ । କିଛି ବର୍ଷ ହେବ କ୍ରୀଡା କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ଓଡ଼ିଶା ସରକାର । ଜାତୀୟ ଖେଳ ହକି ପ୍ରୋତ୍ସାହନ ଦେବା ସହ ସଫଳ ଭାବେ ବିଶ୍ୱକପ ଆୟୋଜନ କରିଥିଲା ଓଡ଼ିଶା । ଏହା ପୂର୍ବରୁ ରାଜ୍ୟ ଆୟୋଜନ କରିଥିଲା ଏସିଆନ ଆଥଲେଟିକ୍ ଚମ୍ପିୟାନଶିପ୍ । ଓଡ଼ିଶା ପ୍ରଶାସନ ଜାତୀୟସ୍ତରୀୟ କ୍ରୀଡା ଆୟୋଜନ ଓ ପ୍ରୋତ୍ସାହନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଏକାଧିକ ସଫଳ ଆୟୋଜନ ପରେ ଆଉ ଏକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଗାମୀ ଦିନ ବର୍ଷ ପାଇଁ ଜାତୀୟ ରଗବୀ ଦଳର ପ୍ରାୟୋଜକ ହେବାକୁ ଯାଉଛି ଓଡ଼ିଶା ।

ଏ ନେଇ ଓଡ଼ିଶା ସରକାର ଏବଂ ଇଣ୍ଡିଆନ ରଗବୀ ଫୁଟବଲ ୟୁନିୟନ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । 2023 ପର୍ଯ୍ୟନ୍ତ ଏହି ଚୁକ୍ତିନାମା କାର୍ଯ୍ୟକ୍ଷମ ହେବ । ରଗବୀ ଖେଳାଳିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେବ ।

ଏହି ରାଜିନାମା କ୍ରୀଡ଼ା ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆର ଭୀନିଲ କ୍ରିଷ୍ଣା ଏବଂ ଇଣ୍ଡିଆନ ରଗବୀ ଫୁଟବଲ ୟୁନିୟନ ସଭାପତି ମାନେକ ଉନୱାଲାଙ୍କ ମଧ୍ୟରେ ହୋଇଥିଲା । ଏହି ରାଜିନାମା ସ୍ୱାକ୍ଷରିତ ହେବା ପରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ,  ଅଭିନେତା ତଥା ରଗବୀ ଖେଳାଳି ରାହୁଲ ବୋଷ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଚୁକ୍ତି ଦ୍ୱାରା ଆଗାମୀ ୩ ବର୍ଷ ପାଇଁ ଉଭୟ ପୁରୁଷ ଏବଂ ମହିଳା ରଗବୀ ଦଳର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସହଭାଗିତା ରହିବ ।

ଯେଉଁ ଆଣ୍ଟିବଡି କକ୍‌ଟେଲ୍‌ ଚିକିତ୍ସାରେ ସୁସ୍ଥ ହୋଇଥିଲେ ଟ୍ରମ୍ପ, ତାହା ସାଧାରଣ ଲୋକଙ୍କୁ ବି ମିଳିପାରେ..

ଆମେରିକା: ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍ ଗେଟ୍ସ କହିଛନ୍ତି, ଯେଉଁ ଆଣ୍ଟିବଡି କକଟେଲ (REGN-COV2) ଦ୍ୱାରା ରାଷ୍ଟ୍ରପତି ଟ୍ରମ୍ପଙ୍କ ଚିକିତ୍ସା କରାଯାଇଥିଲା ତାକୁ ଆମେ କରୋନା ଭାଇରସ୍‌ର ଔଷଧ କହି ପାରିବା ନାହିଁ । କାରଣ ସେହି ଔଷଧ ସବୁ ରୋଗୀଙ୍କ ଶରୀରରେ କାମ କରିବ ନାହିଁ ।

Foxbusiness.com ର ଏକ ରିପୋର୍ଟ ଅନୁଯାୟୀ, ବିଲ୍ ଗେଟ୍ସ କହିଛନ୍ତି ଯେ ମହାମାରୀକୁ ଶେଷ କରିବା ପାଇଁ ଟିକା ପରୀକ୍ଷଣ ଚାଲିଛି । ହେଲେ ଏହି ଆଣ୍ଟିବଡି ଚିକିତ୍ସା କେତେକ କ୍ଷେତ୍ରରେ କରୋନା ଭୂତାଣୁକୁ ରୋକିବାରେ ଲାଭଦାୟକ ହୋଇପାରେ । ସେ ଆହୁରି କହିଛନ୍ତି, ଆଣ୍ଟିବଡି କକ୍‌ଟେଲ ଚିକିତ୍ସା ସେତେବେଳେ ହୋଇପାରିବ ଯେତେବେଳେ ଜଣେ କରେନା ଆକ୍ରାନ୍ତ ହୋଇଥିବା ସହ ଲକ୍ଷଣଯୁକ୍ତ ଏବଂ ଅଧିକ ଅସୁସ୍ଥ ଥିବ ।

ସୂଚନାଯୋଗ୍ୟ, ଆମେରିକୀୟ କମ୍ପାନୀ ରି-ଜେନେରନ୍ ମୂଷା ମାଧ୍ୟମରେ REGN-COV2 ନାମକ ଏକ ଆଣ୍ଟିବଡି କକଟେଲ ପ୍ରସ୍ତୁତ କରିଛି, ଯାହାଦ୍ୱାରା ଟ୍ରମ୍ପଙ୍କ ଚିକିତ୍ସା କରିଯାଇଥିଲା । ଏହି ଔଷଧ ଏବେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନାହିଁ । କିନ୍ତୁ ଟ୍ରାଏଲ ପାଇଁ ବ୍ରିଟେନରେ ଏହାର ବ୍ୟବହାର କରାଯାଉଛି ।

ବିଲ୍ ଗେଟ୍ସ କହିଛନ୍ତି ଯେ ଯଦି ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଆଣ୍ଟିବଡି ଚିକିତ୍ସାକୁ ଅନୁମତି ମିଳିଯାଏ, ତେବେ କରୋନା ଭ୍ୟାକ୍ସିନ୍‌ ଅପେକ୍ଷା ଏହାଦ୍ୱାରା ଅନେକ ଲୋକ ସୁସ୍ଥ ହୋଇପାରିବେ । ବିଶେଷ କରି ଯଦି ଆଣ୍ଟିବଡିର ସାମାନ୍ୟ ଡୋଜ୍‌ ଦିଆଯାଏ ।

ଗେଟ୍ସଙ୍କ କହିବାନୁଯାୟୀ, ଟ୍ରମ୍ପଙ୍କୁ ଆଣ୍ଟିବଡି କକଟେଲର ୮-ଗ୍ରାମର ଡୋଜ୍‌ ଦିଆଯାଇଥିଲା । ଏଏହାସହ ଟ୍ରାଏଲ ସମୟରେ ୦.୩ ଗ୍ରାମରୁ ୦.୭ ଗ୍ରାମ ପର୍ଯ୍ୟନ୍ତ ବ୍ୟବହାର କରାଯାଉଛି ।

ସୂଚାନାଯୋଗ୍ୟ, କରୋନା ଟିକା ଆବିଷ୍କାର ଏବଂ ଉତ୍ପାଦନ ପାଇଁ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ବିଲ୍ ଗେଟ୍ସ ଆଶା କରୁଛନ୍ତି ଯେ, ରି-ଜେନେରନ୍ ଏବଂ ଏଲି ଲିଲିଙ୍କ ଆଣ୍ଟିବଡିକୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ପାଇଁ ଆସନ୍ତା କିଛି ମାସ ମଧ୍ୟରେ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି ।

ନିଜ ଘରେ ରଖିଥିଲେ ୨୦ଟି ଅଜଗର, ୫୮୫ଟି ମୂଷା ଓ ୪୬ଟି ଠେକୁଆ, ଶେଷରେ ହେଲା ଏମିତି ଅବସ୍ଥା

ଆମେରିକା: ନିଜ ଘରେ ୨୦ ଟି ଅଜଗର ସାପ ରଖିଥିବାରୁ Martin Bone ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଆମେରିକାର ବାସିନ୍ଦା ମାର୍ଟିନ ନିଜ ଘରେ ୨୦ଟି ସାପ ରଖୁଥିବା ଖବର ଏବେ ଖୁବ ଭାଇରାଲ ହେଉଛି ।

ଅନେକ ମୂଷା ଏବଂ ଠେକୁଆ ମଧ୍ୟ ଉଦ୍ଧାର

ଅଜଗର ସହିତ ଅନେକ ମୂଷା ଏବଂ ଠେକୁଆ ମଧ୍ୟ ଉଦ୍ଧାର କଲା ପୋଲିସ । ୨୦ଟି ଅଜଗର ସହିତ ୫୮୫ଟି ମୂଷା ଏବଂ ୪୬ଟି ଠେକୁଆକୁ ଉଦ୍ଧାର କରାଯାଇଛି । ବିଷାକ୍ତ ଜୀବଜନ୍ତୁ ମାନଙ୍କୁ ଘରେ ରଖୁଥିବା କାରଣରୁ ମାର୍ଟିନଙ୍କ ଉପରେ ୨୦ରୁ ବି ଅଧିକ ଦଫା ଲଗାଯାଇଛି । କେବଳ ସେତିକି ନୁହେଁ ୧୦ ଟି ଅଜଗରର ଲମ୍ବ ୧୦ ଫୁଟରୁ ଅଧିକ ଥିବା ଜଣାପଡ଼ିଛି ।

ଅଣ୍ଡରକଭର ଏଜେଣ୍ଡକୁ ବିକିଥିଲା ଅଜଗର

ଡିଟେକଟିଭ କେନ ହେନସନଙ୍କ କହିବା ମୁତାବକ ଏକ ଅଣ୍ଡରକଭର ଏଜେଣ୍ଡ ଫେସବୁକ ମାଧ୍ୟମରେ ମାର୍ଟିନ ସହ ଯୋଗାଯୋଗ କରିଥିଲେ ଏବଂ ଗୋଟିଏ ଅଜଗର କିଣିଥିଲେ । ସୂଚନା ଅନୁଯାୟୀ ଏହି ଅଜଗର ସାପ ଗୁଡ଼ିକ ଘରେ ବେଡ ଉପରେ ପଡ଼ି ରହୁଥିଲେ ।

ପରମିଟ ଅପଡେଟ କରିନଥିଲେ ମାର୍ଟିନ

ABC4.Com ମୁତାବକ, ମାର୍ଟିନ ଏହି ଅଜଗରଙ୍କୁ ରଖିବା ପାଇଁ ପରମିଟ ମଧ୍ୟ ଅପଡେଟ କରିନଥିଲା । ଏହି ବିଷାକ୍ତ ଜୀବଙ୍କୁ ବିକ୍ରି କରୁଥିବା ଅଭିଯୋଗରେ ମାର୍ଟିନଙ୍କୁ ପୋଲିସ ଗିରଫ କରିଥିଲା । ଏହି ସମସ୍ତ ଜୀବଜନ୍ତଙ୍କୁ ଯାଞ୍ଚ ପାଇଁ ପଠାଯିବ, ଯେଉଁଠି ଏହା ଜଣାପଡ଼ିବ ଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଅଛି ନାହିଁ ।