କମିଲା କରୋନା ପରୀକ୍ଷଣ ଦାମ, ୧୨ ଶହ ଟଙ୍କାରେ ଘରୋଇ ଲ୍ୟାବରେ ଟେଷ୍ଟିଂ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ଟେଷ୍ଟିଂ ବଢ଼ିଥିବା ବେଳେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ଲ୍ୟାବ ସହ ଘରୋଇ ଲ୍ୟାବରେ ମଧ୍ୟ କରୋନା ଟେଷ୍ଟିଂ ହେଉଛି । ପୂର୍ବରୁ ଘରୋଇ ଲ୍ୟାବରେ କରୋନା ଟେଷ୍ଟିଂ ପାଇଁ ସରକାର ୨୨୫୦ ଟଙ୍କା ଧାର୍ଯ୍ୟ କରିଥିଲେ । ଏବେ ଏହି ଦର ହ୍ରାସ୍ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଜି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଘରୋଇ ଲ୍ୟାବରେ ଏଣିକି କରୋନା ପରୀକ୍ଷା କଲେ ୧୨ ଟଙ୍କା ଦେବାକୁ ପଡ଼ିବ । ଏବେ ରାଜ୍ୟରେ ୪ଟି ଘରୋଇ ଲ୍ୟାବ କରୋନା ଟେଷ୍ଟ କରୁଛନ୍ତି । ICMR ଅନୁମତି କ୍ରମେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର, ସମ୍ ହସ୍ପିଟାଲ, ଇନ୍ ଡିଏନଏ ଲାଇଫ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଜେନଏକ୍ସ ଡାଇଗ୍ନୋଷ୍ଟିକରେ କରୋନା ପରୀକ୍ଷା କରିହେଉଛି ।

ଏସବୁ ଘରୋଇ ଲ୍ୟାବରେ କରୋନା ପରୀକ୍ଷଣ ହେଉଥିବା ବେଳେ RMRC ଭୁବନେଶ୍ୱର ଏହାର ସୁପରଭିଜନ କରୁଛି । କରୋନା ପରୀକ୍ଷଣ ଦାମ କମ୍ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳଙ୍କ ସହ ସମ୍ପୃକ୍ତ ଘରୋଇ ଲ୍ୟାବକୁ ମଧ୍ୟ ଚିଠିରେ ନିର୍ଦ୍ଦେଶ ଦେଇଛି ।

Leave a Reply