spot_img
Home Blog Page 6557

୫-୧୦ ଟଙ୍କାର ଏହି ପୁରୁଣା ନୋଟ୍ ଓ ମୁଦ୍ରା ଆପଣଙ୍କୁ କରିପାରେ ମାଲାମାଲ୍…

ନୂଆଦିଲ୍ଲୀ: କରୋନା ସଙ୍କଟରେ ଘରେ ବସି ହୋଇପାରିବେ କୋଟିପତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏଥିପାଇଁ କିଛି କାମ କରିବାର ଆବଶ୍ୟକତା ନାହିଁ । ପାଖରେ କେବଳ ୫ ଏବଂ ୧୦ ଟଙ୍କା ମୁଦ୍ରା ରହିବା ଉଚିତ୍ । ଏହି ପୁରାତନ କିମ୍ବା ଏଣ୍ଟିକ୍ ମୁଦ୍ରାର ଫଟୋ ୱେବସାଇଟରେ ପୋଷ୍ଟ କରିବାକୁ ପଡ଼ିବ । ଏହି ଫଟୋ ପୋଷ୍ଟ କରିବା ପରେ ଲୋକମାନେ ମୁଦ୍ରା ପାଇଁ ନିଲାମ କରିବେ । ଏବଂ ଏହି ମୁଦ୍ରାକୁ ବିକ୍ରି ସାଧାରଣ ଲୋକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ତେବେ କେଉଁ କେଉଁ ମୁଦ୍ରା ଆପଣଙ୍କୁ କୋଟିପତି କରିବ ଜାଣନ୍ତୁ-

ରିପୋର୍ଟ ଅନୁସାରେ ଇଣ୍ଡିଆ ମାର୍ଟ ୱେବସାଇଟରେ ପୁରୁଣା ମୁଦ୍ରା ଏବଂ ନୋଟ୍ ନିଲାମ କରାଯାଉଛି। ତେବେ ଯଦି କିଏ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲପାଉଥିବେ, ତାହଲେ ସେମାନେ କୋଟିପତି ହୋଇପାରନ୍ତି । ଏଥିପାଇଁ ପାଖରେ ୧୦ କିମ୍ବା ୫ ଟଙ୍କାର ପୁରୁଣା ମୁଦ୍ରା ଥିବା ଦରକାର ଯେଉଁଥିରେ ବୈଷ୍ଣୋ ଦେବୀଙ୍କ ଫଟୋ ଥିବା ଜରୁରୀ । ଆଜିକାଲି ଟଙ୍କା ରୋଜଗାର କରିବା ପାଇଁ ଇ-କମର୍ସ ୱେବସାଇଟରେ ମଧ୍ୟ ଟ୍ରେଣ୍ଡିଂରେ ରହିଛି ।  ଯଦି କାହା ପାଖରେ ବୈଷ୍ଣୋ ଦେବୀଙ୍କର ୫ ଏବଂ ୧୦ ମୁଦ୍ରା ଅଛି, ତେବେ ସେମାନେ ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ ।

ସୂଚନାଯୋଗ୍ୟ ଯେ, ଏହି ମୁଦ୍ରାକୁ ୨୦୦୨ ମସିହାରେ ଜାରି କରାଯାଇଥିଲା । ଏହି ମୁଦ୍ରାରେ ଦେବୀଙ୍କ ଚିତ୍ର ହେତୁ ଲୋକମାନେ ଏହାକୁ ବହୁତ ଶୁଭ ବୋଲି ମନେ କରୁଛନ୍ତି । ହିନ୍ଦୁ ଧର୍ମରେ ବୈଷ୍ଣୋ ଦେବୀଙ୍କୁ ପୂଜା କରାଯାଏ। ଲୋକମାନେ ଏହି ମୁଦ୍ରା ପାଇଁ ଏବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ମୁଦ୍ରାଗୁଡ଼ିକ ବିକ୍ରି କରି ପାଖାପାଖି ୧୦ ଲକ୍ଷ ଟଙ୍କା ରୋଜଗାର କରିହେବ ।

ଇଣ୍ଡିଆ ମାର୍ଟରେ ଏହି ନୋଟ୍ ଗୁଡିକୁ ଘରେ ବସି ବିକ୍ରି କରିହେବ । ଏହି କମ୍ପାନୀର ସାଇଟ୍ ବିଷୟରେ ଜାଣିବା ପରେ ସମସ୍ତେ ଏହି ନୋଟ୍ ବିକ୍ରି କରିପାରିବେ । ଏଥିପାଇଁ ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ନୋଟ୍ ବ୍ରିଟିଶ ଭାରତରେ ଏଭଳି ଅନେକ ନୋଟ୍ ଚାଲୁଥିଲା, ଯାହା ଏବେ ସୁଦ୍ଧା କେହି ଜାଣି ନଥିବେ । ପ୍ରଥମେ ୧୦ ଟଙ୍କିଆ ନୋଟରେ ଅଶୋକ ସ୍ତମ୍ଭର ଚିତ୍ର ରହୁଥିଲା । ୩ ମୁଖ ସିଂହର ଏହି ନୋଟର ଏବେ ବହୁତ ଡିମାଣ୍ଡ ରହିଛି । ଏହି ବିରଳ ନୋଟ ଏବେ ସାଧାରଣ ଲୋକଙ୍କର ଭାଗ୍ୟ ବଦଳିପାରେ । ଏହି ଗୋଟେ ନୋଟ୍ ପାଇଁ ଏବେ ୨୦-୨୫ ହଜାର ଟଙ୍କା ମିଳୁଛି । ଏହି ନୋଟକୁ ଘରେ ବସି ଅନଲାଇନରେ ମଧ୍ୟ ବିକ୍ରି କରିଯାଇପାରିବ ।

ବିବାଦୀୟ ରାଜ୍ୟ ବିରୋଧୀ ଟ୍ୱିଟ୍ କରି ଫସିଲେ ବୈଜୟନ୍ତ ପଣ୍ଡା, ରାଜ୍ୟ ସାରା ବିରୋଧ ପ୍ରଦର୍ଶନ…

ଭୁବନେଶ୍ୱର/ଝାରସୁଗୁଡା: ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ଅଶ୍ଳୀଳ ଭିଡିଓ ପ୍ରସଙ୍ଗରେ ଓଟିଭି ସାମ୍ୱାଦିକ ରମେଶ ରଥ ଗିରଫ ହେଲେ । ତାଙ୍କ ପକ୍ଷରେ ଓକିଲାତି କରିବାକୁ ଯାଇ ବୈଜୟନ୍ତ ପଣ୍ଡା ଓଡିଶାକୁ ପାକିସ୍ତାନ ସହ ତୁଳନା କରିବାକୁ ମଧ୍ୟ ପଛାଇଲେ ନାହିଁ । ତେବେ ବୈଜୟନ୍ତଙ୍କ ଏଭଳି ମନ୍ତବ୍ୟ ପରେ ସାରା ରାଜ୍ୟରେ ତାଙ୍କ ପ୍ରତି ଆକ୍ରୋଶ ଦେଖିବାକୁ ମିଳିଛି । ବୈଜୟନ୍ତଙ୍କର ଏଭଳି ମନ୍ତବ୍ୟକୁ ରାଜ୍ୟ ବିରୋଧୀ ବୋଲି କୁହାଯିବା ସହ ସେ ଏହି ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଭୁଲ୍ ପ୍ରାର୍ଥନା କରନ୍ତୁ ବୋଲି ଦାବି ଉଠିଛି ।

ରାଜ୍ୟର କୋଣ ଅନୁକୋଣରୁ ଲୋକେ ଏବେ ତାଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟାଶୀଳ ହେଉଛନ୍ତି । ଏପରିକି ବୈଜୟନ୍ତଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରିବା ପାଇଁ ମଧ୍ୟ ଦାବି ଉଠୁଛି । ସେହିଭଳି କ୍ୟାପିଟାଲ ଥାନାରେ ବୈଜୟନ୍ତଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ଯୁବ ଅଭିଯାନ ଓଡିଶା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ବୈଜୟନ୍ତ ନିଜ ହୀନ ମାନସିକତାର ପରିଚୟ ଦେଇଛନ୍ତି । ଦେଶଦ୍ରୋହ ମାମଲାରେ ତାଙ୍କୁ ଗିରଫ କରାଯାଉ । ରାଜ୍ୟବାସୀଙ୍କ ଭାବନା ସହ ଖେଳିବାକୁ ତାଙ୍କର କୌଣସି ଅଧିକାର ନାହିଁ ।

ସେହିଭଳି ଆଜି ଅପରାହ୍ଣ ୪.୪୫ ମିନିଟରେ “Odisha Student and Youth Forum” ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କ କୁଶପୁତଳିକା ଦାହ କରାଯିବ  । ଏଥିସହ ବୈଜୟନ୍ତ ପଣ୍ଡା ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ମଧ୍ୟ ଦାବି କରାଯିବ। ସେହିଭଳି ବୈଜୟନ୍ତଙ୍କ ଟ୍ୱିଟକୁ ବିରୋଧକରି ଆଜି ଝାରସୁଗୁଡାର ଖିଦମତ କମିଟି,  ସଙ୍ଗିନୀ ପରି ଅନେକ ସାମାଜିକ ସଙ୍ଗଠନ ଝାରସୁଗୁଡା ରେଳ ଷ୍ଟେସନ ଆଗରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରିଛି। ବୈଜୟନ୍ତ ରାଜନୈତିକ ଲାଭ ପାଇଁ ଓଡିଶାର ମାନ ମହତ ଉପରେ କଟାକ୍ଷ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଛବିକୁ ମଳିନ କରିବାକୁ ଉଦ୍ୟମ କରିଥିବା ସଂଗଠନ ପକ୍ଷରୁ କୁହାଯାଇଛି ।

ଚାରି ମାସ ମଧ୍ୟରେ ଭାରତରେ କରୋନା ସ୍ଥିତି ହେବ ନିୟନ୍ତ୍ରଣ !

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ସଙ୍କଟ ଏବେ ବି ଜାରି ରହିଛି । ତେବେ ଆସନ୍ତା ଚାରିମାସ ମଧ୍ୟରେ କୋଭିଡ -19 ଦେଶରେ ନିୟନ୍ତ୍ରଣ ହେବ ବୋଲି କୁହାଯାଉଛି । ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବୈଜ୍ଞାନିକମାନଙ୍କର ଏକ କମିଟି ଅନୁସାରେ, ୨୦୨୧ ମସିହା ଫେବୃଆରୀ ମାସ ସୁଦ୍ଧା ମହାମାରୀର ସ୍ଥିତି ନିୟନ୍ତ୍ରଣ ହେବ । ଯଦି ସମଗ୍ର ଦେଶବାସୀ ସତର୍କ ରହି ସବୁ ନିୟମ ଠିକ୍ ଭାବରେ ପାଳନ କରନ୍ତି ତାହେଲେ କରୋନାଠୁ ମୁକ୍ତି ମିଳିପାରିବ ।

ହାଇଦ୍ରାବାଦ ଆଇଆଇଟିର ପ୍ରଫେସର ଏମ ବିଦ୍ୟାସାଗରଙ୍କ ଅନୁସାରେ ଦେଶରେ କରୋନା ସଂକ୍ରମଣ ମହାମାରୀର ଗତିବିଧିକୁ ବୁଝିବା ପାଇଁ କମିଟି ଏକ ନୂତନ ମଡେଲ ବ୍ୟବହାର କରିଥିଲା। ଏଥିରୁ ଜଣାପଡିଛି ଯେ, ସେପ୍ଟେମ୍ବର ମାସରେ କରୋନା ଶିଖରରେ ରହି ଏବେ ଗତ ଏକ ମାସରୁ ଏହାର ସଂକ୍ରମିତ ସଂଖ୍ୟା କମିବାରେ ଲାଗିଛି ।

କମିଟିରେ ସାମିଲ ଥିବା କାନପୁରର ଆଇଆଇଟି ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲଙ୍କ କହିବାନୁସାରେ, ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ଉଚିତ୍ । କେରଳରେ ଓନାମ ଫେଷ୍ଟିଭାଲ ପରେ କରୋନା ସଂକ୍ରମିତ ମାମଲା ବୃଦ୍ଧି ହୋଇଥିଲା । ତେଣୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତା ରହିବା ମହାମାରୀକୁ ରୋକିବାରେ ସହଯୋଗ କରିବ । ଯଦି ସମସ୍ତ ନିୟମ ପାଳନ କରାଯାଏ ତାହେଲେ ଫେବୃଆରୀ ସୁଦ୍ଧା ଦେଶର ପରିସ୍ଥିତି ନିୟନ୍ତ୍ରଣକୁ ଆସିବ।

୧- କମିଟି ଏହା ମଧ୍ୟ କହିଛି ଯେ ଯଦି ମାର୍ଚ୍ଚରେ ଲକଡାଉନ୍ ଘୋଷଣା ହୋଇନଥାନ୍ତା ତେବେ ଦେଶର ଅବସ୍ଥା ବହୁତ ଖରାପ ଥାନ୍ତା । ଲକଡାଉନ୍ ନହୋଇଥିଲେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବଢିଥାନ୍ତା । ମାର୍ଚ୍ଚ ମାସରେ ଲକଡାଉନ୍ କାରଣରୁ ମୃତ୍ୟୁ ସଂଖ୍ୟା ପ୍ରାୟ ୧ ଲକ୍ଷ ଭିତରେ ରହିଲା ବୋଲି କମିଟିର ମତ । ଲକଡାଉନ୍ ନହୋଇଥିଲେ ଏହି ସଂଖ୍ୟା ଅଧିକ ହୋଇଥାନ୍ତା ।

୨- କମିଟି ଏହା ମଧ୍ୟ ବିଚାର କରିଛି ଯେ, ମାର୍ଚ୍ଚରେ ଲକଡାଉନ୍ ପରେ ସଂକ୍ରମଣର ପ୍ରଭାବ ବହୁତ କମ୍ ଥିଲା। କମିଟି ଅନୁଯାୟୀ, ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବା ପରେ ଗ୍ରହଣ କରାଯାଇଥିବା କ୍ୱାରାଣ୍ଟାଇନ୍ ରଣନୀତି ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ।

୩- କରୋନା ରିପୋର୍ଟ ଅନୁଯାୟୀ, ଦେଶରେ ୧ ଲକ୍ଷ ୧୪ ହଜାରରୁ ଅଧିକ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୭୫ ଲକ୍ଷ କରୋନା ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ମୋଟ ସକ୍ରିୟ ମାମଲା ୮ ଲକ୍ଷରୁ କମ୍ ରହିଛି ।

୪- ବିଶ୍ୱରେ ପ୍ରାୟ ୪କୋଟି କରୋନା ମାମଲା ରହିଛି । ସେଥିମଧ୍ୟରୁ ଭାରତରେ ପ୍ରାୟ ୭୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ସାରା ବିଶ୍ୱରେ ୧୧ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥିବାବେଳେ, ଭାରତରେ ୧ ଲକ୍ଷରୁ ଅଧିକ ମୃତ୍ୟୁ ମାମଲା ରହିଛି । ଆମେରିକାରେ ପ୍ରାୟ ୮୨ ଲକ୍ଷ ମାମଲା ଏବଂ ୨ ଲକ୍ଷ ୧୯ ହଜାର ମୃତ୍ୟୁ ହୋଇଛି । ସେପଟେ ବ୍ରାଜିଲରେ ୫୨ ଲକ୍ଷରୁ ଅଧିକ ମାମଲା ରହିଥିବାବେଳେ ୧ ଲକ୍ଷ ୫୩ ହଜାରରୁ ଅଧିକ ମୃତ୍ୟୁ ହୋଇଛି ।

ବଢିଲା ଓଟିଭି ଅଡୁଆ: ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ନୂଆଦିଲ୍ଲୀ: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ସ୍ୱାଧୀକାର ଭଙ୍ଗ ହୋଇଥିବା ଅଭିଯୋଗ କରିଛନ୍ତି । ଓଟିଭି ବିରୋଧରେ ଲୋକସଭାର ସ୍ୱାଧୀକାର ଭଙ୍ଗ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତାଙ୍କ ଛବିକୁ ସାଧାରଣରେ ଖରାପ କରିବା ପାଇଁ ଓଟିଭି ଏକ ମିଥ୍ୟା ଅଶ୍ଳୀଳ ଭିଡିଓର ପ୍ରଚାର ପ୍ରସାର କରିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଓଟିଭିର ଏଭଳି କାର୍ଯ୍ୟକଳାପ ଦ୍ୱାରା ତାଙ୍କ ସାମ୍ୱିଧାନିକ ଅଧିକାରର ଉଲଂଘନ ହୋଇଛି । ଏଣୁ ସାସଂଦଙ୍କୁ ସୁରକ୍ଷା ଦେବା ଓ ସଂସଦର ଗାରିମା ବଜାୟ ରଖିବା ପାଇଁ ସେ ସ୍ୱାଧୀକାର ଭଙ୍ଗ ନୋଟିସର ଦାବି କରିଛନ୍ତି ।

ତେବେ ଏଥିପାଇଁ ତାଙ୍କୁ ପ୍ରଥମେ ଅଭିଯୋଗ ସମ୍ୱନ୍ଧୀତ ତଥ୍ୟ ସହ କମିଟି ସମ୍ମୁଖରେ ଉପସ୍ଥାପିତ ହେବାକୁ ପଡିବ । ସେ ଲୋକସଭାର ସବୁ ପ୍ରକାର ପ୍ରକ୍ରିୟା ପାଇଁ ପ୍ରସ୍ତୁତ ଥିବା ଓ କମିଟି ଆଗରେ ତଥ୍ୟ ପ୍ରମାଣ ରଖିଛନ୍ତି ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ସେହିଭଳି ସାଂସଦ ନିଜର ଏକ ଭିଡିଓ ବୟାନ ମଧ୍ୟ ଲୋକସଭା ସେକ୍ରେଟାରୀଙ୍କ ନିକଟରେ ଦାଖଲ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସାଂସଦ ନିଜ ଚିଠିରେ ଭାଇରାଲ୍ ଭିଡିଓ ସହ ସଂପୃକ୍ତ ସବୁ ପ୍ରସଙ୍ଗକୁ ଘଟଣା କ୍ରମରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ସାଧାରଣରେ ତାଙ୍କର ମାନହାନୀ କରିବା ଉଦ୍ଦେଶ୍ୟରେ ଓଟିଭି ରିପୋର୍ଟର ମୋ ସମ୍ୱନ୍ଧୀତ ଏକ ମିଛ ଓ ଅଶ୍ଳୀଳ ଭିଡିଓ ଭାଇରାଲ କରି ମୋତେ ମାନସିକ ସ୍ତରରେ ନିର୍ଯାତନା ଦେଇଛନ୍ତି ।

ଏହି ପ୍ରସଙ୍ଗରେ ଗତ ଅକ୍ଟୋବର ୧୫ ତାରିଖରେ ସାମ୍ୱାଦିକ ରମେଶ ରଥଙ୍କୁ ଗିରଫ କରାଯାଇଥିଲା । ଏହାପରେ ଓଟିଭି ସଂସ୍ଥା ରମେଶ ରଥଙ୍କୁ ସପକ୍ଷରେ ଯୁକ୍ତି ବାଢିବା ସହ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଥିଲା । ଯୁକ୍ତି ଦର୍ଶାଇ କୁହାଯାଇଛି ଯେ, ମୋ ସମ୍ପର୍କିତ ମିଛ ଭିଡିଓ ଭାଇରାଲ୍ କରି ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ସମ୍ୱନ୍ଧିତ ବିବାଦୀୟ ଖବର ପ୍ରସାରଣ କରିବା ହେତୁ ସଂପୃକ୍ତ ସାମ୍ୱାଦିକଙ୍କ ଉପରେ ସରକାରୀ କଳ ରାଗ ସୁଝାଇଛନ୍ତି । ମାତ୍ର ଏକଥା ଆଦୌ ସତ୍ୟ ନୁହେଁ, ଉକ୍ତ ସାମ୍ୱାଦିକଙ୍କୁ ଭାଇରାଲ ଅଶ୍ଳୀଳ ଭିଡିଓ ପ୍ରସଙ୍ଗରେ ହିଁ ଗିରଫ କରାଯାଇଥିଲା ।

ତଥ୍ୟ ଓ ପ୍ରମାଣ, ଓଟିଭି ବିରୋଧର ଯାଉଥିବା ହେତୁ, ଏହି ଗଣମାଧ୍ୟମ ସଂସ୍ଥା ଖବରକୁ ରଙ୍ଗ ଦେଇ ମିଥ୍ୟା ଭାବେ ପରିବେଷଣ କରୁଛନ୍ତି । ତେଣୁ ସାଧାରଣରେ ମିଥ୍ୟା ପ୍ରଚାର ପ୍ରସାରକୁ ରୋକିବା ପାଇଁ ଓଟିଭି ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଲୋକସଭା ବାଚସ୍ପତିଙ୍କ ନିକଟରେ ଅପିଲ୍ କରିଛନ୍ତି । ତେବେ ଭାବପ୍ରବଣ ହୋଇ ସେ ଚିଠିରେ ଲେଖିଛନ୍ତି ଯେ, ଯଦି ମୋ ଭଳି ଜଣେ ଆଦିବାସୀ ମହିଳା ସାଂସଦଙ୍କୁ ନିଜ ସୁରକ୍ଷା ପାଇଁ ଆପଣଙ୍କ ପାଖରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦାଖଲ କରି ନିବେଦନ କରିବାକୁ ପଡୁଛି । ତେବେ ସାରା ଭାରତରେ ମହିଳାଙ୍କ ସୁରକ୍ଷାଜନିତ ସ୍ଥିତିକୁ ଆପଣ ଅନୁମାନ କରିପାରୁଥିବେ ।

Odisha Corona Updates: ସଂକ୍ରମଣ ମାତ୍ରା କମୁଛି, ଆଜି ଚିହ୍ନଟ ହେଲେ ୧୯୮୨ ସଂକ୍ରମିତ…

ଭୁବନେଶ୍ୱର: ରାଜ୍ୟରେ ଆଜି ସମୁଦାୟ୧୯୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟକୁ କ୍ୱାରେଣ୍ଟାଇନରୁ ୧୧୫୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୮୨୬ ରହିଛି । ତେବେ ସବୁଦିନ ଭଳି ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣ ତାଲିକାରେ ସବୁଠାରୁ ଆଗରେ ରହିଛି । ଖୋର୍ଦ୍ଧାରୁ ୩ଶହ, କଟକରୁ ୧୪୫, ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୮୬, ସୁନ୍ଦରଗଡ଼ରୁ ୯୮, ବଲାଙ୍ଗିରରୁ ୮୮ ଓ ମୟୁରଭଞ୍ଜରୁ ୧୦୭ ଜଣ ସଂକ୍ରମଣର ଶୀକାର ହୋଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ସଂକ୍ରମଣର ମାତ୍ରା କ୍ରମାଗତ ଭାବେ କମିବାରେ ଲାଗିଛି । ତେବେ ଟେଷ୍ଟିଂ କ୍ଷେତ୍ରରେ ରାଜ୍ୟ ଭଲ ପ୍ରଦର୍ଶନ କରିଆସୁଛି ।ଏଯାବତର ଟେଷ୍ଟିଂ ସଂଖ୍ୟା ୪ ଲକ୍ଷ ୮୨ ହଜାର ୬୩ ରହିଛି । ଏମାନଙ୍କ ମଧ୍ୟରୁ ସମୁଦାୟ ସଂକ୍ରମିତ ୨ ଲକ୍ଷ ୭୦ ହଜାର ୩୪୬ । ସେହିଭଳି ୨୨ ହଜାର ୩୦୪ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ ସଂକ୍ରମଣ କ୍ଷେତ୍ରରେ ଭୁବନେଶ୍ୱର ପୂର୍ବରୁ ଏକ ନମ୍ୱର ଥିବା ବେଳେ ଏବେ ସ୍ଥାନ ବଜାୟ ରଖିଛି । ମାତ୍ର ପୂର୍ବ ସଂକ୍ରମଣ ତୁଳନାରେ ରାଜଧାନୀର ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ହୋଇଛି । ମୋଟାମୋଟି ଭାବେ ଦେଖିଲେ ରାଜ୍ୟର ସଂକ୍ରମଣ ଗତ ୧୫ ଦିନ ତଳେ ଦିନକୁ ପାଖାପାଖି ୪ ହଜାର ସଂକ୍ରମିତ ଚିହ୍ନଟ ହେଉଥଇଲେ । ଏବେ ଏହି ସଂଖ୍ୟା ଖସି ଆସି ୨ ହଜାରରେ ପହଞ୍ଚିଛି । ସେହିଭଳି ରାଜଧାନୀରେ ସଂକ୍ରମଣ ମଧ୍ୟ ନିୟନ୍ତ୍ରଣକୁ ଫେରୁଛି  ।

ନେହା କକ୍କର ଏବଂ ରୋହନପ୍ରୀତଙ୍କ ୱେଡିଂ କାର୍ଡ ଭାଇରାଲ, ଏହି ତାରିଖରେ କରିବେ ବିବାହ !

ମୁମ୍ବାଇ: ଗାୟିକା ନେହା କକ୍କର ଆଜିକାଲି ନିଜ ବିବାହ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରୋହନପ୍ରୀତଙ୍କ ସହ ରିଲେସନଶିପ ନେଇ ସ୍ୱୀକାର କରିଛନ୍ତି ନେହା । ଖୁବ ଶୀଘ୍ର ନେହା ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଏହି ଆଧିକାରିକ ଘୋଷଣା ପରେ ତାଙ୍କ ବିବାହ ନେଇ ଅଧିକ ଚର୍ଚ୍ଚା ହେଉଛି । ଏବେ ସୋସିଆଲ ମିଡିଆରେ ନେହା ଓ ରୋହନପ୍ରୀତଙ୍କ ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ଇଣ୍ଡିଆନ୍ ଆଇଡିଅଲ ମଞ୍ଚରେ ନେହା ଓ ଆଦିତ୍ୟଙ୍କ କେମେଷ୍ଟ୍ରି ଚର୍ଚ୍ଚାରେ ଥିଲା । ଦର୍ଶକ ଉଭୟଙ୍କ ଯୋଡିକୁ ମଧ୍ୟ ବେଶ ପସନ୍ଦ କରୁଥିଲେ । ହେଲେ ପରବର୍ତ୍ତି ସମୟରେ ଜଣା ପଡିଥିଲା ଯେ, ସେମାନେ ସୋ’ର ଟିଆରପି ପାଇଁ ଏଭଳି ସ୍କ୍ରିପ୍ଟ କରିଥିଲେ ।

ଏହି କାର୍ଡ ଅନୁସାରେ ନେହା ଓ ରୋହନପ୍ରୀତ ଚଳିତ ମାସ ୨୬ ତାରିଖ ପଞ୍ଜାବରେ ବିବାହ କରିବେ । ଅବଶ୍ୟ ନେହା ଓ ରୋହନପ୍ରୀତ ଏଯାଏଁ ତାଙ୍କ ବିବାହ କାର୍ଡ ସେୟାର କରିନାହାନ୍ତି, ସେଥିପାଇଁ ଏହି କାର୍ଡର ଡେଟ୍ ନେଇ ବିଶ୍ୱାସ କରିହେବ ନାହିଁ । ଏବେ ଏହି ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ସୂଚନାଯୋଗ୍ୟ ଯେ, ନେହା କକ୍କରଙ୍କ ବିବାହରେ ତାଙ୍କ ପରିବାର ସଦସ୍ୟ ଋଷିକେଶରୁ ଗଙ୍ଗା ଜଳ ନେଇ ଦିଲ୍ଲୀରେ ପହଞ୍ଚିବେ । ଏବଂ ନେହାଙ୍କୁ ଏହି ଗଙ୍ଗା ଜଳରେ ସ୍ନାନ କରାଯିବ। ଏହା ସହିତ କେଦାରନାଥଙ୍କ ପାଖରେ ପୂଜା କରାଯାଇଥିବା ଏକ ଫୁଲମାଳ ଅର୍ଡର କରାଯାଇଛି । ଏହି ଫୁଲମାଳ ତାଙ୍କ ସ୍ୱାମୀଙ୍କୁ ଉପହାର ରୂପେ ଦିଆଯିବ ।

https://www.instagram.com/p/CGb2HnwHheq/?utm_source=ig_embed

ଇନଷ୍ଟାଗ୍ରାମର ଏକ ପୋଷ୍ଟରେ ନେହା ନିଜ ଫଟୋ ରୋହନପ୍ରୀତଙ୍କ ସହ କୋଲାଜ କରି ସେୟାର କରିଛନ୍ତି । ଗୋଟେ ଫଟୋରେ ନେହା ଖୁବ ବୋଲ୍ଡ ଓ ଗ୍ଲାମରସ ନଜର ଆସୁଛନ୍ତି । ସେପଟେ ଆଉ ଏକ ଫଟୋରେ ଲାଲ ରଙ୍ଗର ଚୁଡିଦାର ପିନ୍ଧି ଓଢଣୀରେ ନଜର ଆସିଛନ୍ତି । ଏଥି ସହିତ ନେହା ଏହି ଦୁଇଟି ଫଟୋରେ ଏକ ଟ୍ୟାଗ୍ ମଧ୍ୟ ଦେଇଛନ୍ତି। ବୋଲ୍ଡ ଷ୍ଟାଇଲିସ୍ ଫଟୋରେ ନେହାଙ୍କୁ “ମାୟକା”ରେ ଏବଂ ଚୁଡିଦାର ଫଟୋରେ ସେ “ସସୁରାଲ”ରେ ବୋଲି ଲେଖିଛନ୍ତି । ନେହା ଏହି ପୋଷ୍ଟକୁ ସେୟାର କରିବା ମାତ୍ରେ ଏହା ଭାଇରାଲ ହେବାରେ ଲାଗିଛି ।

Viral Video: ଜଳପ୍ରପାତରୁ ଡେଇଁ ୨ ଯୁବକ ନିଖୋଜ; ଆତ୍ମହତ୍ୟା ସନ୍ଦେହ

0

ନୂଆପଡା: ନୂଆପଡାରେ ଜଳପ୍ରପାତରେ ପଡି ଗୋଟିଏ ଦିନରେ ୨ ଜଣ ନିଖୋଜ ହୋଇଛନ୍ତି । ସୁନାବେଡା ଅଭୟାରଣ୍ୟର ଗୋଧସ୍ ଜଳପ୍ରପାତରେ ଏଭଳି ଅଭାବନୀୟ ଘଟଣା ଘଟିଛି ।  ବଲାଙ୍ଗିର ଜିଲ୍ଲା ଟିଟଲାଗଡ ଥାନା ସାଗନାମୁଣ୍ଡାର ମହେଶ ନାଗ ନିଖୋଜ ହୋଇଛନ୍ତି ।

ସେହିପରି ବେନିଆଧସ ଜଳପ୍ରପାତରେ ପଡି ନିଖୋଜ ହୋଇଛନ୍ତି କୋମନା ଥାନା ବିଶିବାହାଲ ଗାଁର ମନୁ ସଲମା । ଉଭୟ ବୁଲିବାକୁ ଆସିଥିବା ବେଳେ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ଏକ ଭିଡିଓ ହସ୍ତଗତ ହୋଇଛି । ଯେଉଁଥିରେ ଜଣେ ଯୁବକ ଜଳପ୍ରପାତ ଉପର ଭାଗରୁ ତଳକୁ ଡେଉଁଛନ୍ତି ।

ତିର୍ତ୍ତୋଲରେ ବିଜେପି କନ୍ଦଳ; ଦଳୀୟ ଉପ ସଭାପତି ଭୃଗୁ ବକ୍ସିପାତ୍ରଙ୍କ କାର୍ କାଚ ଭାଙ୍ଗିଦେଲେ…

ତିର୍ତ୍ତୋଲ: ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ , ଆସନ୍ତା ୩ ତାରିଖରେ ହେବ ମତଦାନ । ତିର୍ତ୍ତୋଲରେ ପ୍ରଚାର ଜୋରସୋରରେ ଚାଲିଛି । ସବୁ ଦଳ ନିଜ ନିଜ ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି । ତେବେ ଇତି ମଧ୍ୟରେ ବିଜେପିର ଅନ୍ତକନ୍ଦଳ ସାମ୍ନାକୁ ଆସିଛି । ପୂର୍ବ ଦଳୀୟ ଅସନ୍ତୋଷକୁ କେନ୍ଦ୍ର କରି ଜଗତସିଂହପୁର ତିର୍ତ୍ତୋଲ ଆନନ୍ଦମଣ୍ଡପ ସମୁଖରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ଗାଡି ଭଙ୍ଗାରୁଜା କରାଯାଇଛି ।

ଦଳୀୟ ବୈଠକରେ ଅସନ୍ତୋଷକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କିରିଛି । ତେବେ ସୂଚନା ଅନୁଯାୟୀ, ତିର୍ତ୍ତୋଲ ବିଜେପିରେ ନିର୍ବାଚନ ଆରମ୍ଭରୁ ହିଁ କନ୍ଦଳ ଦେଖା ଦେଇଛି । ଦଳ ସେଠାରେ ଦୁଇ ଭାଗରେ ବିଭକ୍ତ ହୋଇଛି । ଦଳୀୟ କର୍ମୀଙ୍କ କହିବା କଥା ଯେ କୌଣସି ରାଜ୍ୟ ନେତୃତ୍ୱ ଉଭୟ ପକ୍ଷଙ୍କ ବିନା ଉପସ୍ଥିତରେ ଆଲୋଚନା କରିବେ ନାହିଁ ।

ମାତ୍ର ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର ଗୋଟିଏ ପକ୍ଷ ସହ ଆଲୋଚନା କରିବା ପାଇଁ ଆନନ୍ଦମଣ୍ଡପରେ ଏକାଠି ହୋଇଥିଲେ । ଏହାପରେ ବିରୋଧୀ ଗୋଷ୍ଠୀ ରାଜ୍ୟ ଉପ ସଭାପତିଙ୍କ ଏତାଦୃଶ୍ୟ କାର୍ଯ୍ୟକଳାପକୁ ବିରୋଧ କରିବା ସହ ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ । ତେବେ ଗୋଟିଏ ପଟେ ତିର୍ତ୍ତୋଲରେ ବିଜେଡି ଏକଦମ ଶକ୍ତ ଦେଖାଯାଉଥିବା ବେଳେ ବିଜେପିର ଏହି କନ୍ଦଳ ଦଳର ଦୁର୍ବଳତାକୁ ପଦାରେ ପକାଇଛି ।

ଦେଶରେ ୨୪ଘଣ୍ଟାରେ ୫୫ ହଜାରରୁ ଅଧିକ ଆକ୍ରାନ୍ତ, ୫୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୭୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୫୫ହଜାର ୭୨୨କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୭୯ଜଣଙ୍କ ମୃତ୍ୟୁ ହୋଇଛି । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ଲକ୍ଷ ୫୦ହଜାର ୨୭୩ରେ ପହଞ୍ଚିଛି । ଆକ୍ଟିଭ କେସ୍ ୭ଲକ୍ଷ ୭୨ହଜାର ୫୫ଥିବା ବେଳେ ୬୬ଲକ୍ଷ ୬୩ହଜାର ୬୦୮ଜଣ କେରାନା ଆକ୍ରାନ୍ତ ସୁସ୍ଥ ହେଲେଣି । ଦେଶରେ ମୋଟ୍ କେରାନା ମୃତ୍ୟୁସଂଖ୍ୟା ଲକ୍ଷେ ୧୪ହଜାର ୬୧୦କୁ ବୃଦ୍ଧି ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ୧୫ ଲକ୍ଷ ୯୫ହଜାର ୩୧୮ ଥିବା ବେଳେ ୪୨ ହଜାର ୧୧୫ ଜଣଙ୍କ ମୃତ୍ୟୁ ହେଲାଣି  । ଆନ୍ଧ୍ରପ୍ରଦେଶ ଓ କର୍ଣଅମାଟକରେ ୭ ଲକ୍ଷରୁ ଅଧିକ ଲେଖାଏଁ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୪୨୯ ଓ ୧୦ହଜାର ୪୭୮ରେ ପହଞ୍ଚିଛି । ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ଟପିଥିବା ବେଲେ ୧୦ହଜାର ୬୪୨କୁ ବୃଦ୍ଧି ହୋଇଛି ମୃତକଙ୍କ ସଂଖ୍ୟା ।

ଆଇସିଏମଆର ଅନୁଯାୟୀ, ଅକ୍ଟୋବର ୧୮ ତାରିଖ  ପର୍ଯ୍ୟନ୍ତ ୯୫ କରୋନା ୯ କୋଟି ୫୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୮.୫୯ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ପାଖାପାଖି ୬ ସପ୍ତାହ ପରେ ଦେଶର ସକ୍ରିୟ ମାମଲା ୮ ଲକ୍ଷରୁ କମ ଆସିଛି। ୨୨ ଟି ରାଜ୍ୟରେ ୨୦,୦୦୦ ରୁ କମ୍ ସକ୍ରିୟ ମାମଲା ରହିଛି । କେବଳ କେରଳ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ୫୦,୦୦୦ରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ କରାଯାଇଛି । ଆକ୍ଟିଭ ମାମଲା କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ।

ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ, ୬ଟି ସ୍ଥାନରେ ହେଉଛି ଚଢାଉ…

ଗଜପତିରେ ଭିଜିଲାନ୍ସ ରେଡ୍  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧ୍ୟାପକ ଜି. ନାଗେଶ୍ଵର ରାଓଙ୍କ ପାରଳାଖେମୁଣ୍ଡି ସ୍ଥିତ ରାଧାଗୋବିନ୍ଦ ନଗର ବାସଭବନରେ ଭିଜିଲାନ୍ସ ଚଢାଉ ହୋଇଛି  ।  ତେବେ ତାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ରେଡ ଚାଲିଥିବା ନେଇ ସୂଚନା ମିଳିଛି। ନାଗେଶ୍ୱର ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି ସ୍ଥିତ ମିନକେତନ ମହାବିଦ୍ୟାଳୟରେ ଏଜୁକେସନ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି ।

ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୩୦ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଓ ସୁନା ମିଳିଥିବା ବେଳେ ଆନୁମାନିକ ୨କୋଟି ମୂଲ୍ୟବାନ ଘର ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଆକାଉଣ୍ଟ ଏବଂ ଗାଡି ମିଳିଥିବା ନେଇ ସୂଚନା ରହିଛି ।  ପାରଳା ସହରର ବଡ଼ ବ୍ରାହ୍ମଣ ସାହି, ବେତାଗୁଡା, ଚିପୁରୁ ପଲ୍ଲୀ ସମେତ ୬ଟି  ସ୍ଥାନରେ ଚଢାଉ ହୋଇଛି ।