କାଲିଠୁ ବିଧାନସଭା ଶୀତ ଅଧିବେଶନ, ମହାତ୍ମା ଗାନ୍ଧି ମାର୍ଗରେ ଧାରଣା ଓ ରାଲି ମନା

Three Tired Security For Assembly Winter Session

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏଥିପାଇଁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁତୟନ ହେବେ ୨୬ ପ୍ଳାଟୁନ ପୋଲିସ ଫୋର୍ସ । ବିଧାନସଭା ବାହାରେ ଓ ଭିତରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ସେପଟେ କୋଭିଡ୍ କଟକଣା ଯୋଗୁଁ ରାଲି ଓ ଧାରଣା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ ।

Three Tired Security For Assembly Winter Session

ବିଧାନସଭା ଆରମ୍ଭ ହେବା ପୂର୍ବରୁ ସୁରକ୍ଷା ଯାଞ୍ଚ ଓ ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ବମ୍ ଡିସ୍ପୋଜାଲ ଓ ଡଗ୍ ସ୍କ୍ୱାଡ୍ କରିଛନ୍ତି ଯାଞ୍ଚ । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ହେବ ସୁପରିଭିଜନ । ୨ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୧୦ଜଣ ଆଇଆଇସି ଓ ୬୧ ଜଣ ଏସଆଇଙ୍କ ସମେତ ୮୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ଛଡ଼ା ସାଧା ପୋଷାକଧାରୀ ପୋଲିସ, ରୁଫଟପ୍ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ହେବେ ।

ସିସିଟିଭି ସ୍କାନରରେ ରହିବ ମହାତ୍ମା ଗାନ୍ଧି ମାର୍ଗ । କୋଭିଡ୍ କଟକଣା ଯୋଗୁଁ ନଭେମ୍ବର ୩୦ ଯାଏଁ ରାଲି ଓ ଧାରଣା କରିବା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ । ଏଯାଁଏ କୋଣସି ସଂଗଠନ କମିଶନରେଟ ପୋଲିସ ନିକଟରେ ଆବେଦନ କରି ନଥିବା କହିଛନ୍ତି ପୋଲିସ କମିଶନର ।

Three Tired Security For Assembly Winter Session

ବିଧାନସଭା ଭିତର ଓ ବାହାରକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରଯାଇଛି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ବେଳେ ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ ଓ ଡିଆଇଜି, ଆଇନ ଶୃଙ୍ଖଳା ଆଇଜି, ଭୁବନେଶ୍ୱର ଡିସିପି ଓ ଟ୍ରାଫିକ ଡିସିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply