ବିଶ୍ୱ ବଜାରରେ ମିଳିବ ଖାଣ୍ଟି ଦେଶୀ ଓଡ଼ିଆ ଜିନିଷ, କନ୍ଧମାଳ ହଳଦୀଠୁ ନେଇ ଜଙ୍ଗଲୀ ମହୁ କେବଳ ଗୋଟିଏ କ୍ଲିକରେ

ଭୁବନେଶ୍ୱର : ଓଡିଶା ଝୁଣାର ବାସ୍ନାରେ ମହକିବ ଅନ୍ତର୍ଜାତୀୟ ବଜାର   । ଅନଲାଇନ ବିପିଣନ ମାଧ୍ୟମରେ ଘରେ ଘରେ ପହଞ୍ଚିବ ଦେଶୀ ଖାଣ୍ଟି ମହୁ । ହାତ ପାହାନ୍ତାରେ ମିଳିବ କେନ୍ଦୁଝର ଫୁଲ ବଡି ଓ କନ୍ଧମାଳ ହଳଦୀ  । ଏଣିକି ମାତ୍ର ଗୋଟିଏ କ୍ଲିକରେ ଘରେ ପହଞ୍ଚିବ ଢିଙ୍କି କୁଟା ଚାଉଳ ।କରୋନା ମାଡରେ ହତାଶ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ନିଆରା ପ୍ରୟାସ  । ରାଜ୍ୟର ଜଣେ ଉଦୀୟମାନ ଉଦ୍ୟୋଗୀଙ୍କ ଇ କମର୍ସ ସଂସ୍ଥା ‘ଠୁମରୀ ଡଟ୍ କମ୍’ ଓ ରାଜ୍ୟ ସରକାରଙ୍କ ଓରମାସ ମଧ୍ୟରେ ଏନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି  ।  ଓଡିଶାର କୃଷି ଜାତ ଦ୍ରବ୍ୟକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଛନ୍ତି ଯ଼ୁବ ଉଦ୍ୟୋଗପତି ରାକେଶ ପରିଡା  ।  ଠୁମରୀ ଡଟ୍ କମକୁ ସହଯୋଗ କରିବା ପାଇଁ ଆଗେଇ ଆସିଛି ଓରମାସ୍  ।

ଓଡିଶାର ବିଭିନ୍ନ ଜିଲ୍ଲାର କୃଷି ଜାତ ଦ୍ରବ୍ୟକୁ ହୋଟିଏ ପ୍ଲାଟଫର୍ମରେ ବିକ୍ରି କରିବାକୁ ଯୋଜନା କରିଛି ଠୁମରି ଡଟ୍ କମ୍ ।  କନ୍ଧମାଳର ହଳଦୀ ସାଙ୍ଗକୁ କେନ୍ଦୁଝର ଫୁଲ ବଡି , ଢିଙ୍କି କୁଟା ଚାଉଳ ସହ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀକୁ ମାତ୍ର ଗୋଟିଏ କ୍ଲିକରେ ପାଇ ପାରିବେ ଗ୍ରାହକ  । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାକେଶ ।  କୃଷିଜାତ ସାମଗ୍ରୀର ବିକ୍ରି ବଢିଲେ ଚାଷୀ ନିଜ ପ୍ରାପ୍ୟ ପାଇପାରିବ ବୋଲି  କହିଛନ୍ତି ରାକେଶ  । କରୋନା ମାଡରେ ଚାଷୀ ହତାଶ ହୋଇଛି  ।  ଦୋହଲିଯାଇଛି ଜୀବନ ଜୀବିକା  ।  ଠୁମରୀ ଡଟ କମର ଏହି ପ୍ରୟାସ ଚାଷୀଙ୍କୁ ସ୍ବାବଲମ୍ବୀ କରାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି  ।

Leave a Reply