ପଞ୍ଜାବରେ ଘନଉଛି ଚାଷୀ ଆନ୍ଦୋଳନ… କୃଷି ଆଇନକୁ ବିରୋଧରେ ୫୨ ଦିନରେ ଧାରଣା

ପଞ୍ଜାବ: କୃଷି ଆଇନକୁ ବିରୋଧ କରି ପଞ୍ଜାବରେ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନକୁ ନେଇ ସରକାରୀ ସ୍ତରରେ କୌଣସି ପ୍ରକାର ପଦକ୍ଷେପ ନିଆଯାଉନଥିବା ବେଳେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଆନ୍ଦୋଳନ ଯୋଗୁଁ ୩୩ଟି ଟ୍ରେନକୁ ରଦ୍ଦ କରାଯାଇଛି । ଏମିତି କି କିଛି ଟ୍ରେନକୁ ଗନ୍ତବ୍ୟସ୍ଥଳରେ ପହଁଚିବା ପୂର୍ବରୁ ରୋକାଯାଇଛି । ଟ୍ରେନ ଧାରଣାରେ ଏହି ଆନ୍ଦୋଳନ ଚାଲିବା ଯୋଗୁଁ ରେଲୱେକୁ ବ୍ୟାପକ ପରିମାଣରେ କ୍ଷତି ସହିବାକୁ ପଡୁଛି ।

ମାଲବାହି ଟ୍ରେନରୁ କେବଳ ଭଡା ବାବଦରେ ଆଦାୟ ହେଉଥିବା ୧୬୭୦ କୋଟି ଟଙ୍କା କ୍ଷତି କେନ୍ଦ୍ରକୁ ସହିବାକୁ ପଡିଛି । କେନ୍ଦ୍ରର କଷି ଆଇନକୁ ବିରୋଧ କରି ୫୨ଦିନରେ ପହଁଚିଛି ଏହି ଆନ୍ଦୋଳନ । ୧୬ ନଭେମ୍ବର ପର୍ଯ୍ୟନ୍ତ ୧୯୮୬ଟି ଯାତ୍ରୀବାହୀ ଟ୍ରେନ ଓ ୩ହଜାର ୯୦ଟି ମାଲବାହୀ ଟ୍ରେନ ବାତିଲ କରାଯାଇଥିଲା । କିଛି ଦିନ ତଳେ କେବଳ ମାଲବାହୀ ଟ୍ରେନ ଚଳାଇବା ପାଇଁ ଆନ୍ଦୋଳନକାରୀ ରେଲୱେକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏହାକୁ ରେଲଓ୍ବେ ଖଣ୍ଡନ କରିଛି ।

ଯଦି ଚାଲିବ ଉଭୟ ମାଲବାହୀ ଓ ଯାତ୍ରୀବାହି ଟ୍ରେନ ଚାଲିବ ବୋଲି ରେଲୱେ କହିଛି । ଟ୍ରେନ ବାତିଲ ଯୋଗୁଁ ପ୍ରତିଦିନ ପାଖାପାଖି ୩୬ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । କିଛି ଦିନ ତଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ କୃଷକଙ୍କ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

Leave a Reply