ଶରୀରର ରଙ୍ଗ ପାଇଁ ମଡେଲିଂରେ କାମ ମିଳିନଥିଲା ବୋଲି କହିଲେ ଅଭିନେତ୍ରୀ ଚିତ୍ରାଙ୍ଗଦା

ମୁମ୍ବାଇ: ଶରୀରର ରଙ୍ଗକୁ ନେଇ ଆମ ସମାଜରେ ଅନେକ ସମୟରେ ଭେଦଭାବ କରାଯାଉଥିବା ନଜର ଆସେ । ଖାସକରି ଫ୍ୟାଶନ, ମଡେଲିଂ ଓ ବଲିଉଡରେ ଶ୍ୟାମଳ ରଙ୍ଗ ନେଇ ଭେଦଭାବ କରାଯାଉଥିବା ଅଭିଯୋଗ ହୋଇଥାଏ ।

ଶ୍ୟାମଳ ରଙ୍ଗ ହେତୁ ବଲିଉଡ ଅଭିନେତ୍ରୀ ଚିତ୍ରଙ୍ଗଦା ସିଂ ମଧ୍ୟ ଭେଦଭାବର ସମ୍ମୁଖୀନ ହୋଇଥିବା ନେଇ ପ୍ରକାଶ କରିଛନ୍ତି। ସେ ପ୍ରଥମଥର ପାଇଁ ଏ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି ଯେ ସେ ପିଲାଦିନରୁ ବଡ ହେବା ଯାଏଁ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ମଡେଲିଂ ବୃତ୍ତିରୁ ବି ଛାଡ ମିଳିନି । ମୋ ଶରୀରର ରଙ୍ଗ ହେତୁ ମୋତେ ଅନେକ ମଡେଲିଂ ଆସାଇନମେଣ୍ଟ ମଧ୍ୟ ଦିଆଯାଇନଥିଲା ।

ବମ୍ବେ ଟାଇମ୍ସ ସହିତ ବାର୍ତ୍ତାଳାପ ସମୟରେ ଚିତ୍ରଙ୍ଗଦା କହିଛନ୍ତି, “ଶ୍ୟାମଳ ରଙ୍ଗର ଝିଅ ଭାବେ ଜୀବନ ଜିଇବାର ଭାବନା ମୁଁ ଜାଣିଛି । ତ୍ବଚାର ରଙ୍ଗକୁ ନେଇ ଲୋକମାନେ ମୁହଁ ଉପରେ କିଛି କୁହନ୍ତି ନାହିଁ; ଖାଲି ସେମାନଙ୍କ କଥାକୁ ଅନୁଭବ କରିହୁଏ । ମୁମ୍ବାଇ ଆସିବା ପୂର୍ବରୁ ଚିତ୍ରଙ୍ଗଦା ସିଂ ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ରହୁଥିଲେ।

ଚିତ୍ରଙ୍ଗଦା ଆହୁରି କହିଛନ୍ତି, ‘ମୋ ରଙ୍ଗ ପାଇଁ ମୋତେ ମଡେଲିଂ ଆସାଇନମେଣ୍ଟରେ କାମ ଦିଆଯାଇନଥିଲା। ମଡେଲିଂ କରିବାର ପ୍ରାରମ୍ଭ ସମୟରେ ମୋତେ କୁହାଯାଇଥିଲା ଯେ ମୋ ରଙ୍ଗ ଶ୍ୟାମଳ ବୋଲି । ହେଲେ ଗୁଲଜାର ସାର୍ ମୋର ସେହି ଅଡିସନ୍ ଦେଖିଥିଲେ । ଯାହାପରେ ସେ ମୋତେ ତାଙ୍କ ମ୍ୟୁଜିକ୍ ଭିଡିଓରେ କାମ ଦେଇଥିଲେ । ଏହା ପରେ ମୋତେ ଲାଗିଲା ଯେ ସମସ୍ତେ ତ୍ବଚାର ରଙ୍ଗକୁ ଦେଖି କାମ ଦିଅନ୍ତି ନାହିଁ । ତେବେ ସେ ଏକ ସର୍ଟ ଫିଲ୍ମରେ ନଜର ଆସିବେ ବୋଲି ଖବର ମିଳୁଛି ।

Leave a Reply