spot_img
Home Blog Page 6549

କୋଭିଡ୍‌ ନିୟମ ଭିତରେ ଜମୁଛି ପ୍ରଚାର, ଡେରା ପକାଇଲେଣି ହେଭିଓ୍ୱେଟ୍‌ ନେତା

ଭୁବନେଶ୍ୱର/ବାଲେଶ୍ୱର: କୋଭିଡ୍‌ ନିୟମ ଭିତରେ ଜମୁଛି ନିର୍ବାଚନ ପ୍ରଚାର । ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ପ୍ରଚାର ଜୋର୍‌ଦାର ହୋଇଛି । ପ୍ରାର୍ଥୀ ଓ ନେତା ଭୋଟରଙ୍କ ଆଗରେ ପ୍ରତିଶ୍ରୁତିର ପାହାଡ଼ ଠିଆ କରୁଛନ୍ତି । ଦୁଇଟି ଯାକ ସ୍ଥାନରେ ପ୍ରଚାରରେ ବିଜେଡି ଆଗରେ ଅଛି ।

ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପ୍ରତି ସମର୍ଥନ ବଢୁଥିବା ଦେଖାଯାଇଛି । ତାଙ୍କ ପାଇଁ ରାଜ୍ୟର ହେଭିଓ୍ୱେଟ୍‌ ନେତା ପ୍ରଚାର କରୁଛନ୍ତି । ମୂଳିସିଂ ଓ କନକପୁରରେ ରୋଡ୍‌ ଶୋ’ ମଧ୍ୟ କରିଛି ବିଜେଡି । ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଏଥିରେ ସାମିଲ ହୋଇଥିଲେ । ରଘୁନାଥପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ କର୍ମୀ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଯୋଗଦେଇଥିଲେ ।

ସେପଟେ ହାତଗଣତି କର୍ମୀଙ୍କ ସହ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ କରୁଛନ୍ତି ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା । ସେହିଭଳି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ପ୍ରଚାର କରୁଥିଲେ ବି ପଛରେ ପଡ଼ିଯାଇଛନ୍ତି । ବିଜେପି ଓ କଂଗ୍ରେସର ତୁଙ୍ଗ ନେତାଙ୍କୁ ଦେଖିବାକୁ ମିଳୁନି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ତେବେ ବାଲେଶ୍ୱରରେ ବି ଜୋର୍‌ଦାର୍‌ ଚାଲିଛି ପ୍ରଚାର । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଭିନ୍ନ ଓ୍ୱାର୍ଡରେ ବୁଲି ସଭା କରିବା ସହ ଘରଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ବାଲେଶ୍ଵରରେ ଚାଲିଥିବା ବିକାଶ ଧାରାକୁ ଆଗେଇ ନେବାକୁ ଲୋକଙ୍କ ଆର୍ଶୀବାଦ କାମନା କରୁଛନ୍ତି ।

ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଦଳର ରାଜ୍ୟ ସଭାପତି ସମୀର ମହାନ୍ତି । ସମୀର ଗୋଳାପୋଖରୀ ଠାରୁ ସିନେମା ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ତେବେ ଏଥିରେ କଂଗ୍ରେସ ମଧ୍ୟ ପଛରେ ପଡିନି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ମୁଖପାତ୍ର ସୁଦର୍ଶନ ଦାସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର କରୁଛନ୍ତି । ଦଳ ପକ୍ଷରୁ କଷାଫଳ ପଞ୍ଚାୟତର ବିଭିନ୍ନ ଓ୍ୱାର୍ଡରେ ପ୍ରଚାର ଓ ସଭା କରାଯାଇଛି । ପ୍ରଚାର ପାଇଁ ୧୧ ଦିନ ବାକି ରହିଥିବାରୁ ଆଗକୁ ଆହୁରି ଜୋର୍‌ଦାର ହେବ ବୋଲି ଆଶା କରାଯାଉଛି ।

ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର ହେବ ଓଡ଼ିଶା, ଶିଳ୍ପାୟନରେ ଉତ୍କର୍ଷ ଆଣିବ ୫-ଟି

ଭୁବନେଶ୍ୱର:  ଶିଳ୍ପ ଅର୍ଥନୀତିକୁ ଗତିଶୀଳ କରାଏ  । ଏଥିସହ ସୃଷ୍ଟି କରିଥାଏ ରୋଜଗାର । ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହ ରୋଜଗାର ସୃଷ୍ଟି କରିବା ପାଇଁ ଆୟୋଜିତ ହେବାକୁ ଯାଉଛି ମେକ ଇନ ଓଡ଼ିଶା କନକ୍ଲେଭ । ଏଥିପାଇଁ ମଙ୍ଗଳବାର ଏଫଆଇସିସିଆଇ  ସହ ବୁଝାମଣା ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ରାଜ୍ୟକୁ ଦେଶ ବିଦେଶରୁ ପୁଞ୍ଜିପତିଙ୍କୁ  ନିବେଶ ପାଇଁ ଆକୃଷ୍ଟ କରିବାରେ ସହଯୋଗ କରିବ  ଏଫଆଇସିସିଆଇ ।

ଆସନ୍ତା ମେକ ଇନ ଓଡ଼ିଶା କନକ୍ଲେଭ ପାଇଁ FICCI ହେବ ଜାତୀୟ ଅଂଶୀଦାର  । ଇପିକଲ ଏମଡି ଏନ.ବି ଜୱାଲେ ଏବଂ ଏଫଆଇସିସିଆଇ ସାଧାରଣ ସମ୍ପାଦକ ଅରୁଣ ଚାୱଲାଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କହିଛନ୍ତି, ସାମଗ୍ରିକ ଶିଳ୍ପାୟନରେ ୫-ଟି ବ୍ୟାପକ ପରିବର୍ତ୍ତନ ଆଣିଛି । ଏହି ଚୁକ୍ତି ଦ୍ୱାରା ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ  ।  ସକରାତ୍ମକ ଶିଳ୍ପନୀତି, ଉନ୍ନତ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ, ସଫଳତା ଦେଉଥିବା ପ୍ରଶାସନିକ ବ୍ୟବସ୍ଥାରେ ରାଜ୍ୟ ସମୃଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସର୍ବୋପରି ଶିଳ୍ପାୟନକୁ ୫-ଟି ପରିସରଭୁକ୍ତ ହୋଇଥିବାରୁ ଏହା ଆଗାମୀ ଦିନରେ ଉତ୍କର୍ଷ ଆଣିବ ବୋଲି ରାଜ୍ୟ ସରକାର ଆଶାବାଦୀ ।

ଅନୁରୂପ ଭାବେ ଓଡ଼ିଶାର ଶିଳ୍ପ ଅନୁକୂଳ ପରିବେଶକୁ ପ୍ରଶଂସା କରିଛି FICCI  । କୋଭିଡ ସମୟରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ ହୋଇଛନ୍ତି ପୁଞ୍ଜିପତି  । ଗତ ଫେବ୍ରୁଆରୀରୁ ଅକ୍ଟୋବର ମଧ୍ୟରେ ୨୪ ହଜାର ୩ଶହ କୋଟିର ପୁଞ୍ଜିନିବେଶ ହୋଇସାରିଛି । ଶିଳ୍ପପତିଙ୍କ ପାଇଁ ପ୍ରସ୍ତୁତ ହୋଇଛି ସିଙ୍ଗଲ ଓ୍ୱଣ୍ଡୋ ବ୍ୟବସ୍ଥା ବୋଲି କହିଛି ଫିକ୍କି  । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ମେକ୍ ଇନ ଓଡ଼ିଶା କନକ୍ଲେଭରୁ ରାଜ୍ୟକୁ ବ୍ୟାପକ ସଫଳତା ମିଳିଥିଲା । ଯେଉଁଥିରେ ୬ ଲକ୍ଷ କୋଟିର ପୁଞ୍ଜିନିବେଶ ହୋଇଛି  ।

ବଢୁନାହିଁ କି ଶିଶୁଙ୍କ ଉଚ୍ଚତା ? ସାବଧାନ… ଏହା ହୋଇପାରେ ଗ୍ରୋଥ ହରମୋନ ଅଭାବର ଲକ୍ଷଣ

ଗ୍ରୋଥ ହରମୋନ ଶରୀରର ଏକ ପଦାର୍ଥ ଅଟେ, ଯାହା ଶିଶୁ ମାନଙ୍କୁ ବଢ଼ିବାରେ ସାହାଯ୍ୟ କରିଥାଏ । ଏହା ମସ୍ତିଷ୍କରେ ଥିବା ପିଟ୍ୟୁଟାରୀ ଗ୍ରନ୍ଥି ଦ୍ୱାରା ପ୍ରସ୍ତୁତ ହୋଇଥାଏ, ଯାହା ଅନ୍ୟ ହରମୋନ ସୃଷ୍ଟି ପାଇଁ ମଧ୍ୟ ଦାୟୀ ଅଟେ । ଗ୍ରୋଥ ହରମୋନର ଅଭାବ ଅର୍ଥାତ ଗ୍ରୋଥ ହରମୋନ ଡେଫିସିଏନସି ସେତେବେଳେ ଦେଖାଦେଇଥାଏ ଯେତେବେଳେ ଶରୀର କୌଣସି ଶିଶୁକୁ ସାମାନ୍ୟ ଗତିରେ ବଢ଼ିବା ପାଇଁ ପର୍ଯ୍ୟପ୍ତ ପରିମାଣରେ ଗ୍ରୋଥ ହରମୋନ ପ୍ରସ୍ତୁତ କରିନଥାଏ । ଗ୍ରୋଥ ହରମୋନର ଅଭାବ ଦୁଇ ପ୍ରକାରର ହୋଇଥାଏ । ପ୍ରଥମଟି ହେଉଛି ଜନ୍ମଗତ ଯେଉଁଥିରେ ଶିଶୁ ଜନ୍ମ ହେବାବେଳେ ଏହି ସମସ୍ୟା ନେଇ ଜନ୍ମ ହୋଇଥାଏ ଏବଂ ଦ୍ୱିତୀୟଟି ହେଲା ହରମୋନ ସହିତ ଦେଖାଦେଉଥିବା ସମସ୍ୟା ।

ଶିଶୁ ମାନେ ଏହି ସମସ୍ୟା ଦେଇ ଜନ୍ମ ହୋଇଥିଲେ ମଧ୍ୟ କିଛି ଶିଶୁଙ୍କ ମଧ୍ୟରେ ଏହି ସମସ୍ୟା  ୬ରୁ ୧୨ ମାସ ପରେ ଦେଖାଦେଇଥାଏ । ଦ୍ୱିତୀୟ ଗ୍ରୋଥ ହରମୋନର ଅଭାବ ସେତେବେଳେ ଦେଖାଦେଇଥାଏ ଯେତେବେଳେ ଶରୀର ସାମାନ୍ୟ ରୂପରେ ବଢ଼ିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଗ୍ରୋଥ ହରମୋନ ପ୍ରସ୍ତୁତ କରିନଥାଏ । ଏହା ପିଲାବେଳେ କେବେବି ଆରମ୍ଭ ହୋଇପାରେ ।

ଶିଶୁଙ୍କ ମଧ୍ୟରେ ଦେଖିବାକୁ ମିଳେ ଏହି ସବୁ ଲକ୍ଷଣ

ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ଡାକ୍ତର ସର୍ବଦା ଶିଶୁଙ୍କ ଉଚ୍ଚତା ଦେଖିଥାନ୍ତି । ସମୟ ବିତିବା ସହ ଡାକ୍ତର ମାନେ ଜାଣିପାରନ୍ତି ଯେ, ଶିଶୁ କେତେ ଦୃତରେ ବଢ଼ୁଛି । ଯଦି ଶିଶୁ ନିଜ ବୟସ ତୁଳନାରେ ଧୀମା ଗତିରେ ବଢ଼ୁଛି, ତେବେ ତାକୁ ଗ୍ରୋଥ ଫେଲିଓର କୁହାଯାଏ । ସବୁଠୁ ଅଧିକ ଦେଖାଦେଉଥିବା ଲକ୍ଷଣ ମଧ୍ୟରୁ ଗୋଟିଏ ହେଉଛି ଉଚ୍ଚତା । ଏହାକୁ ବାଦ ଦେଲେ ଅନ୍ୟ ଶିଶୁ ତୁଳନାରେ ହାଇଟରେ ଛୋଟ ଦିଶିବା, ଯୌବନରେ ବିଳମ୍ବ, ବିଳମ୍ବରେ ଦାନ୍ତ ଉଠିବା, ନଖ ବଢ଼ିବାରେ ବିଳମ୍ବ, ମାଂସପେଶୀରେ ଦୁର୍ବଳତା, ଶକ୍ତି ହ୍ରାସ ପାଇବା, ପୁଅମାନଙ୍କ କ୍ଷେତ୍ରରେ ଜନ୍ମ ସମୟରୁ ଛୋଟ ଲିଙ୍ଗ, ଲୋ ବ୍ଲଡ ସୁଗାର ଆଦି ସାମିଲ ରହିଛି । ଶିଶୁଙ୍କ ମଧ୍ୟରେ ହରମୋନ ଡେଫିସିଏନସି ଦେଖିବା ପାଇଁ କିଛି ଟେଷ୍ଟ କରାଯାଇ ପାରିବ ଯେମିତିକି ରକ୍ତ ପରୀକ୍ଷା, ବୋନ ଏଜ ଏକ୍ସ-ରେ, ଜିଏଚ ସିମ୍ୟୁଲେସନ ଟେଷ୍ଟ, ବ୍ରେନ ଏମଆରଆଇ ଇତ୍ୟାଦି ।

ବୟସ୍କଙ୍କ ପାଖରେ ମଧ୍ୟ ଦେଖାଦେଇପାରେ ଏହି ସମସ୍ୟା

ଡାକ୍ତରଙ୍କ ସୂଚନା ଅନୁଯାୟୀ ବୟସ୍କଙ୍କ ମଧ୍ୟରେ ପିଟ୍ୟୁଟାରୀ ଟ୍ୟୁମର ବା ମସ୍ତିସ୍କରେ ଗମ୍ଭୀର ଆଘାତ କାରଣରୁ ଗ୍ରୋଥ ହରମୋନ ଡେଭିସିଏନସି ହେବାର ସମ୍ଭାବନା ରହିଛି । ଏଥିରେ କିଛି ଲକ୍ଷଣ ଦେଖାଦେଇପାରେ ଯେମିତିକି ଶରୀରର ଗଠନ ବଦଳିବା, ଅଷ୍ଟ୍ରିୟୋପୋରୋସିସ, ମାଂସପେଶୀ ଗୁଡ଼ିକର ଶକ୍ତି ହ୍ରାସ ପାଇବା, ଉର୍ଜା କମିଯିବା, ଏଲଡିଏ କୋଲେଷ୍ଟୋଲ ବୃଦ୍ଧି ପାଇବା ବା କାର୍ଡିଆକ ଫଙ୍କସନ ଅସ୍ଥିର ହେବା ।

ସବୁଦିନ ଇଞ୍ଜେକସନ ନେବାର ଆବଶ୍ୟକତା ରହିଛି

ଗ୍ରୋଥ ହରମୋନ ଡେଫିସିଏନସିର ଉପଚାର ପାଇଁ ପ୍ରତିଦିନ ଇଞ୍ଜେକସନ ନେବା ଜରୁରୀ ଅଟେ । ଯଦି ପିଲାଦିନରୁ ବୟସ୍କ ପର୍ଯ୍ୟନ୍ତ ଏହି ଗ୍ରୋଥ ହରମୋନ୍ ଅଭାବ ଉପରେ କାର୍ଯ୍ୟ କରାଯାଏ, ତେବେ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଗ୍ରୋଥ ହରମୋନ୍ ସ୍ୱାଭାବିକ ହୋଇପାରେ । ବୟସ୍କଙ୍କ ପାଇଁ ଗ୍ରୋଥ ହରମୋନ୍ ସ୍ତର ସାଧାରଣ କିମ୍ବା କମ୍ ହୋଇପାରେ ।

Bihar Poll: ସିଏମ ପଦ ପାଇଁ ନୀତିଶ କୁମାର ପ୍ରଥମ ପସନ୍ଦ, ହେଲେ ପଛରେ ନାହାନ୍ତି ତେଜସ୍ୱୀ

ପାଟନା: ବିହାର ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି । ଏହି ସମୟରେ ନିର୍ବାଚନକୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି । ଲୋକନୀତି-ସିଏସଡିଏସ୍ ଜନତାଙ୍କୁ ନେଇ ଏକ ସର୍ଭେ କରିଛି । ଏହି ସର୍ଭେରେ ୩୭ ଟି ବିଧାନସଭା ଆସନରେ ୧୪୮ ଟି ବୁଥ୍ ରହିଥିଲା ​​ଯେଉଁଥିରୁ ୩୭୩୧ ଜଣଙ୍କ ସହ କଥା ହୋଇଥିଲେ । ତେବେ ସର୍ଭେରୁ ମିଳିଥିଲା ଏମିତି କିଛି ତଥ୍ୟ । ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ । ବିହାର ରାଜନୀତିର ଧୁରନ୍ଧର ନୀତିଶଙ୍କୁ ମିଳିଛି କଡା ଟକ୍କର । ତାହା ପୁଣି ତାଙ୍କଠାରୁ ବହୁତ କନିଷ୍ଠ ତେଜସ୍ୱୀଙ୍କଠାରୁ ।  ଦିନ ଗଡିବା ସହ ନିର୍ବାଚନୀ ତାତି ଉଷ୍ଣ ହେଉଛି । ତେଣୁ ତେଜସ୍ୱୀ ଯେ ନୀତିଶଙ୍କୁ ମାତ୍ ନ ଦେବେ, ସେ କଥା କିଏ କହିବ ବୋଲି ସମୀକ୍ଷକମାନେ ମତ ଦେଲେଣି ।

ନୀତିଶଙ୍କୁ ଚାଚା ବୋଲି ସମ୍ବୋଧନ କରିଥାଆନ୍ତି ତେଜସ୍ୱୀ । ଚାଚାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୨ ବର୍ଷ ପାଇଁ ଉପମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ ତେଜସ୍ୱୀ । ଏବେ ଆସିବା ସର୍ଭେକୁ ।  ଲୋକନୀତି-ସିଏସଡିଏସ୍ ସର୍ଭେରେ ମୁଖ୍ୟମନ୍ତ୍ରୀ ଭାବରେ ନୀତିଶ କୁମାର ଲୋକଙ୍କର ପ୍ରଥମ ପସନ୍ଦ ହୋଇ ରହିଛନ୍ତି । ହେଲେ ସବୁଥର ନିର୍ବାଚନରେ ଯେପରି ସେ ଅଧିକ ସଂଖ୍ୟକ ମତ ପାଇଥାଆନ୍ତି । ତାହା ଏଥର ପ୍ରତିଫଳିତ ହୋଇନାହିଁ । ଏକଦା ସେ ପାଉଥିବା ଭୋଟର ଅଧା ବିରୋଧୀଙ୍କ ଭାଗ୍ୟରେ ଜୁଟେ ନାହିଁ । ହେଲେ ୨୦୨୦ର ବିହାର ଖେଳ ପୁରା ଜମାଣିଆ । ଏଥର ନୀତିଶ  ୩୧ ପ୍ରତିଶତ ପସନ୍ଦ ସହିତ ପ୍ରଥମ ସ୍ଥାନରେ ଅଛନ୍ତି । ହେଲେ ଆରଜେଡି ନେତା ତେଜସ୍ୱୀ ଯାଦବ ୨୭ ପ୍ରତିଶତ ପସନ୍ଦ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ଏଲଜେପି ମୁଖ୍ୟ ଚିରାଗ ପାଶୱାନ ୫ ପ୍ରତିଶତ ଏବଂ ବିଜେପି ନେତା ସୁଶୀଲ ମୋଦୀ  ମାତ୍ର ୪ ପ୍ରତିଶତ  ଭୋଟ୍ ସହ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି ।

ସର୍ବେକ୍ଷଣ କରାଯାଇଥିବା ୫୨% ଲୋକ ନୀତିଶ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି । ସେପଟେ ୪୪ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଜାହିର କରିଛନ୍ତି । ଏଥି ସହ ୬୧ ପ୍ରତିଶତ ଲୋକ ମୋଦୀ ସରକାରଙ୍କ କାର୍ଯ୍ୟରେ ଖୁସି ଥିବାବେଳେ ୩୫ ପ୍ରତିଶତ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅକ୍ଟୋବର ୧୦ ରୁ ୧୭ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଯେଉଁଥିରେ ୬୦ ପ୍ରତିଶତ ପୁରୁଷ ଏବଂ ୪୦ ପ୍ରତିଶତ ମହିଳା ଭୋଟରଙ୍କ ବିଷୟରେ ଆଲୋଚନା କରାଯାଇଥିଲା । ସର୍ବେକ୍ଷଣ ପାଇଁ ୯୦ ପ୍ରତିଶତ ଗ୍ରାମାଞ୍ଚଳରୁ ଏବଂ ୧୦ ପ୍ରତିଶତ ସହରାଞ୍ଚଳରୁ ଆସିଛି ଲୋକଙ୍କୁ ନିଆଯାଇଥିଲା । ତେବେ ଏଥିରେ ପ୍ରତ୍ୟେକ ବୟସର ଲୋକ ଅନ୍ତର୍ଭୁକ୍ତ କରାଯାଇଥିଲା ।

‘ବିନା ଲୋନରେ ନିର୍ବାହୀ ଯନ୍ତ୍ରୀଙ୍କ ୪୮ ଫ୍ଲାଟ୍‌ ବିଶିଷ୍ଟ ଆପାର୍ଟମେଣ୍ଟ, ସମ୍ପତ୍ତି ୬ କୋଟିରୁ ଉର୍ଦ୍ଧ୍ୱ’

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜିପିଏଚ ଡିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନ । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଏକାକାଳିନୀ ୬ଟି ଜାଗାରେ ରେଡ୍ କରିଛି ଭିଜିଲାନ୍ସ ସେଲ୍ । ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଦୁଇ ମହଲା କୋଠା, ଅଫିସ୍‌ ତଥା ବାଲିଅନ୍ତା ଓ ବ୍ରହ୍ମପୁରରେ ଥିବା ପୈତୃକ ବାସବଭନରେ ଚଢାଉ କରିଛି ଟିମ । ନୟାପଲ୍ଲୀର ଦୁଇ ମହଲା କୋଠରେ ଭିଜିଲାନ୍ସ ଏସପି ପହଞ୍ଚି ଛାନଭିନ କରିଛନ୍ତି । ରେଡ୍‌ ବେଳେ ରବିନ୍ଦ୍ରନାଥ ପ୍ରଧାନଙ୍କ ପୁଅ ରସମିତ୍ ପ୍ରଧାନଙ୍କ ନାମରେ ଏକ ବିଲଡର ସଂସ୍ଥା ରହିଥିବା ଜଣାପଡ଼ିଛି । ସେ ବାଲିଅନ୍ତା କୋଞ୍ଚିଲ ନୂଆଗାଁରେ ଏକ ବିଲ୍ଡିଂ ବା ଆପାର୍ଟମେଣ୍ଟ ନିର୍ମାଣ କରିଛନ୍ତି । ବିନା ଲୋନରେ ଏହି ୪୮ଟି ପ୍ଳାଟ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣଧୀନ ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଏହା ସହିତି ଟଙ୍କା, ସୁନା ଅଳଙ୍କାର, ଗାଡି ମୋଟର, ବ୍ୟାଙ୍କ ଡିପୋଜିଟ ମଧ୍ୟ ଠାବ କରିଛି ଟିମ । ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ରନାଥ ପ୍ରଧାନଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ ।

VIGILANCE

ରବିନ୍ଦ୍ର କୁମାର ପ୍ରଧାନଙ୍କ ୬ କୋଟି ୫୩ ଲକ୍ଷ ୮୬ ହଜାର ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଆପାର୍ଟମେଣ୍ଟର ମୂଲ୍ୟ ୪ କୋଟି ୪ ଲକ୍ଷ ୨୮ ହଜାର ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ଟିମ୍‌ । ଖାଲି ସେତିକି ନୁହେଁ ୭୨ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍‌ ଥିବା ଜଣାପଡ଼ିଛି । ଘରୁ ନଗଦ ୨୫ ହଜାର ୯୪୦ ଟଙ୍କା ମିଳିଛି ।

VIGILANCE

ସେହିଭଳି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରାଙ୍କ ଘରେ ଭିିଜିଲାନ୍ସ ଚଢ଼ାଉ କରିଛି । ବଡ଼ଖମାର ଗାଁର ଲକ୍ଷ୍ମଣ ମହାନ୍ତଙ୍କଠାରୁ ସୁବଳୟା ପଶୁ ଡାକ୍ତରଖାନାର ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲକ୍ଷ୍ମଣଙ୍କ ଗାଈ ଗୁହାଳ ପାଇଁ ଏକ ପ୍ରମାଣ ପତ୍ର ଦେବା ନାଁରେ ପ୍ରାଣୀ ଚିକିତ୍ସକ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଲକ୍ଷ୍ମଣ ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ଟଙ୍କା ନେବା ବେଳେ ସୋନପୁର, ବଲାଙ୍ଗିର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ପ୍ରଣୀ ଚିକିତ୍ସକ ପ୍ରିୟବ୍ରତ ବେହେରାଙ୍କୁ ଗିରଫ କରିଛି । ତାଙ୍କୁ ସୋନପୁର ଭିଜିଲାନ୍ସ କାର୍ୟ୍ୟାଳୟକୁ ଆଣି ଅଧିକ ପଚରାଉଚରା ଜାରି ରଖିଛି ।

ନୟାଗଡରେ ଜାଲ ନୋଟ୍ ରାକେଟ, ଘରେ ମେସିନ୍‌ ରଖି ଛାପୁଥିଲେ ଟଙ୍କା…

ନୟାଗଡ: ନୟାଗଡରେ ଜାଲ ନୋଟ୍ ରାକେଟ । ରାକେଟରେ ୨ ଆଇନଜୀବୀଙ୍କ ସମ୍ପୃକ୍ତି ସୂଚନା । ଆଜି ଦୁଇଜଣ ବ୍ୟକ୍ତି ବାଇକ୍‌ କିଣିବା ପାଇଁ ୟାମହା ସୋ’ରୁମକୁ ଆସିଥିଲେ । ତେବେ ଗାଡି କିଣିବାକୁ ଦେଇଥିବା ଟଙ୍କା ମଧ୍ୟରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜାଲ୍ ବୋଲି ସୋ’ରୁମ କର୍ମଚାରୀ ଜାଣିବାକୁ ପାଇଥିଲେ । ସାଙ୍ଗେ ସାଙ୍ଗେ ନୟାଗଡ଼ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଯାଞ୍ଚ ପରେ ଜାଲ ନୋଟ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଗତ କିଛିଦିନ ହେବ ନୟାଗଡରେ ଜାଲ ନୋଟ କାରବାରର ରାକେଟ ସକ୍ରିୟ ଥିବା ଦେଖିବାକୁ ମିଳିଛି ।

ନୟାଗଡ଼ ଟାଉନ ଥାନା ଅଧୀନ ରାଜାବଗିଚା ଗଳିରେ ରହୁଥିବା ଜଣେ ଯୁବକ ନକଲି ଟଙ୍କା ବା ଜାଲ୍ ନୋଟ୍ ତିଆରି କରୁଥିବା ବେଳେ ଧରାପଡ଼ିଛନ୍ତି । ଯୁବକକଙ୍କ ନାମ ଦିବ୍ୟରଞ୍ଜନ ହୋତା(୪୨), ତାଙ୍କ ଘର ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୋସ୍କା ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ଦିବ୍ୟରଞ୍ଜନ ଆଜି ଅପରାହ୍ନରେ ଦୁର୍ଗାପ୍ରସାଦ ସ୍ଥିତ ୟାମାହା ସୋରୁମ୍ ଗାଡ଼ି କିଣିବାକୁ ଯାଇଥିଲେ। ଏନେଇ ସମସ୍ତ କାଗଜପତ୍ର କାମ ସରିବା ପରେ ସୋ’ରୁମରେ  ୧ଲକ୍ଷ ୨୫ ହଜାର ଟଙ୍କା ଜମା କରିଥିଲେ ।  କିନ୍ତୁ ଏସବୁ ୫୦୦ ଟଙ୍କିଆ ନୋଟ୍ ଦେଖି  ସୋରୁମ୍ କର୍ମଚାରୀମାନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଦିବ୍ୟରଞ୍ଜନ ଓ ତାଙ୍କ ସହଯୋଗୀଙ୍କୁ ସୋରୁମ୍ କର୍ତ୍ତୃପକ୍ଷ ଅଟକ ରଖି ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୁଲିସ ଏହି ନକଲି ଟଙ୍କାକୁ ଜବତ୍ କରିବା ସହିତ ଦିବ୍ୟରଞ୍ଜନଙ୍କ ଭଡ଼ା ଘରେ ଚଢାଉ କରିଥିଲା ।  ସେଠାରୁ ପ୍ରିଣ୍ଟର ସମେତ ଅନେକ ଚିରା ନୋଟ୍ ଆଦି ଜବତ କରିଛି ପୋଲିସ ।

ରାଜ୍ୟରେ ଆଉ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର: ରାଜ୍ୟରେ ଆଉ ୨୬୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨,୫୨,୧୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆ ୨୬୨୨ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନୁଗୁଳରୁ ୨୧୬, କଟକରୁ ୧୯୭ ଜଣ, ମୟୁରଭଞ୍ଜରୁ ୧୩୧, ସୁନ୍ଦରଗଡରୁ ୧୨୫, କଳାହାଣ୍ଡିରୁ ୧୧୮, ବଲାଙ୍ଗୀରରୁ ୧୧୪, ବାଲେଶ୍ବରରୁ ୯୯,ନୂଆପଡ଼ାରୁ ୯୯, ଯାଜପୁରରୁ ୯୩, ବରଗଡ଼ରୁ ୯୧ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ଝାରସୁଗୁଡାରୁ ୮୯, ସମ୍ବଲପୁରରୁ ୮୫, କେନ୍ଦ୍ରାପଡ଼ାରୁ ୭୦, ପୁରୀରୁ ୬୫,ସୋନପୁରରୁ ୬୦,ଜଗତସିଂହପୁରରୁ ୫୯,କୋରାପୁଟରୁ ୫୫, ନବରଙ୍ଗପୁରରୁ ୫୨,ଭଦ୍ରକରୁ ୪୬, ନୟାଗଡ଼ରୁ ୩୯,କନ୍ଧମାଳରୁ ୩୮,ଗଞ୍ଜାମରୁ ୩୫,ବୌଦ୍ଧରୁ ୩୨,ଢେଙ୍କାନାଳରୁ ୨୫,ମାଲକାନଗିରିରୁ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ଦେବଗଡ଼ରୁ ୧୪, ରାୟଗଡ଼ାରୁ ୯ ଓ ଷ୍ଟେଟ୍‌ ପୁଲ୍‌ରୁ ୭୯ ଜଣ ସୁସ୍ଥ ହୋଇଛନ୍ତି ।

ଆପଣଙ୍କ ଅତି ମାତ୍ରାରେ କେଶ ଝଡୁଛି କି ? ଜାଣନ୍ତୁ କେଶ ଝଡ଼ିବାର ୫ଟି ମୁଖ୍ୟ କାରଣ

ଭୁବନେଶ୍ୱର: ଅଧିକାଂଶ ମହିଳା କେଶ ଝଡ଼ିବା ଯୋଗୁଁ ଚିନ୍ତାରେ ରହିଥାନ୍ତି। ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟକୁ ବ୍ୟବହାର କରି କେଶ ଝଡ଼ିବା ବନ୍ଦ କରିବାକୁ ସେମାନେ ଚେଷ୍ଟା କରିଥାନ୍ତି । ତେବେ ଆପଣ କେବେ କେଶ ଝଡ଼ିବାର କାରଣ ଜାଣିବାକୁ ଚେଷ୍ଟା କରିଛନ୍ତି କି ? ତେବେ ବିଶେଷଜ୍ଞ ମତରେ ଖରାପ ଜୀବନଶୈଳୀ, ପ୍ରଦୂଷଣ ଓ ଚିନ୍ତାରେ ରହିବା ଯୋଗୁଁ  କେଶ ଝଡ଼ିଥାଏ । ଏହା ବ୍ୟତୀତ କେଶ ଝଡ଼ିବାର ଆହୁରି ଅନେକ କାରଣ ରହିଛି। ଆସନ୍ତୁ ଜାଣିବା ସେସବୁ ପ୍ରମୁଖ କାରଣ ଗୁଡ଼ିକ ସଂପର୍କରେ।

୧. କିଛି ମହିଳାଙ୍କ ଶରୀରରେ ଆଇରନ୍‌ର ପରିମାଣ କମ୍ ରହିଥାଏ । ଆଉ ଶରୀରରେ ଆଇରନ୍‌ର ସ୍ତର କମ୍‌ ହେଲେ କେଶ ଝଡ଼ିଥାଏ । କାରଣ ଆଇରନ୍‌ ହେୟାର ସେଲ୍‌ ଉତ୍ପାଦନରେ ସାହାଯ୍ୟ କରିଥାଏ।

୨. ସେହିପରି କିଛି ମହିଳା ଓଜନ ହ୍ରାସ କରିବା ପାଇଁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଗ୍ରହଣ କରିଥା’ନ୍ତି। ତେଣୁ ଶରୀରକୁ ପୋଷକତତ୍ତ୍ୱ ପର୍ଯ୍ୟାପ୍ତ ପରିମାଣରେ ମିଳି ନଥାଏ । ଏହା ମଧ୍ୟ କେଶ ଝଡ଼ିବାର ଏକ କାରଣ ।

୩. ବୟସ ବଢ଼ିଲେ କେଶ ଝଡ଼ିବାର ସମ୍ଭାବନା ରହିଥାଏ । ମେନୋପଜ୍ ସମୟରେ ଅଧିକାଂଶ ମହିଳାଙ୍କର କେଶ ଝଡ଼ିଥାଏ ।

୪. ଥାଇରଏଡ୍‌ ଗ୍ରନ୍ଥି ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଗ୍ରନ୍ଥିରେ ଅସନ୍ତୁଳନ ଦେଖା ଦେଲେ କେଶ ଝଡ଼ିଥାଏ। ତେଣୁ ଯେଉଁ ମହିଳାଙ୍କର ହାଇପୋଥାଇରଏଡିଜିମ୍‌ ସମସ୍ୟା ରହିଛି, ସେମାନେ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

 

୫. ବର୍ତ୍ତମାନ ସମୟରେ କେଶକୁ ସୁନ୍ଦର କରିବା ପାଇଁ ମହିଳାମାନେ ଷ୍ଟ୍ରେଟ୍‌ନିଂ ଓ କଲରିଂ ଆଦି କରୁଥିବା ଦେଖିବାକୁ ମିଳୁଛି। ଏସବୁ କରିବା ଦ୍ୱାରା କେଶ ଝଡ଼ିବାର ସମ୍ଭାବନା ଅଧିକ ରହିଥାଏ।

କରୋନା ଚିକିତ୍ସା ପାଇଁ ପ୍ଲାଜମା ଥେରାପି ପ୍ରଭାବଶାଳୀ ନୁହେଁ: ICMR

ନୂଆଦିଲ୍ଲୀ: ପ୍ଲାଜମା ଥେରାପିକୁ ନେଇ ICMRର ବଡ଼ ତଥ୍ୟ । ICMR କହିଛି ଯେ ଜାତୀୟ ସ୍ୱାସ୍ଥ୍ୟ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା ଥେରାପି ହଟାଇବାକୁ ଚିନ୍ତା କରାଯାଉଛି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର କହିଛି ଯେ ମୃତ୍ୟୁ ହାର ହ୍ରାସ କରିବାରେ ପ୍ଲାଜମା ଥେରାପି ଅତ୍ୟନ୍ତ ପ୍ରଭାବଶାଳୀ ନୁହେଁ ।

ICMR ପୂର୍ବରୁ ପ୍ଲାଜମା ଥେରାପି ଉପରେ ଅନେକ ଥର ପ୍ରଶ୍ନ କରିଛି । ନିକଟରେ ମଧ୍ୟ ସେ କହିଛି ଯେ କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ବଦଳରେ ଏଣ୍ଟିସେରାକୁ ବିକଳ୍ପ ଭାବରେ ବ୍ୟବହାର କରାଯାଇପାରିବ । ଆଇସିଏମ୍ଆର ଦାବି କରିଛି ଯେ କରୋନା ଚିକିତ୍ସା ପାଇଁ ପଶୁ ରକ୍ତର ସେରମ୍ ବ୍ୟବହାର କରି ସେ ଏକ ଅତ୍ୟଧିକ ଏଣ୍ଟିସେରା ବିକଶିତ କରିଛି । ଯାହା କରୋନାକୁ ରୋକିବା ପାଇଁ ତାର ସାମର୍ଥ୍ୟ ରହିଛି ।

ପ୍ଲାଜମାକୁ ନେଇ ଚର୍ଚ୍ଚା

କରୋନା ସଙ୍କଟ ସମୟରେ ପ୍ଲାଜମା ଥେରାପି ଉପରେ ଆଲୋଚନା କରାଯାଇଥିଲା । କରୋନାରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କ ଶରୀରରୁ ନିଆଯାଇଥିବା ପ୍ଲାଜମା କରୋନା ସକ୍ରିୟ ରୋଗୀଙ୍କୁ ଦିଆଯାଇଥିଲା । ଯାହା ପରେ କରୋନା ରୋଗୀର ଶରୀରରେ କରୋନା ସହିତ ଲଡ଼ିବା ପାଇଁ ଆଣ୍ଟିବଡି ସୃଷ୍ଟି କରେ । କରୋନା ଭୂତାଣୁ ଚିକିତ୍ସା ପାଇଁ ପୃଥିବୀର ଅନ୍ୟାନ୍ୟ ଦେଶରେ ପ୍ଲାଜମା ଥେରାପିକୁ କରୋନାର ପ୍ରତିହତ ପାଇଁ ବ୍ୟବହୃତ ହେଉଛି । ଭାରତ ବ୍ୟତୀତ ଏହା ଆମେରିକା, ସ୍ପେନ୍, ଦକ୍ଷିଣ କୋରିଆ, ଇଟାଲୀ, ତୁର୍କୀ ଏବଂ ଚୀନ୍ ସମେତ ଅନେକ ଦେଶରେ ବ୍ୟବହୃତ ହେଉଛି ।

ବୈଜୟନ୍ତଙ୍କ ବିରୋଧରେ ଥାନାରେ ଏତଲା, ଓଡ଼ିଶାକୁ ବିଶ୍ୱ ଦରବାରରେ ବାରମ୍ବାର ବଦନାମ କରିବା ଗ୍ରହଣୀୟ ନୁହେଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଟୁଇଟ୍ ଓଡ଼ିଶାକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି । ଶାନ୍ତିପ୍ରିୟ ଓଡ଼ିଶାର ଛବିକୁ ଜାଣିଶୁଣି ମଳିନ କରିବାକୁ ଚେଷ୍ଟା କରିଛନ୍ତି ବୈଜୟନ୍ତ । ପ୍ରତିଟି ଘଟଣାକୁ ଧ୍ରୁବୀକରଣ କରି ରାଜ୍ୟରେ ଅରାଜକତା ସୃଷ୍ଟି କରିବା ପାଇଁ ବୈଜୟନ୍ତ ଏପରି ଟୁଇଟ୍ କରିଛନ୍ତି । ଏପରି କାର୍ଯ୍ୟ ଦେଶର ଆଭ୍ୟନ୍ତରଣୀୟ ଏକତା ପ୍ରତି ବିପଦ ସୃଷ୍ଟି କରିବ । ତେଣୁ ବୈଜୟନ୍ତଙ୍କ ଏପରି ଅରୁଚିକର ଟୁଇଟ୍ ପାଇଁ ତାଙ୍କୁ ଗିରଫ କରାଯାଉ ବୋଲି କେନ୍ଦ୍ରାପଡ଼ା ଯୁବ ଓଡ଼ିଶା ଅଭିଯାନ ପକ୍ଷରୁ ଦାବି କରାଯାଇଛି ।

ଏହି ସଙ୍ଗଠନର କେନ୍ଦ୍ରାପଡ଼ା ସଭାପତି ବିଶ୍ୱ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଟାଉନ ଥାନାରେ ଏତଲା ଦାୟର କରିଛନ୍ତି । ନିର୍ବାଚନ ହାରିବା ପରେ ବୈଜୟନ୍ତଙ୍କ ବାଚଳାମୀ ବଢି ଯାଉଥିଲା । ନିୟମିତ ବ୍ୟବଧାନରେ ଧ୍ରୁବୀକରଣ ଏବଂ ବିଭାଜନକାରୀ ଟୁଇଟ୍ କରିବା, ଗଣମାଧ୍ୟମରେ ରହିବା ପାଇଁ ଅସତ୍ୟର ଆଶ୍ରୟ ନେଇ ଅରାଜକତା ସୃଷ୍ଟି କରିବା ବୈଜୟନ୍ତଙ୍କ ପ୍ରାଥମିକତା ହୋଇଥିବା ବିଶ୍ୱଭୂଷଣ କହିଛନ୍ତି । ସୋ ଆହୁରି କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବି ପାକିସ୍ଥାନର ଉଦାହରଣ ଦେଇ ଓଡ଼ିଶାର ବ୍ୟବସ୍ଥାକୁ ତାତ୍ସଲ୍ୟ କରିବା, ରାଜ୍ୟ ପୋଲିସ ବ୍ୟବସ୍ଥାକୁ ପାକିସ୍ତାନ ସହ ତୁଳନା କରିବା କଦାପି ଗ୍ରହଣୀୟ ନୁହେଁ । ନିଜ ଜନ୍ମମାଟିରେ ବିଶୃଙ୍ଖଳା ଘଟାଇବାକୁ ଚେଷ୍ଟା କରୁଥିବା ବୈଜୟନ୍ତ

ଦେଶଦ୍ରୋହ ଭଳି କାର୍ଯ୍ୟ କରିଛନ୍ତି । ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଶ୍ୱଭୂଷଣ କହିଛନ୍ତି ।

କେନ୍ଦ୍ରାପଡ଼ା ମାଟିକୁ କଳଙ୍କିତ କରିବାର ହୀନ ପ୍ରୟାସକୁ କଦାପି ବରଦାସ୍ତ କରାଯିବ ନାହିଁ । କେନ୍ଦ୍ରାପଡ଼ାରୁ ଅତୀତରେ ବିଜୁ ପଟ୍ଟନାୟକ, ସୁରେନ୍ଦ୍ର ନାଥ ଦ୍ୱିବେଦୀ,ରବି ରାୟ, ସୁରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା ପ୍ରତିନିଧିତ୍ୱ କରିଥିଲେ । ହେଲେ ଅତୀତରେ କୌଣସି ରାଜନୈତିକ ବ୍ୟକ୍ତି ବୈଜୟନ୍ତଙ୍କ ପରି ଦୁଃସାହସ କରିନାହାନ୍ତି । ବାଣିଜ୍ୟ ଉଦ୍ଦେଶ୍ୟ ରଖି ରାଜନୀତିରେ ପାଦ ଥାପିଥିବା ବୈଜୟନ୍ତ ସମସ୍ତ ନୈତିକତାର ସୀମା ଲଘିଂ ଥିବା ବିଶ୍ୱ ଅଭିଯୋଗ କରିଛନ୍ତି ।