ଜବତ ୩୦ଲକ୍ଷ ଟଙ୍କାର ହିସାବ ନାହିଁ ଖୁସ୍‌ବୁ ପାନ ମସଲା ମାଲିକଙ୍କ ପାଖରେ, ସିଜ୍‌ ହୋଇପାରେ ସମସ୍ତ ଟଙ୍କା

ଭୁବନେଶ୍ୱର: ବରମୁଣ୍ଡ ବସ୍‌ଷ୍ଟାଣ୍ଡ ନିକଟରୁ ୩୦ଲକ୍ଷ ଟଙ୍କା ଜବତ ଘଟଣା । ଘଟଣାକୁ ୨୪ ଘଣ୍ଟା ପରେ ବି ଲାଗି ରହିଛି ରହସ୍ୟ । ଟଙ୍କାର ହିସାବ ଦେଇପାରୁନାହାନ୍ତି ଖୁସ୍‌ବୁ ପାନ ମସଲାର ମାଲିକ ପ୍ରଳୟ ପାଢୀ । ପୋଲିସ ମାଗିଥିବା ବିଲ୍‌ ଓ କାଗଜପତ୍ର ଦାଖଲ କରିପାରୁନହାନ୍ତି । ଆଜି କାଗଜପତ୍ର ଦାଖଲ ନକଲେ ଟଙ୍କା ସିଜ କରାଯିବ ବୋଲି ପୋଲିସ କହିଛି ।

ସେହିପରି ଆଜି ଏହାର ତଦନ୍ତ କରିବ ଆୟକର ବିଭାଗ । ଜିଏସ୍‌ଟି ଓ ଆୟକର ବିଭାଗ ସହିତ ଯୋଗାଯୋଗରେ ଅଛି ଖଣ୍ଡଗିରି ଥାନା ପୋଲିସ । ଏଠାରେ ପ୍ରଶ୍ନ ଉଠୁଛି ଏହି ୩୦ ଲକ୍ଷ ଟଙ୍କା ବ୍ଳାକ୍‌ ମନି କି ?   ଜିଏସ୍‌ଟି ଓ ଆୟକର ଫାଙ୍କିବା ପାଇଁ ବ୍ୟବସାୟୀ ଜଣଙ୍କ ଏଭଳି କାରବାର କରୁଥିଲେ କି ? ଜବତ ଟଙ୍କା ଉପରୁ ଆୟକର ଓ ବିକ୍ରିକର ବିଭାଗ ପରଦା ହଟାଇବା କି ?

ଗତକାଲି ଭୋର୍‌ରେ ପାରଳାଖେମୁଣ୍ଡିରୁ ୩୦ଲକ୍ଷ ଟଙ୍କା ନେଇ ଭୁବନେଶ୍ୱର ଆସିଥିବା ବେଳେ ତପୋବନ ପେଟ୍ରୋଲ ପମ୍ପ ସାମ୍‌ନାରୁ ମହାବୀର ଦାସଙ୍କୁ ଅଟକ ରଖିଥିଲା ପୋଲିସ । ପରେ ପାନ ମସଲା ବ୍ୟବସାୟୀ ଖଣ୍ଡଗିରି ଥାନାରେ ପହଞ୍ଚି ଟଙ୍କା ତାଙ୍କର ବୋଲି ଦାବି କରିବା ସହ ବେଆଇନ ନୁହେଁ ବୋଲି କହିଥିଲେ ।

Leave a Reply