ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହୀରାକୁଦ ଡ୍ୟାମ୍‌ ଏସଡିଓଙ୍କ ବାଇକ୍ ଓ ଟଙ୍କା ଲୁଟ

ସମ୍ବଲପୁର: କରୋନା କାଳରେ ବଢ଼ିବାରେ ଲାଗିଛି ବୁର୍ବୃତ୍ତଙ୍କ ଅତ୍ୟାଚାର । ରାଜ୍ୟରେ ଲୁଟପାଟ ଛନତାଇ ଏବେ ସାଂଘାତିକ ରୂପ ନେଇଛି ।ଶିକ୍ଷାନଗରୀ ବୁର୍ଲା ପୁଣିଥରେ ଅଶାନ୍ତ ହୋଇପଡ଼ିଛି । ମାତିଲେଣି ଲୁଟେରା । ଧାରୁଆ ଅସ୍ତ୍ର ରେ ଆକ୍ରମଣ କରି ହୀରାକୁଦ ଡ୍ୟାମ ଏସଡ଼ିଓଙ୍କ ବାଇକ୍ ଓ ଟଙ୍କା ଲୁଟ ଏବେ ହଇଚଇ ସୃଷ୍ଟି କରିଛି ।

ତିନିଜଣ ଯୁବକ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟରୁ ଲୁଟି କରିଥିବା ଅଭିଯୋଗ ହୋଇଛି । ବାଇକ୍ ରେ ଆସି ଫିଲ୍ମି ଷ୍ଟାଇଲରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ଏବଂ ବାଇକ ନେଇ ଫେରାର୍ ମାରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ଯୁବକ ଜଣକ ତପନ କୁମାର ହଲ୍‌ଦିଗୁଣ୍ଡି ହୀରାକୁଦ ଡ୍ୟାମର ମେକାନିକାଲ ଏସଡ଼ିଓ  ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ତପନ ନିଜ କାମସାରି ବାଇକ ରେ ଗୋଲଗୁଣ୍ଡାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଭିମୂଖେ ଯାଉଥିଲେ । ମେଟାକାନୀ ରେଷ୍ଟୁରାଣ୍ଟ ନିକଟରେ ଥିବା ପୋଲ ନୀକଟରେ ପଛପଟୁ ଏକ ବାଇକରେ ୩ ଜଣ ଯୁବକ ଆସି ତାଙ୍କୁ ଅଟକାଇ ଥିଲେ । ଏହାପରେ ତପନ ଅଟକିବା ପରେ ଦୁର୍ବୃତ୍ତ ମାନେ ଏକ ଧାରୂଆ ଅସ୍ତ୍ର ରେ ତପନଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତ ଙ୍କ ଆକ୍ରମଣ ରେ ତପନଙ୍କ ଡାହାଣ ହାତ ଏବଂ ପାପୁଲି ରେ ଗଭିର ଆଘାତ ହୋଇଥିଲା । ତପନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ ରେ ଭର୍ତି କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply