ସୁଶାନ୍ତଙ୍କୁ ନେଇ ନୂଆ ଖୁଲାସା କଲା ଇଡି, ସୁଶାନ୍ତଙ୍କୁ ଏହି ଫିଲ୍ମ ପାଇଁ ଦିଆଯାଇଥିଲା କୋଟି କୋଟି ଟଙ୍କା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପୁଣି ସାମ୍ନାକୁ ଆସିଛି  ଆଉ ଏକ ନୂଆ ତଥ୍ୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ଏବେ ଜୋରସୋରରେ ଆଗେଇ ଚାଲିଛି । ଏହି ଘଟଣାରେ ସୁଶାନ୍ତଙ୍କୁ ନେଇ କୋଟି କୋଟି ଟଙ୍କାର କାରବାର ହୋଇଥିବାର ପ୍ରମାଣ ମିଳିଛି । ସୂଚନା ଅନୁସାରେ ଗୋଟିଏ ଫିଲ୍ମ ପାଇଁ ସୁଶାନ୍ତଙ୍କୁ ପାରଶ୍ରମିକ ବାବଦକୁ ୧୭କୋଟି ଟଙ୍କା ଦିଆଯାଇଥିଲା ।

ଏହି ପାରିଶ୍ରମିକକୁ ନେଇ ଏବେ ତଦନ୍ତ ଚାଲିଛି ।  ୨୦୧୭ରେ ସୁଶାନ୍ତଙ୍କୁ ଫିଲ୍ମ ରାବତା’ ପାଇଁ ୧୭ କୋଟିର ପାରିଶ୍ରମିକ ଦିଆଯାଇଥିଲା । ଇଡ଼ି ଫିଲ୍ମର ପ୍ରଯୋଜକ ଦିନେଶ ବିଜାନଙ୍କୁ ପୂର୍ବ ମାସରେ ପଚରାଉଚରା କରିଥିଲା । ଏବଂ ଦିନଶକୁ ଏହି ଦେୟ ସମ୍ବନ୍ଧିୟ କାଗଜପତ୍ର ଜମା କରିବାକୁ କୁହାଯାଇଥିଲା । ତେବେ ସେ ହଙ୍ଗେରୀରେ ସୁଟିଂ ହୋଇଥିବା ଫିଲ୍ମର ବିଦେଶୀ ସୁଟ୍ ବଜେଟର ସବିଶେଷ ତଥ୍ୟ ଦାଖଲ କରିବାରେ ସକ୍ଷମ ହୋଇ ନାହାଁନ୍ତି ।

ବିଦେଶରେ ସୁଟିଂ ପାଇଁ ଚଳଚ୍ଚିତ୍ର ନିର୍ମାତାଙ୍କୁ କିଛି ପରିମାଣର ଦେୟ ପ୍ରଦାନ କରାଯାଇଥାଏ ଏବଂ ଏହା ସମ୍ପୃକ୍ତ ଦେଶରେ ସୁଟିଂ ପାଇଁ ଖର୍ଚ୍ଚ ହୋଇଥିବା ମୋଟ ବଜେଟର ପ୍ରାୟ ୨୦ ପ୍ରତିଶତ ହୋଇଥାଏ ।  ଏହାକୁ ବିଦେଶୀ ପେମେଣ୍ଟ ଭତ୍ତା କୁହାଯାଏ । ଏଜେନ୍ସି ସନ୍ଦେହ କରୁଛି ଯେ ନିର୍ମାତାମାନେ ବିଦେଶୀ ସରକାର, ବିଶେଷ କରି ୟୁରୋପୀୟ ଦେଶର ସରକାରଙ୍କୁ ଅଧିକ ଖର୍ଚ୍ଚର ସବିଶେଷ ତଥ୍ୟ ଦେଖାନ୍ତି ଯାହାଦ୍ୱାରା ସର୍ବାଧିକ ଦେୟ ସେମାନେ ପାଇପାରିବେ ଏବଂ ଏହି ଅର୍ଥକୁ ଚଳଚ୍ଚିତ୍ରର ଅଭିନେତା ଏବଂ ଅଭିନେତ୍ରୀମାନଙ୍କୁ ପାରିଶ୍ରମିକ ଦେଇ ହେବ । ଏଜେନ୍ସି ସନ୍ଦେହ କରୁଛି ଯେ ଏହି ପାଣ୍ଠି ସଂପୃକ୍ତ ଦେଶର ହାୱାଲା ଚ୍ୟାନେଲ ମାଧ୍ୟମରେ ଭାରତକୁ ପଠାଯାଉଛି।

ସେହିପରି ଏହାକୁ ନେଇ ପ୍ରଯୋଜକ ଦିନେଶକୁ ରେକର୍ଡ ମଗାଯାଇଥିଲେ ବି ସେ ତାହା ଜମା କରିବାକୁ ସକ୍ଷମ ହୋଇ ନଥିଲେ ଏହାପରେ ତାଙ୍କ ଘରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ଇଡି ପ୍ରଜୋଯକଙ୍କ ଘରୁ ବଜେଟ୍ ସମ୍ବନ୍ଧୀୟ କାଗଜପତ୍ର ପାଇଥିଲା ଯାହା ସେ ବୁଡାପେଷ୍ଟର କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରିଥିଲେ। କାଗଜପତ୍ର ଅନୁଯାୟୀ ଏହି ଫିଲ୍ମର ବଜେଟ୍ ୫୦ କୋଟି ଥିଲା, ସେଥିମଧ୍ୟରୁ ୧୭ କୋଟି ସୁଶାନ୍ତଙ୍କୁ ଦିଆଯାଇଥିଲା।

ସୂଚନା ଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଇଡି ପୁଣି ଟଙ୍କା ହେରଫେର ଘଟଣାର ତଦନ୍ତ ଆରମ୍ଭ କରିଛି। ୨୦୧୬ରେ ସୁଶାନ୍ତ ଏବଂ ରିୟା ପରସ୍ପରକୁ ଜାଣି ନଥିଲେ । ଉଭୟ ୨୦୧୮ରେ ପ୍ରଥମ ଥର ପାଇଁ ଭେଟିଥିଲେ । ବର୍ତ୍ତମାନ ଦିନେଶ ବିଜେନ ସୁଶାନ୍ତଙ୍କୁ ପାରିଶ୍ରମିକ ବାବଦକୁ ୧୭ କୋଟି ଟଙ୍କା ଦେଇଥିବା ସାଧାରଣେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଦିନେଶ ସୁଶାନ୍ତଙ୍କୁ ଏହି ଦେୟ ସଂପର୍କରେ ଏଜେନ୍ସିର ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ । ସୂଚନାନୁସାରେ, ଦିନେଶ ବର୍ତ୍ତମାନ ଦୁବାଇରେ ଅଛନ୍ତି। ଯେତେବେଳେ ଏଜେନ୍ସି ତାଙ୍କୁ ସମନ ପଠାଇଲେ, ସେ କରୋନା ସଂକ୍ରମିତ ବୋଲି କହିଥିଲେ ଏବଂ ଡାକ୍ତରୀ ପ୍ରମାଣପତ୍ର ମଧ୍ୟ ଦେଖାଇଥିଲେ ।

ଦିନେଶଙ୍କ ବ୍ୟତୀତ ଇଡି ନିକଟରେ ସୁଶାନ୍ତଙ୍କ ବ୍ୟବସାୟ ପରିଚାଳକ ଶ୍ରୁତି ମୋଦୀ ଏବଂ ସୁଶାନ୍ତଙ୍କ ଆକାଉଣ୍ଟ ପରିଚାଳନା କରୁଥିବା ଉଦୟ ସିଂ ଗୌରୀଙ୍କୁ ପଚରାଉଚରା କରାଯାଇଥିଲେ। ଇଡି ଅନୁସନ୍ଧାନରେ ବର୍ତ୍ତମାନ ସୁଦ୍ଧା ଅର୍ଥ ହେରଫେର ସମ୍ପର୍କରେ  ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ କୌଣସି ବି ପ୍ରମାଣ ମିଳିନାହିଁ ।

Leave a Reply