୧୪ହଜାର ସ୍କୁଲ ନୁହେଁ, ରାଜ୍ୟରେ ୭୭୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି : ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ରାଜ୍ୟରେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା । ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ ରହିଛି ବୋଲି ସମୀର ଦାସ କହିଛନ୍ତି । ରାଜ୍ୟରେ ୭୭୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି ।

କିନ୍ତୁ ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ତେବେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ତାହା କାର୍ଯ୍ୟକାରୀ କରାଯିବ । ସ୍କୁଲ ବନ୍ଦ ହେବା ପରେ କୌଣସି ଛାତ୍ରଛାତ୍ରୀ ଯେମିତି ଡ୍ରପଆଉଟ ନ ହୁଅନ୍ତି ତାକୁ ଆଖି ଆଗରେ ରଖି ବହୁ ଆଗକୁ ନିଷ୍ପତ୍ତି ନିଆଯାଇଛି । ୧୪ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ୭୭୭୨ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେପଟେ ଦେବୀ ମିଶ୍ର ଗୃହରେ କହିଛନ୍ତି ଯେ, ସରକାର ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇନାହାନ୍ତି । ବ୍ଲକ ସ୍ତରରେ କମିଟି ଗଠନ କରାଯଇଛି । ସେମାନେ ନିଷ୍ପତି ନେବେ । ହଠାତ ସରକାର ସ୍କୁଲ ବନ୍ଦ କରିବେ ନାହିଁ ।

Leave a Reply