ଟାଟା ମୋଟର୍ସରେ ଝିଅର ଚାକିରି କରାଇ ଦେବେ କହି ପ୍ରଦୀପ ନେଇଛନ୍ତି ୬ ଲକ୍ଷ ଟଙ୍କା !

1 min read

ବ୍ରହ୍ମପୁର: ପ୍ରଦୀପଙ୍କ ବାହାସ୍ଫୋଟର ଦ ଏଣ୍ଡ୍ । ଦଳରୁ ବିଦା ହେବା ପରେ ବାଚଳାମୀ ଆରମ୍ଭ କରି ଦେଇଥିବା ପ୍ରଦୀପ ପାଣିଗ୍ରାହୀ ଯେ ଅର୍ଥ ମୋହରେ ଏତେ ତଳକୁ ଖସି ଯାଇ ପାରନ୍ତି, ତାର ପ୍ରମାଣ ମିଳିଛି । ଜ୍ୱାଇଁ ଶ୍ୱଶୁରଙ୍କ ନେକ୍ସସ୍ ଅଧ୍ୟାୟ ଖୋଲିଛନ୍ତି ଗୋପାଳପୁର ବିଧାନସଭା ମଣ୍ଡଳୀର ଜଣେ ଟାଟା ବିସ୍ଥାପିତ । ଯାହାଙ୍କ ଝିଅକୁ ଟାଟା ମୋଟର୍ସରେ ଚାକିରି ଦେବାକୁ କହି ପ୍ରଦୀପ ଓ ଆକାଶ ପାଠକ ଠକିଛନ୍ତି ୬ଲକ୍ଷ ଟଙ୍କା ।

Allegation Against Gopalrpur MLA Pradeep Panigrahi Recieved 6 Lakhs On The Name Of Job In Tata Motors

ଟାଟା କୋଲନୀରେ ରୁହନ୍ତି ଗୋପାଳପୁର ବିଧାନସଭା ମଣ୍ଡଳୀର ହେମନ୍ତ ରଥ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ ଅଭାବୀ ମଣିଷଙ୍କୁ ଜାଲ୍ ନିଯୁକ୍ତିର ଜାଲ ପକାଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପାଠକ ପରିବାର ସହ ପ୍ରଦୀପଙ୍କ ମୁଖା ଖୋଲିବା ପରେ ଗୋପାଳପୁର ଥାନାରେ ଫେରାଦ ହୋଇଛନ୍ତି ହେମନ୍ତ ।

Allegation Against Gopalrpur MLA Pradeep Panigrahi Recieved 6 Lakhs On The Name Of Job In Tata Motors

ତିନିଝିଅଙ୍କ ବାପା ହେଉଛନ୍ତି ହେମନ୍ତ । ବଡ଼ଝିଅ ବିଟେକ୍ ପାସ୍ କରିବା ପରେ ଚାକିରି ଖୋଜୁଥିଲେ । ବାପା ହେମନ୍ତ ଝିଅର ଚାକିରି ପାଇଁ କୌଣସି ପ୍ରାଇଭେଟ୍ କମ୍ପାନୀରେ ସୁପାରିସ୍ କରିବାକୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁହାରୀ କରିଥିଲେ । ଆଉ ପ୍ରଦୀପ, ନିଜ ଜାଲ୍ ନିଯୁକ୍ତିର ଜାଲରେ ପକାଇ ଦେଇଥିଲେ ହେମନ୍ତଙ୍କୁ । ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ତାଙ୍କୁ ଆପ୍ଲାଏ କରିବାକୁ ପ୍ରବର୍ତ୍ତାଇଥିଲେ ।

Allegation Against Gopalrpur MLA Pradeep Panigrahi Recieved 6 Lakhs On The Name Of Job In Tata Motors

ଝିଅ ଅନଲାଇନରେ ଆପ୍ଲାଏ କଲେ । ଏପଟେ ବିଧାୟକ ପ୍ରଦୀପ ନିଜ ଠକ ଭାବି ଜ୍ୱାଇଁ ଆକାଶଙ୍କ ସାହାରା ନେଇ ପର୍ଯ୍ୟାୟକ୍ରମେ ଟଙ୍କା ନେଇ ଚାଲିଲେ । ମିଛ ଚାକିରିର ସତ ଡିଲ୍ ହୋଇଥିଲା ୬ ଲକ୍ଷ ଟଙ୍କାରେ । ଅଭାବୀ ବିସ୍ଥାପିତ ହେମନ୍ତ ଧାର ଉଧାର କରି ଝିଅର ଚାକିରି ପାଇଁ ପ୍ରଥମେ ଲକ୍ଷେ, ଏହାପରେ ୨ଲକ୍ଷ ଓ ଶେଷରେ ୩ ଲକ୍ଷ ଟଙ୍କା ଏମିତି ୬ ଲକ୍ଷ ଟଙ୍କା ଦେଇଥିଲେ ।

Allegation Against Gopalrpur MLA Pradeep Panigrahi Recieved 6 Lakhs On The Name Of Job In Tata Motors

କେବଳ ହେମନ୍ତ ନୁହେଁ ସୁନୀଲ ନାମକ ଜଣେ ଯୁବକ ଚାକିରି ପାଇଁ ୪ ଲକ୍ଷ ଟଙ୍କା ନିଜ ଆକାଉଣ୍ଟରୁ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଦେଇଥିବା ଅଭିଯୋଗ କରିଛନ୍ତି ।

Allegation Against Gopalrpur MLA Pradeep Panigrahi Recieved 6 Lakhs On The Name Of Job In Tata Motors

ପାଠକ-ପ୍ରଦୀପ ଲିଙ୍କର ଗୁମର ଖୋଲୁଛି ଭିଜିଲାନ୍ସ । ସ୍ପେଶାଲ୍ ଇନେଭେଷ୍ଟିଗେସନ୍ ଟିମ୍ (SIT) ତନାଘନା କରୁଛି ପୂରା ଘଟଣାର । ଏଭଳି ସ୍ଥିତିରେ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ପ୍ରଦୀପଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି, ତାର ଭବିଷ୍ୟତ କଣ ? ତଥ୍ୟ କହୁଛି, ହେମନ୍ତଙ୍କ ଭଳି ୬୮ଜଣଙ୍କୁ ନିଯୁକ୍ତି ଚିଠା ଦେଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଭାବି ଜ୍ୱାଇଁ-ଶ୍ୱଶୁର ଯୋଡ଼ି । ଏବେ ହେମନ୍ତ ପୋଲିସ୍ ପାଖରେ ପହଞ୍ଚିଲେଣି ।  ସବୁଠାରୁ ବଡ଼କଥା ହେଲା କିଏ ଫେରାଇବ ଗରିବ ହେମନ୍ତଙ୍କ ୬ ଲକ୍ଷ ଟଙ୍କା ? ଏ ଉତ୍ତର ଦେଇ ପାରିବେ ତ ପ୍ରଦୀପ ।

Leave a Reply