ଦେଶର ଶ୍ରେଷ୍ଠ ୧୦ ଥାନା ଘୋଷଣା

1 min read

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ୧୦ଟି ଥାନାର ନାମ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନିଷ୍ଠାପର କର୍ତ୍ତବ୍ୟ ପ୍ରତିପାଦିତ କରି ଏହି ଦଶ ଥାନା ଅର୍ଜନ କରିଛନ୍ତି ସୁନାମ । ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରକାଶ କରିଥିବା ଏହି ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି ମଣିପୁର ଥୌବଲୀ ଜିଲ୍ଲାର ନେଙ୍ଗପୋସେମ୍ବ ଥାନା । ଭଲ କାର୍ଯ୍ୟ କରି ଦେଶର ଶ୍ରେଷ୍ଠ ଥାନା ଭାବେ ନିର୍ବାଚିତ ହୋଇଥିବା ଜଣାଇଛି ଗୃହ ବିଭାଗ । ସେହିପରି ଦ୍ୱିତୀୟ ସ୍ଥାନରେ ତାମିଲନାଡୁ ସଲାମସେଟର ଏଡବ୍ଲ୍ୟୁପିସି- ସିରାମଙ୍ଗଳମ ଥାନା ରହିଥିବାବେଳେ ତୃତୀୟ ସ୍ଥାନ ବଜାୟ ରଖିଛି ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଖାରସାଙ୍ଗ ଥାନା ।

ବର୍ଷ ୨୦୨୦ ପାଇଁ ୧୬,୬୭୧ ଥାନା ପ୍ରତିଯୋଗିତାରେ ସାମିଲ ରହିଥିଲେ  । ସେମାନଙ୍କ  ମଧ୍ୟରୁ ଶ୍ରେଷ୍ଠ ଦଶଟି ଥାନାକୁ ନିର୍ବାଚିତ କରିଛି କେନ୍ଦ୍ର ଗୃହ ବିଭାଗ । ଯେଉଁଥିରେ ସମୁଦାୟ ୧୦ ଟି ଥାନାକୁ ପର୍ଯ୍ୟାୟ କ୍ରମେ  କରାଯାଇଛି ବିବେଚିତ । ଏହି ପର୍ଯ୍ୟାୟରେ ଚତୁର୍ଥରେ ଛତିଶଗଡ ସୁରଜପୁରର ଝିଲମିଲ ଥାନା, ପଞ୍ଚମରେ ଗୋଆର ସଙ୍ଗୁଇମ, ଷଷ୍ଠରେ ଆଣ୍ଡାମାନ ନିକୋବରର କାଳୀଘାଟ ଥାନା, ସପ୍ତମରେ ସିକିମର ପୂର୍ବ ପାକୟୋଙ୍ଗ ଥାନା ରହିଛି ।

ସେହିପରି ଏହି ତାଲିକାର ଅଷ୍ଟମରେ ରହିଛି ଉତ୍ତରପ୍ରଦେଶ ମୁର୍ସିଦାବାଦର ଙ୍କାଠ ଥାନା , ନବମରେ ଦାଦ୍ରା ନଗର ହାବେଲୀର ଖାନବେଲ ଥାନା ରହିଥିବା ବେଳେ ତାଲିକାର ୧୦ରେ ରହିଛି ତେଲେଙ୍ଗାନା କରୀମନଗର ଜିଲ୍ଲାର ଜମ୍ମିକୁଣ୍ଟା ଟାଉନ ଥାନା । ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ବାର୍ତ୍ତାରେ କୁହାଯାଇଛି, କେନ୍ଦ୍ର ସରକାର ପ୍ରତିବର୍ଷ ଦେଶର ଶ୍ରେଷ୍ଠ ୧୦ ଥାନାକୁ ମନୋନୀତ କରିଥାଆନ୍ତି । ଫଳରେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ କରିବାର ପ୍ରତିବଦ୍ଧତା ଏହା ଦ୍ୱାରା ବୃଦ୍ଧି ଘଟିଥାଏ । ଫଳରେ ପୋଲିସ କର୍ମଚାରୀଙ୍କ  ନିଷ୍ଠାପର କାର୍ଯ୍ୟ କରିବାର ପ୍ରତିଯୋଗିତା ପ୍ରକାଶ ପାଇଥାଏ ।

Leave a Reply