spot_img
Home Blog Page 6472

ନୀତିଶ ଶେଷ ନିର୍ବାଚନ ମନ୍ତବ୍ୟ, ଜିରାରୁ ଶିରା କାଢିଲେ ବିରୋଧୀ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଶେଷ ନିର୍ବାଚନ ମନ୍ତବ୍ୟ ରାଜନୈତିକ ମହଲକୁ ଚକିତ କରିଛି । ନିଜ ରାଜନୈତିକ ଚାଲ ସମ୍ପର୍କରେ ନିଜ ଛାଇକୁ କହୁ ନ ଥିବା ନୀତିଶ ଏତେ ବଡ଼ କଥା କାହିଁକି କହିଲେ । ଏହା ଏକ ରାଜନୈତିକ ବକ୍ତବ୍ୟ ନା ଏହା ପଛରେ କିଛି ବାଧ୍ୟବାଧକତା ଲୁଚି ରହିଛି । ତେଣୁ ନୀତିଶଙ୍କ ମନ୍ତବ୍ୟର ପୋଷ୍ଟ ମର୍ଟମ ସମୀକ୍ଷକମାନେ ଜାରି ରଖିଛନ୍ତି ।

କେତେକ ସମୀକ୍ଷକଙ୍କ କହିବାନୁଯାୟୀ, ୧୯୯୪ରୁ ବିହାର ରାଜନୀତିରେ ସକ୍ରିୟ ଥିବା ନୀତିଶ ୨୦୦୫ରେ କ୍ଷମତାକୁ ଆସିଥିଲେ । ହେଲେ ଇତି ମଧ୍ୟରେ ୧୫ ବର୍ଷ ମୁଖ୍ୟମନ୍ତ୍ରୀତ୍ୱ ସରିଲାଣି । ଚଳିତ ନିର୍ବାଚନରେ ନୀତିଶ ସର୍ବାଧିକ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଏପରିକି ଏନଡିଏର ଅନ୍ୟତମ ସହଯୋଗୀ ଏଲଜେପି ଏକାକୀ ନିର୍ବାଚନ ଲଢି ଜେଡିୟୁକୁ ଅକଳରେ ପକାଇଛି । ଏହାର ନେତା ଚିରାଗ ପାଶୱାନ ନୀତିଶ ହଟାଅ ବିହାରଫାଷ୍ଟବିହାରୀଫାଷ୍ଟ ସ୍ଲୋଗାନ ଦେଉଛନ୍ତି । ଏପରି କି ଯଦି ବିଜେପି-ଏଲଜେପି ସରକାର ଆସେ, ତେବେ ନୀତିଶଙ୍କୁ ଜେଲ ଯିବାକୁ ପଡିବ ବୋଲି ସେ କହିଛନ୍ତି । ନୀତିଶଙ୍କ ଶେଷ ନିର୍ବାଚନ ସମ୍ପର୍କରେ ମନ୍ତବ୍ୟ ରଖି ଚିରାଗ କହିଛନ୍ତି ଯେ, ବିଗତ ୫ ବର୍ଷରେ ନୀତିଶ କ’ଣ କରିଛନ୍ତି । ତାହାର ହିସାବ ଦେଇ ନାହାନ୍ତି । ହେଲେ ୫ ବର୍ଷ ପରେ ଆଉ ଆସିବେ ନାହିଁ କି ହିସାବ ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

paswan

ସେହିପରି ନୀତିଶ ୨୦୦୫ରୁ ଏକପାଖିଆ ଭାବେ ନିର୍ବାଚନ ଜିତୁଛନ୍ତି । ହେଲେ ଚଳିତ ଥର ତାଙ୍କୁ କୌଣସି ବିରୋଧୀ ମେଣ୍ଟ କଡ୍ଡା ଟକ୍କର ଦେଉଛି । ଲାଲୁ ଯାଦବ ସିନା ଜେଲରେ ହେଲେ ତାଙ୍କ ପୁତ୍ର ତେଜସ୍ୱୀ ଯାଦବ ନୀତିଶଙ୍କ ପାଇଁ କଣ୍ଟା ସାଜିଛନ୍ତି । ତେଜସ୍ୱୀ ରୋଜଗାର ପ୍ରସଙ୍ଗରେ ନୀତିଶଙ୍କୁ ଘେରିଛନ୍ତି । ବିହାରୀ ଯୁବକଙ୍କପ ୧୦ ଲକ୍ଷ ସରକାରୀ ଚାକିରୀ ପ୍ରଦାନ କରିବା ନେଇ କହିଛନ୍ତି । ତେଜସ୍ୱୀ ନୀତିଶଙ୍କ ଶେଷ ନିର୍ବାଚନ ସମ୍ପର୍କରେ ମତ ଦେଇ କହିଛନ୍ତି ଯେ, ଚାଚା ଥକି ଗଲେଣି । ବିଶ୍ରାମ ଦରକାର । ସେହିପରି ଆରଏଲଏସପି ମୁଖ୍ୟ ଉପେନ୍ଦ୍ର କୁଶୱାହା କହିଛନ୍ତି ଯେ, ନୀତିଶଙ୍କ ବୟସର ଯେଉଁ ଅପରାହ୍ନରେ ଆସି ପହଞ୍ଚିଛନ୍ତି । ତାଙ୍କୁ ନିହାତି ବିଶ୍ରାମ ଦରକାର ।

bihar Election

 

 

OAS ଅଧିକାରଙ୍କ ଘରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଘଟଣା: ଶିଶୁ ଶ୍ରମିକ ଆଇନର ଖିଲାପ ଧାରାରେ ମାମଲା ରୁଜୁ

ଭୁବନେଶ୍ୱର: ରାଜଧାନୀରେ ଓଏଏସ ଅଧିକାରଙ୍କ ଘରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଓ ପିଡିତା ନାବାଳିକା ଗର୍ଭବତୀ ହେବା ଘଟଣା । ପିଡିତାଙ୍କୁ ନ୍ୟାୟ ପ୍ରଦାନ ସହ ସୁରକ୍ଷା ଯୋଗାଇ ଦିଆଯିବ । କ୍ଷତିପୂରଣ ବାବଦକୁ ସର୍ବାଧିକ ସାଢ଼େ ୩ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ।

ଯାଜପୁର ଗସ୍ତ କରି ପିଡିତା ଓ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ବୋଲି ସେ କହିଛନ୍ତି । ସେପଟେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଏସପିଙ୍କ ସହ ଆଲୋଚନା ମଧ୍ୟ ରହିଛନ୍ତି । ଓଏଏସ ଅଧିକାରୀଙ୍କ ଶ୍ୱଶୁର ଅଭିଯୁକ୍ତ ଥିବା ବେଳେ ୧୩ ବର୍ଷର ଜଣେ ଆଦିବାସୀ ନାବଳିକାକୁ ଘରେ କାମ କରାଇବା ହେଉଛି ଆଉଗୋଟେ ସଙ୍ଗିନ ଅପରାଧ ।

ତେବେ ଜଣେ ଦାୟିତ୍ୱ ସମ୍ପନ୍ନ ସରକାରୀ ଅଧିକାରୀ ନାବାଳିକାକୁ କେମିତି କାମ କରାଉଥିଲେ । ନାବାଳିକାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଘଟଣାକୁ ଚପାଇବାକୁ ଉଦ୍ୟମ ଆଉ ଏକ ଅପରାଧ । ଏଣୁ ଓଏଏସ ଅଧିକାରୀଙ୍କ ବିରୋଧରେ ମଧ୍ୟ ଶିଶୁ ଶ୍ରମିକ ଆଇନର ଖିଲାପ ଧାରାରେ ମାମଲା ରୁଜୁ ହେବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ।

ଧନତେରସ କେବେ ? ଜାଣନ୍ତୁ ଏହି ଦିନ କେଉଁ ଜିନିଷ କିଣିଲେ ହୋଇଯିବେ ଭିକାରି…

କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ । ଏହି ବର୍ଷ ଧନତେରସ ୧୩ ନଭେମ୍ବରରେ ପାଳନ କରାଯିବ । ଏହି ଦିନ ପିତ୍ତଳ କିମ୍ବା ରୂପା ବାସନ କିଣିବାର ଏକ ପରମ୍ପରା ରହିଛି । ବିଶ୍ୱାସ କରାଯାଏ ଯେ ଏହି ଦିନରେ ଯାହା ବି କିଣାଯାଏ ଶୁଭ ହୋଇଥାଏ । ଏହା ସହିତ ଧନ ମଧ୍ୟ ବୃଦ୍ଧି ପାଇଥାଏ । ଧନତେରାସରେ, ସପିଂ ସହିତ ଶୁଭ କାର୍ଯ୍ୟ ମଧ୍ୟ କରାଯାଇଥାଏ । ଏହି ଦିନ ସୁନା ଓ ରୂପା ଅଳଙ୍କାର କିଣିବା ବିଶେଷ କରି ଶୁଭ ହୋଇଥାଏ । ଆସନ୍ତୁ ଜାଣିବା ଧନତେରସ ଦିନ କେଉଁ ଜିନିଷ କିଣିବା ଦ୍ୱାରା ଶୁଭ ହୋଇଥାଏ ଏବଂ କେଉଁଟା ନୁହେଁ ।

କୁବେର ଯନ୍ତ୍ର ଏବଂ ମହାଲକ୍ଷ୍ମୀ ଯନ୍ତ୍ର

କୁହାଯାଇଥାଏ ଯେ, ଧନତେରାସରେ ଭଗବାନ ଧନ୍ୱନ୍ତରୀଙ୍କ କୃପା ପାଇବା ପାଇଁ ଜଣେ କୁବେର ଯନ୍ତ୍ର ଏବଂ ମହାଲକ୍ଷ୍ମୀ ଯନ୍ତ୍ର କିଣିବା ଉଚିତ୍।  ଏମିତି କରିବା ଦ୍ୱାରା ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ଶ୍ରୀ ଜନ୍ତ୍ରକୁ ଘରେ କିମ୍ବା ଦୋକାନର ସ୍ଥାପନ କରନ୍ତୁ ।

ମହାଲକ୍ଷ୍ମୀ ଓ ଗଣେଶଙ୍କ ପ୍ରତିମୂର୍ତ୍ତି-

ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମାକୁ ଧନତେରସରେ ସ୍ଥାପନ କରିବା ଶୁଭ ହୋଇଥାଏ । କୁହାଯାଏ ଯେ ଦୀପାବଳି ପୂର୍ବରୁ ଲକ୍ଷ୍ମୀ-ଗଣେଶଙ୍କ ଏକ ପ୍ରତିମା ଧନତେରସରେ ଆଣିବା ଅତ୍ୟନ୍ତ ଶୁଭ ଫଳାଫଳ ଦେଇଥାଏ ।

ସୁନା ଓ ରୂପା ମୁଦ୍ରା କିଣିବା ଶୁଭ –

ଧନତେରସରେ ସୁନା କିମ୍ବା ରୂପା ମୁଦ୍ରା କିଣିବା ଶୁଭ ଅଟେ । ଏହା ବ୍ୟତୀତ ରୂପା ବାସନ ମଧ୍ୟ କିଣାଯାଇଥାଏ । ଜ୍ୟୋତିଷଙ୍କ ଅନୁଯାୟୀ, ଧନତେରସ ଦିନ କିଣାଯାଇଥିବା ଅଳଙ୍କାର, ମୁଦ୍ରା, ବାସନକୁ ମଧ୍ୟ ଦୀପାବଳିରେ ଗଣେଶ-ଲକ୍ଷ୍ମୀ ପୂଜା ସମୟରେ ପୂଜା କରାଯିବା ଉଚିତ୍ । କୁହାଯାଏ ଯେ ଏମିତି କରିବା ଦ୍ୱାରା ଧନ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

ଧନିଆ ମଞ୍ଜି-

ଧନତେରସରେ ଧନିଆ ମଞ୍ଜି କିଣିବା ଶୁଭ ବୋଲି ବିବେଚନା କରାଯାଏ । ଗଣେଶ-ଲକ୍ଷ୍ମୀ ପୂଜନରେ ଧନିଆ ମଞ୍ଜି ବ୍ୟବହାର କରାଯିବା ଉଚିତ ବୋଲି କୁହାଯାଏ । ଆହୁରି ମଧ୍ୟ, ଧନିଆ ମଞ୍ଜିକୁ ପର୍ସରେ ରଖିବା ମଧ୍ୟ ଶୁଭ ହୋଇଥାଏ ।

ଧନତେରସରେ ଏହି ଜିନିଷଗୁଡିକ କିଣନ୍ତୁ ନାହିଁ-

ଧାନତେରସରେ ଲୁହା ଜିନିଷ କିଣିବା ଉଚିତ୍ ନୁହେଁ । ଲୁହା ଶନିଙ୍କର କାରକ ଭାବରେ ବିବେଚନା କରାଯାଏ । ବିଶ୍ୱାସ ରହିଛି ଯେ, ଧନତେରସରେ ଲୁହା ଜିନିଷ କିଣିବା ଦୁର୍ଭାଗ୍ୟ ଆଣିଥାଏ  । ଏହା ବ୍ୟତୀତ, ଧନତେରାସରେ ଚିନା ମାଟିରେ ପ୍ରସ୍ତୁତ ଜିନିଷ କିଣିବା ଉଚିତ୍ ନୁହେଁ । କୁହାଯାଏ ଯେ ଏପରି କରିବା ଦ୍ୱାରା ଘରେ ଧନହାନ୍ୟ ହ୍ରାସ ପାଇଥାଏ ।

ରାଜ୍ୟରେ କ୍ରାମାଗତ ଭାବେ ୧୫ଶହ ତଳେ ସଂକ୍ରମଣ, ଖୋର୍ଦ୍ଧାରୁ ୧୫୩ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଆସୁଛି କରୋନା ସଂକ୍ରମଣ । କ୍ରାମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗୁଛି  । ଗତ ୨୪ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୧୪୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ କ୍ୱାରେଣ୍ଟାଇନରୁ ୮୬୭, ଲୋକାଲ କେସ୍ ୬୨୭ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ଆଉ ୧୫ଜଣଙ୍କ ମୁଣ୍ଡ ନେଇଛି କରୋନା ।

ଶୁକ୍ରବାରଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧାରୁ ୧୫୩, କଟକରୁ ୧୧୨, ବାଲେଶ୍ୱରରୁ ୧୦୨, ସୁନ୍ଦରଗଡ଼ରୁ ୯୬, ମୟୂରଭଞ୍ଜରୁ ୯୩, ଅନୁଗୁଳରୁ ୮୩, ବଲାଙ୍ଗୀରରୁ ୭୯, କେନ୍ଦୁଝରରୁ ୬୯, ପୁରୀରୁ ୬୩, ଜଗତସିଂହପୁରରୁ ୬୦, କେନ୍ଦ୍ରାପଡାରୁ ୫୬, ବରଗଡ଼ରୁ ୫୪, ନୂଆପଡାରୁ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକରୁ ୧୯, ବୌଦ୍ଧରୁ ୧୬, ଦେଓଗଡ଼ରୁ ୫, ଢେଙ୍କାନାଳରୁ ୨୮, ଗଜପତିରୁ୬, ଗଞ୍ଜାମରୁ ୨୬,  ଯାଜପୁରରୁ ୩୭, ଝାରସୁଗୁଡ଼ାରୁ ୩୮, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୧୨, କୋରାପୁଟ ରୁ ୨୧, ମାଲକାନଗିରିରୁ ୧୮, ନବରଙ୍ଗପୁରରୁ ୩୨, ନୟାଗଡ଼ରୁ ୩୪, ରାୟଗଡ଼ା ୧୧, ସମ୍ବଲପୁରରୁ ୩୯, ସୋନପୁରରୁ ୧୨, ସମ୍ବଲପୁରରୁ ୩୯, ସୋନପୁର୧୨ ଓ ଷ୍ଟେଟପୁଲରୁ ୩୦ ସଂକ୍ରମିତ ଚିହ୍ନୟ ହୋଇଛନ୍ତି ।

ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୩୯୩କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୮ହଜାର ୭୬୮ରେ ପହଞ୍ଚିଛି । ଆକ୍ଟିଭ କେସ୍ ୧୩ହଜାର ୭୮୯ ରହିଛି । ଏବଂ ରାଜ୍ୟରେ ସୁସ୍ଥତା ସଂଖ୍ୟା ୨ଲକ୍ଷ ୮୩ହଜାର ୫୩୩ ରହିଛି ।

‘ଓ୍ୱର୍କ ଫ୍ରମ ହୋମ’କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଜାରି ହେଲା ନୂଆ ନିୟମ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗତ ବୁଧବାରକୁ ବିଜନେସ ପ୍ରୋସେସ ଆଉଟସୋର୍ସିଂ ବା ବି.ପି.ଓ, ଇନଫର୍ମେସନ ଟେକ୍ନୋଲୋଜି ଏନାବଲ୍ଡ ସର୍ଭିସ ବା ଆଇ.ଟି.ଇ.ଏସ ଭଳି କମ୍ପାନୀ ଗୁଡ଼ିକ ପାଇଁ ‘ଓ୍ୱର୍କ ଫ୍ରମ ହୋମ’ ଗାଇଡଲାଇନକୁ ସରଳ ଓ ସହଜ କରିବା ପାଇଁ ଘୋଷଣା କରିଛନ୍ତି । ଏହାଦ୍ୱାରା କରୋନା ସମୟରେ କାର୍ଯ୍ୟ ଅତି ସହଜ ହୋଇପାରିବ । ତେବେ କରୋନା ପାଇଁ ଦୀର୍ଘ ଦିନ ହେବ ‘ଓ୍ୱର୍କ ଫ୍ରମ ହୋମ’ ପାଇଁ ଦାବି କରାଯାଉଥିବା ବେଳେ ଏବେ ଏହି ନିଷ୍ପତ୍ତିରେ ନେଇଛନ୍ତି ସରକାର ।

OASP କମ୍ପାନୀ: ଦୂରସଂଚାର ସେବା ମାଧ୍ୟମରେ ଆପ୍ଲିକେସନ ଏବଂ ଆଇଟି କ୍ଷେତ୍ରରେ ଜଡ଼ିତ ସେବା ବା କୗଣସି ପ୍ରକାରର ଆଉଟସୋର୍ସିଂ ସେବା ପ୍ରଦାନ କରୁଥିବା କମ୍ପାନୀ ଗୁଡ଼ିକ ଓଏସପି କମ୍ପାନୀ ଭାବରେ ଜଣାଶୁଣା । ଏହି କମ୍ପାନୀ ଗୁଡ଼ିକ ଆଇଟି,କଲ ସେଣ୍ଟର,ବିପିଓ ଏବଂ ନଲେଜ ପ୍ରୋସେସ ଆଉଟସୋର୍ସିଂ କମ୍ପାନୀ ଭାବରେ ମଧ୍ୟ ପରିଚିତ । ଦୂରସଂଚାର ବିଭାଗର ନିର୍ଦ୍ଦେଶାନୁସାରେ ଘରେ ଥାଇ କାମ କରିବାକୁ ଅଧିକ ପ୍ରୋତ୍ସାହନ ମିଳିବ । ତେବେ ଏହାକୁ ନେଇ କିଛି ସର୍ତ୍ତାବଳୀ ସହିତ ଅନୁମତି ପ୍ରଦାନ କରାଯାଇଛି ।

ନୂଆ ନିୟମ ମାଧ୍ୟମରେ ଘରେ ଥାଇ କାମ କରିବାକୁ ପ୍ରୋତ୍ସାହନ ଦିଆଯାଇଛି । ଏହାର ଉଦ୍ଦେଶ୍ୟ ଉଦ୍ୟୋଗକୁ ମଜବୁତ କରିବା ବୋଲି ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ କୋଭିଡ ୧୯ ପାଇଁ କେତେକ ବିପିଓ ଏବଂ ଆଇଟି କମ୍ପାନୀର କର୍ମଚାରୀମାନେ ଘରେ ଥାଇ ଅଫିସ କାମ କରୁଛନ୍ତି । ଏବେ ନୂଆ ନିୟମ ଅନୁସାରେ ଓଏସପି ପାଇଁ ପଞ୍ଜୀକରଣ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡ଼ିଛି । ଏହା ସହିତ ବିପିଓ କମ୍ପାନୀ ଗୁଡ଼ିକୁ ମଧ୍ୟ ଏଥିରୁ ଆଶ୍ୱସ୍ତି ମିଳିଛି ।

ସାରୁଅ ଜମି କେଳେଙ୍କାରୀ: ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡାଙ୍କୁ ଗିରଫ ଦାବି

ଭୁବନେଶ୍ୱର: ତୁଟୁନି ଜମି କେଳେଙ୍କାରୀର ଅସଲି ଗୁମର । ଦିନ ଗଡ଼ିବା ସହ ଏହି କେଳେଙ୍କାରୀକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏବ ସାରୁଅ ସମରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଧିରେ ଧିରେ ତେଜୁଛି ଅଶାନ୍ତି ଷଷ୍ଠ ଦିନରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ ।  ଠିକା କର୍ମଚାରୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିବା ଜାତୀୟ ଦଳିତ ମହାସଂଘ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଛି ।

ସାରୁଅରେ ୧୪ ଏକର ଚାଷ ଜମି ଚଞ୍ଚକତା କରି ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡା ନିଜ ନାମରେ କରାଇ ନେଇଥିବା ନେଇ ମାମଲା ରୁଜୁ ହୋଇଛି । ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ଜମି ହଡ଼ପ ହୋଇଥିବା ଅଭିଯୋଗ କରି ବୈଜୟନ୍ତ ଓ ଜଗିଙ୍କୁ ଗିରଫ କରିବାକୁ ଦାବି କରିଛି ମହାସଂଘ ।

Illegal Boundary Constructed By OTV In Sarua Demolished By Khordha Dist Administration

ଗତ ୪ ତାରିଖରେ ଆନ୍ଦୋଳନରେ ସାମିଲ ଥିବା ମହାସଂଘ ଅନୁସନ୍ଧାନ କରି ଜାଣିବାକୁ ପାଇଛି ଯେ, ଦଳିତଙ୍କ ଜମିକୁ ସଂପୂର୍ଣ୍ଣ ଅନ୍ୟାୟ ଓ ଅନୈତିକ ଭାବେ ଦଖଲ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଆଇନ ଅନୁଯାୟୀ ତୁରନ୍ତ ଗିରଫ କରିବାକୁ ମହାସଂଘ ଦାବି କରିଛି । ସେପଟେ ୫ ଦଫା ଦାବି ନେଇ ଷଷ୍ଠ ଦିନରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ ।

ବର୍ଷା-ଅନୁଭବ ପାରିବାରିକ ବିବାଦ ପ୍ରସଙ୍ଗ, କଟକ ପୁରୀଘାଟ ଥାନାରେ ବର୍ଷା ଓ ତାଙ୍କ ଶାଶୂ

କଟକ: ଥାନାରେ ଓଲିଉଡ଼ ଅଭିନେତ୍ରୀ ବର୍ଷା ଓ ତାଙ୍କ ଶାଶୁ । ପୁରୀ ଘାଟ ଥାନାରେ ଉଭୟ ପୃଥକ ପୃଥକ ମାମଲା ରୁଜୁ କରିଛନ୍ତି । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ ଓ ସାଂସଦ ଅନୁଭବଙ୍କ ପାରିବାରିକ ବିବାଦ ପ୍ରସଙ୍ଗରେ ପୁରୀ ଘାଟ ଥାନାରେ ଅଭିଯୋଗ ଦାଖଲ ହୋଇଛି । ବର୍ଷା ଓ ଅନୁଭବଙ୍କ ମା’ଙ୍କ ପକ୍ଷରୁ ମାମଲା ଦାୟର ହୋଇଥିବା ବେଳେ ଘର ମରାମତି ପାଇଁ ଅନୁରୋଧ ସତ୍ତ୍ୱେ ବର୍ଷା ଘର ଛାଡୁନଥିବା  ଶାଶୁ ଅଭିଯୋଗ କରିଛନ୍ତି । ଏମିତିକି ବର୍ଷା ଦୁର୍ବ୍ୟବହାର କରୁଥିବା ମଧ୍ୟ ଅନୁଭବଙ୍କ ମା’ ଅଭିଯୋଗ ଆଣିଛନ୍ତି । ସେପଟେ ଘରୁ ବାହାର କରିଦେବାକୁ ଚକ୍ରାନ୍ତ କରାଯାଉଥିବା ବର୍ଷା ଅଭିଯୋଗ କରିଛନ୍ତି । ୨ଟି ଯାକ ଅଭିଯୋଗର ଅନୁଧ୍ୟାନ କରୁଛି ପୋଲିସ ।

ପଟିଆ ପିଏନ୍‌ବି ଏଟିଏମ୍‌ ଲୁଟ୍ ଘଟଣାରେ ୨ ଅନ୍ତଃରାଜ୍ୟ ଲୁଟେରା ଗିରଫ, ବେଙ୍ଗାଲୁରୁରୁ କରୁଥିଲେ ନେଟଓ୍ୱର୍କ ଅପରେଟ

ଭୁବନେଶ୍ୱର: ମ୍ୟାଗନେଟ ଛକ ପିଏନବି ଏଟିଏମ ରୁ ୨୭ ଲକ୍ଷ ୮୪ ହଜାର ଲୁଟ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ୨ ଅନ୍ତଃରାଜ୍ୟ ଏଟିଏମ ଲୁଟେରା ଭାଇଜାଗରୁ ଗିରଫ । ବିମାନରେ ଆସୁଥିଲେ, ହୋଟେଲରେ ରହି ଲୁଟ କରୁଥିଲେ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ଭାଇଜାଗ ପୋଲିସ ଏହି ଗ୍ୟାଙ୍ଗକୁ ଠାବ କରିଛି । ବାଙ୍ଗାଲୋରରୁ ଅପରେଟ କରୁଥିଲେ ଲୁଟ୍ ଯୋଜନା ।

୨ ଜଣଙ୍କ ମଧ୍ୟରୁ ଜଣେ ପଞ୍ଜାବର ଓ ଅନ୍ୟ ଜଣେ କେରଳର । ଗିରଫ ପରେ ସେମାନଙ୍କୁ ଓଡ଼ିଶା ଆଣିବାକୁ ଉଦ୍ୟମ କରୁଛି କମିଶନରେଟ ପୋଲିସ । ସେମାନଙ୍କ ନାମ ହେଉଛି ସମରଜୋଥ ସିଂ ଓ ଜାଫର ସାଦିକ ଏଭି । ଭାଇଜାଗ ରେ ମଧ୍ୟ ଗୋଟିଏ ବ୍ୟାଙ୍କରୁ ୯ ଲକ୍ଷ ଟଙ୍କା ଲୁଟ କରିଥିଲେ ।

ତେବେ ଚୋରି ଟଙ୍କାକୁ ସେମାନେ ବିମାନ ଯୋଗେ ନେଇଯାଇଥିବା ଜଣାପଡ଼ିଛି । ସେମାନେ ରାଜ୍ୟ ବାହାରର ଲୁଟେରା ହୋଇଥିବାରୁ ସେମାନଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯିବ । ଏ ନେଇ ପୋଲିସ କମିଶନର ଡଃ ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ସିସିଟିଭି ଜରିଆରେ ଅପରାଧୀ ଙ୍କୁ ଚିହ୍ନଟ କରାଯାଇଥିଲା । ଭୁବନେଶ୍ୱର ରୁ ଭଡାରେ ସ୍କୁଟି ନେଇ ସେ ଏହି ଅପରାଧ ଘଟାଇଥିଲେ । ଅପରାଧୀ ଦ୍ଵୟ ପଟିଆ ନିକଟରେ ଥିବା ପବୀତ୍ର ରୟାଲ ଏଜେନ୍ସି ନାମକ ଏକ ହୋଟେଲ ରହିଥିଲେ । ଏହାପରେ ମଞ୍ଚେଶ୍ୱର ଅଞ୍ଚଳର କେଶବ ମହାରଣାଙ୍କ ଠାରୁ ଗ୍ୟାସ ସିଲିଣ୍ଡର ଭଡାରେ ଆଣି ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।

ଏଥିରେ ସଫଳ ହେବାପରେ ୧୧ ତାରିଖ ସକାଳ ୭.୪୦ ରେ ଇଣ୍ଡିଗୋ ଫ୍ଲାଇଟ ଯୋଗେ ଦିଲ୍ଲୀ ଚାଲିଯାଇଥିଲେ । ପରେ ପୋଲିସ କୁ ଚକମା ଦେବାକୁ ଯାଇ ଚଣ୍ଡୀଗଡ଼, ବାଙ୍ଗାଲୋର ଓ ଶେଷରେ ଭାଇଯାଗ ଚାଲିଯାଇଥିଲେ । ସାରା ଦେଶରେ ସେମାନଙ୍କ ନାମରେ ୬ ଟି ଏଟିଏମ ଲୁଟ ସହ ନିଶା କାରବାର କେସ ରହିଛି । କମିଶନରେଟ ପୋଲିସ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡ ରେ ଆଣିବା ପାଇଁ ଆଜି ଆବେଦନ କରିବ ।

ରିମାଣ୍ଡ ସମୟରେ ସେମାନଙ୍କ ଅଭିଯୋଗର ଲିଷ୍ଟ ସମୟରେ ଅଧିକ ସୂଚନା ମିଳିପାରିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ସେହିପରି ଏହି ଆନ୍ତରାଜ୍ୟ ଗ୍ୟାଙ୍ଗ କୁ ଧରିଥିବାରୁ ସ୍ପେଶାଲ ସ୍କ୍ୱାର୍ଡ ମୁଖ୍ୟ ଏସିପି ସଂଜୀବ ଶତପଥୀ ଙ୍କୁ ପୋଲିସ ଡିଜି ଶ୍ରୀ ଅଭୟ  ଧନ୍ୟବାଦ ଜଣାଇଛନ୍ତି ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ବନବିଭାଗର କନିଷ୍ଠ ଆକାଉଣ୍ଟାଣ୍ଟ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଡିଭିଜନର କନିଷ୍ଠ ଆକାଉଣ୍ଟାଣ୍ଟ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କ ଘରେ ଚଢାଉ ଚାଲିଛି । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସର ରେଡ୍ ଜାରି ରହିଛି ।

ସେହିପରି ଚିଲିକା ବନ୍ୟପ୍ରାଣୀ ଡିଭିଜନର ନବୀନ ଚନ୍ଦ୍ର ବିଷୋୟୀଙ୍କ ଘରେ ରେଡ୍ ଚାଲିଛି । ବ୍ରହ୍ମପୁର ଓ ଚିଲିକାର ୩ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍‌ସ ।

ତେବେ ଏହି ଦୁଇ ଜଣଙ୍କ ପାଖରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗତ ପତ୍ର ଜବତ କରିବା ସହ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସିଜ କରିଛି ଭିଜିଲାନ୍ସ । ତେବେ ରେଡ୍‌ ର ପ୍ରକ୍ରିୟା ଏବେ ଚାଲିଥିବାରୁ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି ତାହାର ଆକଳନ ଏବେ ପର୍ଯ୍ୟନ୍ତ ହୋଇନାହିଁ । ଆକଳନ ହେବା ପରେ ସ୍ପଷ୍ଟ ହେବ କେତେ ଟଙ୍କା ରହିଛି ।

ଦେଶରେ କମୁଛି ସଂକ୍ରମିତଙ୍କ ସଂଖ୍ୟା ବଢୁଛି ସୁସ୍ଥତା ହାର

ନୂଆଦିଲ୍ଲୀ: ଦେଶରେ ଦିନକରେ  ୪୭ହଜାର ୭୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ଆଉ ୬୭୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୧୧ ହଜାର ୭୨୪  ହୋଇଥିବା ବେଳେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୦ ହଜାର ୭୭୩ ରହିଛି । ଗତ ୨୪ ଘଣ୍ଟାରେ ୫୪ ହଜାର ୧୫୭ ଜଣ ସୁସ୍ଥ ହୋଇଥିବା ବେଳେ, ମୋଟ ସୁସ୍ଥତା ସଂଖ୍ୟା ୭୭ ଲକ୍ଷ ୬୫ ହଜାର ୯୬୬ ପହଞ୍ଚିଛି ।

ସୂଚନା ଯୋଗ୍ୟ ଯେ, ଦେଶର ୨୭ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୦,୦୦୦ରୁ କମିଛି । କୁହାଯାଇଛି ଯେ, ଗତ ସାତ ଦିନ ଧରି ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୬ ଲକ୍ଷରୁ କମ୍ ଥିଲା। ଦେଶରେ ମୋଟ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୭୮ ପ୍ରତିଶତ ରୋଗୀ ୧୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ରହିଛନ୍ତି । ୫୧ ପ୍ରତିଶତରୁ ଅଧିକ ଚିକିତ୍ସିତ ହେଉଥିବା ରୋଗୀ ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ରହିଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି ।

ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଥିବା ବେଳେ ଦୈନିକ ସଂକ୍ରମଣରେ କେରଳ ଓ ଦିଲ୍ଲୀ ଆଗରେ ରହିଛି । ମହାରାଷ୍ଟ୍ରରେ ୧୭ଲକ୍ଷରୁ ଅଧିକ ସଂକ୍ରମିତ ଥିବା ବେଳେ ୪୪ହଜାର ୮୦୪ଜଣଙ୍କ ମୃତ୍ୟୁ ହେଲାଣି । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ୮ଲକ୍ଷରୁ ଅଧିକ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।