ଦେଶର ସବୁଠୁ ଧନୀ ମହିଳା ରୋଶନୀ ନାଡାର ! ଜାଣନ୍ତୁ କେତେ କୋଟି ଟଙ୍କାର ମାଲିକାଣୀ

1 min read

ନୂଆଦିଲ୍ଲୀ: କୋଟକ ୱେଲ୍ଥ ଏବଂ ହୁରୁନ ଇଣ୍ଡିଆ ପକ୍ଷରୁ ୨୦୨୦ ମିସିହାର ଦେଶର ସବୁଠୁ ଧନୀ ମହିଳାଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ସବୁଠୁ ଆଗରେ ଅଛନ୍ତି ରୋଶନୀ ନାଡାର ମଲହୋତ୍ରା । HCL Technologiesର ଚେୟାରମ୍ୟାନ ରୋଶନୀଙ୍କ ପାଖରେ ପ୍ରାୟ ୫୪,୮୫୦ କୋଟି ଟଙ୍କାର ସମ୍ପତି ରହିଛି । ୩୮ ବର୍ଷିୟ ରୋଶନୀଙ୍କୁ ଗତବର୍ଷ ଫୋବର୍ସ ପକ୍ଷରୁ ବିଶ୍ୱର ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୫୪ତମ ସ୍ଥାନ ମିଳିଥିଲା ।

ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବାୟୋକୋନକ ଫାଉଣ୍ଡର ଏବଂ ମ୍ୟାନେଜିଂ ଡାଇରେକ୍ଟର କିରଣ ମଜୁମଦାର ଶା । ତାଙ୍କ ପାଖରେ ପ୍ରାୟ ୩୬୬୦୦ କୋଟି ଟଙ୍କାର ସମ୍ପତି ରହିଛି । ଏହାପରେ ତୃତୀୟ ସ୍ଥାନରେ ଅଛନ୍ତି ଲୀନା ଗାନ୍ଧି ଯିଏ କି ଏକ ଫାର୍ମା କମ୍ପାନୀ USV ର ମାଲିକାଣୀ ଅଟନ୍ତି । ତାଙ୍କ ମୋଟ ସମ୍ପତି ୨୧୩୪୦ କୋଟି ଟଙ୍କା ଅଟେ ।

ତେବେ ଆଇଟି କମ୍ପାନୀ HCLର ଫାଉଣ୍ଡର ଶିବ ନାଡାରଙ୍କ ଝିଅ ରୋଶନୀ ନାଡାର ଦିଲ୍ଲୀରେ ହିଁ ବଡ଼ ହୋଇଥିଲେ । ଦିଲ୍ଲୀର ବସନ୍ତ ବୋଲୀ ସ୍କୁଲରୁ ନିଜ ସ୍କୁଲିଂ ସାରିବା ପରେ ରୋଶନୀ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟିରୁ ଗ୍ରାଜୁଏସନ କରିଥିଲେ । ସେଠାରେ ସେ ବିଜିନେସ ଆଡମିନିସଟ୍ରେସନରେ ପୋଷ୍ଟ ଗ୍ରାଜୁଏସନ ମଧ୍ୟ କରିଥିଲେ ।

ସାମ୍ବାଦିକତାରେ ରୁଚୀ ରଖୁଥିବା ରୋଶନୀ ବାପାଙ୍କ ବିଜନେସକୁ ଆଗକୁ ବଢ଼ାଇବା ପରିବର୍ତ୍ତେ ପ୍ରଥମେ ସାମ୍ବାଦିକତା କରିଥିଲେ । ସେ ସିଏନଏନ ଏବଂ ସ୍କାଇ ନ୍ୟୁଜରେ କାମ କରିଥିଲେ । ପରେ ୨୦୦୯ ମସିହାରେ ସେ ଦେଶକୁ ଫେରି ବାପାଙ୍କ କମ୍ପାନୀ ସମ୍ଭାଳିଥିଲେ । ମାତ୍ର ୨୭ ବର୍ଷ ବୟସରେ ରୋଶନୀ କମ୍ପାନୀର ସିଅଓ ହୋଇଥିଲେ । କେବଳ ସେତିକି ନୁହେଁ ଏକ ନାମୀ ଆଇଟି କମ୍ପାନୀକୁ ସମ୍ଭାଳୁଥିବା ଦେଶର ପ୍ରଥମ ମହିଳା ଭାବରେ ଉଭା ହୋଇଥିଲେ ରୋଶନୀ ।

୨୦୧୦ ମସିହାରେ ରୋଶନୀ ନିଜ କମ୍ପାନୀର ହେଲ୍ଥକେୟାର ଚେୟାରମ୍ୟାନ ଶିଖର ମଲହୋତ୍ରାଙ୍କୁ ବିବାହର କରିଥିଲେ । ଏହାପରେ ରୋଶନୀଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା । ତାଙ୍କ ତତ୍ତ୍ୱାବଧାନରେ HCL ଉନ୍ନତି ପଥରେ ଆଗେଇବାକୁ ଲାଗିଲା । କରୋନା କାଳରେ ଗୋଟେପଟେ କମ୍ପାନୀ ଗୁଡ଼ିକ କ୍ଷତି ସହୁଥିବାବେଳେ HCLର ତ୍ରୈମାସିକ ଲାଭ ୩୧.୭ ପ୍ରତିଶତରୁ ବୃଦ୍ଧି ପାଇ ୨,୯୨୫ କୋଟି ଟଙ୍କାରେ ପହଁଞ୍ଚିଥିଲା ।

Leave a Reply