ଆଇଏନଏସ ଚିଲିକାରେ ନୌସେନା ଦିବସ

1 min read

ଭୁବନେଶ୍ୱର: ଆଜି ୪ ଡିସେମ୍ବର ଅର୍ଥାତ ଭାରତୀୟ ନୌସେନା ଦିବସ । ଦେଶର ପ୍ରତିଟି ନୌସେନା କ୍ୟାମ୍ପରେ କରାଯାଉଛି ପାଳନ । ସେହି କ୍ରମରେ ଆଇଏନଏସ ଚିଲିକା ମଧ୍ୟ ନୌସେନା ଦିବସକୁ ଭୁଲିଯାଇନି । ଖୁରଡା ଜିଲ୍ଲାର ଚିଲିକା ହ୍ରଦ କୂଳରେ ଅବସ୍ଥିତ ଭାରତୀୟ ନୌସେନାର ପ୍ରାଥମିକ ତାଲିମ ପ୍ରତିଷ୍ଠାନ । ‘ଭାରତୀୟ ନୌସେନା ଯୁଦ୍ଧ ପ୍ରସ୍ତୁତ ‘ଥିମ୍ ସହିତ ଭାରତୀୟ ନୌସେନା ଦିବସକୁ ସମ୍ମାନର ସହକାରେ ପାଳନ କରିଛି ।

 

ବିଶ୍ୱସନୀୟ ଏବଂ ସମନ୍ୱୟ ସହକାରେ 1971ର ଇଣ୍ଡୋ-ପାକ୍ ଯୁଦ୍ଧରେ ଭାରତ ଉଡାଇଥିଲା ବିଜୟର ଧ୍ବଜା । ଗୌରବମୟ ବିଜୟର 50 ତମ ବାର୍ଷିକୀ ଚଳିତ ଚାଲୁଅଛି ଏବଂ ଏହା ‘ ସ୍ୱର୍ଣ୍ଣ  ବିଜୟ’ ଭାବରେ ଦେଶବ୍ୟାପୀ ପାଳନ କରାଯାଉଛି । ସୀମାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ନାଭାଲ୍ ୱାରିୟର୍ସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କମୋଡୋର ରିତୁରାଜ ସାହୁ, ନୌସେନା ଅଧିକାରୀ-ଇନ୍-ଚାର୍ଜ (ଓଡ଼ିଶା) ଏବଂ କମାଣ୍ଡିଂ ଅଫିସର ଆଇଏନ୍ଏସ୍ ଚିଲ୍କା ଯୁଦ୍ଧ ମେମୋରିଆଲ୍ – ପ୍ରେର୍ନା ଷ୍ଟାଲରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି ଅବସରରେ ନୌସେନା ଅଧିକାରୀଙ୍କୁ ସମ୍ବୋଧିତ କରାଯାଇଛି । ସମଗ୍ର ନୌସେନା କର୍ମଚାରୀ ସର୍ବଦା ବିପର୍ଯ୍ୟୟରେ ତଥା ଫ୍ରଣ୍ଟଲାଇନ ଡ୍ୟୁଟିରେ ଜାରି ରଖିଛନ୍ତି ନିଷ୍ଠାପର କର୍ତ୍ତବ୍ୟ । ସେମାନଙ୍କର ନିସ୍ୱାର୍ଥପର ସେବା ପାଇଁ କୃତଜ୍ଞତା ଜଣାଇଛି ଆଇଏନଏସ ଚିଲିକା । ସେହିପରି COVID 19 ମହାମାରୀ ସମୟରେ ଚିଲ୍କା ନାଭାଲ୍ ବେସ୍ ଏବଂ ଅର୍ଫେଞ୍ଜରେ ଆଖପାଖରେ ଥିବା ଅଭାବୀ ଲୋକଙ୍କୁ ସାହାଯ୍ୟ ପ୍ରଦାନ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଯାଇଛି ।

COVID-19 ପ୍ରୋଟୋକଲ୍କୁ କଡାକଡି ପାଳନ କରାଯାଇ ଆଜି ସମସ୍ତ କାର୍ଯ୍ୟକ୍ରମ କରାଯାଇଥିବାବେଳେ ଦେଶଭକ୍ତ ମାର୍ସଲ୍ ମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିସହ, 1971 ଯୁଦ୍ଧରେ ଭାରତୀୟ ନୌସେନାର ଭୂମିକା ଉପରେ ଏକ ‘ଉପସ୍ଥାପନା-କମ-ପ୍ୟାନେଲ୍ ଆଲୋଚନା’ ଆୟୋଜିତ ହୋଇଥିଲା । ଯାହାକି ଅବ-ଇନିଟିଓ ନାଭାଲ୍ ଟ୍ରେଂନି ନାବିକମାନଙ୍କ ପାଇଁ ହୋଇଥିଲା ଭାରତୀୟ ନୌସେନାର ରଣନୀତି । ତଥା ନିର୍ଣ୍ଣାୟକ ଯୁଦ୍ଧ ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ​​ଯାହା ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

Leave a Reply