ହାଇଦ୍ରାବାଦ ନିର୍ବାଚନ; ବଢୁଛି ବିଜେପି, ଖସୁଛି କେସିଆର

1 min read

ହାଇଦ୍ରାବାଦ: ସମୟ ସାଙ୍ଗକୁ ବୃଦ୍ଧି ଘଟୁଛି ଉତ୍କଣ୍ଠା । ମଧ୍ୟାହ୍ନର ତାତି ଅପରାହ୍ନକୁ ଥମିଯାଉଛି । ସକାଳେ ବହୁ ଥିବା ପବନ ସଂନ୍ଧ୍ୟାକୁ କମିଯାଉଛି । ଆଉ ଏହାରି ଭିତରେ କିଏ ପିନ୍ଧିବ ପଗଡି । କାହାର ହେବ ଗ୍ରେଟର ହାଇଦ୍ରାବାଦ । ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଏନେଇ ବଢୁଛି ଶଙ୍କା ।  ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲଟି ନିର୍ବାଚନର ଫଳାଫଳ ସ୍ପଷ୍ଟ ହେବାକୁ ଯାଉଥିବାବେଳେ ପୂର୍ବ ନିର୍ବାଚନ ଅପେକ୍ଷା ଭଗୱା ବିଜେପିର ବଢୁଛି ସିଟ  ।  ୧୫୦ କର୍ପୋରେଟ ଆସନ ପାଇଁ ଡିସେମ୍ବର ୧ ତାରିଖରେ ନିର୍ବାଚନ ହୋଇଥିବାବେଳେ ଆଜି ପ୍ରକାଶ ପାଇବାରେ ଲାଗିଛି ନିର୍ବାଚନ ଫଳ ।

୧୫୦ ଆସନ ପାଇଁ ପଡିଥିବା ଭୋଟ ଗଣତି ଜାରି ରହିଥିବାବେଳେ ବର୍ତ୍ତମାନ ଆଗୁଆ ସତ୍ତାରେ ବସିଥିବା TRS । ସେପଟେ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟିକୁ ମିଳିବାକୁ ଯାଉଛି ହାଇଦ୍ରାବାଦରେ ସଫଳତା । ଭୋଟ ଗଣତି ଆରମ୍ଭ ହେବା ସମୟରେ ଦଳ ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ପାଖାପାଖି ୯୦ ଆସନରେ ଆଗୁଆ ରହିଥିଲା । ବର୍ତ୍ତମାନ ବିଜେପି ଭୋଟ ଗଣତିରେ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି AIMIM ତୃତୀୟ ସ୍ଥାନରେ ରହିଛି ।

ବର୍ତ୍ତମାନ ସୁଦ୍ଧା କେସିଆର ପାର୍ଟି TRS ୬୫ ଆସନରେ ଆଗୁଆ ରହିଥିବାବେଳେ ବିଜେପି ରହିଛି ୩୫ ଆସନରେ ଆଗୁଆ । ଅନ୍ୟପଟେ ଧର୍ମଗତ ଅର୍ଥାତ ମୁସଲିମ କାର୍ଡ ଖେଳୁଥିବା ଆଶାଉଦ୍ଦିନ ଓୱେସିଙ୍କ ଦଳ ୨୨ରେ ଆଗୁଆ ରହିଛି । ସେପଟେ କଂଗ୍ରେସର ସ୍ଥିତି ପୂର୍ବ ଅପେକ୍ଷା ଦୁର୍ବଳ ଦେଖାଯାଉଛି । କାରଣ ଦଳ ମାତ୍ର ୨ଟି ଆସନରେ ଆଗରେ ରହିଥିବା ଜଣାପଡିଛି ।

୨୦୧୬ରେ ହୋଇଥିବା GHMC ନିର୍ବାଚନେରେ ଶାସକ TRS ୯୯ ଆସନରେ ଗୋଲାପି ବାନା ଉଡାଇଥିଲା । ସେହିପରି ସାମ୍ପ୍ରଦାୟିକ କାର୍ଡ ଖେଳୁଥିବା ଓୱେସିଙ୍କ ପାର୍ଟି ୪୪ଟି ସିଟ ଜିତିବାରେ ସକ୍ଷମ ହୋଇଥିଲା । ଯେଉଁଥିରେ ମାତ୍ର ତିନେଟି ଆସନ ପାଇବାରେ ସଫଳ ହୋଇପାରିଥିଲା ବିଜେପି । କିନ୍ତୁ ଚଳିତ ନିର୍ବାଚନେରେ ବିଜେପିର ତୁଙ୍ଗ ନେତାଙ୍କ ଋଣନୀତି ଏବଂ ହିନ୍ଦୁତ୍ବ କାର୍ଡ ଦଳକୁ ଏକପ୍ରକାର ସଫଳତା ଦେବାରେ ସଫଳ ହୋଇଛି ।

ଚାରୋଟି ଜିଲ୍ଲାକୁ ନେଇ ଗଠିତ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲଟି କର୍ପୋରେସନ ଅଧିନରେ ଆସୁଛି ୨୪ଟି ବିଧାନସଭା କ୍ଷେତ୍ର ଏବଂ ୫ଟି ଲୋକସଭା ଆସନ । ତେଣୁ ଦେଶର ବୃହତ ମହାନଗର ନିଗମ ମଧ୍ୟରୁ ଅନ୍ୟତମ ରହିଥିବା ହାଇଦ୍ରାବାଦ ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା । ତେଣୁ ସଂନ୍ଧ୍ୟା ସୁଦ୍ଧା ଫଳାପଳ ସ୍ପଷ୍ଟ ହେବାକୁ ଥିବାବେଳେ କିଏ ଅକ୍ତିଆର କରୁଛି ଦକ୍ଷିଣ ଭାରତର ଏହି ବୃହତ ସହର । ତାହା କେବଳ ଦେଖିବାକୁ ବାକି ।

Leave a Reply