ଭୋଟର ପରିଚୟପତ୍ରରେ ରହିଛି କି ତ୍ରୁଟି ? ଜାଣନ୍ତୁ କେବେ, କେଉଁଠି କରିବେ ସଂଶୋଧନ

1 min read

ଭୁବନେଶ୍ୱର: ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିବ । ନାମ ସଂଶୋଧନ, ନୂଆ ପଞ୍ଜିକରଣ କିମ୍ବା ହଟାଇବା ପାଇଁ ଆବେଦନ କରିପାରିବେ । ଉଭୟ ଅଫଲାଇନ ଓ ଅନଲାଇନରେ ମାଧ୍ୟମରେ ଆବେଦନ କରି ହେବ । ଅନଲାଇନ୍ ପାଇଁ ୱେବସାଇଟ୍ ହେଉଛି www.nvsp.in । ଡିସେମ୍ବର ୧୫ରୁ ଜାନୁଆରୀ ୫ ତାରିଖ ଯାଏଁ ଆବେଦନର ଯାଞ୍ଚ ହେବ । ବିଡିଓ ଓ ତହସିଲଦାର ଏହି ଦାୟିତ୍ୱରେ ରହିବେ ।

Voter Identity Correction Drive Till 15th December

ପ୍ରତି ବୁଥ୍ ସ୍ତରରେ ବିଏଲଓ ସ୍ପଟ ଭେରିଫିକେସନ କରିବେ । ଭୋଟର ହେଲ୍ପ ଲାଇନ୍ ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ ଆବେଦନ କରି ହେବ । ଆସନ୍ତାକାଲି ଠାରୁ ୬ ତାରିଖ ଯାଏଁ ଦୁଇ ଦିନ ଧରି ବିଏଲଓମାନେ ଉପସ୍ଥିତ ରହି ମତଦାନ କେନ୍ଦ୍ରରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ । ସେଠାରେ ନାଁ ପଞ୍ଜିକରଣ କିମ୍ବା ସଂଶୋଧନ କରିବାକୁ ଆବେଦନ କରିପାରିବେ ।

Voter Identity Correction Drive Till 15th December

ଯେଉଁ ଭୋଟର ମାନଙ୍କର ମୃତ୍ୟୁ ହୋଇଥିବ ସେମାନଙ୍କ ନାଁ କାଟିବା କିମ୍ବା ଦୁଇଟି ଜାଗାରେ ନାଁ ରହିଛି ସେମାନେ ମଧ୍ୟ ସଂଶୋଧନ ଲାଗି ଆବେଦନ କରିପାରିବେ । ଏହାସହିତ ଯେଉଁମାନଙ୍କ ଭୋଟର ପରିଚୟ ପତ୍ରରେ ନାମଗତ ତ୍ରୁଟି କିମ୍ବା ତାଙ୍କ ଫୋଟ ଅଲଗା ବଦଳାଇବାର ଅଛି ସେମାନେ ମଧ୍ୟ ସଂଶୋଧନ କରି ପାରିବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀ ସୂଚନା ଦେଇଛନ୍ତି ।

Leave a Reply