spot_img
Home Blog Page 6471

ମକା ବିକିବାକୁ ମଣ୍ଡି ନାହିଁ, ଦଲାଲଙ୍କୁ କମ ଦରରେ ବିକୁଛନ୍ତି ଚାଷୀ

ଧର୍ମଗଡ଼: ଲଗାଣ ବର୍ଷା ପରେ ରୋଗପୋକ ମକା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ ଏବେ ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ମଣ୍ଡି ନଥିବାରୁ ଶାଗ ମାଛ ଦରରେ ଅମଳ ଫସଲକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି କଳାହାଣ୍ଡିର ଧର୍ମଗଡ଼ର ମକା ଚାଷୀ । ଶାଗ ମାଛ ଦରରେ ମକା ବିକ୍ରି କରୁଛନ୍ତି ଚାଷୀ । ମାଲେମାଲ ହେଉଛନ୍ତି ଦଲାଲ । ଧାନ ଓ କପା ପରେ ତୃତୀୟ ଅର୍ଥକାରୀ ଫସଲ ହେଉଛି ମକା । ପାହାଡ଼ିଆ ଅଞ୍ଚଳ ହେଉ କି ସମତଳ ଭୂମି, କଳାହାଣ୍ଡି ଜିଲ୍ଲାରେ ବହୁଳ ଭାବେ ମକା ଚାଷ କରିଥାନ୍ତି ଚାଷୀ ।

Farmer Selling Corns In Low Price To Broker For No Mandi In Dharmagarh

ହେଲେ ଚଳିତ ବର୍ଷ ଲଗାଣ ବର୍ଷା ଓ ରୋଗପୋକ ପରେ ଏବେ ଅଭାବୀ ବିକ୍ରି ମକା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଫଳରେ ମଣ୍ଡି ଅଭାବରୁ ଶାଗ ମାଛ ଦରରେ ଫସଲ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଚଳିତ ଖରିଫ୍ ଋତୁରେ ଧର୍ମଗଡ଼ ବ୍ଲକରେ ୨ ହଜାର ହେକ୍ଟରରେ ମକା ଚାଷ କରିଛନ୍ତି ଚାଷୀ । ଆଉ ଏବେ ଅମଳ ସମୟ ହୋଇଥିବା ବେଳେ ମକାର ଅଭାବୀ ବିକ୍ରି ଦେଖା ଦେଇଛି ।

Farmer Selling Corns In Low Price To Broker For No Mandi In Dharmagarh

ମଣ୍ଡି ଅଭାବରୁ କ୍ୱିଣ୍ଟାଲ ପ୍ରତି ୯ ଶହ ଟଙ୍କାରେ ଦଲାଲଙ୍କୁ ମକା ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ସରକାରଙ୍କ ପକ୍ଷରୁ ଆସୁଥିବା ସମସ୍ତ ସୁବିଧା ସୁଯୋଗକୁ ଚାଷୀଙ୍କ ପାଖରେ ପହଞ୍ଚାଇ ମଣ୍ଡି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଧର୍ମଗଡ଼ କୃଷି ଅଧିକାରୀ । ଲଗାଣ ବର୍ଷା ଓ ରୋଗପୋକ ପରେ ଚଳିତ ବର୍ଷ ଭଲ ଅମଳ ହୋଇଛି ମକା ଫସଲ । ହେଲେ ବିକ୍ରି ପାଇଁ ମଣ୍ଡିର ବ୍ୟବସ୍ଥା ନଥିରୁ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ।

କରୋନାକୁ ମାତ୍ ଦେବାକୁ କମିଶନରେଟ୍ ପୋଲିସର ନୂଆ ଯୋଜନା

ଭୁବନେଶ୍ୱର: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ କମିଶନରେଟ୍ ପୋଲିସର ନୂଆ ଯୋଜନା । ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଲକ୍ଷ୍ମଣ ରେଖା’ । କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ସଜାଗ ହେଉଛି କମିଶନରେଟ୍ ପୋଲିସ । କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଲକ୍ଷ୍ମଣ ରେଖା’ ଯୋଜନା । ଶୀତ ଦିନେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ କୌଣସି ପୋଲିସ କର୍ମଚାରୀଙ୍କ ଠାରେ କାଶ, କଫ ବା ଜର ଭଳି ଲକ୍ଷଣ ଦେଖାଗଲେ ସେମାନଙ୍କୁ ୫ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜରରେ ରଖାଯିବ ।

Commissionrate Police To Start Laxman Rekha Scheme To Prevent Covid-19

ଯଦି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ନ ହୁଏ ତେବେ ତୁରନ୍ତ ଅସୁସ୍ଥ କର୍ମଚାରୀଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଏବଂ RT-PCR ଟେଷ୍ଟ କରାଯିବ । ଏହି ୫ ଦିନ ଭିତରେ ପୀଡ଼ିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରିବ ଡାକ୍ତରୀ ଟିମ । ଥାନାରୁ ଥାନାକୁ ବୁଲି କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବ ଏହି ଟିମ୍ । କିଛି ଦିନ ତଳେ ଡ୍ୟୁଟିରେ ଥିବା ବେଳେ କମିଶନରେଟ ପୋଲିସର ୩ ଅଧିକାରୀ କରୋନାରେ ଗୁରୁତର ହୋଇ ପଡ଼ିଥିଲେ । ଭୁବନେଶ୍ୱରରେ ଥିବା ପୋଲିସ ହସ୍ପିଟାଲର ୫ ଜଣିଆ ଡାକ୍ତରୀ ଟିମ ସେମାନଙ୍କୁ ତୁରନ୍ତ ଚିକିତ୍ସା କରିଥିଲା ।

Commissionrate Police To Start Laxman Rekha Scheme To Prevent Covid-19

ବର୍ତ୍ତମାନ ସୁଦ୍ଧା କମିଶନରେଟ ପୋଲିସରେ କାର୍ଯ୍ୟରତ ଥିବା ୮ ହଜାର ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୧୮ ଶହ ଜଣ କରୋନାର ଶିକାର ହୋଇଛନ୍ତି । ଟ୍ୱିନ୍ ସିଟିରେ ଏବେ ସୁଦ୍ଧା ଆହୁରି ୩୦ ଜଣ ପୋଲିସ କର୍ମଚାରୀ କରୋନାରେ ଚିକିତ୍ସିତ ହେଉଛନ୍ତି । ମୋଟ ୬ ଜଣ ପୋଲିସ କର୍ମଚାରୀ କରୋନାରେ ମୃତ୍ୟୁବରଣ କରିଛନ୍ତି । କରୋନା କାୟାକୁ ଖାତିର ନକରି, ନିଜ ଜୀବନକୁ ବାଜି ଲଗାଇ ପୋଲିସ ନିଜ କର୍ତ୍ତବ୍ୟ କରି ଚାଲିଛି । ଏଭଳି ପରିସ୍ଥିତିରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଲେ ଆଇନଶୃଙ୍ଖଳା ମଧ୍ୟ ବଜାୟ ରହିବ ।

ଓଡ଼ିଶା ଇନଫ୍ରାଟେକ୍‌ ନିର୍ଦ୍ଦେଶକ ପଦରୁ ମନୋରଂଜନ ଇସ୍ତଫା

ଭୁବନେଶ୍ୱର: ଓଡ଼ିଶା ଇନଫ୍ରାଟେକ୍‌ର ନିର୍ଦ୍ଦେଶକ ପଦରୁ ମନୋରଂଜନ ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମକୁ ଏ ସମ୍ପର୍କରେ ମନୋରଂଜନଙ୍କ ସଂପର୍କୀୟ ଏହି ସୂଚନା ଦେଇଛନ୍ତି । ସାରୁଅ ଜମି ଜାଲିଆତି ମାମାଲାରେ ଗିରଫ ହୋଇ ମନୋରଂଜନ ଏବେ ଝାରପଡା ଜେଲରେ ଅଛନ୍ତି । ମନୋରଂଜନ ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ପଦ ସହ ଓଟିଭିର ଚିଫ୍ ଫାଇନାନ୍ସ ଅଫିସର ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ମୋଟାମୋଟି କହିବାକୁ ଗଲେ ସେ ଓଟିଭି ଗ୍ରୁପ୍ ଠାରୁ ନିଜ ବୃତ୍ତିଗତ ସଂପର୍କ ଛିନ୍ନ କରିଛନ୍ତି । ଗତ ୧ ତାରିଖ ଦିନ ମନୋରଂଜନକୁ କ୍ରାଇମବ୍ରାଞ୍ଚ ଗିରଫ କରି ବିଚାର ବିଭାଗୀୟ ହାତଜକୁ ପଠାଇଥିଲା । ଏଥି ସହ ରିମାଣ୍ଡରେ ଆଣି ପଚରାଉଚୁରା ବେଳେ ସାରୁଅ ଜମି କେଳେଙ୍କାରୀର ଅନେକ ଗୁମର ଖୋଲିଥିଲେ । ଦଳିତ ଯୁବକ ରବୀନ୍ଦ୍ର ସେଠୀଙ୍କୁ ମୋହରା କରି କେମିତି ଜଗିମଙ୍ଗତ ପଣ୍ଡା ଅନସୂଚିତ ଜାତି ଲୋକଙ୍କ ଜମି ହଡ଼ପ କରିଥିବା ଜଣାପଡିଛି  । ଏଥିନେଇ କ୍ରାଇମବ୍ରାଞ୍ଚ ମଧ୍ୟ ଗଣମାଧ୍ୟମକୁ ଖବରଦାତା ସମ୍ପର୍କରେ ସୂଚନା ଦେଇଥିଲା ।

ଏହି ତଦନ୍ତକୁ ଆହୁରି ଶାଣିତ କରିବା ପାଇଁ ଯାହାର ତଦନ୍ତ ପାଇଁ ଆୟକର ବିଭାଗକୁ କ୍ରାଇମବ୍ରାଞ୍ଚ ଚିଠି ଲେଖି ଅନୁରୋଧ କରିଛି । ଅପରପକ୍ଷରେ ମନୋରଞ୍ଜନ ଷଡଙ୍ଗୀଙ୍କ ଶଳା ହରି ମିଶ୍ର କହିଛନ୍ତି, ଭିଣୋଇଙ୍କ ସଚ୍ଚୋଟତାର ସୁଯୋଗ ନେଇ ତାଙ୍କୁ ଫସାଇ ଦିଆଯାଇଛି। ମନୋରଞ୍ଜନ ୨୦୦୮ରେ ଓମଫେଡ୍ ଛାଡି ଓରଟେଲରେ ଯୋଗ ଦେଇଥିଲେ। ମହୁ ଖାଇଲା କିଏ ମାଛି କାମୁଡିଲା କାହାକୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ମନୋରଂଜନ ତୃଣମୂଳସ୍ତରରୁ  ଉଠିଛନ୍ତି । ଏକ  ନିର୍ଦ୍ଧିଷ୍ଟ ପୁଞ୍ଜିପତି ନିଜକୁ ଧନୀ କରିବା ପାଇଁ ଅନ୍ୟକୁ ଯେମିତି ବକରା ବନାନ୍ତି ସେମିତି ମନୋରଞ୍ଜନ ଷଡଙ୍ଗୀଙ୍କୁ ବନାଇଛନ୍ତି  ବୋଲି ତାଙ୍କ ଶଳା କହିଛନ୍ତି ।

Sarua Land Scam Case, Courts Direct To Send Notice To Affected

 

କୋର୍ଟରେ ଟ୍ରମ୍ପଙ୍କ ଆବେଦନ ଖାରଜ, ମ୍ୟାଜିକ୍‌ ନମ୍ବର ନିକଟରେ ବିଡେନ୍‌

ଓ୍ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ମତ ଗଣନା । ଏହାରି ଭିତରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ବୟାନବାଜୀ ତୀବ୍ର ହୋଇଛି । ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ବିପକ୍ଷ ପାର୍ଥୀ ଜୋ-ବିଡେନଙ୍କ ବିରୋଧରେ ଆଣିଛନ୍ତି ନିର୍ବାଚନ ଚୋରିର ଅଭିଯୋଗ । ସେପଟେ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟ୍‌କା । ମତଦାନ ଚୋରି ଅଭିଯୋଗ କରି ଟ୍ରମ୍ପ ମିସିଗନ୍‌ ଓ ଜର୍ଜିଆରେ ହେଉଥିବା ପୋଷ୍ଟାଲ ବାଲାଟ୍‌ ଗଣତି ରୋକିବାକୁ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆଲାସ୍କା, ଜର୍ଜିଆ, ନର୍ଥ କାରୋଲିନା ଓ ପେନସିଲଭାନିଆରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆଗୁଆ ଥିବା ବେଳେ ଆରିଜୋନା ଓ ନାଭେଡ଼ାରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ-ବିଡେନ ଆଗୁଆ ଅଛନ୍ତି ।

joe biden-trump

ବିଡେନଙ୍କୁ ଏପର୍ଯ୍ୟନ୍ତ ୨୬୪ ଇଲେକ୍ଟର୍ସଙ୍କ ମତ ମିଳିଛି । ବହୁମତ ପାଇଁ ଆଉ ୬ଟି ଇଲେକ୍ଟର୍ସ ଆବଶ୍ୟକତା ଥିବା ବେଳେ ନାଭେଡା​‌ରେ ତାଙ୍କୁ ଆବଶ୍ରକ ଇଲେକ୍ଟର୍ସ ଭୋଟ ମିଳିପାରେ ବୋଲି ଆଶା ରହିଛି । ଏଣୁ ମ୍ୟାଜିକ୍‌ ସଂଖ୍ୟା ୨୭୦ ଇଲେକ୍ଟର୍ସଙ୍କ ସମର୍ଥନ ପାଇ ବିଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ପାରନ୍ତି । ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରର ଏହି ନିର୍ବାଚନ ଉପରେ ରହିଛି ସାରା ବିଶ୍ୱବାସୀଙ୍କ ନଜର । କାରଣ ବିଡେନ ରାଷ୍ଟ୍ରପତି ହେଲେ ଟ୍ରମ୍ପଙ୍କ ଅନେକ ନିଷ୍ପତିକୁ ବଦଳାଇବା ନେଇ ସେ ଘୋଷଣା କରି ସାରିଛନ୍ତି । ସେଗୁଡିକ ମଧ୍ୟରେ ରହିଛି ଆମେରିକା-ପ୍ୟାରିସ୍‌ ଚୁକ୍ତି, ମୁସଲମାନଙ୍କ ପାଇଁ ଦେଶରେ ପ୍ରତିବନ୍ଧକ, ରିଫ୍ୟୁଜି ନୀତି, ଇମିଗ୍ରେସନ୍‌ ନିୟମ, ଫ୍ରି କରୋନା ଟେଷ୍ଟିଂ ପରି ଅନେକ ନିଷ୍ପତ୍ତି ସେ ବଦଳାଇବାକୁ ଚେଷ୍ଟା କରିଛନ୍ତି ।

ଏବେବି ଜେଲରେ ରହିବେ ଲାଲୁ ଯାଦବ, ନଭେମ୍ବର ୨୭କୁ ଘୁଞ୍ଚିଲା ଜାମିନ୍ ଶୁଣାଣି

ପାଟଣା: ଗୋ-ଖାଦ୍ୟ ଦୁର୍ନୀତିରେ ସଜ୍ଜା କାଟୁଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି । ଏବେ ଏହି ମାମଲାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ । ଦୁମକା ଟ୍ରେଜରୀ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ୭ ବର୍ଷ ଜେଲ୍ ହୋଇଥିଲା । ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ଜେଲର ଅଧା ସମୟ ବିତି ଯାଇଥିବା ଆଧାର ଦେଇ ଲାଲୁଙ୍କୁ ଜାମିନ୍ ପାଇଁ ଆବେଦନ ଦାଖଲ କରିଥିଲେ । ଯେଉଁ ମାମଲାର ଆଜି ଶୁଣାଣି ହୋଇପାରି ନାହିଁ । ଏହାକୁ ଘୁଞ୍ଚାଇ ଦିଆଯାଇଛି ।

Lalus Bail Plea May Be Heard Today In Ranchi High Court

ଶୁଣାଣି ପୂର୍ବରୁ ଲାଲୁଙ୍କ ଓକିଲ ପ୍ରଭାତ କୁମାର କହିଥିଲେ- ସମ୍ପୂର୍ଣ୍ଣ କାରାଦଣ୍ଡର ଅଧା କାଟିବା ପରେ ଏହାକୁ ଆଧାର କରି ଜାମିନ୍ ଆବେଦନ କରାଯାଇଛି । ଗତ ମାସରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ଗୋ-ଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଚାଇବାସା ଟ୍ରେଜେରୀରୁ ବେଆଇନ୍ ଉଠାଣ ମାମଲାରେ ନିୟମିତ ଜାମିନ୍ ଦେଇଥିଲେ ।

Lalus Bail Plea May Be Heard Today In Ranchi High Court

ଦୁମକା କୋଷାଗାରରୁ କୋଟି କୋଟି ଟଙ୍କାର ବେଆଇନ୍ ଉଠାଣ ମାମଲାରେ ରାଞ୍ଚି ସିବିଆଇର ସ୍ୱତନ୍ତ୍ର କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ । ଏଥିସହ ଅଦାଲତ ଲାଲୁଙ୍କୁ ଜରିମାନା କରିଥିଲେ । ତିନୋଟି ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଜାମିନ ମିଳି ସାରିଛି । ଅନ୍ୟପଟେ ସିବିଆଇ ଲାଲୁଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଗୋ-ଖାଦ୍ୟ ଦୁର୍ନୀତିର ଅଭିଯୁକ୍ତ ଲାଲୁ ଯାଦବ ୫ଟି ମାମଲାରୁ ୪ଟିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କିନ୍ତୁ, ଏହି ୪ଟି ମାମଲାରୁ ୩ଟିରେ ଲାଲୁଙ୍କୁ ଜାମିନ୍ ମିଳିଛି ।

Lalus Bail Plea May Be Heard Today In Ranchi High Court

ଲାଲୁ ଯାଦବ ସମ୍ପୃକ୍ତ ଥିବା ଗୋ-ଖାଦ୍ୟ ଦୁର୍ନୀତିର ପଞ୍ଚମ ମାମଲାର ଶୁଣାଣି ଚାଲିଛି । ଏହି ମାମଲା ଡୋରଣ୍ଡା କୋଷାଗାରରୁ ବେଆଇନ୍ ଭାବେ ୧୩୯ କୋଟି ଟଙ୍କା ଉଠାଇ ଥିଲେ । ଯଦି ଲାଲୁ ଯାଦବଙ୍କୁ ଦୁମକା କୋଷାଗାରରୁ ୩.୧୩ କୋଟି ଟଙ୍କା ବେଆଇନ୍ ଭାବେ ଉଠାଣ ମାମଲାରେ ଶୁକ୍ରବାର ଜାମିନ୍ ମିଳିଯାଏ ତ ସେ ବାହାରକୁ ଆସିବାର ରାସ୍ତା ଫିଟିଯିବ ।

ସେହି ରାଲିର କାହାଣୀ ଯେଉଁଠୁ ନୀତିଶ, ଲାଲୁଙ୍କ ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ…

(ବିହାର ଭାରତୀୟ ରାଜନୀତିର  ଲାବ୍ରୋଟରି । ବିହାର ସୋସିଆଲ ଇଂଜିନିୟରିଂର ଅନ୍ତୁଡିଶାଳ । ଗଲା ୩୦ ବର୍ଷର ବିହାର ରାଜନୀତି ଲାଲୁ ଓ ନୀତିଶଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା,ମହତ୍ୱାକାଂକ୍ଷାକୁ ବାଦ ଦେଇ ଚିନ୍ତା କରାଯାଇ ପାରେନା । ଆଳୁ,ସମୋସା ଯୁଗରୁ ବିହାର ଏବେ କଥିତ ଭାବେ ବିକାଶ ଯୁଗରେ ପହଂଚିଛି,ନୀତିଶଙ୍କ ଅମଳରେ । କିନ୍ତୁ ଲାଲୁଙ୍କୁ କ୍ଷମତାରୁ ବେଦଖଲ କରିବାକୁ ନୀତିଶଙ୍କୁ କ’ଣ ସବୁ କରିବାକୁ ପଡିଥିଲା ? ଆଉ ନୀତିଶଙ୍କୁ ରୋକିବା ପାଇଁ ଲାଲୁ କେମିତି ଚାଲ୍ ଚଲାଇଥିଲେ ? ଏହାକୁ ନେଇ ନନ୍ଦିଘୋଷର ସ୍ୱତନ୍ତ୍ର ସିରିଜ୍… ବିହାର.. ପ୍ରଥମ ଅଧ୍ୟାୟରେ ପଢନ୍ତୁ.. ଏମିତି ଗୋଟିଏ ରାଲିର କାହାଣୀ ଯେଉଁଠିକୁ ଯିବାକୁ ନୀତିଶ ରାଜି ହେଉନଥିଲେ କିନ୍ତୁ ବାଧ୍ୟରେ ଯାଇଥିଲେ…)

ରାଜନୈତିକ ଭାବେ ଆହତ ଜଣେ ନେତା, ରାଜନୀତିକୁ ନିଜ ଇଶାରାରେ ନଚାଉଥିବା ଜଣେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରଭାବରୁ ବାହାରି ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଖୋଜୁଥିବା ଅନ୍ୟ ଜଣେ ନେତା । ୧୯୯୪ ମସିହା ଫେବ୍ରୁଆରୀ ମାସର ସେହି ଦିନ କେବଳ ଏହି ତିନି ଜଣଙ୍କ ପାଇଁ ନୁହେଁ, ପୁରା ଭାରତୀୟ ରାଜନୀତି ପାଇଁ ଥିଲା ଗୋଟିଏ ବଡ଼ଦିନ । ସେହିଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ବିଦ୍ରୋହର ଗୋଟିଏ ପଟକଥା ଲେଖା ସରିଥିଲା । ବଦଳିବାକୁ ଯାଉଥିଲା ବିହାର ରାଜନୀତି । ଲାଲୁଙ୍କ ସାମ୍ରାଜ୍ୟକୁ ଚ୍ୟାଲେଂଜ କରିବାକୁ ଉଭା ହୋଇ ସାରିଥିଲେ ଏମିତି ଜଣେ ନେତା, ଯିଏ ଜଙ୍ଗଲ ରାଜରୁ ବିକାଶ ଆଡକୁ ବିହାରକୁ ନେଇଥିବା ଦାବି କରାଯାଏ ।

ଏମିତି ଏକ ରାଲି, ଯେଉଁଠୁ ଲାଲୁଙ୍କ ଅହଂକାର ଉପରେ ହୋଇଥିଲା ଜୋରଦାର ହମଲା । ଯାହା ଖଣ୍ଡ ଖଣ୍ଡ ହେବାର ଭାଗ୍ୟ ନେଇ ଜନ୍ମ ହୋଇଥିବା ଜନତା ଦଳକୁ ପୁଣି ଭାଗଭାଗ କରିଦେଇଥିଲା । ରାଜନୀତି, ରଙ୍ଗ ବଦଳାଇବା ଓ ରଙ୍ଗେଇବାର କଳା । ଯାହା ସେଦିନ ଖୁବ୍ ଦେଖିବାକୁ ମିଳିଥିଲା । ୧୯୯୪ ଫେବ୍ରୁଆରୀ ୧୪ ତାରିଖର ସେହି ରାଲି ଲାଲୁଙ୍କ ସ୍ୱାଭିମାନ ଉପରେ ଆଘାତ ଥିଲା । ତାଙ୍କ ଅହଂ ଉପରେ ପ୍ରହାର ଥିଲା । ଏହି ବିଦ୍ରୋହର ବୀଜ କିନ୍ତୁ ଜନତା ଦଳ ଭିତରେ ଅଙ୍କୁରିତ ହୋଇ ସାରିଥିଲା ।

ନିଜକୁ ସାମାଜିକ ନ୍ୟାୟର ମସିହା କହୁଥିବା ଲାଲୁ ୧୯୯୦ ଦଶକର ମଧ୍ୟ ଭାଗ ବେଳକୁ ନିଜ M-Y-ମୁସଲିମ୍ ଯାଦବ ମେଣ୍ଟର ଦମ୍ ଉପରେ ଅହଂକାରୀ ହୋଇ ସାରିଥିଲେ । କୁହାଯାଉଥିଲା ଲାଲୁ ରାଜ୍‌ରେ ଯାଦବ ବିହାରର ନୂଆ ବ୍ରାହ୍ମଣ । ଏହାକୁ ବିରୋଧ କରୁଥିଲେ ଜଣେ ନେତା । ଆଉ ସେ ହେଉଛି ନୀତିଶ କୁମାର । ଇଂଜିନିୟରରୁ ରାଜନୀତିକୁ ଆସିଥିବା ଲାଲୁଙ୍କ ପୁରୁଣା ସହଯୋଗୀ । ଯାହାଙ୍କ ରାଜନୈତିକ ଜୀବନ ସେପର୍ଯ୍ୟନ୍ତ ଲାଲୁଙ୍କ ଛତ୍ରଛାୟା ତଳେ ବିତୁଥିଲା । ହେଲେ ନୀତିଶ, ଲାଲୁଙ୍କ ଆଭା ମଣ୍ଡଳରୁ ବାହାରି ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଖୋଜୁଥିଲେ ।

ଦିନେ ନୀତିଶ ଗାନ୍ଧି ମୈଦାନରେ ନିଜର ଜଣେ ବନ୍ଧୁଙ୍କ ମାରୁତି -୮୦୦ କାର ଭିତରୁ ମଂଚକୁ ଦେଖୁଥିଲେ । ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା, ତାହା ହେଉଛି ମଂଚ ଉପରକୁ ଯିବେ କି ନାହିଁ । ଯଦି ସେ ମଂଚ ଉପରକୁ ଯାଉଛନ୍ତି ତେବେ ତାଙ୍କ ରାସ୍ତା ଅଲଗା ହେବ । ଲାଲୁଙ୍କ ସହ ତାଙ୍କୁ ରାଜନୈତିକ ଆଖଡାରେ କୁସ୍ତି ଲଢିବାକୁ ପଡିବ ।

୧୯୯୦ ଦଶକ ଥିଲା ମଣ୍ଡଳ ଓ କମଣ୍ଡଳର କାଳ । ଲାଲୁ ଥିଲେ ଓବିସି ବର୍ଗର ମସିହା । ମଣ୍ଡଳ ନାଁରେ ବିହାରରେ ୨୪ ବର୍ଷ ହେଲା ଓବିସି ଓ ଅତି ପଛୁଆ ବର୍ଗକୁ ମିଳୁଥିବା ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନକରିବାକୁ ନୀତିଶ, ଲାଲୁଙ୍କୁ ଅନୁରୋଧ କରିଥିଲେ । ନୀତିଶ ଆସୁଥିଲେ ଅତି ପଛୁଆ ବର୍ଗ କୁର୍ମୀ ଜାତିରୁ । ଏହାରି ଭିତରୁ ଶୁଣିବାକୁ ମିଳିଲା ଲାଲୁ କୁର୍ମୀ ଜାତିକୁ ଓବିସିରୁ ବାହାର କରିବାକୁ ଚାହୁଁଛନ୍ତି । ଯାହାର ଯବାବ ଥିଲା ଏହି ରାଲି ।

୧୨ ତାରିଖ ସକାଳ ଯାଏଁ ନୀତିଶ ରାଲିକୁ ଯିବେ କି ନାହିଁ କିଛି ନିଷ୍ପତି ନେଇ ନଥିଲେ । ଗାନ୍ଧି ମୈଦାନରେ ଲାଲୁ ବିରୋଧୀ ଲହର ଲହଡି ମାରୁଥିଲା । ଏହା ଥିଲା ବିଦ୍ରୋହ ସହ ଗୃହଯୁଦ୍ଧ । ଶିଶ୍ୟ ଗୁରୁଙ୍କ ବିରୋଧରେ ଅଣ୍ଟା ଭିଡୁଥିଲେ, ଆଉ ଗୁରୁ ଶିଶ୍ୟକୁ ମାତ୍ ଦେବା ପାଇଁ ଚିନ୍ତା କରୁଥିଲେ ।

ଏହା ସହ ପଢ଼ନ୍ତୁ… ୧୯୯୫ର ନିର୍ବାଚନ ନୀତିଶଙ୍କୁ ଦେଇଥିଲା ତଗଡା ଝଟକା,ଲାଲୁଙ୍କଠାରୁ ମାତ୍ ଖାଇ ବିକାଶ କୁମାର ଦିଲ୍ଲୀ ଉଡିଗଲେ

ଏପଟେ ଲାଲୁ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ବସି ଗୁଇନ୍ଦା ରିପୋର୍ଟ ଉପରେ ନଜର ପକାଉଥାନ୍ତି । ରାଲିକୁ କିଏ ଗଲା, କେତେ ଲୋକ ଆସିଲେ । ବାରମ୍ବାର ଏଇ ଗୋଟିଏ କଥା ପଚାରୁଥାନ୍ତି ଲାଲୁ । ଲାଲୁ ବାସ ଜାଣିବାକୁ ଚାହୁଁଥିଲେ ନୀତିଶ କଣ କହିବାକୁ ଯାଉଛନ୍ତି । କାରଣ ଲାଲୁ ବି ଜାଣିଥିଲେ ନୀତିଶ ଯଦି ମଂଚ ଉପରକୁ ଯାଉଛନ୍ତି ତେବେ ସମ୍ବନ୍ଧ ବିଛେଦ ହେବ । ଏହା ଅବଶ୍ୟ ଅଲଗା କଥା ଲାଲୁଙ୍କ ହିସାବରେ ନୀତିଶ କେବେ ମଧ୍ୟ ଜଣେ ବଡ ନେତା ନଥିଲେ ।

କୁର୍ମୀ ଚେତନା ରାଲି ମଂଚ ଉପରକୁ ନୀତିଶ ଯିବେ କି ନାହିଁ ନିଷ୍ପତ୍ତି ନେଇ ପାରୁନଥିଲେ । ସେ ଲାଲୁଙ୍କୁ ଛାଡିବେ କି ତାଙ୍କର ନମ୍ବର ଦୁଇ, ତିନି ହୋଇ ରହିବେ ଏସବୁ କିଛି ତାଙ୍କରି ଗୋଟିଏ ନିଷ୍ପତ୍ତି ଉପରେ ନିର୍ଭର କରୁଥିଲା । ଅବଶ୍ୟ ଏହା ପୂର୍ବ ରାତିରେ ଲାଲୁ, ନୀତିଶଙ୍କ ପାଖକୁ ଗୋଟିଏ ସନ୍ଦେଶ ପଠାଇଥିଲେ । ସାମ୍ବାଦିକ ସଂକର୍ଷଣ ଠାକୁରଙ୍କ ପୁସ୍ତକ ‘ଦି ବ୍ରଦର୍ସ ବିହାରୀ’ ଅନୁସାରେ ଲାଲୁ ନୀତିଶଙ୍କୁ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ, ରାଲିକୁ ଯିବ ତେବେ ଏହାକୁ ବିଦ୍ରୋହ ଭାବେ ଗଣାଯିବ । ଲାଲୁ କୁର୍ମୀ ରାଲିକୁ ନେଇ ଯେତିକି ଉଦବିଗ୍ନ ନଥିଲେ ସେତିକି ଥିଲେ ଜଣକୁ ନେଇ । ସେ ବାରମ୍ବାର ପଚାରୁଥିଲେ ନୀତିଶ୍ୱା ଆୟା କ୍ୟା’ ?

ଏଣେ ନୀତିଶ ଗାନ୍ଧୀ ମୈଦାନଠାରୁ କିଛି ଦୁରରେ ଥିବା ବିଜୟ କୃଷ୍ଣଙ୍କ ଘରେ ନିଜର କିଛି ବନ୍ଧୁଙ୍କ ସହ ବସିଥିଲେ । କିଛିଦିନ ତଳେ ଲାଲୁଙ୍କ ସହ ମତଭେଦ କାରଣରୁ ମନ୍ତ୍ରୀପଦ ଛାଡିଥିବା ବିଜୟ ଆହତ ଥିଲେ । ସେ ଲାଲୁଙ୍କ ଉପରେ ପ୍ରତିଶୋଧ ଚାହୁଁଥିଲେ । ବିଜୟ ଭାବୁଥିଲେ ଯେ, କୁର୍ମୀ ଏକତା ହିଁ ଲାଲୁଙ୍କ ଅହଂକାରକୁ ମାଟିରେ ମିଶାଇ ପାରିବ । ଆଉ ସମସ୍ତେ ଜାଣିଥିଲେ ନୀତିଶ କର୍ମୀଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ଥିଲେ । ବିଜୟ ନୀତିଶଙ୍କ କାନ୍ଧରେ ବନ୍ଧୁକ ରଖି ଲାଲୁଙ୍କୁ ନିଶାନାକୁ ନେବାକୁ ଚାହୁଁଥିଲେ । କିନ୍ତୁ ନୀତିଶ ଭାବୁଥିଲେ, ଲାଲୁ କ’ଣ ଭାବିବେ ?

ନୀତିଶ ଜାଣିଥିଲେ ଗାନ୍ଧୀ ମୈଦାନକୁ ଯିବା ଅର୍ଥ ସବୁଦିନ ପାଇଁ ତାଙ୍କ ରାସ୍ତା ଓ ଲାଲୁଙ୍କ ରାସ୍ତା ଅଲଗା ହୋଇଯିବ । ଏହା ପରେ ତାଙ୍କୁ ଲାଲୁଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିବ । କାରଣ ସେ ଏହା ଜାଣିଥିଲେ, ଥରେ ଗାନ୍ଧୀ ମୈଦାନ ଆଡକୁ ଯିବା ଅର୍ଥ ଆଉ ପଛକୁ ଫେରିବାର ସୁଯୋଗ ନାହିଁ । ନୀତିଶ ଜାଣିଥିଲେ ଲାଲୁଙ୍କ ସହ ଅଧିକ ଦିନ ରହିବା ସମ୍ଭବ ନୁହେଁ କିନ୍ତୁ ଏହାକୁ ଖୁଲମଖୁଲା କହିବାର ସାହାସ ମଧ୍ୟ ତାଙ୍କ ପାଖରେ ନଥିଲା ।

ସେଦିନ ଲଂଚ୍ ପର୍ଯ୍ୟନ୍ତ ନୀତିଶ କୌଣସି ନିଷ୍ପତ୍ତି ନେଇ ପାରିନଥିଲେ । ଏହାଭିତରେ ପ୍ରତି ୧୫ ମିନଟରେ ଥରେ ମୈଦାନରେ କେତେ ଲୋକ ଜମା ହେଲେଣି ସେ ବାବଦରେ ଲାଲୁ ଓ ବିଜୟ ବୁଝୁଥାନ୍ତି । ଅଧିକରୁ ଅଧିକ ସଂଖ୍ୟାରେ ଲୋକ ମୈଦାନରେ ଏକାଠି ହେଉଥାନ୍ତି । ବିଜୟକୃଷ୍ଣଙ୍କ ଘରେ ନୀତିଶ ଖାଇବାକୁ ବସିଲେ କିନ୍ତୁ ଖାଇ ପାରିଲେ ନାହିଁ । ଏହାପରେ ବିଜୟ, ନୀତିଶଙ୍କୁ କହିଲେ, ଯାଅ ଏମିତି ରେଡିମେଡ୍ ମଂଚ ତୁମକୁ କେବେ ମଧ୍ୟ ମିଳିବ ନାହିଁ । ଏଭଳି ବିଶାଳ ମଂଚ କେବେ ମଧ୍ୟ ତୁମକୁ ନିମନ୍ତ୍ରଣ କରିବନି ଯେ, ଆସ ଜଂଜିର ବନ୍ଧନକୁ ଛିନ୍ନଭିନ୍ନ କର ଓ ଜଣେ ସ୍ୱାଧୀନ ବ୍ୟକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କର । ଆଜି ଯଦି ଯିବନି ତେବେ କେବେ ଯାଇ ପାରିବ ନାହିଁ । ଭାବ ଲାଲୁ କ’ଣ ଭାବୁଛି । ସେ ଭୟଭୀତ । ତୁମକୁ ନେଇ ତାଙ୍କର ସବୁଠୁ ବଡ ଭୟ ।

ଶେଷରେ ନୀତିଶ, ଗାନ୍ଧୀ ମୈଦାନ ଆଡକୁ ବାହାରିଲେ । ମାରୁତି ଏଇଟ୍ ହଣ୍ଡ୍ରେଡ୍‌ କାରରେ ନୀତିଶ ବସିଥିଲେ । କିନ୍ତୁ ମଂଚରେ ତାଙ୍କୁ ପହଂଚିବା ବେଳକୁ ଅପରାହ୍ନ ୩ଟା ହୋଇଯାଇଥିଲା । ନୀତିଶ ମଂଚ ଉପରକୁ ଚଢିଲେ । ଆରମ୍ଭରେ ସେ ଲାଲୁଙ୍କୁ ଡିଫେଣ୍ଡ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସଭା ତଳୁ ଆରମ୍ଭ ହୋଇଯାଇଥିଲା ଚପଲ ମାଡ଼ । ନୀତିଶ ବୁଝି ଯାଇଥିଲେ ଲୋକ କ’ଣ ଶୁଣିବାକୁ ଚାହୁଁଛନ୍ତି । ଲୋକ ବିଦ୍ରୋହ ଚାହାନ୍ତି । ଲୋକ ଲାଲୁଙ୍କ ବିରୋଧରେ ଶୁଣିବାକୁ ଚାହାନ୍ତି । ନୀତିଶ ଗର୍ଜନ କଲେ । କାରଣ ନିର୍ଣ୍ଣୟ ତାଙ୍କ ଉପରେ ସବାର ହୋଇ ସାରିଥିଲା । ସେ ଚିତ୍କାର କରି ଲାଲୁଙ୍କୁ ଚ୍ୟାଲେଂଜ୍ କଲେ । ଭିକ ନୁହେଁ ଭାଗିଦାରୀ ଚାହୁଁ, ଯେଉଁ ସରକାର ଆମ ହିତକୁ ନଜରଅନ୍ଦାଜ କରୁଛି ସେ କ୍ଷମତାରେ ରହି ପାରିବ ନାହିଁ । ଲାଲୁଙ୍କୁ ପାଖରେ ଖବର ପହଂଚି ସାରିଥିଲା । ବିଦ୍ରୋହ ଆରମ୍ଭ ହୋଇ ସାରିଥିଲା । ଲାଲୁ ଜାଣି ସାରିଥିଲେ ସେନାପତି ବିଦ୍ରୋହର ବିଗୁଲ ଫୁଙ୍କି ସାରିଛନ୍ତି ।

୧୨ ଫେବ୍ରୁଆରୀ ୧୯୯୪ର ସେହି ଶୀତୁଆ ସଂଧ୍ୟାର ୮ ମାସ ପରେ ଜନ୍ମ ନେଇଥିଲା ସମତା ପାର୍ଟି । ଲାଲୁଙ୍କୁ ତାଙ୍କ ଗଡରୁ ବେଦଖଲ କରିବାକୁ ନୀତିଶଙ୍କୁ କିନ୍ତୁ ଆହୁରି ୧୦ ବର୍ଷ ଅପେକ୍ଷା କରିବାକୁ ପଡିଲା । ଆଉ ତାହାରି ଭିତରେ ଲାଲୁ ବୁଲି ବୁଲି କହୁଥିଲେ ଐସା କୋଇ ସଗା ନେହିଁ ଜିସେ ନୀତିଶ ଠଗା ନେହିଁ ।

ପଶ୍ଚିମବଙ୍ଗର ‘ମତୁଆ’ ରାଜନୀତି, ୭ ମାସ ପରେ କାହା ପକ୍ଷକୁ ଯିବ ସମ୍ପ୍ରଦାୟ … ଜାଣନ୍ତୁ

କୋଲକତା: ସାତ ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଶାସକ ତୃଣମୂଳ କଂଗ୍ରେସ , ବିଜେପି, କଂଗ୍ରେସ, ବାମଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ହେଲେ ଏଥର ମୁଖ୍ୟ ଲଢେଇ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ହେବ । ତେଣୁ ଏହି ୨ ଦଳ ନିର୍ବାଚନକୁ ନେଇ ଅଧିକ ସକ୍ରିୟତା ଦେଖାଇଲେଣି । ନିର୍ବାଚନ ପାଖେଇବା ପରେ ମତୁଆ ସମ୍ପ୍ରଦାୟକୁ ନିଜ ଆଡକୁ ନେବା ପାଇଁ ରାଜନୀତି ଜୋର ଧରିଛି ।

ପ୍ରଣବ ମୁର୍ଖାଜୀଙ୍କୁ ଭାରତ ରତ୍ନ ଦେବା ହେଉ କି ଚିଟଫଣ୍ଡ ଦୋଷୀ ମୁକୁଲ ରାୟଙ୍କୁ ଦଳକୁ ଆଣିବା । ବେଙ୍ଗଲରେ ନିଜ ଉପସ୍ଥିତ ଜାହିର କରିବା ପାଇଁ ବିଜେପି ସମସ୍ତ ରଣକୌଶଳ ପ୍ରୟୋଗ କରିଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ମତୁଆ ସମ୍ପ୍ରଦାୟର ଭୋଟ୍ ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ୧୦୦ ବର୍ଷର ପୁରୁଣା ମଠକୁ ଗସ୍ତ କରିଥିଲେ । ମଠଟି ମତୁଆ ସମ୍ପ୍ରଦାୟର ଏକ ପ୍ରାଚୀନ ପରିଚୟ ବୋଲି ଧରାଯାଏ । ଏହିଠାରେ ରହୁଥିବା ବୀଣାପାଣି ଦେବୀଙ୍କୁ ଭେଟି ମୋଦି ତାଙ୍କ ଆର୍ଶୀବାଦ ନେଇଥିଲେ । ଏପରିକି ବୋଙ୍ଗନ ଲୋକସଭା କ୍ଷେତ୍ରରୁ ବୀଣାପାଣି ଦେବୀଙ୍କ ନାତି ଶାନ୍ତନୁ ଠାକୁରଙ୍କୁ ଛିଡା କରିଥିଲା । ଏଥିରେ ଶାନ୍ତନୁ ବିଜୟୀ ମଧ୍ୟ ହୋଇଥିଲେ । ପ୍ରଥମଥର ପାଇଁ ବିଜେପି ଏହି ଆସନରେ ଖାତା ଖୋଲିଥିଲା । ହେଲେ ବର୍ତ୍ତମାନ ସ୍ଥିତିରେ ଏହି ଯୁବ ନେତାଙ୍କ ସହ ବିଜେପିର ଶୀର୍ଷ ନେତୃତ୍ୱ ଭଲ ସମ୍ପର୍କ ନାହିଁ । ସେହିଭଳି ସିଏଏ ଆଇନକୁ ନେଇ ମଧ୍ୟ ବିବାଦ ରହିଛି ।

ପୂର୍ବ ପାକିସ୍ତାନ ତଥା ବାଲାଂଦେଶରୁ ଆସିଥିବା ଏହି ସମ୍ପ୍ରଦାୟଙ୍କୁ ମନାଇବା ପାଇଁ ମମତା ବାନାର୍ଜୀ ମଧ୍ୟ କୌଣସି ସୁଯୋଗ ହାତଛଡା କରିନାହାନ୍ତି । ମତୁଆ ବିକାଶ ବୋର୍ଡ ଏବଂ ନାମଶୁଦ୍ର ବିକାଶ ବୋର୍ଡ ଗଠନ କରିଥିଲେ । ଏହି ସମ୍ପ୍ରଦାୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଯଥାକ୍ରମେ ୧୦ କୋଟି ଏବଂ ୫ କୋଟି ଟଙ୍କାର ଅର୍ଥରାଶି ନିକଟରେ ପ୍ରଦାନ କରାଯାଇଛି । ସେହିପରି ୨୫,୦୦୦ ଅଧିବାସୀଙ୍କୁ ଭୂମି ଅଧିକାର ଦିଆଯାଇଛି ।

ମତୁଆ ସମ୍ପ୍ରଦାୟ ଓ ଇତିହାସ

ହରିଶ୍ଚନ୍ଦ୍ର ଠାକରୁ ମତୁଆ ସମ୍ପ୍ରଦାୟର ସ୍ଥାପନା କରିଥିଲେ । ନର୍ଥ ୨୪ ପ୍ରଗଣାର ଠାକୁର ପରିବାର ସହ ରାଜନୀତିର ପୁରୁଣା ସମ୍ପର୍କ ରହିଛି । ହରିଶ୍ଚନ୍ଦ୍ରଙ୍କ ବଂଶଧର ପ୍ରଥମ ରଞ୍ଜନ ଠାକୁର କଂଗ୍ରେସ ସଦସ୍ୟ ଭାବେ ୧୯୬୨ରେ କଂଗ୍ରେସ ଏମପି ହୋଇଥିଲେ । ୧୯୩୩ ମସିହାରେ ପ୍ରଥମଙ୍କ ବିବାଗ ବୀଣାପାଣି ଦେବୀଙ୍କ ସହ ହୋଇଥିଲା ।  ଏହି ବୀଣାପାଣି ଦେବୀ ହିଁ ମତୁଆ ମାତା ତଥା ବଡ଼ ମାତା ରୂପେ ପରିଚିତ । ବୀଣାପାଣିଙ୍କ ବଂଶଧର ୧୯୧୮ ମସିହାରେ ଅବିଭକ୍ତ ବଙ୍ଗର ଆରିସୋଲ ଜିଲାରୁ ଆସିଥିଲେ । ସ୍ୱାଧୀନତା ଆନ୍ଦୋଳନ ପରେ ତାଙ୍କ ପରିବାର ପଶ୍ଚିମ ବଙ୍ଗ ପଳାଇ ଆସିଥିଲେ । ତେଣୁ ବୀଣାପାଣି ଦେବୀଙ୍କ ପ୍ରଭାବ ସାରା ମତୁଆ ସମାଜ ଉପରେ ପଡିଲା । ଏହାକୁ ବ୍ୟବହାର କରି ସମୟ ସମୟରେ ଏହି ସମ୍ପ୍ରଦାୟର ଲୋକ ରାଜନୀତି କରିବାକୁ ଲାଗିଲେ ।

ସେହିପରି ନାମସୂଦ୍ର ସମ୍ପ୍ରଦାୟର ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ବାଲାଂଦେଶ-ଭାରତ ସୀମାରେ ଶିବିର କରିଥିଲେ ବୀଣାପାଣି ଦେବୀ । ପ୍ରଥମ ରଞ୍ଜନ ଠାକୁର ୧୯୯୦ରେ ମୃତ୍ୟୁ ବରଣ କରିଥିଲେ । ଗତ ବର୍ଷ ମାର୍ଚ୍ଚ ମାସ ୫ରେ ଏହି ବୀଣାପାଣି ଦେବୀଙ୍କ ନିଧନ ହୋଇଯାଇଥିଲା । ଏହି ବୀଣାପାଣି ଦେବୀଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ମର୍ଯ୍ୟାଦର ସହ ସମ୍ପନ୍ନ କରାଯାଇଥିଲା ।

୨୦୧୦ରୁ ହୋଇଥିଲେ ମମତାଙ୍କ ନିକଟତର

୧୫ ମାର୍ଚ୍ଚ ୨୦୧୦ରେ ମମତା ବାନାର୍ଜୀଙ୍କୁ ମତୁଆ ସମ୍ପ୍ରଦାୟର ସଂରକ୍ଷକ ଭାବେ ଘୋଷଣା କରଯାଇଥିଲା । ଏହି ସମୟରୁ ବୀଣାପାଣି ଦେବୀ ମତୁଆ ସମ୍ପ୍ରଦାୟର ନିକଟତର ହୋଇଥିଲେ ।  ଏହାର ପର ବର୍ଷରେ ୨୦୧୧ରେ ବାମ ମେଣ୍ଟ ବିରୋଧୀ ହାୱାର ଫାଇଦା ନେଇ ମମତା ନିର୍ବାଚନ ଜିତିଥିଲେ । ଏହି ନିର୍ବାଚନରେ ମତୁଆ ସମ୍ପ୍ରଦାୟ ପୂର୍ଣ୍ଣ ଭାବେ ମମତାଙ୍କୁ ସମର୍ଥନ ଦେଇଥିଲେ । ୨୦୧୪ରେ ତାଙ୍କ ବଡ ପୁଅ କପିଳ କୃଷ୍ଣ ଲୋକ ସଭା ନିର୍ବାଚନରେ ଟିଏମସି ପକ୍ଷରୁ ଲଢିଥିଲେ । ହେଲେ ୨୦୧୫ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଠାରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ମମତା ବାଲା ଠାକରୁ ନିର୍ବାଚନ ଲଢିଥିଲେ । ହେଲେ ମତୁଆ ମାତା ଙ୍କ ବିୟୋଗ ପରେ ଏହି ପରିବାର ବିଭାଜନ ଆରମ୍ଭ ହୋଇ ଯାଇଥିଲା ।

 

 

୧୯୯୫ର ନିର୍ବାଚନ ନୀତିଶଙ୍କୁ ଦେଇଥିଲା ତଗଡା ଝଟ୍‌କା, ଲାଲୁଙ୍କଠାରୁ ମାତ୍ ଖାଇ ବିକାଶ କୁମାର ଦିଲ୍ଲୀ ଉଡ଼ିଗଲେ…

(ବିହାର ଭାରତୀୟ ରାଜନୀତିର  ଲାବ୍ରୋଟରି । ବିହାର ସୋସିଆଲ ଇଂଜିନିୟରିଂର ଅନ୍ତୁଡିଶାଳ । ଗଲା ୩୦ ବର୍ଷର ବିହାର ରାଜନୀତି ଲାଲୁ ଓ ନୀତିଶଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା,ମହତ୍ୱାକାଂକ୍ଷାକୁ ବାଦ ଦେଇ ଚିନ୍ତା କରାଯାଇ ପାରେନା । ଆଳୁ,ସମୋସା ଯୁଗରୁ ବିହାର ଏବେ କଥିତ ଭାବେ ବିକାଶ ଯୁଗରେ ପହଂଚିଛି,ନୀତିଶଙ୍କ ଅମଳରେ । କିନ୍ତୁ ଲାଲୁଙ୍କୁ କ୍ଷମତାରୁ ବେଦଖଲ କରିବାକୁ ନୀତିଶଙ୍କୁ କ’ଣ ସବୁ କରିବାକୁ ପଡିଥିଲା ? ଆଉ ନୀତିଶଙ୍କୁ ରୋକିବା ପାଇଁ ଲାଲୁ କେମିତି ଚାଲ୍ ଚଲାଇଥିଲେ ? ଏହାକୁ ନେଇ ନନ୍ଦିଘୋଷର ସ୍ୱତନ୍ତ୍ର ସିରିଜ୍… ବିହାର.. ଦ୍ୱିତୀୟ ଅଧ୍ୟାୟରେ ପଢନ୍ତୁ.. କେମିତି ଅତି ଆତ୍ମବିଶ୍ୱାସ ନୀତିଶଙ୍କୁ ୧୯୯୫ ନିର୍ବାଚନରେ ପରାଜୟ ମୁହଁ ଦେଖାଇଥିଲା.. ଆଉ ଲାଲୁ କାହାକୁ ଦେଖାଇ କହୁଥିଲେ.. କୁଆଡେ ଗଲା ମୋ ଚ୍ୟାଲେଂଜର …)

୧୯୯୪ର ସେଇ ଶିତୁଆ ସଂଧ୍ୟାର ବିଦ୍ରୋହକୁ ୮ ମାସ ବିତିଯାଇଥିଲା । ସମତା ପାର୍ଟି ଜନ୍ମ ନେଇ ସାରିଥିଲା । ତଥାପି ଲାଲୁଙ୍କ ଗଡ ଅଭେଦ୍ୟ ଥିଲା । ଖାଲି ଏଇମିତି ଲାଲୁ ମନକୁ ମନ କହୁନଥିଲେ,ଜବତକ୍ ସମୋସେ ମୈଁ ଆଲୁ ତବ ତକ୍ ବିହାର ମୈଁ ଲାଲୁ । ଲାଲକୃଷ୍ଣ ଆଡଭାନୀଙ୍କ ରଥକୁ ରାସ୍ତାରେ ଅଟକାଇ,ହିନ୍ଦୁତ୍ୱର ପୋଷ୍ଟର ବୟଙ୍କୁ ଗିରଫ କରି ଲାଲୁ ମୁସଲିମ୍-ଯାଦବ-ଓବସି ମେଣ୍ଟର ସେଇ ଚଟ୍ଟାଣ ଉପରେ ଛିଡା ହୋଇଥିଲେ ଯାହାକୁ ଭାଙ୍ଗିବା ଦୁରର କଥା ଦୋହଲାଇବା ବି ସହଜ ନଥିଲା । ଲାଲୁଙ୍କ MY-OBC ସମୀକରଣ ଆଗରେ ନୀତିଶଙ୍କ ଲବ-କୁଶ ସମୀକରଣ କିଛି ବି ନଥିଲା । ଲବ-କୁଶଙ୍କ ଭୋଟ ସେୟାର ବିହାର ରାଜନୀତିରେ ୧୦ ପ୍ରତିଶତ, ତଥାପି ଯାଦବ ବୀର ଚୌକି ଉପରେ ନିଦା ବିଷ୍ଣୁ ଭଳି ବସିଥିଲେ । ଆବଶ୍ୟ  ଏହା ସତ ଯେ, ଯଦୁବଂଶୀ ସମ୍ରାଟଙ୍କୁ ଚ୍ୟାଲେଂଜ୍ ମିଳିସାରିଥିଲା । ଏହାରି ଭିତରେ ଅବଦୁଲ ଗଫୁର,ବଶିଷ୍ଠ ନାରାୟଣ ସିଂହ,ଶକୁନୀ ଚୌଧୁରୀଙ୍କ ଭଳି ନେତା ନୀତିଶଙ୍କ ସହ ହାତ ମିଳାଇ ସାରିଥିଲେ । ମାନେ ଲାଲୁଙ୍କ ଦୁର୍ଗରେ ଫାଟ ସୃଷ୍ଟି ହୋଇସାରିଥିଲା । ଯେଉଁଠି ୮ ମାସ ତଳେ ନୀତିଶ ବିଦ୍ରୋହର ବିଗୁଲ ଫୁଙ୍କିଥିଲେ ସେଇଠି ସେ ୧୯୯୪ ନଭେମ୍ବର ମାସରେ ବିହାର ବଂଚାଅ ରାଲି ପ୍ଲାନ୍ କଲେ ।

ଲାଲୁ ଓ ନୀତିଶ । କେବେ ଏକାଠି ଥିଲେ । ଏବେ ରାସ୍ତା ଅଲଗା । ଉଭୟ ଜୟପ୍ରକାଶଙ୍କୁ ନିଜ ଆଦର୍ଶ କହୁଥିଲେ । କିନ୍ତୁ ସତ ଥିଲା ଲାଲୁ କେବେଠାରୁ ସତ୍ତା ପାଇଁ ଜେପିଙ୍କୁ ଭୁଲି ସାରିଥିଲେ ଓ ନୀତିଶଙ୍କ ପାଇଁ ଲାଲୁ ବିରୋଧକୁ ବୈଚାରିକ ଜାମା ପିନ୍ଧାଇବା ଲାଗି ଜେପି ଜରୁରୀ ଥିଲେ। ସତ ଥିଲା ସେଦିନର ସେଇ ରାଲିରେ ପହଂଚିଥିବା ସମର୍ଥକ ଓ ଆୟୋଜକ ସମସ୍ତଙ୍କୁ ଲାଲୁ ବିରୋଧ ହିଁ ଏକାଠି କରିଥିଲା,ଜେପି ନୁହନ୍ତି । ଦ ବ୍ରଦର୍ସ ବିହାରୀ ପୁସ୍ତକରେ ଏହି ରାଲି କଥା କୁହାଯାଇଛି । ରାଲିରେ ଭିଡ ଅଧିକ ଥିଲା । ମଂଚରେ ନେତା ବି ଅଧିକ ଥିଲେ । ନୀତିଶଙ୍କଠାରୁ ଜର୍ଜ ଫର୍ଣ୍ଣାଡିସ,ସବୁ ଲାଲୁ ବିରୋଧୀ ଚେହେରାଙ୍କୁ ମଂଚରେ ଦେଖିବାକୁ ମିଳିଥିଲା । ନୀତିଶ ଗର୍ଜନ କରିଥିଲେ, ଏହା ବିଶ୍ୱାସଘାତକ ସରକାର,ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସହ ଏହ ସରକାର ଧୋକା କରିଛନ୍ତି । ବିହାରରେ ଗଣତନ୍ତ୍ର ନାହିଁ । ଏଠି ଜଣେ ବ୍ୟକ୍ତିର ଶାସନ ଚାଲିଛି । ଏହି ସରକାରକୁ ବିଦା କରିବାକୁ ପଡିବ । ବିହାରକୁ ସେମାନଙ୍କ ହାତରେ ଅର୍ପଣ କରିବାକୁ ପଡିବ ଯେଉଁମାନେ କର୍ପୁରୀ ଠାକୁର,ଜେପିଙ୍କ ନୀତିରେ ବିଶ୍ୱାସ କରନ୍ତି ।

ନୀତିଶଙ୍କ ଭାଷଣରେ ଜବରଦସ୍ତ ତାଳି ପଡିଲା । ଆତ୍ମ ପ୍ରସନ୍ନ ନୀତିଶ କିଛି ବର୍ଷ ପଛକୁ ଫେରିଗଲେ । ଯେତେବେଳେ ଲାଲୁ ତାଙ୍କୁ ଗୋଟିଏ ରାଲିକୁ ନିମନ୍ତ୍ରଣ ମଧ୍ୟ କରିନଥିଲେ । ନୀତିଶଙ୍କୁ ସେତେବେଳ ତମାସା ଦେଖିବା ପାଇଁ ଲୁଚିଲୁଚି ରାଲିରେ ସାମିଲ ହେବାକୁ ପଡିଥିଲା । ନୀତିଶଙ୍କର ଏହି ରାଲି ଥିଲା ଲାଲୁଙ୍କ ଉପରେ ପ୍ରତିଶୋଧ । ଭିଡର ହୁଙ୍କାର ନୀତିଶଙ୍କୁ ଆଶ୍ୱାସନା ଦେଲା । ଦୁଇ ମାସ ପରେ ହେବାକୁ ଥିବା ନିର୍ବାଚନରେ ଲାଲୁଙ୍କ ଅହଂକାରକୁ ଚୁରମାର କରାଯାଇ ପାରିବ ବୋଲି ନୀତିଶ ଭାବିନେଲେ । ଘରୋଇ ସର୍ବେକ୍ଷଣ ମଧ୍ୟ କହୁଥିଲା ନୀତିଶଙ୍କ ନେତୃତ୍ୱରେ ସମତା ପାର୍ଟିକୁ ୧୩୫ ସିଟ୍ ମିଳିବ । ନୀତିଶ ଆତ୍ମମୁଗ୍ଧ ଥିଲେ । ଆତ୍ମପ୍ରସନ୍ନ ଥିଲେ । ଭବିଷ୍ୟତ ତାଙ୍କୁ ଉଜ୍ୱଳ ଲାଗୁଥିଲା । ଭାବୁଥିଲେ ତାଙ୍କ ପାଳି ଆସୁଛି । କିନ୍ତୁ ଏହା ତାଙ୍କ ମୁର୍ଖାମୀ ଥିଲା । ସୋସିଆଲ ଇଂଜିନିୟରିଂର ପ୍ରଥମ ଆର୍କିଟେକ୍ଟ ଲାଲୁଙ୍କ ଗେମ୍ ଆଗରେ ଇଂଜିନିୟର ନୀତିଶ ତିଷ୍ଟିବାର ହିଁ ନଥିଲେ ।

nitish

ନୀତିଶ ଭ୍ରମରେ ଥିଲେ । ବିକାଶ କୁମାରଙ୍କ ଟ୍ରାଜେଡି ଇତିହାସର ବାକି ଦଳର ସେହି ନେତାଙ୍କ ଭଳି ଥିଲା,ଯେଉଁମାନେ ମୁଳ ଦଳରୁ ଅଲଗା ହୋଇ ନୂଆ ଦଳ ତିଆରି କରିଥିଲେ ଓ ଭାବି ନେଇଥିଲେ ଏଥର ଆମର. ପାଳି.. କିନ୍ତୁ କାମରାଜ ହୁଅନ୍ତୁ କି ମୋରାରଜୀ ଦେଶାଇ କେହି ମଧ୍ୟ ମୁଳ ଦଳର ଆଧିପତ୍ୟକୁ କେବେବି ଚ୍ୟାଲେଂଜ୍ କରି ପାରିନଥିଲେ । ନୀତିଶଙ୍କ ସମତା ପାର୍ଟି ପାଖରେ ପ୍ରଚାର ଅଭିଯାନ ପାଇଁ ପର୍ଯ୍ୟାପ୍ତ ଧନ ନଥିଲା,ସାଧନ ନଥିଲା । ନୀତିଶଙ୍କ ପାଖରେ ଗୋଟିଏ ମାରୁତି ୮୦୦ ଥିଲା । ତା’ ପୁଣି ଜଣେ ବନ୍ଧୁଙ୍କଠାରୁ ଉଧାରରେ ଆସିଥିଲା । ଏମିତିରେ ଲାଲୁଙ୍କ ମନି,ମଶଲ ପାୱାର ଆଗରେ ନୀତିଶ କେଉଁଠି ବି ତିଷ୍ଟୁନଥିଲେ ।

ଲାଲୁଙ୍କ ପକ୍ଷରେ ଜାତୀୟ ସମୀକରଣ ଥିଲା । ସେ ଛିଡା ହୋଇଥିଲେ ଏମୱାଇ ସୀମକରଣ ଉପରେ । କିନ୍ତୁ ନୀତିଶ ଭାବୁଥିଲେ ଯାଦବଙ୍କ ଉତ୍ପାତରେ ଅତିଷ୍ଠ ଉଚ୍ଚ ଜାତି ଓ  ଅନ୍ୟ ଓବିସି ତାଙ୍କୁ ଭୋଟ କରିବେ । ତେବେ ସେ ଏଇ ହିସାବ କରିବାକୁ ଭୁଲି ଯାଇଥିଲେ ଯେ,ଯେଉଁ ଜାତିର ଲୋକ କିଛି ବର୍ଷ ପୂର୍ବରୁ ଭୋଟ କରିବାକୁ ଡରୁଥିଲେ,ସେମାନଙ୍କୁ ଲାଲୁ ଆୱାଜ ଦେଇଥିଲେ । ଆଉ ସେହି ଜାତିର ଲୋକ ଏତେ ଶୀଘ୍ର ନିଜ ମସିହାକୁ ଭୁଲିବା ସମ୍ଭବ ନଥିଲା । ଲାଲୁଙ୍କ ପାଇଁ ଟି ଏନ୍ ଶେସାନ ବି ବରଦାନ ସାବ୍ୟସ୍ତ ହୋଇଥିଲେ । ଶେଶାନ ବିହାରରେ ହିଂସା ରହିତ ନିର୍ବାଚନ କରିବାକୁ ଚାହୁଁଥିଲେ । ବ୍ୟବସ୍ଥା ବି ପ୍ରବଳ କରିଥିଲେ । ସିଆରପିଏଫର ୬୫୦ ଦଳ ନିୟୋଜିତ କରିଥିଲେ । ୧୯୯୪ର ନିର୍ବାଚନ ଥିଲା ଅଦ୍ଭୁତପୂର୍ବ । ଡିସେମ୍ବରରୁ ୯୪ରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ସରିଥିଲା ୯୫ ମାର୍ଚ୍ଚରେ । ଲାଲୁ ନିଜେ ରାଗିକି କହୁଥିଲେ ପାଗଳ ଶେସାନ ଇଲେକ୍ସନ କରାଉଛି କି କୁମ୍ଭ ? ସେ ଏହା ମଧ୍ୟ କହିଥିଲେ ….ସେଶାନ ପାଗଳ ଶଣ୍ଢ କିନ୍ତୁ ସେ ଜାଣିନି ମୁଁ ତାକୁ ରସିରେ ବାନ୍ଧି ଗୁହାଳରେ ରଖିପାରିବି । କିନ୍ତୁ ଶେସାନଙ୍କ ଠେଙ୍ଗା ଲାଲୁଙ୍କ ପାଇଁ ବରଦାନ ହୋଇଥିଲା । ନିର୍ବାଚନ ପ୍ରକ୍ରିୟା ଲମ୍ବା ହେବା ନୀତିଶଙ୍କ ଅଳପ ଧନ ପାର୍ଟି ପାଇଁ ହାହାକରୀ ସାବ୍ୟସ୍ତ ହୋଇଥିଲା ।

ଏହା ସହ ପଢ଼ନ୍ତୁ… ସେହି ରାଲିର କାହାଣୀ ଯେଉଁଠୁ ନୀତିଶ, ଲାଲୁଙ୍କ ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ

ଶେଷରେ ଆସିଲା ଭୋଟ ଗଣତିର ଦିନ । ଫଳାଫଳର ଦିନ । ମତପେଟିରୁ ବାହାରିଲା ଲାଲୁଙ୍କ ଜିନ୍ । ନୀତିଶଙ୍କ ୧୩୫ ସ୍ୱପ୍ନକୁ ଧୂଳିସାତ୍ କରି ଲାଲୁ ଆଣିଲେ ୧୬୪ ।ପୂର୍ବ ନିର୍ବାଚନଠାରୁ ବି ଅଧିକା ।  ଫଳାଫଳର ଝଟକାରେ ବିକାଶ କୁମାର ତାଟକା ହୋଇଯାଇଥିଲେ । ଲାଲୁଙ୍କ ଘଟିଆ ଶାସନକୁ ଏମୱାଇ ସମୀକରଣ କ୍ଷମଦାନ ଦେଇ ଆଉ ଗୋଟିଏ ଜୀବନ ଦାନ ଦେଇଥିଲା । ଆଉ ଲାଲୁ ନୀତିଶଙ୍କୁ ଦେଖାଇ କହିଥିଲେ….କୁଆଡେ ଗଲା ଲାଲୁର ସେ ଚ୍ୟାଲେଂଜର ? ବିହାର ବିଧାନସଭାର ୩୨୪ ଆସନରୁ ସମତା ପାର୍ଟିକୁ ମିଳିଥିଲା ୭ । ଏହାର ୩୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୨୭୧ ଜଣ ଅମାନତ ହରାଇଥିଲେ ।

ଲାଲୁ ଯେତେବେଳେ ପଚାରୁଥିଲେ କୁଆଡେ ଗଲା ମୋ ଚ୍ୟେଲେଂଜର ସେତେବେଳେ ନୀତିଶ ଟିଭି ବନ୍ଦ କରିଦେଇଥିଲେ । ନିଜ ଇଂଜିନିୟର ବନ୍ଧୁ ଅରୁଣ କୁମାରଙ୍କ ଘର ଛାଡି ମାରୁତି ୮୦୦ ଗାଡିର ମାଲିକ ଜ୍ଞାନୁଙ୍କ ଘରକୁ ଚାଲିଗଲେ । ଜ୍ଞାନୁଙ୍କ ଘରେ ପହଂଚିବା ବେଳକୁ ସେଠାରେ ଟିଭି ଚାଲୁଥିଲା । ନୀତିଶ ଚୁପ କରି କହିଲେ ଚାଲିଥିଲି ସରକାର ଗଢିବାକୁ  ,ଆଉ ଭୋଟର କ’ଣ କରିଦେଲେ । ଏହାପରେ ସେ ଜ୍ଞାନୁଙ୍କୁ ଟିଭି ବନ୍ଦ କରିବାକୁ କହିଥିଲେ । କାରଣ ସେ ପର୍ଯ୍ୟନ୍ତ ଟିଭି ଲାଲୁଙ୍କ ବିଜୟ ଖବର ପ୍ରଚାର କରୁଥାଏ । ଯାହାକୁ ହଜମ କରିବା ନୀତିଶଙ୍କ ପାଇଁ ସହଜ ନଥିଲା ।

ଇଏ ଥିଲା ନୀତିଶ-ଲାଲୁ ଯୁଦ୍ଧର ପ୍ରଥମ କାହାଣୀ.. ନୀତିଶ ହାରିଥିଲେ.. ଲାଲୁଙ୍କ ଦୁର୍ଗ ଅଭେଦ୍ୟ ଥିଲା.. ଲାଲୁଙ୍କୁ ଗାଦିଚ୍ୟୁତ କରିବାକୁ ନୀତିଶଙ୍କୁ ଆହୁରି ୧୦ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ସେହି ୧୦ ବର୍ଷ ଭିତରେ ନୀତିଶ ବାରମ୍ବାର ଦିଲ୍ଲୀ ଦୌଡୁଥିଲେ.. କେବେ ବିହାର କେବେ ଦିଲ୍ଲୀ..

ଏଣିକି ହ୍ୱାଟସଆପରେ ପଠାଇ ହେବ ଟଙ୍କା, ଜାଣନ୍ତୁ କେମିତି ପାଇବେ ଏହି ସୁବିଧା

ନୂଆଦିଲ୍ଲୀ: ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏଣିକି ହ୍ୱାଟସଆପରେ କରିହେବ ଟଙ୍କା ନେଣଦେଣ କାରବାର । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ NCPI ଏହାକୁ ଅନୁମତି ଦେଇଛି । ବିଗତ ୩ ବର୍ଷ ତଳେ ଏନେଇ ହ୍ୱାଟସ୍ ଆପ ପକ୍ଷରୁ ଏନେଇ ଆବେଦନ କରାଯାଇଥିଲା । ଫେସବୁକ ଇଣ୍ଡିଆ ମୁଖ୍ୟ ଅଜିତ୍ ମୋହନ କହିଛନ୍ତି ଯେ, ଭାରତର WhatsApp ପେମେଣ୍ଟ ପାଇଁ ଆଜିଠାରୁ ପ୍ରସ୍ତୁତ ହୋଇସାରିଛି ।

ଏଥିରେ ଡିଜିଟାଲ ପେମେଣ୍ଟ ସମ୍ଭବ ହୋଇ ପାରିବ । ଏଥିରେ ୧୦ଟି ଭାଷାରେ ଡିଜିଟାଲ ପେମେଣ୍ଟ କରିବାର ସୁବିଧା ରହିଛି । ଯଦି ଆପଣଙ୍କ ହ୍ୱାଟସଆପରେ ପୂର୍ବରୁ ପେମେଣ୍ଟ ଅପସନ ରହିଛି, ତେବେ ଆଜିଠାରୁ ଏହାକୁ ବ୍ୟବହାର କରିପାରିବେ । ଯଦି ନାହିଁ, ତେବେ ହ୍ୱାଟସ ଆପକୁ ଅପଡେଟ୍ କରି ପେମେଣ୍ଟ ଅପସନ ନେଇପାରିବେ ।

ଏହାକୁ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କ ନିକଟରେ ଡେବିଟ୍ କାର୍ଡ ରହିବା ଜରୁରୀ । ଯାହା ୟୁପିଆଇକୁ ସପୋର୍ଟ କରିଥାଏ । ହ୍ୱାଟସଆପ୍ ଅପସନକୁ ଯାଇ ଏଥିବେ ବ୍ୟାଙ୍କକୁ ସିଲେକ୍ଟ କରି ଡିଟେଲ ଅପଲୋଡ କରିବାକୁ ପଡିବ । ଏଥିପାଇଁ ୫ଟି ବଡ ବ୍ୟାଙ୍କ ସହ ଅନୁବନ୍ଧିତ କରିଛି କମ୍ପାନି । ଆଇସିଆଇସି ଆଇ, ଏଚଡିଏଫସି, ଆକ୍ସିସ୍, ଏସବିଆଇ ଓ ଜିଓ ପେମେଣ୍ଟ ବ୍ୟାଙ୍କ ଏଥିରେ ସାମିଲ ଅଛି ।

ଭାରତରେ ହ୍ୱାଟସଆପ୍ରେ ୪୦କୋଟି ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ଏପରି ପରିସ୍ଥିତିରେ, ବର୍ତ୍ତମାନ ପାଇଁ କେବଳ ୨କୋଟି ଉପଭୋକ୍ତା ଏହି ସୁବିଧା ପାଇବେ । ଏମିତି କରିବାର କାରଣ ହେଉଛି, NPCI ନିକଟରେ ତୃତୀୟ ପକ୍ଷ UPI କାରବାର ଉପରେ ୩୦ ପ୍ରତିଶତ କ୍ୟାମ୍ପ ଲଗାଇଛନ୍ତି । ଏହା ୧ ଜାନୁଆରୀ ୨୦୨୧ରୁ କାର୍ଯ୍ୟକାରୀ ହେବ ।

ହ୍ୱାଟସଆପ୍ ପେ କିପରି କିରବେ ଆକ୍ଟିଭ୍

ସର୍ବପ୍ରଥମେ, ଆପ୍ ଷ୍ଟୋର୍ କିମ୍ବା ଗୁଗୁଲ୍ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଏବଂ ଆପଣଙ୍କର ହ୍ୱାଟସଆପ୍ ଅପଡେଟ୍ କରନ୍ତୁ । ଏହି ସୁବିଧା ଆପଣ କେଉଁ ଆଇଫୋନ୍ କିମ୍ବା ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନରେ ହ୍ୱାଟସଆପ୍ ବ୍ୟବହାର କରନ୍ତି ତାହା ଉପରେ ନିର୍ଭର କରାଯାଏ ।

– ପ୍ରଥମ ପଦକ୍ଷେପ ଭାବରେ, ଆପଣଙ୍କୁ ହ୍ୱାଟସଆପ୍ ଖୋଲି ସେଟିଂକୁ ଯିବାକୁ ପଡିବ । ଯଦି ସେଟିଂରେ ପେମେଣ୍ଟ ଅପ୍ସନ୍ ଦେଖାଯାଏ, ତେବେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବାକୁ ପଡିବ ।

-ପେମେଣ୍ଟ ବିଭାଗକୁ ଯିବାବେଳେ, ଆପଣ ନୂଆ ପେମେଣ୍ଟ (New Payment) ଏବଂ ନୂଆ ପେମେଣ୍ଟ ପଦ୍ଧତି (Add New Payment Method)ର ବିକଳ୍ପ ପାଇବେ । ଆପଣଙ୍କୁ Add New Payment Methodକୁ ବାଛିବାକୁ ପଡିବ । ଯଦି ଆପଣ ପୂର୍ବରୁ ହିଁ  WhtasApp ପେ ବ୍ୟବହାର କରିଛନ୍ତି, ତେବେ ଏହି ଆର୍ଟିକିଲ୍ ଆପଣଙ୍କ ପାଇଁ ନୁହେଁ ।

–  ତୃତୀୟ ପଦକ୍ଷେପ ଭାବରେ Add New Payment Methodରେ ଯାଇ ନିଜର ବ୍ୟାଙ୍କ ଚୟନ କରନ୍ତୁ । ଏଠାରେ ଅନେକ ବ୍ୟାଙ୍କର ତାଲିକା ପାଇବେ । ବ୍ୟାଙ୍କ ଚୟନ କରିବା ପରେ, ଆପଣଙ୍କର ଆକାଉଣ୍ଟ ଯାଞ୍ଚ ହେବ । ଏଠାରେ Verify Via SMS ଅପ୍ସନ ମିଳିବ ଏହାକୁ ଚୟନ କରିବାକୁ ପଡିବ  ।

– ମନେ ରଖିବାକୁ ହେବ ଯେ, ଏଥିପାଇଁ ଆପଣଙ୍କର ହ୍ୱାଟସଆପ୍ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ନମ୍ବର ସହ ସମାନ ଥିବ ତେବେ ଯାଇଁ ଏହି ଯାଞ୍ଚ୍ ସମ୍ପୂର୍ଣ୍ଣ ହେବ ।

-ଯାଞ୍ଚ ପ୍ରକ୍ରିୟା ସମାପ୍ତ ହେବା ପରେ, ଫିନିସ ପେମେଣ୍ଟ ସେଟଅପ୍ ଉପରେ ଟ୍ୟାପ୍ କରିବାକୁ ପଡ଼ିବ । ବର୍ତ୍ତମାନ ଏବେ ଆପଣଙ୍କୁ UPI ପିନ୍ ସେଟଅପ୍ କରିବାର ବିକଳ୍ପ ବା ଅପ୍ସନ ମିଳିବ । ପ୍ରତ୍ୟେକ ଦେୟ ଉପରେ UPI ପିନ୍ ଏଣ୍ଟର କରିବା ଆବଶ୍ୟକ ।

-ସେଟଅପ୍ ପୂର୍ଣ୍ଣ ହେବା ପରେ, ଆପଣ ହ୍ୱାଟସଆପରେ ଏକ ମେସେଜ୍ ଭାବରେ ଟଙ୍କା ପଠାଇବାକୁ ସମର୍ଥ ହେବେ । ଏଥିପାଇଁ ହ୍ୱାଟସଆପରେ ଥିବା ସମ୍ପର୍କ ଉପରେ ଟ୍ୟାପ୍ କରନ୍ତୁ ଯେପରି ଆମେ ଚାଟିଂ ପାଇଁ କରିଥାଉ । ଆପଣଙ୍କୁ ଏଠାରେ ଆଟାଚମେଣ୍ଚ ଆଇକନକୁ ଯିବାକୁ ପଡିବ । ପେମେଣ୍ଚଟ ଅପ୍ସନରେ ଉପରେ ଟ୍ୟାବ୍ କରି ରାଶି ଏଣ୍ଟର କରିବାକୁ ପଡିବ ।

-ହ୍ୱାଟସଆପ୍ ପେମେଣ୍ଟ କେବଳ ହ୍ୱାଟସଆପ୍ ବ୍ୟବହାରକାରୀଙ୍କୁ ନୁହେଁ, ବରଂ ଯେଉଁମାନଙ୍କର UPI ସକ୍ରିୟ ଥିବ ସେମାନଙ୍କୁ ମଧ୍ୟ ଟଙ୍କା  ପଠାଯାଇପାରିବ । ଟଙ୍କା ପଠାଇବାବେଳେ, ଆପଣ ନୋଟ୍ କିମ୍ବା ଟିକେଟ ଲେଖି ମଧ୍ୟ ଟଙ୍କା ପଠାଇ ପାରିବେ ।

 

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ଆସନ୍ତା ସପ୍ତାହରେ ବ୍ୟକ୍ତିଗତ ହାଜର ହେବାକୁ ଜଗି ପଣ୍ଡାଙ୍କୁ ହେବ ନୋଟିସ୍

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା। ପ୍ରତିକ୍ରିୟା ରଖିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା । ଓଟିଭି ଏମ ଡି ଜଗି ପଣ୍ଡାଙ୍କ ବିରୋଧରେ ହୋଇଛି ଅଭିଯୋଗ । ତାଙ୍କୁ ନିଜ ପକ୍ଷ ରଖିବାକୁ କମିଶନ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଥିଲା । ନିଜ ପ୍ରତିନିଧିଙ୍କ ଜରିଆରେ ସେ ରଖିଥିବା ଉତ୍ତରରେ ସନ୍ତୁଷ୍ଟ ନୁହନ୍ତି କମିଶନ । ଆସନ୍ତା ସପ୍ତାହରେ ବ୍ୟକ୍ତିଗତ ହାଜର ପାଇଁ ଦିଆଯିବ ନୋଟିସ ।

ମାମଲାକୁ ପ୍ରଥମେ ଗ୍ରହଣ କରିଥିଲେ କମିଶନ । ଏଣୁ ଏହା ବନ୍ଦ ବା ରଦ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କଲେ କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ । ସେହିଭଳି ମାମଲା ଆଗକୁ ବିଚାରଣା ହେବ ଅଥବା ରଦ୍ଧ ହେବ ସେ ନେଇ କମିଶନଙ୍କୁ ପ୍ରାର୍ଥନା କରାଯାଇପାରେ କେହି ନିର୍ଦେଶ ଦେଇପାରିବେ ନାହିଁ ।

ସମନ ପାଇଁ ବ୍ୟକ୍ତିଗତ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ କମିଶନଙ୍କୁ ନିବେଦନ କରିଥିଲେ ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା । ଜଗିଙ୍କ ଆବେଦନକୁ ଖାରଜ କରିବା ସହ ମାମଲାକୁ ବିଚାରଣା ବିବେଚିତ କରିଛନ୍ତି କମିଶନ । ତେବେ ମହିଳା କମିଶନଙ୍କ ଠାରେ ଆବେଦନ ଖାରଜ ସତ୍ତ୍ୱେ ଏବେ ପୁଣି ଶିଶୁ ଅଧିକାର କମିଶନଙ୍କ ନିକଟରେ ମାମଲା ଖାରଜ ପାଇଁ ଆବେଦନ କରିଥିଲେ ।