ବରକୁ ଛାଡି କାଉନସିଲିଂ ପାଇଁ ଗଲେ କନ୍ୟା; ବନିଲେ ସରକାରୀ ଶିକ୍ଷକ

ଗୋଣ୍ଡା: ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଜଣେ ବଧୂ ବିବାହର ଠିକ୍ ପରେପରେ ବରକୁ ଛାଡି ପଳାଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ସୂଚନା ଅନୁଯାୟୀ ଗୋଣ୍ଡାର ରାମନଗର ସ୍ଥିତ ବାରବାଙ୍କିର ବାସିନ୍ଦା ପ୍ରଜ୍ଞା ତିଓ୍ୱାରି ବିବାହର ଠିକ୍ ପରେ ମଣ୍ଡପ ଛାଡି ଚାକିରି ଲାଗି କାଉନସିଲିଂ ପାଇଁ ଯାଇଥିଲେ । ଆଉ ଯାହା ପରେ ତାଙ୍କୁ ସରକାରୀ ଚାକିରି ମିଳିଥିବା ବେଳେ ସେ ଶିକ୍ଷକ ବନିପାରିଛନ୍ତି । ପରେ ସେ ପୁଣି ମଣ୍ଡପକୁ ଫେରି ଶାଶୂଘରକୁ ଆନନ୍ଦଉଲ୍ଲାସର ସହ ବିଦା ହୋଇଛନ୍ତି ।

ପ୍ରଜ୍ଞାଙ୍କ ହାତରେ ମେହେନ୍ଦି ଲାଗିଥିବା ବେଳେ ତାଙ୍କ ଜୁଡାରେ ଗଜରା ଲାଗିଥିବା ଦେଖିବାକୁ ମିଳିଥିଲା । ତାଙ୍କର ବୁଧବାର ଦିନ ବିବାହ ହୋଇଥିବା ବେଳେ ଗୁରୁବାର ସକାଳ ୫ଟାରେ ସାତ ଫେରା ସହ ସ୍ୱାମୀ ତାଙ୍କ ସିନ୍ଥିରେ ସିନ୍ଦୁର ଲଗାଇଥିଲେ ।

ଯାହା ପରେ ସେ କାଉନସିଲିଂ ହେବାକୁ ଥିବା ଗୋଣ୍ଡା ସ୍ଥିତ ବିଏସଏ ଅଫିସ ଅଭିମୁଖେ ବାହାରିଥିଲେ । ଏନେଇ ପ୍ରଜ୍ଞା କହିଛନ୍ତି ଯେ ତାଙ୍କ ପାଇଁ ତାଙ୍କ କ୍ୟାରିୟର ଅଧିକ ଗୁରୁତ୍ୱପୂର୍ଣ୍ଣ ।  ସେ ଆହୁରି ବି କୁହନ୍ତି ତାଙ୍କ ସ୍ୱାମୀ ତାଙ୍କର ଲକି ଚାର୍ମିଂ ବୋଲି ।

 

Leave a Reply