ଜଣକ ପରେ ଜଣେ କଳାକାର କରୋନା ଆକ୍ରାନ୍ତ, ତନାଜଙ୍କ ପରେ ମନୀଷ ପଲ୍‌ ପଜିଟିଭ୍‌

Tanaaz-Irani

ମୁମ୍ବାଇ: ଅଭିନେତ୍ରୀ ତନାଜ ଈରାନୀ କରୋନା ସଂକ୍ରମିତ । ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି ନିଜେ ତନାଜା । ଏହା ସହିତ ସେ ପ୍ରାର୍ଥନା କରିଛନ୍ତି ଯେ ତାଙ୍କ ସହିତ ଆଉ କେହି ସଂକ୍ରମିତ ନ ହୁଅନ୍ତୁ ।

Tanaaz-Irani

ସେହିଭଳି ଅଭିନେତା ମନୀଷ ପଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେ ସୁଟିଂ ଲୋକେସନରୁ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଫେରିଛନ୍ତି । ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସୁଟିଂ ଚଣ୍ଡିଗଡ଼ରେ ଚାଲିଥିଲା ବେଳେ ଫିଲ୍ମର କେତେକ କ୍ରୁ ମେମ୍ବର କରୋନାରେ ଆକ୍ରାନ୍ତ ହୋଇଥିଲେ । ସୁଟିଂ ଆରମ୍ଭରୁ ଫିଲ୍ମର ପୁରା ଷ୍ଟାର କାଷ୍ଟ କରୋନା ପଜିଟିଭ ହେବା ପରେ ଫିଲ୍ମ ମେକର୍ସ ଚିନ୍ତାରେ ପଡ଼ିଛନ୍ତି ।

ଅନ୍ୟପଟେ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ କ୍ରିତି, ଅଭିନେତା ରାଜକୁମାର ରାଓଙ୍କ ସହ ତାଙ୍କର ଆଗାମୀ ଫିଲ୍ମର ସୁଟିଂ କରୁଥିଲା ବେଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ନିକଟରେ କ୍ରିତି ବିମାନର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଲେଖିଥିଲେ, ସେ ଚଣ୍ଡିଗଡ଼ରେ ସିଡ୍ୟୁଲ୍ ପୂରା କରିବା ପରେ ଘରକୁ ଫେରୁଛନ୍ତି । ଏୟାରପୋର୍ଟରେ କିଛି ଲୋକ ତାଙ୍କୁ ମାସ୍କ କାଢିବାକୁ କହିଥିବା ବେଳେ ସେ ଗୋଟେ ସେକେଣ୍ଡ ପାଇଁ ମାସ୍କ ଓହ୍ଲାଇବେନି ବୋଲି ମନା କରିଦେଇଥିବା ମିଡିଆ ରିପୋର୍ଟରୁ ପ୍ରକାଶ ।

Leave a Reply