ନିଶାରେ ନୃଶଂସ ହେଲେ, ସ୍ତ୍ରୀର ଜିଭକୁ କାମୁଡ଼ି ଛିଡାଇଲେ

ଲକ୍ଷ୍ନୌ: ଲକ୍ଷ୍ନୌରେ ଜଣେ ବ୍ୟକ୍ତି କଳହର ଚରମ ସୀମାରେ ପହଞ୍ଚିଛି । ମଦ ପିଇ ଘରକୁ ଆସିବା ପରେ ସ୍ତ୍ରୀ ସହ ଝଗଡ଼ା କରିଥିଲା । ଏବଂ ମଦୁଆ ସ୍ୱାମୀ ସ୍ତ୍ରୀ ସହ କଳହ କରି ତାକୁ ହତ୍ୟା କରିବାରକୁ ଚେଷ୍ଟା କରିଥିଲା । ଯେତେବେଳେ ସେ ଏହି ଉଦ୍ୟମରେ ସଫଳ ହୋଇ ନଥିଲା ସେତେବେଳେ ସ୍ତ୍ରୀର ଜିଭକୁ କାମୁଡ଼ି ଛିଣ୍ଡାଇ ଦେଇଥିଲା ।

ସୂଚନା ଅନୁସାରେ, ଲକ୍ଷ୍ନୌର ଭଟ୍ଟା ଗାଁର ରଚିତ ରାୱତ ନାମକ ଜଣେ ବ୍ୟକ୍ତି ତାଙ୍କ ନିଶାରେ ଯେତେବେଳେ ଘରେ ପହଞ୍ଚିଲେ ସେତେବେଳେ ସ୍ତ୍ରୀ ସୁମନ ସହ ଯୁକ୍ତିତର୍କ ହେବା ପରେ ତାଙ୍କୁ ଅତି ନିର୍ମମ ଭାବେ ପିଟିବା ସହ ହତ୍ୟା ଉଦ୍ୟମ କରିଥିଲେ । ରଚିତ ନିଶାରେ ତାଙ୍କ ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।କିନ୍ତୁ ସେଥିରେ ସେ ସଫଳ ହୋଇ ନଥିଲେ ଏହାପରେ ସ୍ତ୍ରୀର ଜିଭକୁ ଦାନ୍ତରେ କାମୁଡ଼ି ରକ୍ତାତ କରିଦେଇଥିଲେ । ଏହାପରେ ସ୍ତ୍ରୀର ପାଟିରୁ ରକ୍ତ ବାହାରିବା ସତ୍ତ୍ୱେ ରଚିତ ମାଡ଼ ମାରି ଚାଲିଥିଲେ ଏହାପରେ ପଡ଼ୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସୁମନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ​​ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହାସହ ପୋଲିସ ରାଚିତଙ୍କୁ ଗିରଫ କରିଥିଲା। ଡିସିପି ସେଣ୍ଟ୍ରାଲ ସୋମେନ ବର୍ମାଙ୍କ ଅନୁଯାୟୀ ଅଭିଯୁକ୍ତ ତାଙ୍କ ପତ୍ନୀଙ୍କୁ ପିଟିବା ପରେ ଜିଭକୁ କାଟିଦେଇଥିଲେ, ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ଏବଂ ଏହି ମାମଲାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Leave a Reply