spot_img
Home Blog Page 6441

ପରାଜୟ ପରେ ମାଡାମ୍‌ଙ୍କ ବାସଭବନରେ ମାନସମନ୍ଥନ, କେମିତି ହାରିଲା ଦଳ ?

ପଟନା: ବିହାରରେ ଏବେ ନୂଆ ସରକାର ନେଇ ଆରମ୍ଭ ହୋଇଯାଇଛି କସରତ । ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଦଳରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । ତେବେ ହାଓ୍ୱା ଓ ଏକଜିଟ୍ ପୋଲର ଆକଳନ ସତ୍ତ୍ୱେ ପରାଜୟର ମୁହଁ ଦେଖିଛି ରାଷ୍ଟ୍ରୀୟ ଜନତା ଦଳ । ଆରଜେଡି ମତ ଗଣନାକୁ ନେଇ ସନ୍ତୁଷ୍ଟ ନଥିବା କହୁଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ଦଳର ମାନସମନ୍ଥନ । ଏହି ପରାଜୟର ସମୀକ୍ଷା କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମାଡାମ୍‌ ରାବିଡୀ ଦେବୀଙ୍କ ବାସଭବନରେ ଏକାଠି ହୋଇଛନ୍ତି ଦଳର ବହୁ ତୁଙ୍ଗ ନେତା ।

ମହାଗଠବନ୍ଧନକୁ ୨୦୧୫ରେ ୧୭୮ ସିଟ୍ ମିଳିଥିବାବେଳେ ଚଳିତ ନିର୍ବାଚନରେ ୧୧୦ ସିଟ୍‌ରେ ସୀମିତ ରହିଛି ଦଳ । ଦଳର ୭୫ ବିଧାୟକଙ୍କ ମଧ୍ୟରୁ ୩୦ ନୂଆ ଚେହେରା ଥିଲେ । ତେବେ ପରାଜୟ ସତ୍ତ୍ୱେ ଦଳ ଏଥର ଭଲ ପ୍ରଦର୍ଶନ କରିଛି ବୋଲି କହିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ୨୦୨୦ରେ ଆରଜେଡି ବଡ଼ ପାର୍ଟି ଭାବେ ଉଭା ହୋଇଛି । ନିର୍ବାଚନ ଫଳାଫଳକୁ ନେଇ ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦୁଃଖୀ ଥିବା କୁହାଯାଉଛି ।

Rabri Devi

ସେପଟେ ନଭେମ୍ବର ୧୬ରେ ଶପଥ ନେଇ ପାରନ୍ତି ସୁଶାସନ ବାବୁ ନୀତିଶ କୁମାର । ସପ୍ତମ ଥର ପାଇଁ ପୁଣି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ । ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତର କରି ଚଳିତ ନିର୍ବାଚନରେ ୧୨୫ ଆସନ ପାଇ ସ୍ପଷ୍ଟ ବହୁମତ ହାସଲ କରିଛି ଏନଡିଏ । ମେଣ୍ଟରେ ବିଜେପିକୁ ଅଧକ ସଂଖ୍ୟକ ଭୋଟ ମିଳିଥିଲେ ସୁଦ୍ଧା ନୀତୀଶଙ୍କ ନେତୃତ୍ୱରେ ଶାସନ କରିବ ଦଳ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକପ୍ରକାର ସ୍ଥିର ହୋଇସାରିଛି ।

Bihar Elections 2020 If BJP Adopts 1995 Maharashtra Formula Than Nitish will Lost CM Post

ନୀତୀଶଙ୍କ ଜୀବନରେ ୭ ଅଙ୍କ ତାଙ୍କ ପାଇଁ ସୌଭାଗ୍ୟ ଆଣିଛି ବୋଲି କହିଛନ୍ତି । ତେଣୁ ସପ୍ତମ ଥର ପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ନେବାକୁ ଯାଉଛନ୍ତି ସେ । ଏଥିପାଇଁ ମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ଦିଆଯିବ ସେନେଇ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ତେବେ ବିହାରରେ ଏଥର ଡବଲ ଇଞ୍ଜିନ ସରକାର ହେବ ବୋଲି କୁହାଯାଉଛି । ପ୍ରଥମେ ୨୦୦୦ରେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ । ଏହାପରେ ୨୦୦୫, ୨୦୧୦, ୨୦୧୫, ୨୦୧୫, ୨୦୧୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ପୁଣି ଜନତା ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଛି ବୋଲି କହିଛନ୍ତି ୭୦ ବର୍ଷୀୟ ନୀତୀଶ କୁମାର । ୧ ମାର୍ଚ୍ଚ ୧୯୫୧ରେ ନୀତୀଶଙ୍କ ଜନ୍ମ ।

ଉପ-ନିର୍ବାଚନରେ ବିପୁଳ ବିଜୟ ପରେ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଉପ-ନିର୍ବାଚନରେ ବିଜୟ ପରେ ସମ୍ୱୋଧିତ କରିବେ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ । ସଂନ୍ଧ୍ୟା ୬ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉପ-ନିର୍ବାଚନ ଦାୟିତ୍ୱରେ ଥିବା ନେତା, କର୍ମୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସମ୍ୱୋଧିତ କରିବେ ଦଳୀୟ ସଭାପତି । ସଦ୍ୟ ସମାପ୍ତ ଉପ-ନିର୍ବାଚନରେ ବିଜେଡି ବାଜିମାତ୍ କରିବା ପରେ ଆଜି ଉଭୟ ବିଧାନସଭାର ଭୋଟରମାନଙ୍କୁ ମଧ୍ୟ ସମ୍ୱୋଧିତ କରିବେ ।

 ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜିମାତ କରିଛି । ତାହା ବି ପୁଣି ଭଲ ଭୋଟ ବ୍ୟବଧାନରେ । ଏନେଇ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଦଳୀୟ କର୍ମୀମାନଙ୍କ ନିରନ୍ତର ଉଦ୍ୟମ, ସେବାମନୋବୃତ୍ତି ପାଇଁ ଦଳ ପୁଣିଥରେ ନିଜର ତାକତ ଦେଖାଇ ପାରିଛି ବୋଲି ବିଜେଡି ନେତା ପ୍ରକାଶ କରିଛନ୍ତି । ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ଓ ଉତ୍ସାହିତ କରିବାକୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ମିଳିଛି ।

ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା; PF ଅଂଶୀଦାରଙ୍କୁ ମିଳିବ ବଡ଼ ଫାଇଦା

0

ନୂଆଦିଲ୍ଲୀ: ଅର୍ଥନୀତିକୁ ସୁଧାରିବା ଲାଗି ଅର୍ଥମନ୍ତ୍ରୀଙ୍କ ପ୍ରୟାସ । ଆତ୍ମନିର୍ଭୟ ଭାରତ ରୋଜଗାର ଯୋଜନା ଅନୁଯାୟୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାର ଏଥିରେ ଯୋଡ଼ିହୋଇଥିବା କର୍ମଚାରୀଙ୍କୁ ଇପିଏଫ୍ ସହ ଯୋଡ଼ିବେ । ଏଭଳି କର୍ମଚାରୀ ଯେଉଁମାନେ ପୂର୍ବରୁ EPF ସହ ଯୋଡ଼ି ହୋଇନଥିଲେ ଏବଂ ଯାହାଙ୍କ ଦରମା ୧୫ ହଜାରରୁ କମ୍ ରହିଛି ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ । ଏଥିସହିତ ଯେଉଁମାନେ ଅଗଷ୍ଟ ଠାରୁ ସେପ୍ଟେମ୍ୱର ଯାଏଁ ଚାକିରିରେ ନଥିଲେ କିନ୍ତୁ ପରେ ପିଏଫ୍‌ ସହ ଯୋଡ଼ି ହୋଇଥିଲେ ସେମାନଙ୍କୁ ମଧ୍ୟ ଲାଭ ମିଳିବ । ଏହି ଯୋଜନା ୩୦ ଜୁନ୍ ୨୦୨୧ ଯାଏ ଲାଗୁ ।

ସରକାର ୨ ବର୍ଷ ଯାଏଁ ୧୦୦୦ରୁ କମ୍ ସଂଖ୍ୟା ବିଶିଷ୍ଟ କର୍ମଚାରୀ କାମ କରୁଥିବା ସଂସ୍ଥାକୁ ନୂଆ ଭର୍ତ୍ତି ହୋଇଥିବା କର୍ମଚାରୀଙ୍କ ବାବଦକୁ ପିଏଫ୍‌ର ପୂରା ୨୪ ପ୍ରତିଶତ ଅଂଶ ସବସିଡି ରୂପରେ ଦିଆଯିବ । ଏହା ୧ ଅକ୍ଟୋବର ୨୦୨୦ ଠାରୁ ଲାଗୁ ହେବ । ୧୦୦୦ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାରେ ନୂଆ କର୍ମଚାରୀଙ୍କ ୧୨ ପ୍ରତିଶତ ଯୋଗଦାନ ନେଇ ୨ ବର୍ଷ ଯାଏଁ ସବସିଡି ଦେବେ  । ଏଥିରେ ପାଖାପାଖି ୯୫% ସଂସ୍ଥା ଆସିବ । ଏବଂ ପାଖାପାଖି କୋଟିଏ କର୍ମଚାରୀଙ୍କୁ ଫାଇଦା ମିଳିବ  ।

ସମ୍ପୂର୍ଣ୍ଣ ଭାରତରେ କରୋନା ଟିକା ସଂରକ୍ଷଣ କଷ୍ଟକର, ଜାଣନ୍ତୁ କାହିଁକି..?

ନୂଆଦିଲ୍ଲୀ: କରୋନା ସଂକଟ ସମୟରେ ନୂଆ ଆଶା ଦେଖାଇଛି ଫାଇଜର ଭେକ୍ସିନ । କିନ୍ତୁ ଭାରତ ପାଇଁ ହୁଏ ତ ଏହା ପ୍ରଭାବ ଶାଳୀ ନ ହୋଇପାରେ । ୧୨ ଲକ୍ଷ ଲୋକଙ୍କ ଜୀବନ ନେବା ପରେ ଲୋକଙ୍କ ମନରେ ଆଶା ସଞ୍ଚାର କରିଛି କରୋନା ଟିକା । ତେବେ ଏହା କେବଳ କିଛି ପ୍ରଗତିଶୀଳ ଦେଶରେ ବଣ୍ଟନ ସମ୍ଭବ ବୋଲି କହିଛନ୍ତି ବିMdb ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ । କାରଣ ଏହାର ଷ୍ଟୋରେଜ ନେଇ ରହିଛି ଅନେକ ଅସୁବିଧା ।   ମାଇନସ ୭୦ ଡିଗ୍ରୀ ସେଣ୍ଟିଗ୍ରେଟରେ ଏହାର ଷ୍ଟୋରେଜ୍ ସମ୍ଭବ ବୋଲି କୁହାଯାଉଥିବାରୁ କିଛି ଦେଶରେ ଏହାକୁ ରଖିବା ସମ୍ଭବ ନୁହେଁ ବୋଲି କୁହାଯାଉଛି । ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ମଧ୍ୟ ସମାନ ଆଶଂକା ବ୍ୟକ୍ତ କରିଛନ୍ତି ।

ଭାରତ ପରି ବିକାଶିତ ଦେଶରେ ଏହାକୁ ନେଇ ଯୋଜନା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଗ୍ରାମାଞ୍ଚଳ କ୍ଷେତ୍ରରେ ଏହାର ବଣ୍ଟନ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି କହିଛନ୍ତି ଗୁଲେରିଆ । ଫାଇଜର ଭେକ୍ସିନ କରୋନା ଉପରେ ୯୦ ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଥିଲେ ଭାଇଜରର ସିଇଓ ଡାକ୍ତର ଆଲବର୍ଟ ।

ଆତ୍ମନିର୍ଭର ଭାରତ ୩.୦: ଅର୍ଥନୀତିକୁ ଆଉ ଏକ ବୁଷ୍ଟର,ଘୋଷଣା କଲେ ଅର୍ଥମନ୍ତ୍ରୀ

କରୋନା ସଙ୍କଟରେ ଅର୍ଥନୀତିକୁ ସୁଦୃଢ କରିବାକୁ ମୋଦି ସରକାର ଆଉ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି । ଧିରେ ଧିରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଥିବା ନେଇ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାସହ ଅର୍ଥବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ସେ କହିଛନ୍ତି ।  ଆସନ୍ତୁ ଜାଣିବା ଆର୍ଥିକ ପ୍ୟାକେଜରେ କଣ ସବୁ ରହିଛି ।

କଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ

ଆତ୍ମନିର୍ଭର ଭାରତର ରୋଜଗାର ଯୋଜନା ଅନୁସରେ ୧.୫୯ଲକ୍ଷ ସଂସ୍ଥାକୁ ୮୩୦୦କୋଟି ଟଙ୍କାର ଋଣ ଦିଆଯାଇଥିଲା । ଏବଂ ଏଥିରେ ୧ କୋଟି ୨୧ଲକ୍ଷ ଲୋକ ଉପକୃତ ହୋଇଛନ୍ତି ।

-ଜରୁରୀକାଳିନ କ୍ରେଡିଟ୍ ଲାଇନ୍ ସ୍କିମ୍ (ECGLS) ଅଧୀନରେ ୬୧ ଲକ୍ଷ ଋଣ ନେଇଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ କୋଟିରୁ ଅଧିକ ଋଣ ଆବଣ୍ଟନ କରାଯାଇଛି । ଏଥିମଧ୍ୟରୁ ୧.୫୨ ଲକ୍ଷ କୋଟି ଟଙ୍କା ଦିଆ ସରିଛି ।

– ନିର୍ମଳା ସୀତାରମଣ କହିଛନ୍ତି ଯେ ବ୍ୟାଙ୍କଗୁଡିକ ୧୫୭.୪୪ ଲକ୍ଷ ଚାଷୀଙ୍କୁ କିସାନ କ୍ରେଡିଟ କାର୍ଡ ପ୍ରଦାନ କରିଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଅଧୀନରେ ୧୬୮୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ନାବାର୍ଡ ମାଧ୍ୟମରେ ୨୫ ହଜାର କୋଟିର ଟଙ୍କାର ଆବଣ୍ଟନ କରାଯାଇଛି ।

– ୨୮ ଟି ରାଜ୍ୟ ଏବଂ କେନ୍ଦ୍ର ଅଞ୍ଚଳରେ ୱାନ ନେସନ, ୱାନ ରେସନ କାର୍ଡ ଯୋଜନାରେ ଯୋଡ଼ି ହେବା କାରଣରୁ ପ୍ରବାସୀ ଶ୍ରମିକ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ୧୩୭୩.୩୩ କୋଟି ଟଙ୍କା ମୂଲ୍ୟର  ଋଣ ଆବଣ୍ଟନ କରାଯାଇଛି ।

– ନିର୍ମଳା ସୀତାରମଣ କହିଛନ୍ତି ଯେ, ତୃତୀୟ ତ୍ରୟମାସରେ ଅର୍ଥନୀତିର ସକରାତ୍ମକ ଅଭିବୃଦ୍ଧି ପାଇଁ ଆରବିଆଇ ପୂର୍ବାନୁମାନ କରିଛି । ଷ୍ଟକ୍ ମାର୍କେଟର ଅଭିବୃଦ୍ଧି ଏବଂ ବଜାର କ୍ୟାପ୍ ବୃଦ୍ଧି ହେଉଛି ଆମ ପ୍ରୟାସର ଫଳାଫଳ ।

– ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଅତୀତରେ ନିଆଯାଇଥିବା ନିଷ୍ପତ୍ତି ଯୋଗୁଁ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି । ବାର୍ଷିକ ଏହା ୧୦ପ୍ରତିଶତ ବୃଦ୍ଧି ପାଇଛି । ଏଥି ସହିତ ବ୍ୟାଙ୍କ କ୍ରେଡ଼ିଟ ୨୩ ଅକ୍ଟୋବର ପର୍ଯ୍ୟନ୍ତ ୫.୧ ପ୍ରତିଶତ ବୃଦ୍ଧି ପାଇଛି । ଯେତେବେଳେ କି ବୈଦେଶିକ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିଛି ।

– ସୂଚନାଯୋଗ୍ୟ ଯେ, ବୁଧବାର ନିଜେ ସରକାର ୧୦ଟି ସେକ୍ଟରର ଉତ୍ପାଦନକାରୀଙ୍କ ପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପ୍ରଡକ୍ସନ ଲିଙ୍କ୍ ଇନସେଣ୍ଟିଭ୍ (PLI)  ବା ପ୍ରୋତ୍ସାହନ ଘୋଷଣା କରିଛନ୍ତି । ଏହାପୂର୍ବରୁ ମେ ମାସରେ ସରକାର ଆତ୍ମନିର୍ଭରଶୀଳ ଅଭିଯାନ ଅଧୀନରେ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ।

ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ (ଜୁଲାଇ-ସେପ୍ଟେମ୍ବର) ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପୂର୍ବ ବର୍ଷ ତୁଳନାରେ ୮.୬ ପ୍ରତିଶତ ହ୍ରାସ ହୋଇପାରେ । ଏହିପରି ଭାବରେ କ୍ରମାଗତ ଦୁଇ ତ୍ରୟମାସରେ ଜିଡିପି ହ୍ରାସ ହେବା ସହିତ ଦେଶ ପ୍ରଥମ ଥର ପାଇଁ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି ।  କୋଭିଡ୍ -19 ମହାମାରୀ ଏବଂ ଲକଡାଉନର ପ୍ରଭାବ ପ୍ରଥମ ତ୍ରୟମାସରେ ୨୩.୯ ପ୍ରତିଶତ ହ୍ରାସ ପାଇଥିଲା​​ । ଚଳିତ ଆର୍ଥିକ ବର୍ଷରେ ଜିଡିପିରେ ୯.୬ ପ୍ରତିଶତ ହ୍ରାସ ହୋଇପାରେ ବୋଲି ଆରବିଆଇ ଆକଳନ କରିଛି ।

ଦୁଇ ମାସ ଧରି କୋମାରେ ଥିଲେ ଯୁବକ, ‘ଚିକେନ’ ନାମ ଶୁଣିବା ମାତ୍ରେ ଆସିଲା ହୋସ୍

ତାଇପେଇ(ତାଇୱାନ): ନିଜ ମନପସନ୍ଦ ଖାଦ୍ୟର ନାଆ ଶୁଣିବା ମାତ୍ରେ ବା ତାକୁ ସାମ୍ନାରେ ଦେଖିବା ମାତ୍ରେ ମନରେ ଲୋଭ ଆସିଥାଏ ତାକୁ ଖାଇବା ପାଇଁ । କିନ୍ତୁ ତାଇୱାନରେ ଖାଦ୍ୟକୁ ନେଇ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ତାଇୱାନର ଜଣେ ୧୮ ବର୍ଷିୟ ଯୁବକ ଦୀର୍ଘ ୨ ମାସ ଧରି କୋମାରେ ଥିଲେ । କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି ନିଜ ମନପସନ୍ଦକ ଖାଦ୍ୟ ଚିକେନର ନାମ ଶୁଣିବା ମାତ୍ରେ ସେ କୋମାରୁ ଫେରିଆସିଥିବା କୁହାଯାଉଛି । ସୂଚନା ଅନୁଯାୟୀ ତାଇୱାନର ୧୮ ବର୍ଷର ଯୁବକ ଚିୟୁକୁ ଚିକେନ ଖୁବ ପସନ୍ଦ ଥିଲା । ଦୀର୍ଘ ୨ ମାସ ହେବ କୋମାରେ ଥିବା ସମୟରେ କେହି ଜଣେ ତାଙ୍କ ସାମ୍ନାରେ ଚିକେନ ଫିଲେଟର ନାମ ଧରିଥିଲେ ।  ଚିକେନର ନାଁ ଶୁଣିବା ମାତ୍ରେ ଚିୟୁ କୋମାରୁ ଫେରିଆସିଥିବା କୁହାଯାଉଛି । ଏହି ଘଟଣା ଦେଖି ପରିବାର ଲୋକଙ୍କ ସମେତ ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ।

ତାଇୱାନ ନ୍ୟୁଜ ରିପୋର୍ଟ ମୁତାବକ, ତାଇୱାନରେ ରହୁଥିବା ଚିୟୁର କିଛି ଦିନ ପୂର୍ବରୁ ଆକ୍ସିଡେଣ୍ଟ ହୋଇଥିଲା । ଦୁର୍ଘଟଣା ଖୁବ ଭୟଙ୍କର ଥିଲା, ତାଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଚିୟୁକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ଚିୟୁର ଜୀବନ ତ ବଞ୍ଚିଯାଇଥିଲା କିନ୍ତୁ ସେ କୋମାକୁ ଚାଲିଯାଇଥିଲେ । ପାଖାପାଖି ୨ ମାସ ଧରି ଚିୟୁ କୋମାରେ ରହିଥିଲେ । ପରିବାରର ସମସ୍ତ ସଦସ୍ୟ ଚିୟୁର ସ୍ୱାସ୍ଥ୍ୟରେ ସୁଧାର ପାଇଁ ପ୍ରାର୍ଥନା କରୁଥିଲେ ।

ରିପୋର୍ଟ ମୁତାବକ ଚିୟୁର ପରିବାର ଲୋକ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବଳେ ଚିୟୁର ବଡ଼ ଭାଇ ତାଙ୍କୁ ଦେଖାକରିବାକୁ ଡାକ୍ତରଖାନା ଆସିଥିଲେ ଆଉ ମଜା ମଜାରେ କହିଥିଲା ଯେ, ସେ ତାଙ୍କ ମନ ପସନ୍ଦର ଚିକେନ ଫିଲେଟ ଖାଇବାକୁ ଯାଉଛନ୍ତି । ଏହା ପରେ ସେଠିକାର ମହୋଲ ହିଁ ବଦଳିଯାଇଥିଲା । କୋମାରେ ରହିବା ସତ୍ତ୍ୱେ ମଧ୍ୟ ତା ହୃଦସ୍ପନ୍ଦନ ଗତି ବଢ଼ିବାକୁ ଲାଗିଲା ଏବଂ ଚିୟୁଙ୍କୁ ହୋସ୍ ଆସିଥିଲା । ଚିୟୁ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।

ଜୟଦେବ ବାଟିକାରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଜୟଦେବ ବାଟିକାରେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାରେ ଖଣ୍ଡଗିରି ପୋଲିସର ତଦନ୍ତ ଜାରି ରହିଛି । ୨୫ ବର୍ଷୀୟ ଯୁବତୀଙ୍କର ପରିଚିୟ ମିଳିପାରିନଥିବା ବେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରୁ ୨୯ ଟଙ୍କା  ଓ ସାଇକେଲ ଚାବି ଉଦ୍ଧାର ହୋଇଥିବା ବେଳେ ସାଇକେଲର ସନ୍ଧାନ ମିଳିନି । ସାଇଣ୍ଟିଫିକ ଟିମ୍ ଖୋଳତାଡ କରିଥିବା ବେଳେ ଯୁବତୀ ଜଣଙ୍କ  ମଙ୍ଗଳବାର ଦିନ ପାର୍କକୁ ଆସିଥିବା ସନ୍ଧେହ କରାଯାଉଛି  । ଯୁବତୀ ଜଣଙ୍କ ସାଙ୍ଗରେ ଆଉ କିଏ ଆସିଥିଲେ କି ନାହିଁ ପାର୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଖୋଳତାଡ କରୁଛି ପୋଲିସ । ହତ୍ୟା ନା ଆତ୍ମହତ୍ୟା ତାର ଖୋଳତାଡ କରୁଛି ପୋଲିସ ।

ଆଶ୍ୱସ୍ତି: ରାଜ୍ୟରେ ହଜାରେ ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା

ବିଶ୍ୱରେ ୧୨ ଲକ୍ଷ ୮୯ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ କେଉଁ ଦେଶରୁ କେତେ.. ?

ନୂଆଦିଲ୍ଲୀ: ଦେଶରେ ଦିନକରେ ୪୭ହଜାର ୯୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬ଲକ୍ଷ ୮୩ହଜାର ୯୧୭ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୨୮ହଜାର ୧୨୧ରେ ପହଞ୍ଚିଛି । ଆକ୍ଟିଭ କେସ୍ ୪ଲକ୍ଷ ୮୯ହଜାର ୨୯୪ ଥିବା ବେଳେ ସୁସ୍ଥ ହେଲେଣି ୮୦ଲକ୍ଷ ୬୬ହଜାର ୫୦୨ଜଣ କରୋନା ଆକ୍ରାନ୍ତ । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା  । ସେପଟେ ଦିଲ୍ଲୀକୁ ଡରାଉଛି କରୋନା ଗ୍ରାଫ୍  । ଦିନକରେ ଦିଲ୍ଲୀରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୮ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ ସୁଦ୍ଧା ୧୨ ଲକ୍ଷ ୮୯ ହଜାର ୪୯୩ ଜଣଙ୍କର ମୃତ୍ୟୁ ହୋଇଛି

ୱେବସାଇଟ୍ ୱାର୍ଲ୍ଡମିଟର ଅନୁଯାୟୀ, ଭାରତ ତୁଳନାରେ ଆମେରିକାରେ ଦ୍ରୁତ ଗତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏବଂ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୨ ଲକ୍ଷ ୮୯ ହଜାର ୪୯୩ ଜଣଙ୍କର ମୃତ୍ୟୁ ହୋଇଛି । ୩୬ କୋଟି ୬୭ଲକ୍ଷ ୪ ହଜାର ୪୫୮ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ବିଶ୍ୱରେ ୧୪ କୋଟି ୪୬ ଲକ୍ଷ ୫ ହଜାର ୭୩୧ ଜଣଙ୍କ ଚିକିତ୍ସାଧିନ ଅଛନ୍ତି । ଯେଉଁଥିରେ ୯୫ ହଜାର ଲୋକଙ୍କ ଅବସ୍ଥା ଗୁରୁତର ରହିଛି ।

କେଉଁ ଦେଶରେ କେତେ ମାମଲା?

ଆମେରିକା – ୧୦,୭୦୮,୬୩୦, ମୃତ୍ୟୁ ସଂଖ୍ୟା – ୨୪୭,୩୯୭

ଭାରତ – ୮,୬୮୪,୦୩୯, ମୃତ୍ୟୁ ସଂଖ୍ୟା – ୧୨୮,୧୬୫

ବ୍ରାଜିଲ- ୫,୭୪୯,୦୦୭, ମୃତ୍ୟୁ ସଂଖ୍ୟା – ୧୬୩,୪୦୬

ଫ୍ରାନ୍ସ – ୧,୮୬୫,୫୩୮, ମୃତ୍ୟୁ ସଂଖ୍ୟା – ୪୨,୫୩୫

ଋଷ – ୧,୮୩୬,୯୬୦, ମୃତ୍ୟୁ ସଂଖ୍ୟା – ୩୧,୫୯୩

ସ୍ପେନ – ୧,୪୬୩,୦୯୩, ମୃତ୍ୟୁ ସଂଖ୍ୟା – ୪୦,୧୦୫

ଆର୍ଜେଣ୍ଟିନା – ୧,୨୭୩,୩୫୬, ମୃତ୍ୟୁ ସଂଖ୍ୟା – ୩୪,୫୩୧

ବ୍ରିଟେନ – ୧,୨୫୬,୭୨୫, ମୃତ୍ୟୁ ସଂଖ୍ୟା – ୫୦,୩୬୫

କଲମ୍ବିଆ – ୧,୧୬୫,୩୨୬, ମୃତ୍ୟୁ ସଂଖ୍ୟା – ୩୩,୩୧୨

ଇଟାଲୀ – ୧,୦୨୮,୪୨୪, ମୃତ୍ୟୁ ସଂଖ୍ୟା – ୪୨,୯୫୩

ମହିଳାଙ୍କୁ ସହାୟ ହେଲେ ମୁଖ୍ୟମନ୍ତ୍ରୀ: ଆର୍ଥିକ ସହାୟତା ପ୍ରଦାନ ସହ ପିଲାଙ୍କ ପାଠ ପଢ଼ା ନେଇ କଲେ ବନ୍ଦୋବସ୍ତ

ଭୁବନେଶ୍ୱର: ଅସହାୟ ପରିବାରକୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ଜିଲ୍ଲା କାକୁଡ଼ିଆପଡା ଗ୍ରାମର ରମେଶ ବୈଶାଖ ଜଣେ ଡ୍ରାଇଭର। ଦୁଇ ମାସ ପୂର୍ବେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ରମେଶଙ୍କ ଦେହାନ୍ତ ପରେ ତାଙ୍କ ବିଧବା ପତ୍ନୀ ନିରୂପମା ତିନି ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲେ। ପରିବାର ଚଳାଇବା ପାଇଁ ଘର ଘର ବୁଲି କାମ କରୁଥିଲେ। କିିନ୍ତୁ ବିଭିନ୍ନ ସ୍ଥାନରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏଭଳି ପରିସ୍ଥିତିରେ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ମନ ବଳାଇଥିଲେ। ଗତ କିଛି ଦିନ ହେଲା ଭୁବନେଶ୍ୱର ଆସି ପିଲାଛୁଆଙ୍କ ସହ ବସ୍ତିରେ ଆଶ୍ରୟ ନେଇଥିଲେ ନିରୂପମା। ଏଭଳି ଖବର ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବା ପରେ ତୁରନ୍ତ ସେ ସହାୟତାର ହାତ ବଢ଼ାଇଛନ୍ତି । ନିରୂପମାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଦୁଇ ଝିଅଙ୍କୁ ଅରଫାନଏଜ ହୋମରେ ରଖିବାର ବନ୍ଦୋବସ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟରରେ ରାଜ୍ୟ ଭିନ୍ନକ୍ଷମ ଆୟୋଗ ଆୟୁକ୍ତ ସୁଲୋଚନା ଦାସଙ୍କ ଉପସ୍ଥିତିରେ ନିରୂପମାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉଭୟ ଝିଅଙ୍କ ପାଠପଢା ଦାୟିତ୍ୱ ମଧ୍ୟ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହାୟତା ଯୋଗୁଁ ତାଙ୍କ ପରିବାର ବଞ୍ଚି ଯାଇଥିବା ବେଳେ ପିଲାଙ୍କ ଭବିଷ୍ୟତ ଚିନ୍ତା ଦୂର ହୋଇପାରିଥିବା କହିଛନ୍ତି ନିରୂପମା। ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ସର୍ଚ୍ଚ ଅପରେସନ ବେଳେ ବଡ଼ ସଫଳତା: ବିପୁଳ ପରିମାଣର ଗୁଳିଗୋଳା ଓ ବୋମା ଜବତ

ମାଲକାନଗିରି: ପୋଲିସକୁ ସର୍ଚ୍ଚ ଅପରେସନ ବେଳେ ବଡ଼ ସଫଳତା । ସର୍ଚ୍ଚ ସମୟରେ ବିପୁଳ ପରିମାଣର ଗୁଳିଗୋଳା ଓ ବୋମା ଜବତ ହୋଇଛି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଏସଓଜି, ବିଏସଏଫ ଓ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ଅଣ୍ଡରାପାଲି ନିକଟରେ ସୁରକ୍ଷାକର୍ମୀଙ୍କୁ ହ୍ୟାଣ୍ଡ ଗ୍ରେନେଡ୍‌, ଥ୍ରୀନଟ ଥ୍ରୀ ଓ ନାଇନ ଏମଏମ ଗୁଳି ଜବତ ହୋଇଛି । ଏସବୁ ସାମଗ୍ରୀକୁ ମାଓବାଦୀ ଲୁଚାଇ ରଖିଥିବା ବେଳେ ପୋଲିସ ଏହାକୁ ଜବତ କରିଛି। ତେବେ ମାଓବାଦୀଙ୍କ ଯୋଜନା ପଣ୍ଡ କରିଛି ପୋଲିସ ।

ଅପହୃତ ବ୍ୟବସାୟୀଙ୍କୁ ୫ଦିନ ପରେ ଉଦ୍ଧାର କଲା ପୋଲିସ