ଆସନ୍ତା ଆର୍ଥିକ ବର୍ଷରୁ କମିପାରେ ଆପଣଙ୍କ ‘ଦରମା’: କିନ୍ତୁ ମିଳିବ ଏହି ସବୁ ସୁବିଧା

1 min read

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷରୁ କମିପାରେ ଆପଣଙ୍କ ଦରମା । ଆପଣ ଦରମା ବାବଦକୁ ପାଉଥିବା ଇନ୍ ହ୍ୟାଣ୍ଡ ବା ଟେକ୍ ହୋମ୍ ଟଙ୍କା ପୂର୍ବାପେକ୍ଷା କମିପାରେ । ସରକାର ଦ୍ୱାରା ପ୍ରଣିତ ନୂଆ ଓ୍ୱେଜ୍ ଆଇନ୍ (Wage Rule) ଆନୁଯାୟୀ କମ୍ପାନୀମାନେ ଦରମା ଢାଞ୍ଚାରେ ପରିବର୍ତ୍ତନ କରିବେ । ଯାହା ଅପ୍ରେଲ ପହିଲାରୁ ଲାଗୁ ହେବ । ଆଉ ଏହି ନୂଆ ନିୟମ ଯୋଗୁଁ ଆପଣଙ୍କ ଇନ୍ ହ୍ୟାଣ୍ଡ ଟଙ୍କା କମିପାରେ । ସରକାରଙ୍କ ଏହି ନୂଆ ନିୟମ ଅନୁଯାୟୀ କମ୍ପାନୀମାନଙ୍କ ପକ୍ଷରୁ ଆପଣଙ୍କୁ ଦିଆଉଥିବା ବିଭିନ୍ନ ଭତ୍ତା ଯେଭଳି କି, ଡିଏ, ଇଏ, ଓଭର ଟାଇମ୍ ଓ ଟିଫିନ୍ ଭଳି ବିଭିନ୍ନ ଭତ୍ତା  ବାଦଦକୁ ପାଉଥିବା ଟଙ୍କା ମୋଟ ଦରମାର ୫୦ ପ୍ରତିଶତ ଅତିକ୍ରମ କରିବନାହିଁ ।

Your Take-Home Salary May Reduce From April Next Year

ଏହି ନିୟମ କାର୍ଯ୍ୟକାରୀ ଦ୍ୱାରା କମ୍ପାନୀ ଗୁଡ଼ିକୁ କର୍ମଚାରୀଙ୍କ ବେସିକ୍ ପେ’ ବଢ଼ାଇବାକୁ ପଡ଼ିବ । ଏହା ଦ୍ୱାରା ଗ୍ରାଚୁଟି ଏବଂ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍‌)ରେ ଆପଣଙ୍କ ଅଂଶ ବଢ଼ିବ ।            ପ୍ରାୟ କମ୍ପାନୀ ଗୁଡ଼ିକ ପକ୍ଷରୁ ପ୍ରଦାନ କରାଯାଉଥିବା ଦରମରେ ବେସିକ୍ ପେ’ ମିଳୁଥିବା ଭତ୍ତା ତୁଳନାରେ କମ୍‌ ଥାଏ । ତେବେ ଏହି ନିୟମ ଶୀଘ୍ର ଲାଗୁ ହେବାକୁ ଥିବା ବେଳେ ଏହାର ବିଶେଷ ପ୍ରଭାବ ଘରୋଇ ସେକ୍ୱରରେ ଦେଖିବାକୁ ମିଳିବ  । କାହିଁକି ନା ସାଧାରଣତଃ ଘରୋଇ କମ୍ପାନୀରେ ଚାକିରି କରୁଥିବା କର୍ମଚାରୀ କମ୍ ବେସିକ୍ ପେ’ ପାଇଥାନ୍ତି ।

Your Take-Home Salary May Reduce From April 2021 But It's Not All Bad News

            ତେବ ନୂଆ ନିୟମ ଯୋଗୁଁ କର୍ମଚାରୀଙ୍କ ବେସିକ୍ ପେ’ ମୋଟ ଦରମାର ୫୦ ପ୍ରତିଶତ କରିବାକୁ ବାଧ୍ୟ ହେବେ । ତେବେ ଏହି ନୂଆ ଆଇନ ଦ୍ୱାରା ଟେକ୍ ହୋମ୍ ସେଲେରୀ ମଧ୍ୟ କମିପାରେ । କିନ୍ତୁ ଏହା ଦ୍ୱାରା କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଅଧିକ ସୁନିଶ୍ଚିତ ହେବ ଏବଂ ଅବସର ପରର ସୁବିଧା ପୂର୍ବାପେକ୍ଷା ଭଲ ହେବ ।

Leave a Reply