ବାୟୁସେନାର ପୋଷାକ ପିନ୍ଧି ଗରୀମା କ୍ଷୁର୍ଣ୍ଣ କଲେ ଅନିଲ କପୁର, ବାୟୁସେନାର ଦାବି, ହଟାଯାଉ ସିନ୍

1 min read

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନିଲ କପୁରଙ୍କ ଆଗାମୀ ପ୍ରୋଜେକ୍ଟ ‘AK vs AK’ ରେ ବାୟୁସେନା ଅଧିକାରୀଙ୍କୁ ଯେଉଁଭଳି ଭାବରେ ଦର୍ଶାଯାଇଛି, ତା ଉପରେ ଆପତ୍ତି ପ୍ରକାଶ କରିଛି ବାୟୁସେନା । ବୁଧବାର ବାୟୁସେନା ପକ୍ଷରୁ ଏକ ଟ୍ୱିଟ୍ କରାଯାଇଥିଲା, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ‘ ଫିଲ୍ମରୁ ଏଭଳି ସିନ୍ ତୁରନ୍ତ ହଟାଯିବା ଉଚିତ ।’

ସୂଚନା ଅନୁଯାୟୀ, ଅନଲାଇନ ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଏକ ପ୍ରୋଜେକ୍ଟ ଆସିବାକୁ ଯାଉଛି ଯାହାର ନାଁ ରହିଛି ‘AK vs AK’ । ନିକଟରେ ଏହାର ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ଅନିଲ କପୁର ବାୟୁସେନା ୟୁନିଫର୍ମ ପିନ୍ଧିଥିବା ନଜର ଆସିଛନ୍ତି । ସିନରେ ଅନିଲ କପୁର ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ସହିତ ଅଛନ୍ତି ଏବଂ ଆପତ୍ତିଜନକ ଶବ୍ଦର ବ୍ୟବହାର କରୁଛନ୍ତି ।

ତେବେ ବର୍ତ୍ତମାନ ବାୟୁସେନା ଏହି ଭିଡିଓକୁ ରିଟ୍ୱିଟ କରି ଲେଖିଛି ଯେ, ଭିଡିଓରେ ବାୟୁସେନା ପୋଷାକକୁ ଭୁଲ ଭାବରେ ବ୍ୟବହାର କରାଯାଇଛି ଏବଂ ଅପଶବ୍ଦ ମଧ୍ୟ ବ୍ୟବହାର କରାଯାଇଛି । ଦେଶ ପାଇଁ ସେନା ପୋଷାକ ପିନ୍ଧୁଥିବା ଯବାନ ମାନଙ୍କ ପାଇଁ ଏହା ଠିକ ଚିତ୍ରଣ ନୁହେଁ । ଏମିତିରେ ଏହି ସିନକୁ କାଟିବା ପାଇଁ ବାୟୁସେନା ପକ୍ଷରୁ କୁହାଯାଇଛି ।

ତେବେ ଏହା ପୂର୍ବରୁ ଏମିତି ଅନେକ ଥର ହୋଇଛି ଯେଉଁଠି, ବଲିଉଡର କୌଣସି ଫିଲ୍ମ ବା ୱେବ ସିରିଜରେ ଅଧିକାରୀଙ୍କୁ ୟୁନିଫର୍ମ ପିନ୍ଧି ଭୁଲ କାମ କରୁଥିବା ଦର୍ଶାଯାଇଛି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । କିଛି ମାସ ପୂର୍ବରୁ ଏକତା କପୁରଙ୍କ ନିର୍ମିତି ୱେବ ସିରିଜରେ ସେନାର ୟୁନିଫର୍ମ ପିନ୍ଧି ଚରିତ୍ରକୁ ଭୁଲ ଭାବରେ ଦର୍ଶାଯାଇଥିଲା, ଯାହାକୁ ନେଇ ଏନେକ ବିବାଦ ସୃଷ୍ଟି ହୋଇଥିଲା ।

Leave a Reply