ମାଡ଼ି ଆସୁଛି ବିନାଶକାରୀ ବରଫ ପାହାଡ଼ A-68

1 min read

ନୂଆଦିଲ୍ଲୀ:   ଇତିହାସ ହୋଇଯାଇଛି ଟାଇଟିନିକ ଜାହଜ । କିନ୍ତୁ ତାହାକୁ ଭୁଲି ହେଉନାହିଁ । ଭୁଲି ହେଉନାହିଁ ସେହି ଭୟଙ୍କର ପରିସ୍ଥିତିକୁ । ଯାହା ହଜାର ହଜାର ଲୋକଙ୍କ ଜୀବନ ନେଇଛି । ଏହି କାହାଣୀ ଯିଏ ଶୁଣିଛି, ତା’ ଛାତି ଥରି ଉଠିଛି । ଟାଇଟନିକକୁ ଭାଙ୍ଗିରୁଜି ଚୁରମାର କରିଦେଲା ଏକ ବିରାଟ ବରଫ ପାହାଡ଼ । ଏବେ ପୁଣି ସେହିଭଳି ଏକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଯାହାକୁ ନେଇ ବୈଜ୍ଞାନିକ ଚେତାବନୀ ଦେଲେଣି । ତାହା ମଧ୍ୟ ବିଶ୍ୱର ବିରାଟ ଆଇସବର୍ଗ । ଏହି ଆଇସବର୍ଗ ଏବେ ବିନାଶକାରୀ ସାଜିବା ପାଇଁ ପ୍ରସ୍ତୁତ ।

ବ୍ରିଟିଶ ଟାପୁ ଆଡ଼କୁ ମାଡ଼ି ଆସୁଛି ଏକ ଟ୍ରିଲିୟନ ଟନ୍‌ଆଇସବର୍ଗ । ହଜାର ହଜାର ସିଲ ମାଛ,ପେଙ୍ଗୁଇନ ଏବଂ ଅନ୍ୟ ଜୀବ ମାନଙ୍କ ଉପରେ ସଙ୍କଟର ମାତ୍ରା ବଢୁଛି । କ’ଣ ଏହି ଆଇସବର୍ଗ? ଏହା କେଉଁଠାରୁ ଆସିଲା? ଏମିତି ଅନେକ ପ୍ରଶ୍ନ । ଏହାକୁ ନେଇ ବାୟୋଲୋଜିଷ୍ଟଙ୍କ ଚେତାବନୀ କିନ୍ତୁ ଆପଣଙ୍କୁ ଅଧିକ ଡରାଇପାରେ । ଯଦି A-68 ନାମକ ଏହି ବରଫ ପାହାଡ଼ ଟାପୁ ସହିତ ଧକ୍କା ହୁଏ ତେବେ ପର୍ଯ୍ୟାବରଣ ଉପରେ ଗଭୀର ଆଘାତ ପଡ଼ିବ । ଲକ୍ଷାଧିକ ଜୀବଙ୍କ ଜୀବନ ଚାଲିଯିବ ଆଉ ସେମାନେ ବେଘର ହୋଇଯିବେ । ଆକଳନ ଅନୁସାରେ ଏହି ଆଇସବର୍ଗର ଓଜନ ପ୍ରାୟ ଏକ ଟ୍ରିଲିୟନ ଟନ୍‌ ଏବଂ ଏହାର ଗଭୀରତା କେବଳ ୨୦୦ ମିଟର । ଏହି କାରଣରୁ ଏହାର ମାଟି ସହିତ ଧକ୍କା ହେବାର ଆଶଙ୍କା ଅନ୍ୟ ଆଇସବର୍ଗ ତୁଳନାରେ ଯଥେଷ୍ଟ ଅଧିକ ।

ଏହି ଆଇସବର୍ଗ ତିନି ବର୍ଷ ପୂର୍ବେ ଆଣ୍ଟାର୍କଟିକା ଆଇସ ସେଲ୍ଫରୁ ବିଛିନ୍ନ ହୋଇ ଯାଇଥିଲା, ଏବଂ ୧୦ ହଜାର ମାଇଲ ରାସ୍ତା ଅତିକ୍ରମ କରି ଦକ୍ଷିଣ ଆଟଲାଣ୍ଟିକରେ ଦକ୍ଷିଣ ଜର୍ଜିୟାରୁ ୧୨୫ ମାଇଲ ଦୂରରେ ପହଞ୍ଚିଛି । ବ୍ରିଟିଶ ଆଣ୍ଟାର୍କଟିକା ସର୍ଭେ ଡାକ୍ତର ଏଣ୍ଡ୍ରୁ ଫ୍ଲେମିଂଙ୍କ ବୁତାବକ ଆସନ୍ତା ଦୁଇ ତିନି ସପ୍ତାହ ପରେ ଏହାର ସ୍ଥିତିକୁ ନେଇ ସ୍ପଷ୍ଟ ଚିତ୍ର ନଜର ଆସିବ । ଏବେ ଏହା ଦକ୍ଷିଣ ଜର୍ଜିୟାର ଆକାର ନେଇଛି । ଫେବୃୟାରୀରେ ମହାସାଗରରେ ବିଛିନ୍ନ ହେବାପରେ ହଜାର ହଜାର ଛୋଟ ଛୋଟ ଟୁକୁଡ଼ାରେ ଖଣ୍ଡ ବିଖଣ୍ଡିତ ହୋଇଗଲା, କିନ୍ତୁ ଏବେ ମଧ୍ୟ ଏହାର ଏକ ବିଶାଳ ଖଣ୍ଡ ବିନାଶ ପାଇଁ ପ୍ରସ୍ତୁତ ରହିଛି ।

ଫ୍ଲେମିଙ୍ଗଙ୍କ ଅନୁସାରେ, ଏହା ବିଶ୍ୱର ଏପର୍ଯ୍ୟନ୍ତ ସବୁଠାରୁ ବୃହତ୍‌ ଆଇସବର୍ଗ । ମୂଳ ବରଫରୁ ଏହା ଏକ-ଚତୁର୍ଥାଂଶ ଭାଙ୍ଗି ଅଲଗା ହୋଇଯାଇଛି । ଅଲଗା ହୋଇଥିବା ବରଫ ଖଣ୍ଡ ଛୋଟ ଛୋଟ ଆଇସବର୍ଗରେ ପରିଣତ ହୋଇଛି । ଏହାଦ୍ୱାରା ଜାହଜ ଗୁଡ଼ିକ ପାଇଁ ସଙ୍କଟ ଅଧିକ ବଢିପାରେ । କୂଳ ନିକଟରେ ପାଣିର ତାପମାତ୍ରା ଅଧିକ ଓ ଏହା ସହିତ ମାଡ଼ ହେଉଥିବା ଲହଡ଼ି ଏହାକୁ ଅଧିକ ପ୍ରଭାବିତ କରୁଛି । ଯଦି ଏହି ବରଫ ପାହାଡ଼ ଦକ୍ଷିଣ ଜର୍ଜିୟା ସହିତ ଧକ୍କା ନ ହୁଏ ତେବେ ଏକ ବିରାଟ ସଙ୍କଟ ଟଳିଯିବ ଏବଂ ଧୀରେ ଧୀରେ ଏହା ମାହାସାଗରରେ ମିଶିଯିବ ।

ବ୍ରିଟିଶ ଆଣ୍ଟାର୍କଟୀକା ସର୍ଭେର ବାୟୋଲୋଜିଷ୍ଟ ପ୍ରଫେସର ଟାର୍ଲିଙ୍ଗ ଚେତାବନୀ ଦେଇଛନ୍ତିଯେ, ଯଦି ଏହି ବିନାଶକାରୀ ଟାପୁ ସହିତ ଧକ୍କା ହୁଏ ତେବେ ପରିସ୍ଥିତି ଅସହ୍ୟ ହୋଇପଡ଼ିବ । ଆଇସବର୍ଗରୁ ବାହାରିବାକୁ ଥିବା ଥଣ୍ଡା ଏବଂ ଫ୍ରେଶ ପାଣି କାରଣରୁ ଖାଦ୍ୟ ଶୃଙ୍ଖଳର ସବୁଠାରୁ ନିମ୍ନରେ ଥିବା ଜୀବ ମାନଙ୍କ ଉପରେ ବିପଦ ବଢିଯିବ । ସେହି ଜୀବ ମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ଯେଉଁମାନେ ଏହି ନିମ୍ନ ସ୍ତରର ଜୀବଙ୍କୁ ଖାଇ ବଞ୍ଚୁଛନ୍ତି । ପେଙ୍ଗୁଇନ ଏବଂ ସିଲ ଭଳି ଜୀବଙ୍କ ପାଇଁ ସଙ୍କଟ ଯଥେଷ୍ଟ ଅଧିକ ବଢିଯିବ । ପ୍ରଜନନ ଉପରେ ପ୍ରଭାବ ପଡ଼ିବ । ଯଦି ପାଣି ଭିତରେ ଥିବା ଏହା ଜୀବଙ୍କ ସଙ୍କଟ ବଢୁଛି ତେବେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ମାତ୍ରା ବଢିବା ସୁନିଶ୍ଚିତ । କିନ୍ତୁ ଏଥିରୁ ଏକ ଫାଇଦା ମଧ୍ୟ ହୋଇପାରେ । ଏହାଦ୍ୱାରା ସମୂଦ୍ର ପାଣିର ଉର୍ବରତା ବଢିପାରେ ।

ତେବେ ଦକ୍ଷିଣ ଜର୍ଜିୟାରେ ୪.୫ ଲକ୍ଷ ପେଙ୍ଗୁଇନ,୧୦ ଲକ୍ଷ ୟେଲୋ କ୍ରାଷ୍ଟ ମ୍ୟାକ୍ରୋନି ପେଙ୍ଗୁଇନ ଏବଂ ହଜାର ହଜାର ଜେଣ୍ଟୁ ଏବଂ ଚୀନ୍ସଟ୍ରାପ ପେଙ୍ଗୁଇନ ଅଛନ୍ତି । ଏଠାରେ ଦୁଇଟି ଆଣ୍ଟାର୍କଟିକା ସର୍ଭେ ରିସର୍ଚ ଷ୍ଟେସନ ରହିଛି ।

Leave a Reply