spot_img
Home Blog Page 6439

ଜଳ-ସ୍ଥଳ ନୁହେଁ ଅନ୍ତରୀକ୍ଷରେ ବି ଭାରତକୁ ଆଟାକ୍‌ କରୁଛି ଚୀନ୍‌…!

ନୂଆଦିଲ୍ଲୀ: ସ୍ଥଳଭାଗ ଏବଂ ଜଳ ଭାଗ ବ୍ୟତୀତ ଅନ୍ତରୀକ୍ଷରେ ମଧ୍ୟ ଭାରତକୁ ଆକ୍ରମଣ କରିବାକୁ ଚେଷ୍ଟ କରୁଛି ଚୀନ୍‌ । ଏନେଇ ଏକ ରିପୋର୍ଟରେ କୁହାଯାଇଛି ଯେ, ଗତ ୨୦୧୨ ରୁ ୨୦୧୮ ପର୍ଯ୍ୟନ୍ତ ଭାରତୀୟ ସାଟେଲାଇଟ୍‌ କମ୍ୟୁନିକେସନ୍‌ ଉପରେ ଚୀନ୍‌ ସାଇବର୍‌ ଆଟାକ୍‌ କରିଛି । କିନ୍ତୁ ଇସ୍ରୋର କହିବାନୁଯାୟୀ ଏଭଳି କୌଣସି ଘଟଣା ଘଟିନାହିଁ ।

ଆମେରିକାସ୍ଥିତ ଚାଇନା ଏରୋସ୍ପେସ୍‌ ଷ୍ଟଡିଜ୍‌ ଇନ୍‌ସ୍ଟିଚ୍ୟୁଟ୍‌ର ୧୪୨ ନମ୍ବର ପୃଷ୍ଠାରେ ଲେଖାଥିବା ତଥ୍ୟକୁ ଆଧାର କରି ଏକ ଜାତୀୟ ଗଣମାଧ୍ୟମ ୨୦୧୨ରେ ଭାରତ ପ୍ରତି ସାଇବର ଆଟାକ୍‌ ହୋଇଥିବା କହିଛି ।

Space Agency

ରିପୋର୍ଟରେ କୁହାଯାଇଛି ଯେ, ଜେଟ୍‌ ପ୍ରୋପସ୍ନାଲ୍‌ ଲେବ୍ରୋଟୋରୀ ଉପରେ ଚୀନ୍‌ ନେଟ୍ଓ୍ୱାର୍କ ଆଧାରିତ ଏକ କମ୍ପ୍ୟୁଟର ଦ୍ୱାରା ଆଟାକ୍‌ କରାଯାଇଥିଲା । ଏହି ସାଇବର ଆଟାକ୍‌ରେ ଜେପିଏଲ୍‌ ନେଟ୍ଓ୍ୱାର୍କକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ କରିବାକୁ ଚେଷ୍ଟା କରାଯାଉଥିଲା ।

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ଭାରତ ଏହାର କାଉଣ୍ଟର ସ୍ପେସ୍ କ୍ଷମତାର ବ୍ୟବହାର କରି ମାର୍ଚ୍ଚ ୨୭, ୨୦୧୯ ରେ ଆଣ୍ଟି ସାଟେଲାଇଟ୍ ମିସାଇଲ୍‌ ଟେକ୍ନୋଲୋଜି ପ୍ରଦର୍ଶନ କରିଥିଲା । ଯାହା ଭାରତକୁ ଶତ୍ରୁ ଉପଗ୍ରହ ନଷ୍ଟ କରିବାକୁ ସହଯୋଗ କରିବ ।

Space Agency

କିନ୍ତୁ CASI ରିପୋର୍ଟରେ ଦର୍ଶାଯାଇଛି ଯେ, ଚାଇନା ପାଖରେ ଏଭଳି ଅନେକ କାଉଣ୍ଟର-ସ୍ପେସ୍ ଟେକ୍ନୋଲୋଜି ଅଛି ଯାହା ଭାରତର ଶକ୍ତିକୁ ଦୁର୍ବଳ କରିପାରେ ।

ଦିଲ୍ଲୀରେ ଚେନ୍ନାଇ ପ୍ଲାନ, ତାମିଲନାଡ଼ୁ ନିର୍ବାଚନ ପାଇଁ AIADMK ଓ ଶଶିକଳା ମିଶ୍ରଣ ନେଇ କଥାବାର୍ତ୍ତା ଆରମ୍ଭ

ମୁମ୍ବାଇ: ଭାରତୀୟ ଜନତା ପାର୍ଟି ଦକ୍ଷିଣ ଭାରତରେ କ୍ଷମତାକୁ ଆସିବା ପାଇଁ ପ୍ଲାନିଂ ଆରମ୍ଭ କରିଛି । ପ୍ରଥମ ନଜର ରହିଛି ତାମିଲନାଡ଼ୁ ଉପରେ । ତାମିଲନାଡ଼ୁରେ ୨୦୨୧ ମସିହାରେ ହେବ ବିଧାନସଭା ନିର୍ବାଚନ । ଆଉ ସଶିକଳାନ ୨୦୨୧ ଜାନୁଆରୀରେ ଆୟରୁ ଅଧିକ ସମ୍ପତ୍ତି ମାମଲାରେ ଜେଲରୁ ବାହାରିବେ । ଆଶା କରାଯାଉଛି ଶଶିକଳାଙ୍କ ଗୋଷ୍ଠୀର AMMK, AIADMKରେ ମିଶିଯିବ । ଏବେ ବିଜେପି ଏହା ଉପରେ କାମ ଆରମ୍ଭ କରିଛି ।

BJP Mediator AIADMK Sasikala Merger May 2021 Assembly Elections Tamilnadu

ଶଶିକଳାଙ୍କ ଅନୁପସ୍ଥିତିରେ AMMKର ଭାର ସମ୍ଭାଳିଥିବା ଟିଟିଭି ଦିନାକରଣ ଦୁଇ ଦିନ ତଳେ ଦିଲ୍ଲୀ ଯାଇଥିଲେ । କୁହାଯାଉଛି ଦିଲ୍ଲୀ ଗସ୍ତ ବେଳେ ସେ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି । ଏବେ କ୍ଷମତାରେ ଥିବା AIADMKକୁ ନିର୍ବାଚନରେ DMK ସହ କଡ଼ା ପ୍ରତିଯୋଗିତାର ସାମନା କରିବାକୁ ପଡ଼ିପାରେ । ଆଉ ଏଆଇଏଡିଏମକେ ମୁଖ୍ୟ ଜୟଲଳିତାଙ୍କ ମୃତ୍ୟୁ ପରେ ପ୍ରଥମ ଥର ଦଳ ପ୍ରତିଯୋଗିତାର ସାମନା କରୁଛି ।

BJP Mediator AIADMK Sasikala Merger May 2021 Assembly Elections Tamilnadu

ଜୟଲଳିତାଙ୍କ ମୃତ୍ୟୁ ପରେ AIADMKରେ ପନିରସେଲଭମ୍ ଓ ପଲାନିସ୍ୱାମୀ ଗୋଷ୍ଠୀ କ୍ଷମତା ଦଖଳ କରିଥିଲେ । ଶଶିକଳା ସହଯୋଗୀଙ୍କ ସହ ଅଲଗା ହୋଇ ଯାଇଥିଲେ । କୁହାଯାଉଛି ଏହା ପଛରେ ବି ବିଜେପିର ହାତ ଥିଲା । ଖବର ମୁତାବକ ୨୦୨୧ରେ ଶଶିକଳା ବେଙ୍ଗଳୁରୁ ଜେଲରୁ ମୁକୁଳିବେ । ଏହା ପୂର୍ବରୁ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି ।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଥାବାର୍ତ୍ତା ସଫଳ ହେଲେ ଦିନାକରଣ ଓ ଶଶିକଳାଙ୍କୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିବ । ତେବେ, ଦିନାକରଣଙ୍କ କହିବା କଥା ତାଙ୍କ ମାଉସୀ ଶଶିକଳାଙ୍କୁ ଦଳର ମହାସଚିବ କରିବା ସହ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଉ । ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ପଦରେ ପଲାନିସ୍ୱାମୀ ଓ ପନିରସେଲଭମ୍ ରହିଲେ ମଧ୍ୟ ଦଳର କ୍ଷମତା ଶଶିକଳାଙ୍କ ପାଖରେ ରହିବ ।

BJP Mediator AIADMK Sasikala Merger May 2021 Assembly Elections Tamilnadu

ଶଶିକଳାଙ୍କ ଦଳ ସହ କଥାବାର୍ତ୍ତା ନେଇ ବିଜେପିର ଜଣେ ବରିଷ୍ଠ ନେତା ନିଜ ପ୍ରତିକ୍ରିୟା ରଖଛନ୍ତି । AIADMK ଏକଜୁଟ୍ ହୋଇ DMK ସହ ଲଢିବା ଦରକାର । ଶଶିକଳା ସଜ୍ଜା କାଟି ସାରିଥିବାରୁ ସେ ଏବେ ଅଛୁଆଁ ନୁହନ୍ତି । ଆୟରୁ ଅଧିକ ସମ୍ପତ୍ତି ମାମଲାରେ ଶଶିକଳାଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ୨୦୧୭ ଫେବ୍ରୁଆରୀରେ ଜୟଲଳିତା ମୃତ୍ୟୁର ମୁଖ୍ୟ ଅଭିଯୁକ୍ତ ଥିଲେ ।

BJP Mediator AIADMK Sasikala Merger May 2021 Assembly Elections Tamilnadu

ଦଳର ନେତୃତ୍ୱ ପୁଣି ସୁରକ୍ଷିତ ହାତକୁ ଫେରି ଆସିଲେ ମିଶ୍ରଣ ସମ୍ଭବ ବୋଲି କହିଛନ୍ତି ଏଏମଏମକେ କୋଷାଧ୍ୟକ୍ଷ ଓ ଶଶିକଳାଙ୍କ ବିଶ୍ୱସ୍ତ ପି. ବିଟ୍ରେବଲ । ସେ ଆହୁରି କହିଛନ୍ତି- AIADMK ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି । କେବଳ ଶଶିକଳା ଓ ଦିନାକରଣଙ୍କ ଭଳି ନେତା ଦଳକୁ ପୁନର୍ଜୀବିତ କରିପାରିବେ । ସର୍ତ୍ତକୁ ପୂରଣ କରିବା ପାଇଁ ବିନା ଆଲୋଚନାର କୌଣସି ପ୍ରଶ୍ନ ଉଠୁନାହିଁ ।

ବନ୍ୟା ପରେ ଧାନକ୍ଷେତକୁ ବ୍ୟାପିଛି ଅଜଣା ରୋଗ, କାମ ଦେଉନି କୀଟନାଶକ…

0

କେନ୍ଦୁଝର: ଧାନ ଫସଲରେ ଥୋଡ଼ ବାହାରିବା ବେଳକୁ କ୍ଷେତକୁ ଘାରିଛି ଅଜଣା ରୋଗ । ଯେତେ ପ୍ରକାରର ସାର ଓ କୀଟନାଶକ ପ୍ରୟୋଗ କଲେ ବି କୌଣସି ସୁଧାର ଆସୁନାହିଁ । ଫଳରେ ସମୟ ପୂର୍ବରୁ ଶହ ଶହ ହେକ୍ଟର ଜିମିରେ ଧାନ ଗଛ ହଲଦିଆ ପଡିଯାଉଥିବା ବେଳେ ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି, କେନ୍ଦୁଝର ହାଟଡିହି ଜିଲ୍ଲାରୁ ।

ଜିଲ୍ଲାରେ ହୋଇଥିବା ଧାନଟାଷରେ ଏକ ଅଜଣା ରୋଗ ଦେଖା ଦେଇଛି । ବନ୍ୟା ପରେଏହି ପ୍ରକାର ରୋଗ ଧାନଗଛରେ ଦେଖାଦେଇଛି ବୋଲି ଚାଷୀମାନେ କହିଛନ୍ତି । ତେବେ ସବୁଠାରୁ ବଡ଼ ସମସ୍ୟା ଏହା ଯେ କୀଟନାଶକ ପ୍ରୟୋଗର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁନି । ଏଭଳି ହେବା ଦ୍ୱାରା ଚାଷୀମାନେ ଭୀଷଣ ସମସ୍ୟା ଭିତରକୁ ଠେଲି ହୋଇ ଯାଇଛନ୍ତି ।

 

ଚାଷୀଙ୍କ ଋଣଭାର ମଧ୍ୟ ଚଳିତ ଥର ବଢିଛି । ବନ୍ୟା ପରେ ଚାଷ କରିବା କେତେ କଷ୍ଟ ହୋଇଛି ସେକଥା କେବଳ ଚାଷୀ ଜାଣିଛି । ତେବେ ଏଭଳି ରୋଗର ସମାଧାନ ପାଇଁ କଣ କରାଯିବ ସେ ନେଇ ଚାଷୀ ନିରୂପାୟ । ସରକାର ଏନେଇ କଣ ଚିନ୍ତା କରୁଛନ୍ତି ତାହା ଏବେ ଚାଷୀ ଜାଣିବାକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା କୃଷି ଅଧିକାରୀଙ୍କ କହିବା କଥା ବନ୍ୟା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଆବଶ୍ୟକ ପରିମାଣର କୀଟନାଶକ ସିଞ୍ଚନ କଲେ ସମସ୍ୟାର ସମାଧାନ ହୋଇପାରିବ ।

ରାଜ୍ୟସଭା ପରିଚାଳନା କରି ପ୍ରଶଂସା ସାଉଁଟିଲେ ଓଡ଼ିଆ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର, ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ପାର୍ଲାମେଣ୍ଟ । ଏହାର ଉଚ୍ଚ ସଦନ ତଥା ହାଉସ ଅଫ୍ ଏଲ୍ଡର୍ସ ହେଉଛି ରାଜ୍ୟ ସଭା । ଏହି ସଭାରେ କୌଣସି ରାଜ୍ୟର ପ୍ରତିନିଧିତ୍ୱ କରିବା ଯେ କୌଣସି ସାଂସଦଙ୍କ ପାଇଁ ଗର୍ବର ବିଷୟ । ଦେଶର ଉପରାଷ୍ଟ୍ରପତି ଏହି ସଭାର ସଭାପତିତ୍ୱ କରିଥାଆନ୍ତି । ତାଙ୍କୁ ସହଯୋଗ କରିଥାଆନ୍ତି ଉପାଧ୍ୟକ୍ଷ । ଅନେକ ସମୟରେ ଦକ୍ଷ ସଦସ୍ୟଙ୍କୁ ନେଇ ଗଠିତ ହୋଇଥାଏ ପରିଚାଳନା କମିଟି । ସସ୍ମିତ ପାତ୍ର ପ୍ରଥମଥର ରାଜ୍ୟ ସଭାକୁ ମନୋନୀତ ହୋଇ କେବଳ ଓଡ଼ିଶାର ଦାବିକୁ ଉପସ୍ଥାପିତ କରିବାରେ ନିଜକୁ ସୀମିତ ରଖିନାହାନ୍ତି ।

ସସ୍ମିତଙ୍କ ଦକ୍ଷତା, କୌଣସି ବିଷୟକୁ ବୁଝିବା ପାଇଁ ଆବଶ୍ୟକ ଧୀଶକ୍ତି ଏବଂ ସର୍ବୋପରି ଶୃଙ୍ଖଳା କାରଣରୁ ତାଙ୍କୁ ଗୃହ ପରିଚାଳନା କରିବାକୁ ସୁଯୋଗ ମିଳିଥିଲା । ଆଉ ଏହାର ସଦୁପଯୋଗ କରିଥିଲେ ସସ୍ମିତ । କୋଭିଡ ଏବଂ ଅନ୍ୟାନ୍ୟ କାରଣରୁ ବୁଧବାର ରାଜ୍ୟ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଏହି ରାଜ୍ୟ ସଭା ଅଧିବେଶନରେ ଶେଷ ଦିନ ମଧ୍ୟ ସସ୍ମିତଙ୍କୁ ପରିଚାଳନା କରୁଥିବାର ଦେଖିବାକୁ ମିଳିଥିଲା ।

ସସ୍ମିତଙ୍କ ସଭାପତିତ୍ୱରେ ଗୁରୁତ୍ୱପୂର୍ଣ୍ଣ ବିଧେୟକଗୁଡିକ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଜାତୀୟ ଫରେନସିକ ସାଇନ୍ସ ୟୁନିଭରସିଟି-୨୦୨୦, ରାଷ୍ଟ୍ରୀୟ ରକ୍ଷା ୟୁନିଭରସିଟି ବିଲ୍-୨୦୨୦ ଗତକାଲି ସସ୍ମିତଙ୍କ ସଭାପତିତ୍ୱରେ ଗୃହୀତ ହୋଇଥିଲା । ସେହିପରି ଶେଷ ଦିନରେ ଶ୍ରମିକ ଏବଂ ଶ୍ରମଶକ୍ତିଙ୍କୁ ନେଇ ଆସିଥିବା ବିଧେୟକଗୁଡିକ ଆଲୋଚନା ଏବଂ ଗୃହୀତ ସମୟରେ ସସ୍ମିତ ଗୃହ ପରିଚାଳନା କରୁଥିଲେ । ଗତ ଶନିବାରଠାରୁ ବୁଧବାର ମଧ୍ୟରେ ସସ୍ମିତ ଏକାଧିକଥର ଗୃହ ପରିଚାଳନା କରିସାରିଛନ୍ତି । ଦଳମତ ନିର୍ବିଶେଷରେ ସସ୍ମିତଙ୍କୁ ଅନ୍ୟ ସମସ୍ତ ରାଜ୍ୟନୈତିକ ଦଳର ନେତାମାନେ ପ୍ରଶଂସା କରିଥିଲେ । ପୂର୍ବରୁ ସସ୍ମିତ ନିଜର ପ୍ରଥମ ବକ୍ତବ୍ୟରେ ହିଁ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଏବଂ ଅନ୍ୟମାନଙ୍କର ପ୍ରଶଂସା ସାଉଁଟିଥିଲେ । ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ସଂସଦର ଉଚ୍ଚସଦନରେ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସାରା ରାଜ୍ୟର ପ୍ରତ୍ୟେକ ବର୍ଗରୁ ସସ୍ମିତଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା ।

 

ନିଆରା ମୋତିଆବିନ୍ଦୁ ଅପରେସନ କଲା ବୁର୍ଲା, ବିନା ଇଞ୍ଜେକସନରେ ସୁସ୍ଥ ହେଲା ରୋଗୀ…

ବୁର୍ଲା: ବିନା ଇଞ୍ଜେକସନରେ ମୋତିଆବିନ୍ଦୁ ଅପରେସନ ସଫଳ ହୋଇଛି । ବୁର୍ଲା ଭିମସାରର ଏଭଳି ଏଖ ଘଟଣା ଏବେ ଚର୍ଚ୍ଚାରେ ରହିଛି । ସାଧାରଣତଃ ମୋତିଆ ବିନ୍ଦୁ ଅପରେସନରେ ଇଞ୍ଜେକସନର ବ୍ୟବହାର କରାଯାଇଥାଏ ।

ମାତ୍ର ଏକ ଭିନ୍ନ ପଦ୍ଧତିରେ ବୁର୍ଲା ଏଥରର ଅପରେସନ୍ କରିଛି । ଜଣେ ୬୫ ବର୍ଷୀୟ ବୃଦ୍ଧାଙ୍କ ଅପରେସନ ଫୋକୋ ଇମୁଲସୀଫେକ୍ସନ ଯନ୍ତ୍ର ଦ୍ୱାରା କରାଯାଇଥିଲା । ଏହି ଅପରେସନରେ ଇଞ୍ଜେକସନ ବ୍ୟବହାର ହୋଇନଥିବା ବେଳେ କେବଳ ଔଷଧ ମାଧ୍ୟମରେ ଅସ୍ତ୍ରୋପଚାର ସଫଳ ହୋଇଛି । ଏଭଳି ଅପରେସନ ହେବା ପରେ ସାଧାରଣରେ ଏହା ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ଡ୍ରଗ୍ସରେ ଛନ୍ଦି ହେଉଛି ବଲିଉଡ୍, ଦୀପିକାଙ୍କ ସମେତ ୭ ଜଣଙ୍କୁ NCBର ସମନ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ପରେ ଡ୍ରଗ୍ସ କନେକ୍ସନରେ ବଲିଉଡର ବଡ଼ ତାରକାଙ୍କ ନାଁ ଆସିଛି । ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ ସିଂହ ଓ ଶ୍ରଦ୍ଧା କପୁରଙ୍କ ଭଳି ତାରକାଙ୍କୁ ସମନ କରିଛି ଏନସିବି । ଏହି ତାରକା ମାନଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପଚରାଉଚରା ପାଇଁ ସମନ ପଠାଇଥିବା ଜଣାପଡ଼ିଛି । ଏମାନଙ୍କୁ ୩ରୁ ୪ ଦିନ ମଧ୍ୟରେ ଜେରା କରାଯିବ ।

NCB Summons Bollywood Actress Deepika Padukone And 7 Others

ଗୋଆରେ ଦୀପିକା

ମିଳିଥିବା ସୂଚନା ମୁତାବକ, ଦୀପିକା ପାଦୁକୋନ ଏବେ ଗୋଆରେ ଅଛନ୍ତି । ଦୀପିକା ଡ୍ରଗ୍ସ ନେଇ ଚାଟ କରିଥିବା କରିଶ୍ମା ମଧ୍ୟ କୌଣସି ସୁଟିଂରେ ଗୋଆରେ ଅଛନ୍ତି । ସାରା ଅଲ୍ଲୀ ଖାନ୍ ମଧ୍ୟ ନିଜ ମାଆ ଅମୃତା ସିଂହଙ୍କ ସହ ଗୋଆ ଘରେ ଥିବା ଜଣାପଡ଼ିଛି । ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ପ୍ରଥମେ ସାରାଙ୍କ ନାଁ ନେଇଥିଲେ ।

୨ ଜଣ ଟିଭି କଳାକାରଙ୍କ ଘରେ NCBର ରେଡ୍

NCB Summons Bollywood Actress Deepika Padukone And 7 Others

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାଡାରରେ ବଲିଉଡର କେତେଜଣ ବଡ଼ ତାରକା ରହିଛନ୍ତି । ଯାହାଙ୍କ ଉପରେ ଡ୍ରଗ୍ସ ସେବନ ଅଥବା ଏଭଳି ପାର୍ଟିରେ ଯୋଗ ଦେଉଥିବା ଅଭିଯୋଗ ରହିଛି । ବୁଧବାର NCB ଟିଭି ଆକ୍ଟର ଅବିଗେଲ ଓ ସନମଙ୍କୁ ଜେରା କରିଛି । ଉଭୟ ନାଚ ବଲିଏ ରିୟଲିଟି ଶୋରେ ଅଂଶଗ୍ରହଣ କରିଥିଲେ । ଏବେ ଡ୍ରଗ୍ସ ବିବାଦରେ ଫସିଛନ୍ତି ଉଭୟ ।

NCB Summons Bollywood Actress Deepika Padukone And 7 Others

କୁହାଯାଉଛି ଯେ- ଏନସିବି ଅବିଗେଲ ଓ ସନମଙ୍କ ବିରୋଧରେ ଏନସିବିକୁ କିଛି ପ୍ରମାଣ ମିଳିଛି । ସକାଳେ ଏନସିବିର ଏକ ଟିମ୍ ଦୁଇ କଳାକାରଙ୍କ ଘରେ ରେଡ୍ କରିଥଲା । କେତେ ଘଣ୍ଟା ରେଡ୍ ପରେ ଏନସିବି ହାତରେ କିଛି ପ୍ରମାଣ ଲାଗିଥିଲା । ତାପରେ ଏବିଗେଲ ଓ ସନମ ପହଞ୍ଚିଥିଲ ମୁମ୍ବାଇ ଏନସିବି କାର୍ଯ୍ୟାଳୟରେ ।

ବର୍ଷିଲେ ଗମ୍ଭୀର ! କହିଲେ ଆଉ କେହି ହୋଇଥିଲେ ଚର୍ଚ୍ଚା ବହୁତ ହୋଇଥାନ୍ତା, ଧୋନି ବୋଲି ସବୁ ଚୁପ୍‌…

ନୂଆଦିଲ୍ଲୀ: ଭାରତୀୟ କ୍ରିକକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର । ସେ କହିଛନ୍ତି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଧୋନିଙ୍କ ନିଷ୍ପତ୍ତି ସଠିକ୍‌ ନଥିଲା । ଦଳ ଏକ ବଡ଼ ଲକ୍ଷ ନେଇ ଖେଳୁଥିବା ବେଳେ ଧୋନି ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି କାହିଁକି ନେଲେ ? ଏହା ନିହାତି ଭାବେ ଆଲୋଚନାର ବିଷୟ । ଯଦି ଅନ୍ୟ କୌଣସି ଅଧିନାୟକ ଏଭଳି ନିଷ୍ପତ୍ତି ନେଇଥାନ୍ତେ, ତେବେ ନିଶ୍ଚିତ  କଡ଼ା ସମାଲୋଚନାର ଶିକାର ହୋଇଥାନ୍ତେ । କିନ୍ତୁ ଧୋନିଙ୍କ ଏଭଳି ନିଷ୍ପତ୍ତିରେ କେହି ବି ପାଟି ଖୋଲୁ ନାହାନ୍ତି । ଧୋନି ମଇଦାନକୁ ଓହ୍ଲାଇବା ପୂର୍ବରୁ ସାମ୍‌ କୁରେନ, ରିତୁରାଜ ଗାଇକ୍ୱାଡ଼ା ଏବଂ କେଦାର ଯାଦବଙ୍କୁ ବ୍ୟାଟିଂ କରିବାକୁ ପଠାଇଥିଲେ ।

ଗୌତମ ଗମ୍ଭୀର ESPN Cricinfo T20 ଟାଇମ୍‌ ଆଉଟ୍‌ରେ କହିଛନ୍ତି ଯେ, ସେ ଧୋନିଙ୍କ ଏଭଳି ନିଷ୍ପତ୍ତିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ । ଧୋନି ଏଭଳି ପରିସ୍ଥିତିରେ ସପ୍ତମ ସ୍ଥାନ ପର୍ଯ୍ୟନ୍ତ କାହିଁକି ରହିଲେ । ଧୋନିଙ୍କ ପୂର୍ବରୁ ରିତୁରାଜ ଗାଇକ୍ୱାଡ ଏବଂ ସାମ୍ କୁରେନ୍ ମଇଦାନକୁ ଆସିଲେ । ଏହାର ଅର୍ଥ କ’ଣ ? ଧୋନିଙ୍କ ଏଭଳି ନିଷ୍ପତ୍ତି ପଛର ରହସ୍ୟ ସେ ବୁଝିପାରୁ ନାହାନ୍ତି । ଏହାକୁ ନେଇ ନିଶ୍ଚିତ ଚର୍ଚ୍ଚା ହେବା ଆବଶ୍ୟକ ବୋଲି କହିଛନ୍ତି ଗମ୍ଭୀର ।

ଗମ୍ଭୀର ଆହୁରି କହିଛନ୍ତି, ‘ଏହାକୁ ନେତୃତ୍ୱ ନେବା କୁହାଯାଏ ନାହିଁ । ୨୧୭ ରନ୍‌ର ପିଛା କରି ଖେଳୁଥିବା ଟିମ୍‌ର ଅଧିନାୟକ ଧୋନି, ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବା ନିହାତି ଭାବେ ଆଶ୍ଚର୍ଯ୍ୟକର କଥା ଏବଂ ଏହା ଆଲୋଚ୍ୟର ବିଷୟ ।

ଭାରତ ପାଇଁ ୨୦୦୩ ରୁ ୨୦୧୬ ମଧ୍ୟରେ ୫୮ ଟି ଟେଷ୍ଟ ଏବଂ ୧୪୭ ଟି ଦିନିକିଆ ଖେଳିଥିବା ଗମ୍ଭୀର କହିଛନ୍ତି ଯେ, ଜଲ୍‌ଦି ଆଉଟ୍‌ ହେବାରେ କୌଣସି କ୍ଷତି ନାହିଁ, କିନ୍ତୁ ଅନ୍ତତପକ୍ଷେ  ଅଭିଜ୍ଞ ଖେଳାଳି ଭାବେ ଦଳକୁ ଉତ୍ସାହିତ କରିବା ଆବଶ୍ୟକ । ଶେଷ ଓଭରରେ  ଧୋନି ୩ ବଲ୍‌ରେ ତିନି ଛକା ମାରିଲେ । ସେହି ଖେଳ ଯଦି ଆଗୁଆ ମଇଦାନକୁ ଓହ୍ଲାଇ ଦେଖାଇଥାନ୍ତେ ତେବେ ମ୍ୟାଚ୍‌ର ଫଳାଫଳ‌ ଅନ୍ୟ କିଛି ଦେଖିବାକୁ ମିଳିଥାନ୍ତା ।

ଗଞ୍ଜାମରେ ହେବ କୋଭିଡ୍ ସଚେତନତା ସପ୍ତାହ, ଘରେ ଘରେ ପହଞ୍ଚି ମାସ୍କ ବାଣ୍ଟିବ ପ୍ରଶାସନ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି କାବୁକୁ ଆସିବା ପରେ ସରକାରଙ୍କ ଉଦ୍ୟମକୁ ଭୁରିଭୁରି ପ୍ରଶଂସା କରାଯାଇଥିଲା । ପ୍ରବାସୀ ଶ୍ରମିକଙ୍କର ଗଞ୍ଜାମ ଫେରିବା ପରେ ଜିଲ୍ଲାରେ କରୋନା ସଂକ୍ରମଣର ମାତ୍ରା ବେକାବୁ ହୋଇଥିଲା । ଏହାପରେ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ପରିଚାଳନାଗତ ନିଷ୍ପତ୍ତି ପରେ ଜିଲ୍ଲା ଏବେ ଏକ ନିୟନ୍ତ୍ରଣାଧୀନ ସ୍ଥିତିରେ ରହିଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ ଆଜି ଜିଲ୍ଲା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଟେତନତା ସପ୍ତାହର ଆରମ୍ଭ ହେବ । ପ୍ରଶାସନ ଘରେ ଘରେ ପହଞ୍ଚି ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣ ଓ ଭୟାବହତା ନେଇ ସଚେତନ କରିବ । କିଭଳି ସଚେତନ ରହି ଏହି ମହାମାରୀର ମୁକାବିଲା କରି ହେବ ସେ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ।

ପ୍ରତିଟି ଘରେ ମାସ୍କ ପହଞ୍ଚାଇବା ସହ ସେମାନଙ୍କୁ ସୁସ୍ତ ରହିବା ନେଇ ପ୍ରଶାସନ ଟିପ୍ସ ଦେବ । ସେହିଭଳି ବ୍ୟବସାୟୀମାନଙ୍କୁ ପୂର୍ବରୁ ଦିଆ ଯାଇଥିବା ପଞ୍ଚସୂତ୍ରୀ ନିୟମକୁ ପାଳନ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି  । ସରକାର ଲକଡାଉନ୍ ଓ ସଟଡାଉନ୍ କଟକଣାକୁ ଉଠାଇ ସାରିଛନ୍ତି ତେଣୁ ଏବେ ସଂକ୍ରମଣ ରୋକିବା କ୍ଷେତ୍ରରେ ସାଧାରଣଙ୍କ ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଲୋକେ ନିଜେ ନିଜେ ସଚେତନ ହୋଇ ସଂକ୍ରମଣ କିଭଳି ଭାବେ ନବ୍ୟାପିବ ତାହାର ଦାୟିତ୍ୱ ନିଅନ୍ତୁ ।

ଅନ୍ୟ  ପକ୍ଷରେ ଗଞ୍ଜାମରେ ଅନେକ କୋଭିଡ୍ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏମାନେ ଚାହିଁଲେ ଅନ୍ୟ କରୋନା ସଂକ୍ରମିତମାନେ ସୁସ୍ଥ ହୋଇପାରେ । ଏସବୁ କେବଳ ଏକ ଛୋଟ ପଦକ୍ଷେପ, ଯେପରିକି ପ୍ଲାଜମା ଦାନ ଦ୍ୱାରା ସମ୍ଭବ ହୋଇପାରିବ । ଏଣୁ ଜିଲ୍ଲାରେ କରୋନା ସଂକ୍ରମଣର ସୁସ୍ଥ ହୋଇ ଫେରିଥିବା ରୋଗୀ ସ୍ୱଇଚ୍ଛାରେ ପ୍ଲାଜମା ଦାନ କରନ୍ତୁ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅପିଲ୍ କରିଛନ୍ତି । ସୂଚନାଯୋଗ୍ୟ ଯେ  ଜିଲ୍ଲା କୋର୍ଟର  କିଛି କର୍ମଚାରୀ ସଂକ୍ରମଣର ଶୀକାର ହେବା ପରେ ପ୍ରଶାସନ କୋର୍ଟକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି ।

୨୭ ବର୍ଷ ପରେ ଆସିବ ବାବ୍ରି ଧ୍ୱଂସ ମାମଲାର ରାୟ

ଲକ୍ଷ୍ନୌ: ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବାଦରେ ସୁପ୍ରିମକୋର୍ଟ ଗତବର୍ଷ ନଭେମ୍ବରରେ ଐତିହାସିକ ରାୟ ଦେଇଥିଲେ । ଏହା ପରେ ଆଉ ଏକ ମାମଲା ଉପରେ ରହିଛି ପୂରା ଦେଶର ନଜର । ୧୯୯୨ ଡିସେମ୍ବର ୬ ତାରିଖରେ ବାବ୍ରି ଧ୍ୱଂସ ହୋଇଥିଲା । ଘଟଣାର ୨୭ ବର୍ଷ ପରେ ଲକ୍ଷ୍ନୌ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆସନ୍ତା ୩୦ ତାରିଖରେ ରାୟ ଶୁଣାଇବେ । ଏହି ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ, ବିନୟ କଟିୟାରଙ୍କ ସମେତ ୩୨ ଜଣ ଅଭିଯୁକ୍ତଙ୍କୁ ରାୟ ଦିନ କୋର୍ଟରେ ଉପସ୍ଥିତ ରହିବାକୁ କୁହାଯାଇଛି ।

Babri Masjid Demolition Case Special CBI Judge SK Yadav To Pronounce Judgment

ଏହା ପୂର୍ବରୁ ବିଚାରପତି ୨୨ ଅଗଷ୍ଟକୁ ଟ୍ରାଏଲର ଷ୍ଟାଟସ୍ ରିପୋର୍ଟ ଦେଖିବା ପରେ ମାମଲାର ଶୁଣାଣି ସୀମା ଏକ ମାସ ବୃଦ୍ଧି କରି ସେପ୍ଟେମ୍ବର ୩୦ କରିଥିଲେ । କୋର୍ଟ ସମ୍ପୂର୍ଣ୍ଣ ଟ୍ରାଏଲ ପାଇଁ ଅଗଷ୍ଟ ୩୧ ଯାଏଁ ସମୟ ଦେଇଥିଲେ । ମାମଲାରେ ସେପ୍ଟେମ୍ବର ୨ରୁ ନିଷ୍ପତ୍ତି ଲେଖିବା ଆରମ୍ଭ ହେବାର ଥିଲା । ଶୁଣାଣି ବେଳେ ବରିଷ୍ଠ ଓକିଲ ମୃଦଲ ରାକେଶ, ଆଇବି ସିଂହ ଓ ମହିପାଳ ଅହଲୁବାଲିୟା ଅଭିଯୁକ୍ତଙ୍କ ପକ୍ଷରୁ ମୌଖିକ କାଗଜପତ୍ର ରଖିଥିଲେ । ସ୍ୱତନ୍ତ୍ର ବିଚାରପତି ପ୍ରତିପକ୍ଷ ଓକିଲଙ୍କୁ ପଚାରିଥିଲେ କିଛି କହିବାକୁ ଚାହୁଁଥିଲେ ସେପ୍ଟେମ୍ବର ୧ ମଧ୍ୟରେ ମୌଖିକ ରୂପରେ କୁହନ୍ତୁ ।

Babri Masjid

ଏହା ପରେ ସିବିଆଇ ଓକିଲ ଲଳିତ ସିହଂ, ଆର୍.କେ ଯାଦବ ଓ ପି. ଚକ୍ରବର୍ତ୍ତୀ ମୌଖିକ ଭାବେ ତଥ୍ୟ ରଖିଥିଲେ । ସିବିଆଇ ଶୁଣାଣି ବେଳେ ଅଭିଯୁକ୍ତଙ୍କ ବିରୋଧରେ ୩୫୧ ପ୍ରମାଣ ଓ ପ୍ରାୟ ୬୦୦ ଦସ୍ତାବିଜ୍ ପ୍ରସ୍ତୁତ କରିଛି । ପୂର୍ବରୁ ସିବିଆଇ କୋର୍ଟରେ ୪୦୦ ପେଜର ଲିଖିତ ରିପୋର୍ଟ ଦାଖଲ କରିଥିଲା ।

ସୂଚନାଯୋଗ୍ୟ ଯେ, ରଥଯାତ୍ରା ବେଳେ ୧୯୯୨ ମସିହାରେ ବାବ୍ରି ମସଜିଦକୁ ଭାଙ୍ଗି ଦିଆଯାଇଥିଲା । ଅଯୋଧ୍ୟାର ବାବ୍ରି ମସଜିଦ୍ ଥିବା ସ୍ଥାନରେ ଭଗବାନ ରାମଙ୍କ ଐତିହାସିକ ମନ୍ଦିର ଥିବା ଦାବି କରାଯାଇଥିଲା । ବାବ୍ରି ଧ୍ୱଂସର ୨୭ ବର୍ଷ ପରେ ରାୟ ଆସିବାକୁ ଯାଉଛି । ଏହି ଘଟଣାରେ ୪୭ଟି ଏଫଆଇଆର୍ ହୋଇଥିବା ବେଳେ ୪୯ ଜଣ ଅଭିଯୁକ୍ତ ରହିଛନ୍ତି । ୪୯ ଅଭିଯୁକ୍ତଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି ।

ଶ୍ରମିକଙ୍କ ସହ ଜଡ଼ିତ ତିନୋଟି ବିଲ୍ ରାଜ୍ୟସଭାରେ ପାରିତ, ଜାଣନ୍ତୁ ମିଳିବ କେଉଁ ସବୁ ସୁବିଧା…

ନୂଆଦିଲ୍ଲୀ: ରାଜ୍ୟସଭାରେ ଶ୍ରମିକଙ୍କ ସହ ଜଡ଼ିତ ତିନୋଟି ପ୍ରମୁଖ ବିଲକୁ ଅନୁମୋଦନ ମିଳିଛି । ଗୋଟିଏ ଦିନରେ ପାରିତ ହୋଇଛି ତିନୋଟି ବିଲ୍ । ଏବେ ରାଷ୍ଟ୍ରପତିଙ୍କ ଦସ୍ତଖତଙ୍କ ପରେ ଏହି ବିଲ୍ ଆଇନରେ ପରିଣତ ହେବ । ଏହି ତିନିଟି ବିଲରେ କୋଡ୍ ଅନ୍ ସୋସିଆଲ୍ ସିକ୍ୟୁରିଟି, ଇଣ୍ଡଷ୍ଟ୍ରିଆଲ୍ ରିଲେସନ କୋଡ୍ ଓ ଦ ଅକ୍ୟୁପେସନ ସେଫ୍ଟି, ହେଲଥ୍ ଆଣ୍ଡ ବ୍ୟାଙ୍କିଂ କଣ୍ଡିସନ୍ କୋଡ୍ ସାମିଲ୍ ରହିଛି ।

ବିଲ୍ ପ୍ରକାରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେବା ବାଧ୍ୟତାମୂଳକ ହେବ । କର୍ମଚାରୀ ଅସ୍ଥାୟୀ ହେଲେ ମଧ୍ୟ ତାଙ୍କୁ ନିଯୁକ୍ତିପତ୍ର ଦିଆଯିବ । ସମସ୍ତ କର୍ମଚାରୀଙ୍କୁ ଗ୍ରାଚୁଇଟି ସୁବିଧା ଦିଆଯିବ । ଅସ୍ଥାୟୀ କର୍ମଚାରୀଙ୍କୁ ବି ମିଳିବ । ଗ୍ରାଚ୍ୟୁଟି ପାଇବା ପାଇଁ କମ୍ପାନୀରେ ୫ ବର୍ଷ କାମ କରିବା ଜରୁରୀ । ମହିଳା ରାତିରେ (ସନ୍ଧ୍ୟା ୭ଟାରୁ ସକାଳ ୬ଟା ଯାଏଁ) କାମ କରି ପାରିବେ । ସମସ୍ତ ଅସ୍ଥାୟୀ ଓ ପ୍ଲାଟଫର୍ମ କର୍ମଚାରୀ (ଓଲା ଓ ଉବର ଡ୍ରାଇଭର)ଙ୍କୁ ମଧ୍ୟ ସାମାଜିକ ସୁରକ୍ଷା ଦିଆଯିବ ।

Rajya Sabha Passes Three Key Bills For Labour Law Reforms

ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଅନେକ ସୁବିଧା ମିଳିବ । ସେମାନଙ୍କ ପଞ୍ଜିକରଣ କରାଯାଇ ରି ସ୍କିଲିଂ ଫଣ୍ଡ ସୃଷ୍ଟି କରାଯିବ । ଛଟେଇ ସ୍ଥିତିରେ କର୍ମଚାରୀଙ୍କୁ ବିକଳ୍ପ କାମର ଟ୍ରେନିଂ ଦିଆଯିବ । ୧୦ରୁ ଅଧିକ କର୍ମଚାରୀ କାମ କରୁଥିବା କମ୍ପନୀ କର୍ମଚାରୀଙ୍କୁ ଇପିଏଫ ଓ ଇଏସ୍ଆଇ ଦେବେ ।

ବିଲ୍ ଉପରେ କଣ କହୁଛନ୍ତି ସରକାର

ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି- ଶ୍ରମିକ ଅପେକ୍ଷା କରିଥିବା ନ୍ୟାୟ ଏବେ ମିଳିଛି । ଦରମ ସୁରକ୍ଷା, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଆଦି ଏହି ବିଲ୍ ଗ୍ୟାରେଣ୍ଟି ଦେବ । ପ୍ରବାସୀ ଶ୍ରମିକ ବର୍ଷକୁ ଥରେ ଘରକୁ ଯିବା ପାଇଁ ପ୍ରବାସ ଭତ୍ତା ମିଳିବ । ମାଲିକ ଏହି ଅର୍ଥ ପ୍ରବାସୀ ଶ୍ରମିକଙ୍କୁ ଦେବେ ।

ଅନ୍ୟପଟେ କୃଷି ବିଲକୁ ବିରୋଧକୁ ବିପକ୍ଷ ଜୋରଦାର ବିରୋଧ ଜାରି ରଖିଛନ୍ତି । ରାଜ୍ୟସଭା ଅକ୍ଟୋବର ୧ ଯାଏଁ ଚାଲିବାକୁ ଥିବାବେଳେ ଆଜି ଗୃହକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି ।