ଶ୍ରମିକଙ୍କ ସହ ଜଡ଼ିତ ତିନୋଟି ବିଲ୍ ରାଜ୍ୟସଭାରେ ପାରିତ, ଜାଣନ୍ତୁ ମିଳିବ କେଉଁ ସବୁ ସୁବିଧା…

1 min read
Rajya Sabha Passes Three Key Bills For Labour Law Reforms

ନୂଆଦିଲ୍ଲୀ: ରାଜ୍ୟସଭାରେ ଶ୍ରମିକଙ୍କ ସହ ଜଡ଼ିତ ତିନୋଟି ପ୍ରମୁଖ ବିଲକୁ ଅନୁମୋଦନ ମିଳିଛି । ଗୋଟିଏ ଦିନରେ ପାରିତ ହୋଇଛି ତିନୋଟି ବିଲ୍ । ଏବେ ରାଷ୍ଟ୍ରପତିଙ୍କ ଦସ୍ତଖତଙ୍କ ପରେ ଏହି ବିଲ୍ ଆଇନରେ ପରିଣତ ହେବ । ଏହି ତିନିଟି ବିଲରେ କୋଡ୍ ଅନ୍ ସୋସିଆଲ୍ ସିକ୍ୟୁରିଟି, ଇଣ୍ଡଷ୍ଟ୍ରିଆଲ୍ ରିଲେସନ କୋଡ୍ ଓ ଦ ଅକ୍ୟୁପେସନ ସେଫ୍ଟି, ହେଲଥ୍ ଆଣ୍ଡ ବ୍ୟାଙ୍କିଂ କଣ୍ଡିସନ୍ କୋଡ୍ ସାମିଲ୍ ରହିଛି ।

ବିଲ୍ ପ୍ରକାରେ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେବା ବାଧ୍ୟତାମୂଳକ ହେବ । କର୍ମଚାରୀ ଅସ୍ଥାୟୀ ହେଲେ ମଧ୍ୟ ତାଙ୍କୁ ନିଯୁକ୍ତିପତ୍ର ଦିଆଯିବ । ସମସ୍ତ କର୍ମଚାରୀଙ୍କୁ ଗ୍ରାଚୁଇଟି ସୁବିଧା ଦିଆଯିବ । ଅସ୍ଥାୟୀ କର୍ମଚାରୀଙ୍କୁ ବି ମିଳିବ । ଗ୍ରାଚ୍ୟୁଟି ପାଇବା ପାଇଁ କମ୍ପାନୀରେ ୫ ବର୍ଷ କାମ କରିବା ଜରୁରୀ । ମହିଳା ରାତିରେ (ସନ୍ଧ୍ୟା ୭ଟାରୁ ସକାଳ ୬ଟା ଯାଏଁ) କାମ କରି ପାରିବେ । ସମସ୍ତ ଅସ୍ଥାୟୀ ଓ ପ୍ଲାଟଫର୍ମ କର୍ମଚାରୀ (ଓଲା ଓ ଉବର ଡ୍ରାଇଭର)ଙ୍କୁ ମଧ୍ୟ ସାମାଜିକ ସୁରକ୍ଷା ଦିଆଯିବ ।

Rajya Sabha Passes Three Key Bills For Labour Law Reforms

ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଅନେକ ସୁବିଧା ମିଳିବ । ସେମାନଙ୍କ ପଞ୍ଜିକରଣ କରାଯାଇ ରି ସ୍କିଲିଂ ଫଣ୍ଡ ସୃଷ୍ଟି କରାଯିବ । ଛଟେଇ ସ୍ଥିତିରେ କର୍ମଚାରୀଙ୍କୁ ବିକଳ୍ପ କାମର ଟ୍ରେନିଂ ଦିଆଯିବ । ୧୦ରୁ ଅଧିକ କର୍ମଚାରୀ କାମ କରୁଥିବା କମ୍ପନୀ କର୍ମଚାରୀଙ୍କୁ ଇପିଏଫ ଓ ଇଏସ୍ଆଇ ଦେବେ ।

ବିଲ୍ ଉପରେ କଣ କହୁଛନ୍ତି ସରକାର

ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି- ଶ୍ରମିକ ଅପେକ୍ଷା କରିଥିବା ନ୍ୟାୟ ଏବେ ମିଳିଛି । ଦରମ ସୁରକ୍ଷା, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଆଦି ଏହି ବିଲ୍ ଗ୍ୟାରେଣ୍ଟି ଦେବ । ପ୍ରବାସୀ ଶ୍ରମିକ ବର୍ଷକୁ ଥରେ ଘରକୁ ଯିବା ପାଇଁ ପ୍ରବାସ ଭତ୍ତା ମିଳିବ । ମାଲିକ ଏହି ଅର୍ଥ ପ୍ରବାସୀ ଶ୍ରମିକଙ୍କୁ ଦେବେ ।

ଅନ୍ୟପଟେ କୃଷି ବିଲକୁ ବିରୋଧକୁ ବିପକ୍ଷ ଜୋରଦାର ବିରୋଧ ଜାରି ରଖିଛନ୍ତି । ରାଜ୍ୟସଭା ଅକ୍ଟୋବର ୧ ଯାଏଁ ଚାଲିବାକୁ ଥିବାବେଳେ ଆଜି ଗୃହକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି ।

Leave a Reply