spot_img
Home Blog Page 6438

ସାରୁଅରୁ ଶ୍ରୀକ୍ଷେତ୍ର ଲମ୍ବିଛି ଜମି କେଳେଙ୍କାରୀ, ସାଂସଦ ଅମର ଓ ସସ୍ମିତଙ୍କ ସମାଲୋଚନା

ଭୁବନେଶ୍ୱର: ସାରୁଅ ପରେ ଏବେ ପୁରୀରେ ବିବାଦୀୟ ଜମି । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ରବୀନ୍ଦ୍ର ସେଠୀ । ରବୀନ୍ଦ୍ର ସେଠୀଙ୍କ ଏହି ବୟାନ ପରେ ପଣ୍ଡା ପରିବାରର କେଳେଙ୍କାରୀ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଏହି ଘଟଣାକୁ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ଦୃଢ଼ ଭାବେ ସମାଲୋଚନା କରିଛନ୍ତି ।

ରବୀନ୍ଦ୍ର ସେଠୀଙ୍କ ଖୁଲାସା ପରେ ପଣ୍ଡା ପରିବାରର ସବୁ ମିଛ ଧରାପଡ଼ିଲା ବୋଲି ସସ୍ମିତ ପାତ୍ର କହିଛନ୍ତି । ରବୀନ୍ଦ୍ରଙ୍କୁ ମୋହରା କରି କିପରି ଦୁର୍ନୀତି ପରେ ଦୁର୍ନୀତି କରାଯାଇଛି, ତାକୁ ସେ ଦୃଢ ନିନ୍ଦା କରିଛନ୍ତି ।

ସେହିପରି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି- ଅର୍ଦ୍ଧଶିକ୍ଷିତ ଗରିବ ଡ୍ରାଇଭର ରବୀନ୍ଦ୍ରଙ୍କୁ ଅପକର୍ମରେ ବ୍ୟବହାର କରିଛନ୍ତି ଜୟ ପଣ୍ଡା । ସାଧାରଣ ବର୍ଗରୁ ଆସୁଥିବା ଜୟ ପଣ୍ଡା କେବେ ଅନୁସୂଚିତ ଜାତି ବ୍ୟକ୍ତି ବିଶେଷଙ୍କ ଜମି ହାତେଇ ପାରିନଥାନ୍ତେ । ଏଥିପାଇଁ ରବୀନ୍ଦ୍ରଙ୍କୁ ମୋହରା କରାଯାଇଛି । ମାନବୀୟ ତୃଷ୍ଣା ଓ ଲୋଭର ଅନ୍ୟନାମ ଜୟ ପଣ୍ଡା । ମୁଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି, ମହାପ୍ରଭୁ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ । ଜୟଙ୍କ ଏହି କାରନାମା କେବଳ ମୋତେ ନୁହେଁ ଓଡ଼ିଶାବାସୀ, ବୁଦ୍ଧିଜୀବୀମାନଙ୍କୁ ବ୍ୟଥିତ କରିଛି ।

ଖୋଲୁଛି କେଳେଙ୍କାରୀ ପେଡ଼ି, ଲୋକେ ବି କହିଲେଣି ଜଲଦି ଗିରଫ କର

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ପୋଲିସ କର୍ମଚାରୀଙ୍କ ସହ ୬ ଗିରଫ

ଜୟପୁର: ଜହର କାରବାରରେ ପୋଲିସ । ନୀଳ ଜହର ବ୍ୟବସାୟରେ ସମ୍ପୃକ୍ତ ପୋଲିସ ବାବୁ । କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୋଲିସ ଚଢ଼ାଉ ବେଳେ ଏକ ହୋଣ୍ଡା ସିଟି କାରରୁ ୨୬୯.୫୦୦ କେଜି ଜବତ କରିଛି । କଳା ରଙ୍ଗର କାରଟି ଜୟପୁର ସହରରୁ ସତୀ ରିଭର ବ୍ରିଜ୍ ଦେଇ ଯାଉଥିଲା । କାରକୁ ବାଟରେ ଏକ ବାଇକ୍ ଜବରଦସ୍ତ ଗ୍ରୀଡ୍ ସବଷ୍ଟେସନ ଆଡ଼କୁ ନେଇ ଯାଉଥିଲା । ସୂଚନା ପାଇବା ମାତ୍ରେ ସଦର ଥାନା ଓଆଇସି ଘଟଣାସ୍ଥଳକୁ ଯାଇଥିଲେ । ପୋଲିସକୁ ଦେଖି ସେମାନେ ଖସିଯିବାକୁ ଚେଷ୍ଟା କରିଥିଲେ । ଖସି ଯାଉଥିବାବେଳେ ପୋଲିସ ୬ ଜଣଙ୍କୁ ଧରି ନେଇଥିଲା ।

Jeypore Sadar Police Arrested Six including 2 Cops In Ganja Trafficking  

ତା’ପରେ ସର୍ଚ୍ଚ ବେଳେ ପୋଲିସକୁ ମିଳିଥିଲା କାରରୁ ପୁଳା ପୁଳା ଗଞ୍ଜେଇ । ପୋଲିସ କାରରୁ ୩୮ ପ୍ୟାକେଟ୍ ଗଞ୍ଜେଇ ଜବତ କରିଛି । ୩୮ ପ୍ୟାକେଟରୁ ୨୬୯.୫୦୦ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ଏଥିସହ ପୋଲିସ ୬ଟି ମୋବାଇଲ୍, କାର, ୩ଟି ବାଇକ୍, ଜବତ କରିଛି । ତେବେ, ସବୁଠୁ ବଡ଼ କଥା ହେଉଛି ଏହି ଗଞ୍ଜେଇ କାରବାରରେ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ।

Jeypore Sadar Police Arrested Six including 2 Cops In Ganja Trafficking  
FILE

ଗଞ୍ଜେଇ କାରବାରରେ ଜୟପୁର ସଦର ଥାନାରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ପରାଜା ଓ OAPF ଯବାନ ନରେନ୍ଦ୍ର ବଡ଼ନାୟକଙ୍କ ସମ୍ପୃକ୍ତି ରହିଛି । ଏହି ୨ ପୋଲିସ କର୍ମଚାରୀଙ୍କ ସହ ପୋଲିସ ବିହାରର ଜଣେ, ଆନ୍ଧ୍ରପ୍ରଦେଶର ଜଣେ ଓ କୋରାପୁଟର ଅନ୍ୟ ୨ ଜଣ ମୋଟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭାରତ-ଚୀନ୍‌ ବିବାଦ, ଚିନ୍ତାବ୍ୟକ୍ତ କଲା ଋଷ..

ନୂଆଦିଲ୍ଲୀ: ଏସିଆର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ-ଚୀନ୍ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଚିନ୍ତା ବ୍ୟକ୍ତ କରିଛି ରୁଷ୍ । ଏନେଇ ଗୁରୁବାର ମିଶନ ରୋମାନର ଡେପୁଟି ଚିଫ୍ ବାବୁସ୍‌କୀନ କହିଛନ୍ତି ଯେ, ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ବିବାଦକୁ ନେଇ ରୁଷ୍‌ ଚିନ୍ତିତ । ବିଶ୍ୱରେ ଅଶାନ୍ତି ଓ ଅସ୍ଥିରତା ଭିତରେ ଭାରତ ଚୀନ୍ ବିବାଦ ଇଉରାସିଆରେ ଆଞ୍ଚଳିକ ଅସ୍ଥିରତାକୁ ଆହୁରି ପ୍ରଭାବିତ କରିବ ।

ଏହାସହ ଅନ୍ୟମାନଙ୍କ ଦ୍ୱାରା ସେମାନଙ୍କ ଭୌଗୋଳିକ ରାଜନୈତିକ ଉଦ୍ଦେଶ୍ୟର ଅପବ୍ୟବହାର ମଧ୍ୟ ହୋଇପାରେ ବୋଲି ବାବୁସ୍‌କୀନ୍ କହିଛନ୍ତି । ସୀମା ବିବାଦ ନେଇ ଉଭୟ ଦେଶ ଗଠନମୂଳକ ଆଲୋଚନା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଉଭୟ ଭାରତ ଏବଂ ଚୀନ୍‌କୁ ଏସସିଓ ଏବଂ ବ୍ରିକ୍ସ ଗ୍ରୁପ୍‌ର ସଦସ୍ୟ ବୋଲି ଉଲ୍ଲେଖ କରି ଦୁଇ ଦେଶ ସମ୍ମାନଜନକ ଭାବେ କଥାବାର୍ତ୍ତା ହେବା ଉଚିତ୍‌ ବୋଲି ବାବୁସ୍‌କୀନ୍ କହିଛନ୍ତି ।

Russia-India-China Trilateral Grouping: More than hype? | ORF

ଅନ୍ୟପଟେ ଏଲଏସିରେ ଲଗାତାର ଉତ୍ତେଜନା ପରେ ଏବେ ଭାରତ-ଚୀନ୍ ବିବାଦ କିଛି ପରିମାଣରେ ସମାଧାନ ହେବ ବୋଲି ଆଶା କରାଯାଉଛି । ଚୀନ ଓ ଭାରତ ସୀମାରୁ ପଛକୁ ଫେରିବା ପାଇଁ ରାଜି ହୋଇଛନ୍ତି । ଏପ୍ରିଲ୍ ମାସରେ ଡ୍ରାଗନ ଯେଉଁ ସ୍ଥାନରେ ଥିଲା ସେଠାକୁ ଫେରିବା ପାଇଁ ସହମତି ପ୍ରକାଶ କରିଛି ।

ଗତ ୬ ତାରିଖରେ ଚୁସୁଲରେ ଅନୁଷ୍ଠିତ ଅଷ୍ଟମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନାରୁ ଏଭଳି ନିଷ୍କର୍ସ ବାହାରିଥିବା କୁହାଯାଉଛି । ତେବେ ଏହି ମାମଲାରେ ଚୀନ୍‌କୁ ଭାରତ କେତେ ବିଶ୍ୱାସ କରିବା ଉଚିତ୍‌, ସେନେଇ ସନ୍ଦେହ ଉପୁଜିଛି । ପ୍ରଥମେ ଟ୍ୟାଙ୍କ୍ ଓ ଅସ୍ତ୍ରଶସ୍ତ୍ର ବୋଝେଇ ଗାଡ଼ି ଫେରାଇ ଅଣାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ସୈନିକମାନେ ଫିଙ୍ଗର ଏରିଆରୁ ପଛକୁ ଫେରିବେ ଓ ତୃତୀୟ ପର୍ଯ୍ୟାୟରେ ସେନାମାନେ ଏଲଏସିରୁ ପ୍ରତ୍ୟାହାର ହେବେ ବୋଲି କୁହାଯାଉଛି ।

କରୋନା ପରେ ଏବେ ୨୦୦ ବର୍ଷ ପୁରୁଣା ରୋଗ ଚିନ୍ତା ବଢ଼ାଇଲାଣି

ଭୋପାଲ: ଦେଶରେ କରୋନାର ପ୍ରକୋପ ଥମି ନଥିବା ବେଳେ ଏବେ ୨୦୦ ବର୍ଷର ପୁରୁଣା ରୋଗ ପୁଣି ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମଧ୍ୟପ୍ରଦେଶର ପାନ୍ନାରେ ପ୍ରାୟ ୨୦୦ ବର୍ଷ ପୁରୁଣା ସ୍କ୍ରବ୍ ଟାଇଫସ୍ ପୁନର୍ବାର ଲୋକଙ୍କ ମଧ୍ୟରେ ବ୍ୟାପୁଥିବା ଦେଖାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ପନ୍ନାର ଚାରି ଜଣଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଛି । ଯେଉଁଥିରେ ୨ ଜଣ ନିରୀହ ପିଲାଙ୍କ ଜୀବନ ମଧ୍ୟ ଚାଲିଯାଇଛି । ଏହି ରୋଗ ମୂଷା ଓ ଚୁଚୁନ୍ଦ୍ରାରୁ ବ୍ୟାପିଥାଏ ।

ଭୋପାଲରୁ ଷ୍ଟେଟ୍‌ ଇଣ୍ଟ୍ରୋଲଜିଷ୍ଟ ଟିମ୍‌ ପନ୍ନାରେ ପହଞ୍ଚିଛନ୍ତି । ଯେଉଁଠି ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଟିମ୍‌ରେ ସେଠାରେ ପହଞ୍ଚି ମୂଷାଙ୍କୁ ଧରିଛି ଏବଂ ସେମାନଙ୍କ ନମୁନା ସଂଗ୍ରହ କରିଛି । ଯାହାକୁ ପରୀକ୍ଷା ପାଇଁ ଭୋପାଲ ପଠାଯାଇଛି । ପନ୍ନାରେ ଏବେ ଲୋକେ ମୂଷାଙ୍କୁ ଦେଖି ଭୟ କରିବା ଆରମ୍ଭ କଲେଣି ।

ଏହି ରୋଗର ଲକ୍ଷଣ ହେଉଛି, ରୋଗୀକୁ ଭୀଷଣ ଜ୍ୱର ହୋଇଥାଏ । ଏହାସହ ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା, କାଶ, ଗୋଡ଼ହାତ ବିନ୍ଧା ଏବଂ ବାନ୍ତି ହେଉଛି ଅନ୍ୟ ଏକ ଲକ୍ଷଣ । ଡାକ୍ତରଙ୍କ କହିବାନୁସାରେ, ଏହି ରୋଗଠାରୁ ଦୂରେଇ ରହିବା ପାଇଁ କ୍ଷେତରେ କାମ କରିବା ସମୟରେ, ହାତ ଓ ପାଦକୁ ଘୋଡ଼ାଇ ରଖିବାକୁ ପଡ଼ିବ ଏବଂ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ୍ ।

ଷ୍ଟେଟ୍ ସ୍କ୍ରବ୍ ଟାଇଫସ୍ ପ୍ରଭାରୀ ସେଲେନ୍ଦ୍ର ସିଂହ କହିଛନ୍ତି ଯେ, ଏହା ଏକ ଜେନେଟିକ୍ ରୋଗ ଯାହା ମୂଷାମାନଙ୍କ ଦ୍ୱାରା ସଂକ୍ରମିତ ହୋଇଥାଏ । ମୂଷା କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ । ପାନ୍ନାରେ ଏବେ ସୁଦ୍ଧା ଦୁଇଟି ମାମଲା ଦେଖିବାକୁ ମିଳିଛି ଯେଉଁମାନଙ୍କର ମୃତ୍ୟୁ ହୋଇଛି । ଏହା ପରେ ମୂଷା ଏବଂ ସ୍ଥାନୀୟ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି । ପରୀକ୍ଷା ପରେ ଜଣାପଡ଼ିବ ଏହି ରୋଗ କେଉଁଠୁ ଆସିଛି ।

ସିଏମ୍‌ଏଚ୍‌ଓ ପନ୍ନା ଡକ୍ଟର ଏଲ.କେ ତିୱାରୀ କହିଛନ୍ତି ଯେ ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ଏଭଳି ମାମଲା ସାମ୍ନାକୁ ଆସିଛି । ପନ୍ନା, ସତ୍‌ନା, ଦମୋହ, ଡିଣ୍ଡୋରୀ ଏବଂ ମଣ୍ଡଲା ଭଳି ପ୍ରାୟ ୧୦ ରୁ ୧୧ ଜିଲ୍ଲାରେ ଏହି ରୋଗ ଦେଖାଯାଇଛି । ଏହି ରୋଗ ମୂଷାଙ୍କ ଦେହରେ ଥିବା ଜୀବାଣୁରୁ ବ୍ୟାପିଥାଏ । ଯାହାକୁ ଓରିଏଣ୍ଟା ସୁସୁ ଗେମୌସୀ ବୋଲି ନାମିତ କରାଯାଇଛି ।

ଦେଶ ପୁଣି ଦେଖିବ କି ଏକ ମାନ୍ଦାବସ୍ଥା ? କଣ ରହିବ ପ୍ରଭାବ ?

ନୂଆଦିଲ୍ଲୀ: କରୋନା ପରେ ଜିଡିପିର ସ୍ଥିତି ଭଲ ନାହିଁ । କ୍ରମାଗତ ଭାବେ ତଳମୁହାଁ ହେବାରେ ଲାଗିଛି । ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ଏହି ତ୍ରୟମାସିକରେ ମଧ୍ୟ ୮.୬ ପ୍ରତିଶତର ସଙ୍କୁଚିତ ହେବା, ନିଶ୍ଚିତ । ତେବେ କିଛି ଆରବିଆଇ ଅଧିକାରୀ ଏକଥା ମଧ୍ୟ କହୁଛନ୍ତି ଯେ ଦେଶ ଏକ ଭୀଷଣ ମାନ୍ଦାବସ୍ଥା ଦେଇ ଗତି କରୁଛି ଅଥବା ଖୁବ୍ ଶୀଘ୍ର ଏକ ବଡ଼ ଧରଣର ମାନ୍ଦାବସ୍ଥା ଆସିବ । ତେବେ ଯଦି ଏଭଳି ହୁଏ, ତେବେ କରୋନା ବେଳେ ଭାରତର ଏଭଳି ଦୁର୍ଘଟଣା ଶନି ଦସାଠାରୁ କମ୍ ହେବନି ।

ମାନ୍ଦାବସ୍ଥା କ’ଣ ?

ମାନ୍ଦାବସ୍ଥା ଶଦ୍ଦର ଅର୍ଥ ଗୋଟିଏ ଦେଶର ଜିଡିପି ଯଦି କ୍ରମାଗତ ଭାବେ ଦୁଇ ତ୍ରୟମାସିକ ପର୍ଯ୍ୟାୟରେ ହ୍ରାସ ହୁଏ ତେବେ ବୁଝିବାକୁ ହେବ ଯେ ଦେଶରେ ମାନ୍ଦାବସ୍ଥା ଆସି ସାରିଛି । ଏହି ହିସାବରେ ଯଦି ଭାରତରେ ୨ୟ ତ୍ରୟମାସିକ ବର୍ଷରେ ଯଦି ଜିଡିପି ହ୍ରାସ ହୁଏ ତେବେ ଦେଶରେ ମାନ୍ଦାବସ୍ଥା ଆସିଥିବା, ସ୍ପଷ୍ଟ ହେବ ।

ମାନ୍ଦାବସ୍ଥାର ପ୍ରଭାବ କିପରି ପଡେ

ଦେଶରେ ମାନ୍ଦାବସ୍ଥା ଆସିବାର ଅର୍ଥ ଏହା ଯେ ଜିଡିପି କ୍ରମାଗତ ଭାବେ କମିବାରେ ଲାଗିଛି । ଅର୍ଥାତ୍ ଆହୁରି ସ୍ପଷ୍ଟ ଶଦ୍ଦରେ କହିଲେ, ଦେଶର ଭିତରେ ପ୍ରସ୍ତୁତ ହେଉଥିବା ଉତ୍ପାଦର ପରିମାଣ କମିବାରେ ଲାଗିବ । ଉତ୍ପାଦ କମ୍ ହେଲେ ମାନବ ସମ୍ୱଳ କମିବ । ମାନବ ସମ୍ୱଳ କମିବାର ଅର୍ଥ ନିଯୁକ୍ତ କମିବା । ତେଣୁ ସାମୂହିକ ଭାବେ ଦେଶରେ ଆର୍ଥିକ ସମସ୍ୟା ଦେଖାଯିବ । ଏହାପରେ ଚାହିଦା କମିବା କିମ୍ୱା ବଢିବା ଉପରେ ଦ୍ରବ୍ୟର ମୂଲ୍ୟ ଏତେ ମାତ୍ରାରେ ନିର୍ଭରଶୀଳ ହେବନି । ଲୋକଙ୍କର କ୍ରୟ କ୍ଷମତା କମିବା ସହ ବଜାର ନିଜ ମହତ୍ତ୍ୱ ହରାଇବ । ଘରୋଇ ଉତ୍ପାଦ କମିବା ପରେ ବସ୍ତୁର ମୂଲ୍ୟ ମଧ୍ୟ ବଢିବାର ଆଶଙ୍କା ଦେଶ ଉପରେ ସବୁବେଳେ ରହିବ । ଯାହା ଦ୍ୱାରା ଦେଶ ଏକ ବିଷମ ସ୍ଥିତିରେ ପହଞ୍ଚିବ । ତେବେ ଭାରତରେ ମାନ୍ଦାବସ୍ଥା ନୂଆ କଥା ନୁହେଁ । ଶେଷ ଥର ୨୦୦୮ରେ ଭାରତରେ ମାନ୍ଦାବସ୍ଥା ଆସିଥିଲା । ହେଲେ ସେତେବେଳ ଦେଶ ନିଜ ଦମରେ ମାନ୍ଦାବସ୍ଥାରୁ ମୁକୁଳି ପାରିଥିଲା । ଭାରତର ବଡ଼ ବଜାର, ଭାରତୀୟ କାରବାରରେ ନିବେଶ, ନାଗରିକଙ୍କ ସଞ୍ଚୟ ରାଶି (ବ୍ୟାଙ୍କ ପୁଞ୍ଜି) ବଳରେ ଭାରତୀୟ ଅର୍ଥ ବ୍ୟବସ୍ଥା ନିଜ ପୂର୍ବ କଳେବରକୁ ଫେରି ଆସି ପାରିଥିଲା ।

Cabinet Decision: ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ଅଭଡ଼ା ଯୋଜନାରେ ୪୬୧ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ, ଶ୍ରୀସେତୁ ନିର୍ମାଣ ଓ ମୂଷା ନଈର ସମ୍ପ୍ରସାରଣ ନେଇ ଆଜି କ୍ୟାବିନେଟରେ ଅର୍ଥ ମଞ୍ଜୁର କରାଯାଇଛି । ଅଭଡ଼ା ଯୋଜନାରେ ୪୬୧ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

State Cabinet Sanctioned 461.25 Core For Development Of Puri Under Abhada Yojana

ପୁରୀକୁ ଐତିହ୍ୟ ସମ୍ପନ୍ନ ସହର ଭାବେ ଗଢ଼ି ତୋଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାକୁ ସ୍ୱାଗତ କରାଯାଇଥିବା ବେଳେ କ୍ୟାବିନେଟର ନିଷ୍ପତ୍ତି ଏକ ଐତିହାସିକ ଓ ବିଶ୍ୱସ୍ତରୀୟ ସହର ଭାବେ ଗଢି ତୋଳିବାରେ ସହାୟକ ହେବ । ଖୁବଶୀଘ୍ର ଏହି ସମସ୍ତ ବିକାଶ ମୂଳକ କାର୍ଯ୍ୟ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମେତ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ପୁରୀ, ସତ୍ୟବାଦୀ ଓ ବ୍ରହ୍ମଗିରି ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କିଏ ମୁଖ୍ୟମନ୍ତ୍ରୀ ହେବେ ? ନୀତିଶ କହିଲେ- ମୁଁ ଦାବି କରି ନାହିଁ, ଏନଡିଏ ନିଷ୍ପତ୍ତି ନେବ !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏର ବିଜୟ ହାସଲ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେଥିରେ ସେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଯାହା ଶୁଣିଲେ ତାଙ୍କ କର୍ମୀଙ୍କ ହୋସ୍‌ ଉଡ଼ିଯିବ ।

ସିଏମ୍ ହେବାର ନିଷ୍ପତ୍ତି ଉପରେ ନୀତୀଶ କୁମାର କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ହେବି ବୋଲି କୌଣସି ଦାବି କରି ନାହିଁ । କିଏ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ ହେବ ସେନେଇ ଏନଡିଏ ସହ ଜଡ଼ିତ ଦଳମାନେ ନିଷ୍ପତ୍ତି ନେବେ । ସେ କହିଛନ୍ତି, ମୋ ଆଡ଼ୁ ମୁଖ୍ୟମନ୍ତ୍ରୀ ହେବା ନେଇ କୌଣସି ପ୍ରକାର ଚାପ ନାହିଁ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଏନ୍‌ଡିଏର ଏକ ବୈଠକରେ ନିଷ୍ପତ୍ତି ନିଆଯିବ ।

Bihar Elections 2020 If BJP Adopts 1995 Maharashtra Formula Than Nitish will Lost CM Post

ଏହାପୂର୍ବରୁ ସେ କହିଥିଲେ ଯେ, ଜନସାଧାରଣ ଏନଡିଏକୁ ସଂଖ୍ୟାଗରିଷ୍ଠତା ଦେଇଛନ୍ତି ଏବଂ ଆମେ ସରକାର ଗଠନ କରିବୁ । ଶପଥ ଗ୍ରହଣ ସମ୍ପର୍କରେ ସେ କହିଛନ୍ତି ଯେ, ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଛଟ୍ ପର୍ବ ଓ ଦୀପାବଳି ପରେ ଶପଥ ଗ୍ରହଣ ସମାରୋହ ହେବାର ନିଷ୍ପତ୍ତି ନିଆଯିବ । ଏବେ ଆମେ ନିର୍ବାଚନ ଫଳାଫଳର ସମୀକ୍ଷା କରୁଛୁ । ଆମ ସହ ଥିବା ୪ ସହଯୋଗୀ ଦଳ ଶୁକ୍ରବାର ବୈଠକ କରିବେ । ଏଥିରେ ୩ରୁ ୪ ଦିନ ସମୟ ଲାଗିପାରେ ।

ନୀତିଶ ଆହୁରି କହିଛନ୍ତି ଯେ, ଜେଡିୟୁର ଭୋଟ ହ୍ରାସ ହାରକୁ ନେଇ ମଧ୍ୟ ସମୀକ୍ଷା କରାଯାଉଛି । ଚିରାଗଙ୍କ ବିଷୟରେ ସେ କହିଛନ୍ତି ଯେ, ‘ଆମର ସମସ୍ତ ପ୍ରାର୍ଥୀଙ୍କ ବିରୋଧରେ ଏଲଜେପି ପ୍ରାର୍ଥୀ ଛିଡ଼ା କରିଥିଲା ।’

nitish

ତେବେ ଶେଷରେ ନୀତିଶ କହିଛନ୍ତି ଯେ, ବିହାରର କଲ୍ୟାଣ ତଥା ରାଜ୍ୟର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ବିହାରର ବିକାଶ ପାଇଁ ତାଙ୍କ ଦଳ ପ୍ରତିବଦ୍ଧ ।

ସୂଚନାଯୋଗ୍ୟ, ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏକୁ ୧୨୫ଟି ସିଟ୍ ହାସଲ ହୋଇଛି । ସେଥିମଧ୍ୟରୁ ବିଜେପିର ୭୪, ଜେଡିୟୁର ୪୩ ସିଟ୍ ସାମିଲ ଅଛି । ଅନ୍ୟପଟେ ଆରଜେଡି ଖାତାରେ ୭୫ଟି ସିଟ୍ ରହିଥିବା ବେଳେ ବିହାରର ସବୁଠୁ ବଡ଼ ଦଳ ଭାବେ ସେ ଉଭା ହୋଇଛି । ତେବେ ଆର୍‌ଜେଡିର ସହଯୋଗୀ ଦଳ କଂଗ୍ରେସ ପାଇଛି ମାତ୍ର ୧୯ଟି ସିଟ୍‌ ଏବଂ ବାମ ଦଳ ପାଇଛି ୧୬ଟି ସିଟ୍ । ମହାଗଠବନ୍ଧନକୁ ମୋଟ ୧୧୦ଟି ସିଟ୍‌ ମିଳିଛି ।

ପୁଅ ବାହାଘର ପାଇଁ ଛୁଟି ମାଗିଥିଲେ ଥାନାବାବୁ, ଉପରିସ୍ଥ ଅଧିକାରୀ ମନା କଲେ ! ଚାଲିଗଲା ଜୀବନ…

ରାଜସ୍ଥାନ: ଛୁଟି ନମିଳିବାରୁ ଚାଲିଗଲା ଥାନାଧିକାରୀଙ୍କ ଜୀବନ । ପୁଅ ବାହାଘର ପାଇଁ ମାଗିଥିଲେ ଛୁଟି । ହେଲେ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନମିଳିବାରୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ଆଉ ଏଥିରେ ସେ ମୃତ୍ୟୁ ବରଣ କରିଛନ୍ତି । ଏଭଳି ଘଟଣା ଭରପୁର ଜିଲ୍ଲାରେ ଘଟିଥିବା ଜଣାପଡ଼ିଛି । ଉଚ୍ଚେନ‌ ଥାନାଧିକାରୀ ହୋସିଆର ସିଂହ ତାଙ୍କ ପୁଅ ବିବାହର ୧୦ ଦିନ ପୂର୍ବରୁ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହେଲେ ଅନ୍ୟପଟେ ଭାରପ୍ରାପ୍ତ ଏସ୍‌ପି କହିଛନ୍ତି ହୋସିଆର ସିଂହଙ୍କ କରୋନାରେ ମୃତ୍ୟୁ ହୋଇଛି । ହେଲେ ହୋସିଆରଙ୍କ ସାଥି ସହଯାଗୀ କହିଛନ୍ତି ସେ ଶନିବାର ରାତି ପର୍ଯ୍ୟନ୍ତ ଥାନାରେ ଡ୍ୟୁଟିରେ ଥିଲେ ।

Bharatpur

୧୬ରେ ପୁଅର ନିର୍ବନ୍ଧ ଥିଲା, କିନ୍ତୁ ଛୁଟି ମିଳିନଥିଲା

ନଭେମ୍ବର ୧୬ରେ ହୋସିଆର ସିଂଙ୍କ ପୁଅର ନିର୍ବନ୍ଧ ଓ ଟିକା ରୀତିନୀତି ହେବାର ଥିଲା । କିନ୍ତୁ ତାଙ୍କ ଉପରିସ୍ଥ କର୍ମଚାରୀମାନେ ତାଙ୍କର ଛୁଟି ମଞ୍ଜୁର କରିନଥିଲେ । ୨୨ ତାରିଖରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବାର ଥିଲା । ହୋସିଆର ଟୋଙ୍କ ଜିଲ୍ଲାର ମୂଳ ବାସିନ୍ଦା । ପାରିବାରିକ କାର୍ଯ୍ୟକ୍ରମ ପାଇଁ ଛୁଟି ନଦିଆଯିବାରୁ ସେ ଗତ କିଛି ଦିନ ହେବ ଡିପ୍ରେସନରେ ଥିଲେ ।

Police

ଥନାରେ ଭୋ-ଭୋ ହୋଇ କାନ୍ଦୁଥିଲେ

ସୂଚନାନୁଯାୟୀ, ବୁଧବାର ରାତିରେ ଥାନାରେ ହୋସିଆର ନିଜ କୋଠରୀରେ ଭୋଭୋ ହୋଇ କାନ୍ଦୁଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ତାଙ୍କୁ ଉଚ୍ଚେନ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ପରୀକ୍ଷା ହେବା ପରେ ଜଣାପଡ଼ିଥିଲା ଯେ ତାଙ୍କର ରକ୍ତ ଚାପ ବଢ଼ିଯାଇଛି । ଏହା ପରେ ତାଙ୍କୁ ଭରତପୁର ମେଡିକାଲରେ ଭର୍ତ୍ତି କରାଗଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ହୋସିଆରଙ୍କ ପୁଅ କହିଛନ୍ତି ଯେ, ଛୁଟି ମିଳିନଥିବା ସମସ୍ୟା କଥା ବାପା ପରିବାର ସହ ଆଲୋଚନା କରିନାହାନ୍ତି । ରାତିରେ କଥା ହେବା ବେଳେ ଲାଗୁଥିଲା ଯେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି ।

Police

ଭାରପ୍ରାପ୍ତ ଏସ୍‌ପିଙ୍କ ସଫେଇ: କରୋନାରେ ହୋଇଛି ମୃତ୍ୟୁ

ଭାରତପୁର ଭାରପ୍ରାପ୍ତ ଏସ୍‌ପି ମୁଲ ସିଂହ ରାଣା କହିଛନ୍ତି, କରୋନା ଆକ୍ରାନ୍ତ ହେବା କାରଣରୁ ହୋସିଆରଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ପରେ ତାଙ୍କ ମୃତଦେହର ଯାଞ୍ଚ କରାଯାଇଥିଲା, ସେଥିରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ଛୁଟି ମିଳିନଥିବା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହି ଅଞ୍ଚଳରେ ଗୁର୍ଜର ଆନ୍ଦୋଳନ ଚାଲିଥିଲା । ତେଣୁ ସବୁଙ୍କର ଛୁଟି ବାତିଲ କରାଯାଇଥିଲା । କିନ୍ତୁ ଏବେ ସେଭଳି କୌଣସି ପରସ୍ଥିତି ନାହିଁ । ସେ ୧୪  ନଭେମ୍ବରରୁ ୭ ଡିସେମ୍ବର ପର୍ଯ୍ୟନ୍ତ ଛୁଟି ମାଗିଥିଲେ । ଯାହାକି ମଞ୍ଜୁର କରାଯାଇଥିଲା । ୧୦ ତାରିଖରୁ ଛୁଟି ମଞ୍ଜୁର କରାଯିବା ସହ ୧୧ ତାରିଖରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

Police

ଛୁଟି ନାମଞ୍ଜୁର ନେଇ ଚର୍ଚ୍ଚା

ଛୁଟି ମଞ୍ଜୁର ହୋଇଥିବା ନେଇ ଭାରପ୍ରାପ୍ତ ଏସ୍‌ପି ସଫେଇ ଦେଉଥିଲେ ମଧ୍ୟ, ସହକର୍ମୀଙ୍କ ଅନୁଯାୟୀ ହୋସିଆର ଛୁଟିକୁ ନେଇ ଚିନ୍ତିତ ଥିଲେ । ଭରତପୁରରେ ୧୨ ଦିନ ଧରି ଗୁର୍ଜର ଆନ୍ଦୋଳନ ଚାଲିଥିଲା । ଏଭଳି ପରିସ୍ଥିତିରେ ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା । ଏହି କଥାକୁ ନେଇ ହୋସିଆର ଟେନ୍‌ସନ୍‌ରେ ଥିଲେ ।

ପୌର ନିର୍ବାଚନ ପାଇଁ ଫିଟିବ ବାଟ, ଶୀତ ଅଧିବେଶନରେ ଆସିପାରେ ସଂଶୋଧିତ ବିଧେୟକ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ବାଟ ଫିଟିବାର ସମ୍ଭାବନା ରହିଛି । ଏ ନେଇ ଆସନ୍ତା ବିଧାନସଭା ଶୀତ ଅଧିବେଶନରେ ବିଧେୟକ ଆସିପାରେ । ଏହା ପାରିତ ହେବା ପରେ ନିର୍ବାଚନ ପ୍ରକ୍ରିୟାକୁ ଓହ୍ଲାଇବେ ରାଜ୍ୟ ନିର୍ବାଚନ କମିଶନ । ହାଇକୋର୍ଟରେ ସଂରକ୍ଷଣକୁ ନେଇ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଯାହା ରାଜ୍ୟ ସରକାରଙ୍କ ବିପକ୍ଷରେ ଯିବାରୁ ସଂଶୋଧନ ପାଇଁ ବିଧାନସଭାରେ ପାରିତ ହେବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ କରିବାର ୪ ମାସ ମଧ୍ୟରେ ହେବ ନିର୍ବାଚନ ।

Odisha Municipal Election Amendment Bill To Come In Winter Session Of Assembly

ଦୁଇ ବର୍ଷରୁ ଅଧ୍ୟକ୍ଷ ଅପେକ୍ଷାରେ ରାଜ୍ୟର ବିଭିନ୍ନ ପୌର ପରିଷଦ । ଦେଢ ବର୍ଷ ହେଲା ଖାଲି ପଡ଼ିଛି ଭୁବନେଶ୍ୱର ଓ କଟକ ମହାନଗର ନିଗମରେ ନିର୍ବାଚିତ ପ୍ରତିନିଧିଙ୍କ ସ୍ଥାନ । ପ୍ରଶାସକଙ୍କୁ ନେଇ ଚାଲିଛି କାମ । ହେଲେ ଏହି ଅଚଳାବସ୍ଥା ଦୂର ହେବାର ଏବେ ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା ଶୀତକାଳୀନ ବିଧାନସଭା ଅଧିବେଶନରେ ପୌର ନିୟମ ସଂଶୋଧନ ବିଧେୟକ ଆସିପାରେ । ଯାହା ପାରିତ ହେବା ମାତ୍ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ । ଓଡ଼ିଶାରେ ୧୧୪ଟି ପୌର ସଂସ୍ଥା ରହିଛି । ନୂଆପଡ଼ା ଏନଏସି ନିର୍ବାଚନର ମାମଲା ବିଚାରାଧୀନ ଥିବାବେଳେ ହିନ୍ଦୋଳ ଓ ଅତାବିରା ଏନଏସିର କାର୍ଯ୍ୟକାଳ ୨୦୧୩ରେ ସରିବ । ତେବେ ଚାରୋଟି ମହାନଗର ନିଗମ ନିର୍ବାଚନ ବି ବାକି ଅଛି । ଏଥିସହ ୨୦୧୮ରେ ନୂତନ କରି ଗଠନ ହୋଇଥିବା ବିଜେପୁର ଏନଏସି ପାଇଁ ବି ନିର୍ବାଚନ ହେବ । ତେବେ ରାଜ୍ୟ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣର ଚୂଡ଼ାନ୍ତ ରୂପରେଖା ସମାପନ କରିବାର ୪ ମାସ ଭିତରେ ରାଜ୍ୟ ନିର୍ବାଚନ କମିସନ ପୌର ନିର୍ବାଚନ ଘୋଷଣା କରିବେ ।

Odisha Municipal Election Amendment Bill To Come In Winter Session Of Assembly

୨୦୧୨ ପଞ୍ଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହାର ଅଧିକ ଥିଲା । ମହିଳା, ଓବିସି, ଏସସି ଓ ଏସଟିଙ୍କୁ ମିଶାଇ ୬୪ ପ୍ରତିଶତ ଥିଲା ସଂରକ୍ଷଣ । ଯାହାକୁ ବିରୋଧ କରି ୫୦ ପ୍ରତିଶତରେ ସଂରକ୍ଷଣ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ରାଜ୍ୟ ସରକାର ସୁପ୍ରିମକୋର୍ଟ ବି ଗଲେ । ହେଲେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଲେ ସୁପ୍ରିମକୋର୍ଟ । ଯେଉଁଥିପାଇଁ ସଂଶୋଧନ କରି ସଂରକ୍ଷଣ ବ୍ୟବସ୍ଥାକୁ ୫୦ ପ୍ରତିଶତ ରଖିବା ପାଇଁ ବିଲ୍ ପାରିତ କରିବେ ରାଜ୍ୟ ସରକାର ।

Odisha Municipal Election Amendment Bill To Come In Winter Session Of Assembly

ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ କରି ରାଜ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରିବେ ରାଜ୍ୟ ସରକାର । ଏହାର ଅଢେଇ ମାସ ଭିତରେ ଭୋଟର ତାଲିକା ପ୍ରସ୍ତୁତ ହେବ । ଯେଉଁଥିରେ ନୂତନ ଭୋଟରଙ୍କ ସାମିଲ ଓ ମୃତ ଭୋଟରଙ୍କ ନାମ କଟାଯିବ । ବାକି ୪୫ ଦିନ ଭିତରେ ସରିବ ନିର୍ବାଚନ ।

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିଲା ଭାରତୀୟ ଦଳ, ୨୭ରେ ପ୍ରଥମ ଦିନିକିଆ

ନୂଆଦିଲ୍ଲୀ: ଆଇପିଏଲ ଶେଷ କରି ଭାରତୀୟ କ୍ରିକେଟ୍ ଟିମ୍ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିଛି । ଭାରତୀୟ ଦଳ ଆଇପିଏଲ ଖେଳିବା ପାଇଁ ଦୁବାଇରେ ଥିଲା । ଏହାପରେ ଭାରତ ନଫେରି ସିଧା ସିଡନୀରେ ପହଞ୍ଚିଛି । ଭାରତୀୟ ଦଳର ପ୍ଲେୟାରମାନେ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସହ ୩ଟି ଏକଦବସୀୟ, ୩ଟି ଟି-୨୦ ଓ ୪ଟି ଟେଷ୍ଟ ଖେଳିବାର କାର୍ଯ୍ୟସୂଚୀ ରହିଛି ।

ତେବେ ପ୍ରଥମ ଏକଦବସୀୟ ମ୍ୟାଚ ଖେଳାଯିବ । ପ୍ରଥମ ଏକ ଦବସୀୟ ମ୍ୟାଚ ନଭେମ୍ୱର ୨୭ରୁ ଆରମ୍ଭ ହେବ । ସେହିଭଳି ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଜାନୁଆରୀ ୧୯ରେ ଶେଷ ହେବ । ନଭେମ୍ୱର ୨୭ ପୂର୍ବରୁ ଭାରତୀୟ କ୍ରିକେଟରମାନେ ସଙ୍ଗରୋଧରେ ରହିବେ । କୋଭିଡ୍ ସଂକ୍ରମଣ ହୋଇ ନଥିବା ଖେଳାଳିଙ୍କୁ ହିଁ ମ୍ୟାଚରେ ଅଂଶଗ୍ରହଣ କରିବାର ଅନୁମତି ମିଳିବ । ତେବେ ସୂଚନାଯୋଗ୍ୟ ଯେ ରୋହିତ ଶର୍ମା ଏକଦବସୀୟ ଓ ଟି-୨୦ ଦଳରେ ଖେଳିବା ନେଇ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ଆସିନଥିବା ବେଳେ କେବଳ ଟେଷ୍ଟରେ ଖେଳିବା ନେଇ ବିସିସିଆଇ ସ୍ପଷ୍ଟ କରିଛି ।

ସେହିଭଳି ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ଚୟନ ହୋଇଥିବା ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଟିମରୁ ବାଦ ପଡ଼ିଛନ୍ତି । ବିସିସିଆଇ ତାଙ୍କୁ କେବଳ ଟି-୨୦ ଟିମରେ ସାମିଲ କରିଥିଲା । ମାତ୍ର ଆହତ କାରଣରୁ ତାଙ୍କ ବଦଳରେ ନଟରାଜନଙ୍କୁ ସୁଯୋଗ ମିଳିଛି ।