୨୭ ବର୍ଷ ପରେ ଆସିବ ବାବ୍ରି ଧ୍ୱଂସ ମାମଲାର ରାୟ

1 min read

ଲକ୍ଷ୍ନୌ: ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବାଦରେ ସୁପ୍ରିମକୋର୍ଟ ଗତବର୍ଷ ନଭେମ୍ବରରେ ଐତିହାସିକ ରାୟ ଦେଇଥିଲେ । ଏହା ପରେ ଆଉ ଏକ ମାମଲା ଉପରେ ରହିଛି ପୂରା ଦେଶର ନଜର । ୧୯୯୨ ଡିସେମ୍ବର ୬ ତାରିଖରେ ବାବ୍ରି ଧ୍ୱଂସ ହୋଇଥିଲା । ଘଟଣାର ୨୭ ବର୍ଷ ପରେ ଲକ୍ଷ୍ନୌ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆସନ୍ତା ୩୦ ତାରିଖରେ ରାୟ ଶୁଣାଇବେ । ଏହି ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ, ବିନୟ କଟିୟାରଙ୍କ ସମେତ ୩୨ ଜଣ ଅଭିଯୁକ୍ତଙ୍କୁ ରାୟ ଦିନ କୋର୍ଟରେ ଉପସ୍ଥିତ ରହିବାକୁ କୁହାଯାଇଛି ।

Babri Masjid Demolition Case Special CBI Judge SK Yadav To Pronounce Judgment

ଏହା ପୂର୍ବରୁ ବିଚାରପତି ୨୨ ଅଗଷ୍ଟକୁ ଟ୍ରାଏଲର ଷ୍ଟାଟସ୍ ରିପୋର୍ଟ ଦେଖିବା ପରେ ମାମଲାର ଶୁଣାଣି ସୀମା ଏକ ମାସ ବୃଦ୍ଧି କରି ସେପ୍ଟେମ୍ବର ୩୦ କରିଥିଲେ । କୋର୍ଟ ସମ୍ପୂର୍ଣ୍ଣ ଟ୍ରାଏଲ ପାଇଁ ଅଗଷ୍ଟ ୩୧ ଯାଏଁ ସମୟ ଦେଇଥିଲେ । ମାମଲାରେ ସେପ୍ଟେମ୍ବର ୨ରୁ ନିଷ୍ପତ୍ତି ଲେଖିବା ଆରମ୍ଭ ହେବାର ଥିଲା । ଶୁଣାଣି ବେଳେ ବରିଷ୍ଠ ଓକିଲ ମୃଦଲ ରାକେଶ, ଆଇବି ସିଂହ ଓ ମହିପାଳ ଅହଲୁବାଲିୟା ଅଭିଯୁକ୍ତଙ୍କ ପକ୍ଷରୁ ମୌଖିକ କାଗଜପତ୍ର ରଖିଥିଲେ । ସ୍ୱତନ୍ତ୍ର ବିଚାରପତି ପ୍ରତିପକ୍ଷ ଓକିଲଙ୍କୁ ପଚାରିଥିଲେ କିଛି କହିବାକୁ ଚାହୁଁଥିଲେ ସେପ୍ଟେମ୍ବର ୧ ମଧ୍ୟରେ ମୌଖିକ ରୂପରେ କୁହନ୍ତୁ ।

Babri Masjid

ଏହା ପରେ ସିବିଆଇ ଓକିଲ ଲଳିତ ସିହଂ, ଆର୍.କେ ଯାଦବ ଓ ପି. ଚକ୍ରବର୍ତ୍ତୀ ମୌଖିକ ଭାବେ ତଥ୍ୟ ରଖିଥିଲେ । ସିବିଆଇ ଶୁଣାଣି ବେଳେ ଅଭିଯୁକ୍ତଙ୍କ ବିରୋଧରେ ୩୫୧ ପ୍ରମାଣ ଓ ପ୍ରାୟ ୬୦୦ ଦସ୍ତାବିଜ୍ ପ୍ରସ୍ତୁତ କରିଛି । ପୂର୍ବରୁ ସିବିଆଇ କୋର୍ଟରେ ୪୦୦ ପେଜର ଲିଖିତ ରିପୋର୍ଟ ଦାଖଲ କରିଥିଲା ।

ସୂଚନାଯୋଗ୍ୟ ଯେ, ରଥଯାତ୍ରା ବେଳେ ୧୯୯୨ ମସିହାରେ ବାବ୍ରି ମସଜିଦକୁ ଭାଙ୍ଗି ଦିଆଯାଇଥିଲା । ଅଯୋଧ୍ୟାର ବାବ୍ରି ମସଜିଦ୍ ଥିବା ସ୍ଥାନରେ ଭଗବାନ ରାମଙ୍କ ଐତିହାସିକ ମନ୍ଦିର ଥିବା ଦାବି କରାଯାଇଥିଲା । ବାବ୍ରି ଧ୍ୱଂସର ୨୭ ବର୍ଷ ପରେ ରାୟ ଆସିବାକୁ ଯାଉଛି । ଏହି ଘଟଣାରେ ୪୭ଟି ଏଫଆଇଆର୍ ହୋଇଥିବା ବେଳେ ୪୯ ଜଣ ଅଭିଯୁକ୍ତ ରହିଛନ୍ତି । ୪୯ ଅଭିଯୁକ୍ତଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି ।

Leave a Reply