ଡ୍ରଗ୍ସରେ ଛନ୍ଦି ହେଉଛି ବଲିଉଡ୍, ଦୀପିକାଙ୍କ ସମେତ ୭ ଜଣଙ୍କୁ NCBର ସମନ

1 min read
NCB Summons Bollywood Actress Deepika Padukone And 7 Others

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ପରେ ଡ୍ରଗ୍ସ କନେକ୍ସନରେ ବଲିଉଡର ବଡ଼ ତାରକାଙ୍କ ନାଁ ଆସିଛି । ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ ସିଂହ ଓ ଶ୍ରଦ୍ଧା କପୁରଙ୍କ ଭଳି ତାରକାଙ୍କୁ ସମନ କରିଛି ଏନସିବି । ଏହି ତାରକା ମାନଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପଚରାଉଚରା ପାଇଁ ସମନ ପଠାଇଥିବା ଜଣାପଡ଼ିଛି । ଏମାନଙ୍କୁ ୩ରୁ ୪ ଦିନ ମଧ୍ୟରେ ଜେରା କରାଯିବ ।

NCB Summons Bollywood Actress Deepika Padukone And 7 Others

ଗୋଆରେ ଦୀପିକା

ମିଳିଥିବା ସୂଚନା ମୁତାବକ, ଦୀପିକା ପାଦୁକୋନ ଏବେ ଗୋଆରେ ଅଛନ୍ତି । ଦୀପିକା ଡ୍ରଗ୍ସ ନେଇ ଚାଟ କରିଥିବା କରିଶ୍ମା ମଧ୍ୟ କୌଣସି ସୁଟିଂରେ ଗୋଆରେ ଅଛନ୍ତି । ସାରା ଅଲ୍ଲୀ ଖାନ୍ ମଧ୍ୟ ନିଜ ମାଆ ଅମୃତା ସିଂହଙ୍କ ସହ ଗୋଆ ଘରେ ଥିବା ଜଣାପଡ଼ିଛି । ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ପ୍ରଥମେ ସାରାଙ୍କ ନାଁ ନେଇଥିଲେ ।

୨ ଜଣ ଟିଭି କଳାକାରଙ୍କ ଘରେ NCBର ରେଡ୍

NCB Summons Bollywood Actress Deepika Padukone And 7 Others

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାଡାରରେ ବଲିଉଡର କେତେଜଣ ବଡ଼ ତାରକା ରହିଛନ୍ତି । ଯାହାଙ୍କ ଉପରେ ଡ୍ରଗ୍ସ ସେବନ ଅଥବା ଏଭଳି ପାର୍ଟିରେ ଯୋଗ ଦେଉଥିବା ଅଭିଯୋଗ ରହିଛି । ବୁଧବାର NCB ଟିଭି ଆକ୍ଟର ଅବିଗେଲ ଓ ସନମଙ୍କୁ ଜେରା କରିଛି । ଉଭୟ ନାଚ ବଲିଏ ରିୟଲିଟି ଶୋରେ ଅଂଶଗ୍ରହଣ କରିଥିଲେ । ଏବେ ଡ୍ରଗ୍ସ ବିବାଦରେ ଫସିଛନ୍ତି ଉଭୟ ।

NCB Summons Bollywood Actress Deepika Padukone And 7 Others

କୁହାଯାଉଛି ଯେ- ଏନସିବି ଅବିଗେଲ ଓ ସନମଙ୍କ ବିରୋଧରେ ଏନସିବିକୁ କିଛି ପ୍ରମାଣ ମିଳିଛି । ସକାଳେ ଏନସିବିର ଏକ ଟିମ୍ ଦୁଇ କଳାକାରଙ୍କ ଘରେ ରେଡ୍ କରିଥଲା । କେତେ ଘଣ୍ଟା ରେଡ୍ ପରେ ଏନସିବି ହାତରେ କିଛି ପ୍ରମାଣ ଲାଗିଥିଲା । ତାପରେ ଏବିଗେଲ ଓ ସନମ ପହଞ୍ଚିଥିଲ ମୁମ୍ବାଇ ଏନସିବି କାର୍ଯ୍ୟାଳୟରେ ।

Leave a Reply