spot_img
Home Blog Page 6412

ନିର୍ଭୟକୁ ନିୟୋଜିତ କଲା ଭାରତ, ସୀମାରେ ଚୀନ୍‌ର ଉଡ଼ାଇବ ହୋସ୍‌…

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବାୟୁସେନା ପକ୍ଷରୁ ନିର୍ଭୟ କ୍ରୁଜ୍‌‌ ମିସାଇଲ୍‌ ମୁତୟନ କରାଯାଇଛି । ଏହା ଭାରତୀୟ ସେନାର ଶକ୍ତିକୁ ବହୁ ଗୁଣିତ କରିବ । ତିବ୍ଦତ ଅଞ୍ଚଳରେ ଥିବା ଚୀନ୍‌ର ବିଭିନ୍ନ ଅଡ୍ଡା ଉପରେ ଆକ୍ରମଣ କରିବାରେ ଏହି ନିର୍ଭୟ କ୍ରୁଜ୍‌ ସକ୍ଷମ ହେବ । ଏହି ମିସାଇଲ୍‌ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବା ପାଇଁ ଶକ୍ତି ରଖିଛି ।

୫ ମାସରୁ ଅଧିକ ସମୟ ହେଲାଣି ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଲାଗି ରହିଛି । ଅନେକ ସ୍ଥାନରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇ ରହିଛନ୍ତି । ଏଭଳି ପରିସ୍ଥିତିରେ ଭାରତ ପକ୍ଷରୁ ସୀମାରେ ନିଜର ସବୁଠାରୁ ନିର୍ଭରଯୋଗ୍ୟ ମିସାଇଲ୍‌ ମୁତୟନ କରାଯାଇଛି ।

ମିସାଇଲ୍‌ର ବିଶେଷତା କ’ଣ?

ଏହି ମିସାଇଲ୍‌ର କ୍ଷମତା ଏବଂ ଆମେରିକାର ପ୍ରସିଦ୍ଧ ଟୋମହାକ୍ ମିସାଇଲ୍‌ର କ୍ଷମତା ପାଖାପାଖି ସମାନ । ଏହି ମିସାଇଲ୍‌ ସବୁବେଳେ ଲକ୍ଷ ସ୍ଥଳରେ ହିଁ ଆଟାକ୍‌ କରିବାରେ ସକ୍ଷମ ହୋଇଥାଏ । ଏହାର ଲକ୍ଷ କେବେ ବି ବଚ୍ୟୁତ ହୁଏ ନାହିଁ । ନିର୍ଭୟ କ୍ରୁଜ୍‌ ମିସାଇଲ୍‌କୁ ଭାରତରେ ହିଁ ଡିଜାଇନ୍ କରାଯିବା ସହ ପ୍ରସ୍ତୁତ କରାଯାଇଛି । ଏହି ମିସାଇଲ୍‌ର ପ୍ରଥମ ପରୀକ୍ଷା ୧୨ ମାର୍ଚ୍ଚ ୨୦୧୩ ରେ କରାଯାଇଥିଲା । ଏହା‌ ପ୍ରଥମେ ରକେଟ୍‌ ଭଳି ସିଧା ଉପରକୁ ଯାଏ ଏବଂ ପରେ ଭୂମି ସମାନ୍ତରଳ ହୋଇ ଆକ୍ରମଣ କରିଥାଏ ।

ଏହି ମିସାଇଲ୍‌ର ଲମ୍ବା ୬ ମିଟର ଏବଂ ପ୍ରସ୍ତ ୦.୫୨ ମିଟର କରାଯାଇଛି । ଏହାର ଓଜନ ସର୍ବାଧିକ ୧୫୦୦ କିଲୋଗ୍ରାମ ଏବଂ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଏହା ଆକ୍ରମଣ କରିପାରେ । ଆଡଭାନ୍ସ ସିଷ୍ଟମ୍ ଲାବୋରେଟୋରୀ ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ରକେଟ୍ ମୋଟର ବୁଷ୍ଟର୍ ବ୍ୟବହାର କରାଯାଇ ଏହାକୁ ଇନ୍ଧନ ଯୋଗାଇ ଦିଆଯାଇଥାଏ ।

T-90

T-90 ଭୀଷ୍ମ ଟ୍ୟାଙ୍କ ମଧ୍ୟ ନିୟୋଜିତ

ଚୀନ୍‌ ସହ ଉତ୍ତେଜନା ଲାଗି ରହିଥିବା ମଧ୍ୟରେ ଭାରତ, ସୀମାନ୍ତରେ ଗୋଟିଏ ପରେ ଗୋଟିଏ ମାରାତ୍ମକ ଯୁଦ୍ଧାସ୍ତ୍ର ମୁତୟନ କରିବାରେ ଲାଗିଛି । ଦୁନିଆର ସବୁଠାରୁ ଲକ୍ଷ୍ୟ ଭେଦି ଟ୍ୟାଙ୍କ ଭାବରେ ପରିଚିତ T-90 ଭୀଷ୍ମ ଟ୍ୟାଙ୍କ ମଧ୍ୟ ନିୟୋଜିତ କରାଯାଇଛି । T-90 ଟ୍ୟାଙ୍କ ହେଉଛି ଏକ ମିସାଇଲ ଆକ୍ରମଣକୁ ରୋକିବାର କବଚ । ଏହାର ଏକ ହଜାର ହର୍ସପାଓ୍ୱାର ଇଞ୍ଜିନ୍ ରହିଛି । ଏକାଥରକେ ୫୫୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଏହା ସକ୍ଷମ । ଏହାର ଓଜନ ୪୮ ଟନ୍ । ଏହା ଦୁନିଆର ସବୁଠାରୁ ହାଲୁକା ଟ୍ୟାଙ୍କ ମଧ୍ୟରୁ ଅନ୍ୟତମ ।

T-90

‘ହାରାମଖୋର’ ଅର୍ଥ ଯଦି ‘ନଟି’ ତେବେ ‘ନଟି’ ଅର୍ଥ କ’ଣ ? ପଚାରିଲେ ବିଚାରପତି…

ମୁମ୍ବାଇ: କଂଗନା ରନାୱତ ଓ ବିଏମସି ମଧ୍ୟରେ ବମ୍ବେ ହାଇକୋର୍ଟରେ ଆଇନଗତ ଲଢେଇ ଚାଲିଛି । ସୋମବାର ଦିନ ଏହି ମାମଲାରେ ଶୁଣାଣି କାଳରେ ଅଦାଲତ ଶିବସେନା ନେତା ସଂଜୟ ରାଉତଙ୍କ ହାରାମଖୋର ଶବ୍ଦର ବ୍ୟାଖ୍ୟାକୁ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । ବିଏମସି ଓକିଲ ଓ କଂଗନାଙ୍କ ଓକିଲ ଜଷ୍ଟିସ୍ ଏସ କଥାବାଲା ଓ ଜଷ୍ଟିସ ରିୟାଜ ଚାଗଲାଙ୍କ ସମ୍ମୁଖରେ ନିଜ ପକ୍ଷ ରଖିଥିଲେ ।

Justice asked Naughty Means IN BMC Kangana FaceOff Case
FILE

କଂଗନାଙ୍କ ଓକିଲା ବିରେନ୍ଦ୍ର ସରାଫ କହିଥିଲେ ଯେ, ଏହି ମାମଲାରେ ତାଙ୍କ ମହକିଲଙ୍କ ସହ ଅନ୍ୟାୟ ହୋଇଛି । ସେ କହିଥିଲେ ଯେ, ସଂଜୟ ରାଉତ ଓ ବିଏମସି ଅଧିକାରୀଙ୍କ ଆବେଦନ ସେ ପଢ଼ିବା ସୁଯୋଗ ପାଇ ନାହାନ୍ତି ତେଣୁ ତାଙ୍କୁ ଏହାର ଉତ୍ତର ପରେ ଦେବାକୁ ଅନୁମତି ଦିଆଯାଉ । ଯାହାର ଉତ୍ତରରେ ବିଚାରପତି କହିଥିଲେ ଯେ, ବିଏମସି ଫାଇଲ ଏପର୍ଯ୍ୟନ୍ତ ଆସିନାହିଁ । ଏହାପରେ କଂଗନାଙ୍କ ଓକିଲଙ୍କୁ ବିଚାରପତି ତାଙ୍କ ଟିଭି ସାକ୍ଷାତକାର ଭିଡିଓ ଅଦାଲତରେ ରଖିବାକୁ କହିଥିଲେ । ସରାଫ ସିଡି ଅଦାଲତରେ ରଖିବେ ବୋଲି କହିଥିଲେ ଯେଉଁଥିରେ ସଂଜୟ ରାଉତ ହାରାମଖୋର ଶବ୍ଦର ଅର୍ଥ ବୁଝାଇଛନ୍ତି । ଏହା ଉପରେ ବିଚାରପତି କଥାବାଲା କହିଥିଲେ ଯେ, ଆମପାଖରେ ଡିକସନାରୀ ଅଛି । ଉତ୍ତରରେ କଂଗନାଙ୍କ ଓକିଲ କହିଥିଲେ ଯେ, ସଂଜୟ ରାଉତ ହାରାମଖୋରର ଅର୍ଥ ନଟି ବୋଲି କହୁଛନ୍ତି । ଏହାଶୁଣି ବିଚାରପତି କଥାବାଲା ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ବିଚାରପତି ପଚାରିଥିଲେ ଯେ, ଯଦି ହାରାମଖୋରର ଅର୍ଥ ନଟି,ତେବେ ନଟିର ଅର୍ଥ କ’ଣ ?

ପାର୍ବଣ ପୂର୍ବରୁ SBI ଗ୍ରାହକଙ୍କ ପାଇଁ ବଡ଼ ଅଫର, ଶସ୍ତା ହେଲା ଏହିସବୁ ଲୋନ୍

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ନିଜ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । YONO App ଦ୍ୱାରା ନିଆଯାଇଥିବା ଯେକୌଣସି ଲୋନ ଉପରେ ସଂପୂର୍ଣ୍ଣ ତଥା ଶହେ ପ୍ରତିଶତ ପ୍ରୋସେସିଂ ଭିସ ଛାଡ଼ ( SBI Waives Processing Fee On Loans) କରାଯିବ ।  ଏହାର ଅର୍ଥ ଯଦି ଆପଣ YONO App ମାଧ୍ୟମରେ ହୋମ ଲୋନ୍, ପର୍ସନଲ ଲୋନ୍ ବା ଗୋଲ୍ଡ ଲୋନ ନେଉଛନ୍ତି ତେବେ ଆପଣଙ୍କୁ ପ୍ରୋସେସିଂ ଫିସ୍ ଛାଡ଼ କରାଯିବ । ପାର୍ବଣ ପୂର୍ବରୁ ବ୍ୟାଙ୍କ ସମସ୍ତ ପ୍ରକାର ଲୋନକୁ ଶସ୍ତା କରିଦେଇଛି । ପ୍ରୋସେସିଂ ଫିସ୍ ଛାଡ ହେବା ପରେ ଆପଣ ସେହି ପଇସାକୁ ସେଭିଂ କରିପାରିବେ ।

ହୋମ ଲୋନ ନେଉଥିବା ଲୋକମାନଙ୍କ ପାଇଁ ଖାସ ଅଫର

SBI ତରଫରୁ ଜାରି ପ୍ରେସ ରିଲିଜ ଅନୁସାରେ ବ୍ୟାଙ୍କ ନିଜ ହୋମ ଲୋନ ଗ୍ରାହକଙ୍କ ପାଇଁ କିଛି ଖାସ ଅଫର ଲଞ୍ଚ କରିଛି । ବ୍ୟାଙ୍କ ସୂଚନା ଅନୁଯାୟୀ, ମଞ୍ଜୁରୀ ମିଳିସାରିଥିବା ପ୍ରୋଜେକ୍ଟରେ ଘର କିଣୁଥିବା ଗ୍ରାହକ ମାନଙ୍କ ଠାରୁ ପ୍ରୋସେସିଂ ଫିସ ନିଆଯିବ ନାହିଁ । ଏହା ସହିତ  ଘର କିଣୁଥିବା ଗ୍ରାହକ ମାନେ ମଧ୍ୟ ସେମାନଙ୍କର କ୍ରେଡିଟ୍ ସ୍କୋର ଉପରେ ଆଧାର କରି ହୋମ ଲୋନର ସୁଧ ଉପରେ ୧୦ ଟି ଆଧାର ପଏଣ୍ଟ ରିହାତି ପାଇବେ । କେବଳ ଏତିକି ନୁହେଁ, ଯଦି ଆପଣ YONO ଆପ୍ ଜରିଆରେ ହୋମ୍ ଲୋନ ପାଇଁ ଆବେଦନ କରନ୍ତି, ତେବେ ସୁଧ ଉପରେ ଅତିରିକ୍ତ ୫ ଆଧାର ପଏଣ୍ଟ ଛାଡ଼ କରାଯାଇପାରିବ ।

କଣ ରହିଛି ଗୋଲ୍ଡ ଲୋନ ଏବଂ ପର୍ସନାଲ ଲୋନ ଗ୍ରାହକଙ୍କ ପାଇଁ ?

ଯଦି ଗୋଲ୍ଡ ଲୋନ ଗ୍ରାହକଙ୍କ କଥା କହିବା ତେବେ ସେମାନଙ୍କଠାରୁ କେବଳ ୭.୫ ପ୍ରତିଶତ ସୁଧ ଆଦାୟ କରାଯିବ ଏବଂ ୩୬ ମାସ ପର୍ଯ୍ୟନ୍ତ EMI ଦେବାର ବିକଳ୍ପ ମଧ୍ୟ ଅଛି । ଅନ୍ୟପକ୍ଷରେ, କରୋନା କାଳରେ ଗ୍ରାହକଙ୍କୁ କେବଳ ୯.୬% ସୁଧରେ ବ୍ୟକ୍ତିଗତ ଋଣ ଯୋଗାଇଦେବା ପାଇଁ ବ୍ୟାଙ୍କ ନିଷ୍ପତ୍ତି ନେଇଛି, ଏହା ଗ୍ରାହକଙ୍କୁ କେବଳ ୯.୬% ସୁଧରେ ବ୍ୟକ୍ତିଗତ ଋଣ ଦେବ, ଯାହା ଦ୍ୱାରା ସେମାନେ ଏହି କଷ୍ଟ ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

କାର ଲୋନ ଗ୍ରାହକଙ୍କ ପାଇଁ ମଧ୍ୟ ରହିଛି ଲାଭ ଦାୟକ ଅଫର

କେବଳ ହୋମ ଲୋନ, ଗୋଲ୍ଡ ଲୋନ ବା ପର୍ସନାଲ ଲୋନ ନୁହେଁ କାର୍ ଲୋନ ଗ୍ରାହକଙ୍କ ପାଇଁ ମଧ୍ୟ SBI କିଛି ଖାସ ଅଫର ନେଇ ଆସିଛି । ବ୍ୟାଙ୍କର ସୂଚନା ଅନୁଯାୟୀ ଯେଉଁମାନେ କାର ଲୋନ ନେବାକୁ ଚାହୁଛନ୍ତି, ସେମାନଙ୍କୁ ୭.୫ ପ୍ରତିଶତ ପ୍ରାରମ୍ଭିକ ଦରରେ କାର ଲୋନ ଦିଆଯିବ । କେବଳ ସେତିକି ନୁହେଁ ବ୍ୟାଙ୍କ ତରଫରୁ କିଛି କାର ମଡେଲ ଉପରେ ଶହେ ପ୍ରତିଶତ ଫାଇନାନ୍ସ ଦିଆଯିବ । ଏହାର ଅର୍ଥ ଆପଣଙ୍କୁ ଡାଉନ ପେମେଣ୍ଟ ମଧ୍ୟ ଦେବାକୁ ପଡ଼ିବ ନାହିଁ ଏବଂ କେବଳ ଟଙ୍କା ଦେଇ ବାଇକ କିଣି ପାରିବେ ।

ସମୁଦ୍ର ଢେଉରୁ ମିଳିଲା ୨ ଶହ ବର୍ଷ ତଳର ଗାଁର ସନ୍ଧାନ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଛେନୁ ସମୁଦ୍ର କୂଳରେ ନିଶ୍ଚିହ୍ନ ହୋଇଯାଇଥିବା ୨ଶହ ବର୍ଷ ପୁରାତନ ଗାଁର ସନ୍ଧାନ ମିଳିଛି । ଢେଉରେ ସମୁଦ୍ର କୂଳରୁ ବାଲି ଧୋଇଯିବା ପରେ ଦେଖିବାକୁ ମିଳିଛି ମାଟିକାନ୍ଥ, ସେ ସମୟର ବ୍ୟବହୃତ ମାଟିପାତ୍ରର ଭଗ୍ନାବଶେଷ ଓ କୂଅ । ଏହି ଗାଁଗୁଡ଼ିକ ଅତୀତର ଛେନୁ, ତଣ୍ଡାହାର ଓ ଉଦୟକଣି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

Ancient Periods Village Found In Astarang Sea Bank

ଅନେକ ବର୍ଷ ପୂର୍ବରୁ ଏଠାରେ ତିନିଟି ଗାଁର ପ୍ରାୟ ଦେଢ଼ଶହ ପରିବାର ବାସ କରୁଥିଲେ । କାଳକ୍ରମେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା ଏସବୁ ଗାଁ । ଲୋକ ସ୍ଥାନ ଛାଡ଼ି ଅନ୍ୟତ୍ର ବାସ କରିଥିଲେ । ୧୯୯୯ ମସିହା ମହାବାତ୍ୟାରେ ନୂଆକରି ବସିଥିବା ଗାଁ ଗୁଡ଼ିକ ଧୂଳିସାତ ହୋଇଯାଇଥିଲା । ଲୋକ ଏବେ ସରକାରୀ ଜମିରେ ବସତି ସ୍ଥାପନ କରିଛନ୍ତି ।

Ancient Periods Village Found In Astarang Sea Bank

ଗୋଟେପଟେ ଗ୍ଲୋବାଲ ୱାର୍ମିଂ ଯୋଗୁ ଉପକୂଳ ଅବକ୍ଷୟ ଓ ଅନ୍ୟପଟେ ପ୍ରକୃତିର କରାଳ ରୂପରେ ତିନି ତିନି ଥର ଭିଟାମାଟି ପରିବର୍ତ୍ତନ କରିଥିବା ତିନି ଖଣ୍ଡ ଗାଁର ଲୋକ ସ୍ଥାୟୀ ପଟ୍ଟା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ସ୍ତ୍ରୀକୁ ମାଡ଼ ମାରିଥିବା ଭିଡିଓ ଭାଇରାଲ ହେବା ପରେ ପଦ ହରାଇଲେ ସ୍ପେଶାଲ ଡିଜି

0

ଭୋପାଳ: ମଧ୍ୟପ୍ରଦେଶ  ସ୍ପେଶାଲ ଡିଜି ପୁରୁଷୋତ୍ତମ ଶର୍ମାଙ୍କୁ ପତ୍ନୀଙ୍କୁ ମାଡ ମାରିବା ମହଙ୍ଗା ପଡିଛି । ଏଥିପାଇଁ ତାଙ୍କୁ ପଦ ହରାଇବାକୁ ପଡିଛି । ସ୍ତ୍ରୀ ତାଙ୍କୁ ପିଛା କରି ଯେଉଁଠି ସେଠି ପହଂଚି ଯାଉଥିଲେ । ଏହି ରାଗରେ ସେ ତାଙ୍କୁ ମାଡ ମାରିଥିଲେ ବୋଲି ପରେ ଡିଜି କହିଥିଲେ । ତେବେ ଭିଡିଓରେ ତାଙ୍କ ହାତକୁ  ପତ୍ନୀ କଇଁଚିରେ କାଟିଥିଲେ ବୋଲି ଡିଜିଙ୍କୁ କହୁଥିବା ଶୁଣିବାକୁ ମିଳୁଛି ।

https://www.facebook.com/NandighoshaTV/videos/669362717320296/

ଭିଡିଓରେ ସ୍ପେଶାଲ ଡିଜି ନିଜ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବରେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । ଭିଡିଓଟି ଲୋକଲୋଚନକୁ ଆସିବା ପରେ ସେହି ଭିଡିଓରେ ପୁରୁଷୋତ୍ତମ ସ୍ତ୍ରୀକୁ ମାଡ଼ ମାରୁଥିବା କଥା ସ୍ୱୀକାର କରିଥିଲେ ଏବଂ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । ଏହି ମାମଲାରେ ଏଯାବତ କୌଣସି ଏଫଆଇଆର ଦାଖଲ ହୋଇନାହିଁ । ତେବେ ପୁରୁଷୋତ୍ତମ ଶର୍ମାଙ୍କୁ ତାଙ୍କ ପଦବୀରୁ ବାହାର କରି ଗୃହମନ୍ତ୍ରାଳୟ ସହ ସଂଯୁକ୍ତ କରାଯାଇଛି ।

ଏପର୍ଯ୍ୟନ୍ତ ହୋଇନାହିଁ ଅଭିଯୋଗ

ଏଡିଜି ଉପେନ୍ଦ୍ର ଜୈନଙ୍କ କହିବା ଅନୁଯାୟୀ, ଏଯାବତ ଔପଚାରିକ ଭାବେ କୌଣସି ଅଭିଯୋଗ ହୋଇନାହିଁ । ଯେଉଁ ବ୍ୟକ୍ତି ଜଣଙ୍କ ଭିଡିଓ ପଠାଇଥିଲେ, ସେ ତାଙ୍କ ପୁଅ ବୋଲି ଦାବି କରିଛନ୍ତି । ମୋବାଇଲରେ ପଠାଯାଇଥିବା ଅଭିଯୋଗ ଆଧାରରେ ଜଣେ ମହିଲା ପୋଲିସ ଅଫିସରଙ୍କୁ ପୁରୁଷୋତ୍ତମଙ୍କ ଘରକୁ ପଠାଯାଇଥିଲା, କିନ୍ତୁ ତାଙ୍କ ସ୍ତ୍ରୀ ଅଭିଯୋଗ ଦାଖଲ କରିବା ପାଇଁ ମନା କରିଦେଇଥିଲେ ।

କଣ ରହିଛି ପୂରା ମାମଲା

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ପୋଲିସ ମହାନିର୍ଦ୍ଦେଶକ ସ୍ତରର ଆଇପିଏସ ଅଧିକାରୀ ପୁରୁଷୋତ୍ତମ ଶର୍ମା ନିଜ ସ୍ତ୍ରୀକୁ ନିର୍ମମ ଭାବେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । ସ୍ତ୍ରୀକୁ ତଳେ ପକାଇ ମାଡ଼ ମାରୁଥିବାବେଳେ ଘରେ ଉପସ୍ଥିତ ଥିବା କର୍ମଚାରୀ ମାନେ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରୁ ଜଣା ପଡ଼ୁଛି ଯେ ପୋଲିସ ଅଧିକାରୀଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିବାରୁ ଏଭଳି ବିବାଦ ଉପୁଜିଛି । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ବର୍ଷ ଧରି ବିବାଦ ଲାଗିରହିଛି । ପୁରୁଷୋତ୍ତମ ଶର୍ମାଙ୍କ ନାଆରେ ହନି ଟ୍ରାପ ମାମଲା ମଧ୍ୟ ଆସିସାରିଛି ।

ଏହଭିତରେ ସ୍ପେଶାଲ ଡିଜି ପୁରୁଷୋତ୍ତମ ଲାଲ ଶର୍ମାଙ୍କ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ଜାଣିଥିବେ ଅମାନବୀୟ ଭଳି ପୁରୁଷୋତ୍ତମ ଶର୍ମା ନିଜ ସ୍ତ୍ରୀକୁ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ପୁରୁଷୋତ୍ତମଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓଟି ସେହି ସମୟର ଯେତେବେଳେ ପୁରୁଷୋତ୍ତମଙ୍କ ସ୍ତ୍ରୀ ତାଙ୍କୁ ଏକ ମହିଳାଙ୍କ ଫ୍ଲାଟରେ ଧରିଥିଲେ ।

କେବେ ଖୋଲିବ ଧର୍ମାନୁଷ୍ଠାନ ? ହାଇକୋର୍ଟରେ ଉତ୍ତର ରଖିଲେ ରାଜ୍ୟ ସରକାର

କଟକ: ମାର୍ଚ୍ଚ ମାସରୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ । ଧିରେ ଧିରେ ସବୁ ସେବା ସ୍ୱାଭାବିକ ହେଉଥିବା ବେଳେ ଭକ୍ତଟିଏ ଯାଇପାରୁନି ଭଗବାନଙ୍କ ଦ୍ୱାରକୁ । କାରଣ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହୋଇଛି ଭୂତାଣୁ । ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟରେ କେବେ ଖୋଲିବ ଧର୍ମାନୁଷ୍ଠାନ ଏହାକୁ ନେଇ ଭକ୍ତଙ୍କ ମନରେ ନାନା ପ୍ରଶ୍ନ ।

Religious Places Reopen Matter, Odisha Govt Response in High Court

ଏ ସମ୍ପର୍କିତ ମାମଲାରେ ହାଇକୋର୍ଟରେ ରାଜ୍ୟ ସରକାର ଜବାବ ଦାଖଲ କରିଛନ୍ତି । ଏବେ ମନ୍ଦିର କିମ୍ବା କୌଣସି ଧର୍ମାନୁଷ୍ଠାନ ଖୋଲିବା ସମ୍ଭବ ନୁହେଁ ବୋଲି କୁହାଯାଇଛି । ବିଶେଷକରି ଶ୍ରୀମନ୍ଦିର ଗର୍ଭଗୃହ ଛୋଟ ଅଟେ । ସେଠାରେ ଗହଳି ହେଲେ ସଂକ୍ରମଣର ଆଶଙ୍କା ଅଧିକି ରହିଛି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

PIL Filed In High Court On Minor Girl Gang Rape Matter

ପୁରୀ ଜିଲ୍ଲାରେ ଏବେ ଯାଏଁ ୯ ହଜାର ୭୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୮୨୪ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୫୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏବେ ୧ ହଜାର ୮୨୫ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ସଂଖ୍ୟାଧିକ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେତେଜଣଙ୍କ ଜୀବନ ମଧ୍ୟ ଗଲାଣି ।

ରାଜଧାନୀରେ ୨୧ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ସତର୍କତା, ସାବଧନତା ସତ୍ତ୍ୱେ ବଢ଼ି ଚାଲିଛି ସଂକ୍ରମଣ । ସହର ଖୋଲୁଛି, ସଂକ୍ରମଣ ବଢ଼ୁଛି । ବିଗତ ୨୪ ଘଣ୍ଟାରେ ରାଜଧାନୀରୁ ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ବିଏମସି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ଟପିଛି । ଏନେଇ ସୂଚନା ଦେଇଛି ବିଏମସି ।

342 Fresh Covdi-19 Positive Case Found From BMC

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩୪୨ ସଂକ୍ରମିତଙ୍କ ମଧ୍ୟରୁ ୧୧୧ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୩୧ଟି ମାମଲା ସ୍ଥାନୀୟ ସଂକ୍ରମଣ । ଚନ୍ଦ୍ରଶେଖରପୁରରୁ ୧୧ ଜଣ, ଆଇଗିଣିଆରୁ ୬ ଜଣ, ଆଇଆରସି ଓ ଶୈଳଶ୍ରୀ ବିହାରରୁ ୮ ଜଣ ଲେଖାଏଁ, ନୟାପଲ୍ଲୀରୁ ୯ ଜଣ, ପଟିଆରୁ ୧୨ ଜଣ, ଝାରପଡ଼ା ଓ ନୀଳାଦ୍ରି ବିହାରରୁ ୭ ଜଣ ଲେଖାଏଁ, ପାତ୍ରପଡ଼ା ଓ ଲକ୍ଷ୍ମୀସାଗର ଅଞ୍ଚଳରୁ ୭ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

342 Fresh Covdi-19 Positive Case Found From BMC

ଗତ ୨୪ ଘଣ୍ଟାରେ ୩୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବିଏମସି ଅଞ୍ଚଳରେ ଏବେ ଯାଏଁ ମୋଟ ୨୧ ହଜାର ୧୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୮ ଜଣଙ୍କ ମୃତ୍ୟୁ ହୋଇଛି । ୧୭ ହଜାର ୪୯୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩ ହଜାର ୫୯୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ବିଧାନସଭାକୁ କରୋନା ଡର, ଉପ ବାଚସ୍ପତିଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ କୋଭିଡ୍ ପଜିଟିଭ୍

କ’ଣ ହୋଇପାରେ ଅନ୍‌ଲକ୍‌ ୫.୦ର ନୂଆ ଗାଇଡଲାଇନ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ସୋମବାର ଆସିପାରେ ଅନଲକ ୫.୦ ଗାଇଡଲାଇନ । ଏହା ପୂର୍ବରୁ ଆସିଥିବା ୪.୦ ଗାଇଡଲାଇନରେ ଲୋକଙ୍କୁ କିଛି କ୍ଷେତ୍ରରେ କଟକଣାରୁ ଆରାମ ମିଳିଥିଲା । ଏଥର କିନ୍ତୁ ଦେଶରେ ଆଗକୁ ରହିଛି ବିଭିନ୍ନ ପ୍ରକାରର ପର୍ବପର୍ବାଣି  । ସେଥିପାଇଁ କେନ୍ଦ୍ର ସରକାର ଏଥର କିଛି ଅଧିକ କଟକଣା ମୁକ୍ତ କରିପାରନ୍ତି ବୋଲି ଲୋକେ ଆଶା ବାଢ଼ିଛନ୍ତି । କରୋନା ପାଇଁ ଦେଶରେ ଅର୍ଥନୀତି ଭୁଶୁଡ଼ି ପଡ଼ିଛି । ଲୋକେ ସେମାନଙ୍କର ରୋଜଗାରର ପନ୍ଥା ହରାଇଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ଜୁନରେ ଅନ୍‌ଲକ୍‌ର ପ୍ରକ୍ରିୟ ଦେଶରେ ଆରମ୍ଭ କରିଥିଲେ ।

ଗତ ମାସରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଳକ୍‌ଡାଉନରୁ ଅଧିକ ଆରାମ ଦେବା ପାଇଁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା । ଏଭଳି ପରିସ୍ଥିତିରେ ସମସ୍ତେ ଆଶା କରୁଛନ୍ତି ଯେ ଆସନ୍ତା ମାସରେ ଆସୁଥିବା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରାକର କିଛି ଅଧିକ କଟକଣା ମୁକ୍ତ କରିପାରନ୍ତି ।

ଅନଲକ୍ ୫.୦ ରେ ମଲ୍, ସେଲୁନ୍, ଜିମ୍ ଏବଂ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ମଲରେ କେବଳ ମେଡିସିନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା । ଏଥର ମଲରେ ସରକାର ପୋଷାକ ଏବଂ ଖାଇବା ଉପରେ ଲାଗିଥିବା କଟକଣାକୁ ମୁକ୍ତ କରିବେ ବୋଲି ଲୋକେ ଆଶା କରିଛନ୍ତି । ଏହା ସହ ସରକାର ସିନେମା ହଲ୍, ସୁଇମିଂ ପୁଲ୍ ଏବଂ ପାର୍କକୁ କିଛି ସର୍ତ୍ତରେ ଖୋଲିବାକୁ ଅନୁମତି ଦେଇ ପାରନ୍ତି । ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ କିଛି ସର୍ତ୍ତରେ  ସିନେମା ହଲ ଖୋଲିବା ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଯଦି ଦେଖିବା କେବଳ ଖୋଲା ଆକାଶ ତଳେ ଥିଏଟର ପାଇଁ ୨୧ ସେପ୍ଟେମ୍ବରରୁ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି ।

କରୋନା କାଳରେ ଯଦି ଦେଶରେ କିଛି ଅଧିକ ପ୍ରଭାବିତ ହୋଇଛି ତେବେ ତାହା ହେଉଛି  ପର୍ଯ୍ୟଟନ କ୍ଷେତ୍ର । ଏଭଳି ପରିସ୍ଥିତିରେ ଯାତ୍ରୀଙ୍କ ପାଇଁ ୫.୦ ଅନଲକରେ ପର୍ଯ୍ୟଟନ ସ୍ଥାନ ଖୋଲାଯାଇପାରିବ ବୋଲି ଆଶା କରାଯାଉଛି । ତେବେ ପର୍ଯ୍ୟଟନ କ୍ଷେତ୍ର କେମିତି ଅଧିକ ମାତ୍ରରେ ଚାଲିପାରିବ ସେନେଇ କିଛି ରାଜ୍ୟରେ ହୋଟେଲ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

ସେପଟେ କିନ୍ତୁ ପଶ୍ଚିମବଙ୍ଗ ସରକାର ଅକ୍ଟୋବର ୧ ରୁ ସୀମିତ ସଂଖ୍ୟକ ଲୋକ ପ୍ରବେଶ କରି ସିନେମା ହଲ୍ ଖୋଲିବା ପାଇଁ ଅନୁମତି ଦେଇସାରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ‘ଯାତ୍ରା, ଡ୍ରାମା, ଓପନ୍ ଏୟାର ଥିଏଟର, ସିନେମା ଏବଂ ସମସ୍ତ ସଂଗୀତ, ନୃତ୍ୟ, ଗୀତ ଏବଂ ମ୍ୟାଜିକ୍ ସୋ ଅକ୍ଟୋବର ୧ରୁ ଖୋଲାଯିବ । ୫୦ଜଣ କିମ୍ବା ୫୦ରୁ କମ ଲୋକରେ ଏହା ଆୟୋଜନ କରାଯି । ଏହା ସହ କରୋନା କଟକଣାକୁ ଦୃଢ଼ ବେବେ ଅବଲମ୍ବନ କରିବାରକୁ ପଡ଼ିବ ।

‘ଇତନି ଶକ୍ତି ହମେ ଦେନା ଦାତା’ର ଗୀତିକାରଙ୍କ ଦେହାନ୍ତ

ମୁମ୍ବାଇ: ୧୯୮୫ରେ ଆସିଥିବା ଫିଲ୍ମ ’ଅଙ୍କୁଶ’ ପାଇଁ ‘ଇତନି ଶକ୍ତି ହମେଁ ଦେନା ଦାତା, ମନ କା ବିଶ୍ୱାସ କମଜୋର ହୋ ନା’ ଭଳି ଲୋକପ୍ରିୟ ଗୀତକୁ ଲେଖିଥିବା ଗୀତିକାର ଏବଂ ଲେଖକ ଅଭିଳାଷ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ସୂଚନା ଅନୁସାରେ କର୍କଟ ରୋଗରେ ପୀଡ଼ିତ ଥିବା ଅଭିଳାଷ ସୋମବାର ସକାଳ ୪ଟାରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଲିଭର କ୍ୟାନସର ରୋଗରେ ପୀଡ଼ିତ ଥିବାରୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ତାଙ୍କର ମୃତ୍ୟୁ ହୋଇଛି ।

ଅଭିଳାଷ ୧୯୭୪ରେ ‘ଲାଲ ଚୁଡ଼ା’, ୧୯୭୯ରେ ସାଓ୍ୱନ କୋ ଆନେ ଦୋ, ୧୯୮୬ରେ ଅଙ୍କୁଶ ଭଳି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି । ଅଭିଳାଷ ମୁମ୍ବାଇ ସ୍ଥିତ ଗୋରେଗାଓଁ  ବାସଭବନରେ  ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

 

ପୂର୍ବତନ ରାଷ୍ଟ୍ରପତି ଜ୍ଞାନି ଜେଲ ସିଂଙ୍କ ଦ୍ୱାରା ସମ୍ମାନିତ ଅଭିଳାଷଙ୍କ ‘ଇତନି ଶକ୍ତି ହମେଁ ଦେନା ଦାତା’ ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍ ‌ଆଦୃତ । ଏହି ଗୀତ ଆଜି ମଧ୍ୟ ଦେଶର କେତେକ ସ୍କୁଲରେ ପ୍ରାର୍ଥନା ଭାବରେ ଆଦୃତ ହୋଇଛି । ସୂଚନାଯୋଗ୍ୟ ଏହି ଗୀତକୁ ୮ଟି ଭାଷାରେ ଅନୁବାଦ କରାଯାଇଛି । କେବଳ ସେତିକି ନୁହେଁ ବରଂ ଅଭିଳାଷଙ୍କ ‘ତୁହ୍ମାରୀ ୟାଦ କେ ସାଗର ମେଁ’ ଏବଂ ‘ସାଞ୍ଝ ଭଇ ଘର ଆଜା’ ଗୀତ ଆଜି ମଧ୍ୟ ବେଶ୍ ‌ଲୋକପ୍ରିୟ ।

ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୭ଟି ଆପ୍ସ, ଯଦି ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ କରନ୍ତୁ ଡିଲିଟ୍…

ନୂଆଦିଲ୍ଲୀ: ଗୁଗଲ ନିୟମିତ ଭାବରେ ପ୍ଲେ ଷ୍ଟୋରରୁ Malicious appsକୁ ହଟାଇ ଦେଉଛି । ଏବେ ଗୁଗଲ ଜୋକର ମାଲୱେୟାର ଇନଫେକ୍ଟେଡ ୧୭ଟି ଆପ୍ସକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ଖବର ଅନୁସାରେ କୌଣସି ଉପାୟରେ ଏହି ଆପ୍ସ ଗୁଡ଼ିକ ଗୁଗଲ ପ୍ଲେ ଷ୍ଟୋରରେ ବାରମ୍ବାର ସ୍ଥାନ ନେଇଯାଉଛନ୍ତି । Zscaler ThreatLabZ ରିସର୍ଚରେ ଲାଟେଷ୍ଟ ଜୋକର ମାଲବେୟର ଆପ୍ସ ବିଷୟରେ ସୂଚନା ମିଳିଛି । ଏହି ଆପ୍ସର ବ୍ୟବହାର ଏସଏମଏସ,କଣ୍ଟ୍ରାକ୍ଟ, ଡିଭାଇସ୍‌ଇନଫର୍ମେସନ ଏବଂ ପ୍ରିମିୟମ ଓ୍ୱୟରଲେସ ଆପ୍ଲିକେସନ ପ୍ରୋଟକଲର ସାଇନ ଅପ ପାଇଁ ବ୍ୟବହାର କରାଯାଏ । Zscaler ସିକ୍ୟୁରିଟି ରିସର୍ଚର ବିରଲ ଗାନ୍ଧୀ ଏକ ବ୍ଲଗ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି ।

ଉକ୍ତ ୧୭ଟି ଆପ୍ସକୁ ପ୍ରାୟ ୧ ଲକ୍ଷ ୨୦ ହଜାର ଥର ଡାଉନଲୋଡ କରାଯାଇଛି । ଏଥିରୁ ଅଧିକାଂଶ ସ୍କାନର ଆପ୍ସ । ଏହା ବ୍ୟତୀତ କେତେକ ମେସେଜିଂ ଆପ୍ସ ଏବଂ ଫୋଟୋ ଏଡିଟର୍ସ ମଧ୍ୟ ରହିଛି । ତେବେ ଗୁଗଲକୁ ଏହି ଆପ୍ସ ଗୁଡ଼ିକ ବିଷୟରେ ସୂଚନା ମିଳିବା ପରେ ଏଗୁଡ଼ିକୁ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଛି । ଏବେ ଏହି ଆପ୍ସ ଗୁଡ଼ିକୁ ଡାଉନଲୋଡ କରିହେବ ନାହିଁ ।

ଆପ୍ସ ଗୁଡ଼ିକ ହେଲା:

  • All Good PDF Scanner
  • Direct Messenger
  • Mint Leaf Message-Your Private Message
  • Tangram App Lock
  • Unique Keyboard – Fancy Fonts & Free Emoticons
  • Private SMS
  • Style Photo Collage
  • One Sentence Translator – Multifunctional Translator
  • Meticulous Scanner
  • Care Message
  • Desire Translate
  • Talent Photo Editor – Blur focus
  • Part Message
  • Paper Doc Scanner
  • Blue Scanner
  • Hummingbird PDF Converter – Photo to PDF
  • All Good PDF Scanner

ଗୁଗଲ ଏଭଳି ଆପ୍ସକୁ ଫିଲଟର କରିବାକୁ ନେଇ ଲଗାତାର ଉଦ୍ୟମ ଜାରି ରଖିଛି । ଏଗୁଡ଼ିକ ୟୁନିକ କାଟାଗୋରୀ Bread ମଧ୍ୟରେ ଆସିଥାଏ । ଗୁଗଲର ଉଦ୍ୟମ ପରେ ମଧ୍ୟ ଜୋକର ମାଲବେୟରର ନୂଆ ଭ୍ୟାରିଏଣ୍ଟ ପ୍ଲେ ଷ୍ଟୋରର ସିକ୍ୟୁରିଟି ବାଏପାସ କରିବାରେ ସଫଳ ରହିଛି । ଏହା ପୂର୍ବରୁ ଗୁଗଲ ମାଲୱାର ବିଷୟରେ ସୂଚନା ଦେଇଥିଲା । ଏପର୍ଯ୍ୟନ୍ତ ୧୭୦୦ ଇନଫେକ୍ଟେଡ ଆପ୍ସକୁ ହଟାଇ ଦିଆଯାଇଛି ।