ସ୍ତ୍ରୀକୁ ମାଡ଼ ମାରିଥିବା ଭିଡିଓ ଭାଇରାଲ ହେବା ପରେ ପଦ ହରାଇଲେ ସ୍ପେଶାଲ ଡିଜି

1 min read

ଭୋପାଳ: ମଧ୍ୟପ୍ରଦେଶ  ସ୍ପେଶାଲ ଡିଜି ପୁରୁଷୋତ୍ତମ ଶର୍ମାଙ୍କୁ ପତ୍ନୀଙ୍କୁ ମାଡ ମାରିବା ମହଙ୍ଗା ପଡିଛି । ଏଥିପାଇଁ ତାଙ୍କୁ ପଦ ହରାଇବାକୁ ପଡିଛି । ସ୍ତ୍ରୀ ତାଙ୍କୁ ପିଛା କରି ଯେଉଁଠି ସେଠି ପହଂଚି ଯାଉଥିଲେ । ଏହି ରାଗରେ ସେ ତାଙ୍କୁ ମାଡ ମାରିଥିଲେ ବୋଲି ପରେ ଡିଜି କହିଥିଲେ । ତେବେ ଭିଡିଓରେ ତାଙ୍କ ହାତକୁ  ପତ୍ନୀ କଇଁଚିରେ କାଟିଥିଲେ ବୋଲି ଡିଜିଙ୍କୁ କହୁଥିବା ଶୁଣିବାକୁ ମିଳୁଛି ।

https://www.facebook.com/NandighoshaTV/videos/669362717320296/

ଭିଡିଓରେ ସ୍ପେଶାଲ ଡିଜି ନିଜ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବରେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । ଭିଡିଓଟି ଲୋକଲୋଚନକୁ ଆସିବା ପରେ ସେହି ଭିଡିଓରେ ପୁରୁଷୋତ୍ତମ ସ୍ତ୍ରୀକୁ ମାଡ଼ ମାରୁଥିବା କଥା ସ୍ୱୀକାର କରିଥିଲେ ଏବଂ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । ଏହି ମାମଲାରେ ଏଯାବତ କୌଣସି ଏଫଆଇଆର ଦାଖଲ ହୋଇନାହିଁ । ତେବେ ପୁରୁଷୋତ୍ତମ ଶର୍ମାଙ୍କୁ ତାଙ୍କ ପଦବୀରୁ ବାହାର କରି ଗୃହମନ୍ତ୍ରାଳୟ ସହ ସଂଯୁକ୍ତ କରାଯାଇଛି ।

ଏପର୍ଯ୍ୟନ୍ତ ହୋଇନାହିଁ ଅଭିଯୋଗ

ଏଡିଜି ଉପେନ୍ଦ୍ର ଜୈନଙ୍କ କହିବା ଅନୁଯାୟୀ, ଏଯାବତ ଔପଚାରିକ ଭାବେ କୌଣସି ଅଭିଯୋଗ ହୋଇନାହିଁ । ଯେଉଁ ବ୍ୟକ୍ତି ଜଣଙ୍କ ଭିଡିଓ ପଠାଇଥିଲେ, ସେ ତାଙ୍କ ପୁଅ ବୋଲି ଦାବି କରିଛନ୍ତି । ମୋବାଇଲରେ ପଠାଯାଇଥିବା ଅଭିଯୋଗ ଆଧାରରେ ଜଣେ ମହିଲା ପୋଲିସ ଅଫିସରଙ୍କୁ ପୁରୁଷୋତ୍ତମଙ୍କ ଘରକୁ ପଠାଯାଇଥିଲା, କିନ୍ତୁ ତାଙ୍କ ସ୍ତ୍ରୀ ଅଭିଯୋଗ ଦାଖଲ କରିବା ପାଇଁ ମନା କରିଦେଇଥିଲେ ।

କଣ ରହିଛି ପୂରା ମାମଲା

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ପୋଲିସ ମହାନିର୍ଦ୍ଦେଶକ ସ୍ତରର ଆଇପିଏସ ଅଧିକାରୀ ପୁରୁଷୋତ୍ତମ ଶର୍ମା ନିଜ ସ୍ତ୍ରୀକୁ ନିର୍ମମ ଭାବେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । ସ୍ତ୍ରୀକୁ ତଳେ ପକାଇ ମାଡ଼ ମାରୁଥିବାବେଳେ ଘରେ ଉପସ୍ଥିତ ଥିବା କର୍ମଚାରୀ ମାନେ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରୁ ଜଣା ପଡ଼ୁଛି ଯେ ପୋଲିସ ଅଧିକାରୀଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିବାରୁ ଏଭଳି ବିବାଦ ଉପୁଜିଛି । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ବର୍ଷ ଧରି ବିବାଦ ଲାଗିରହିଛି । ପୁରୁଷୋତ୍ତମ ଶର୍ମାଙ୍କ ନାଆରେ ହନି ଟ୍ରାପ ମାମଲା ମଧ୍ୟ ଆସିସାରିଛି ।

ଏହଭିତରେ ସ୍ପେଶାଲ ଡିଜି ପୁରୁଷୋତ୍ତମ ଲାଲ ଶର୍ମାଙ୍କ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ଜାଣିଥିବେ ଅମାନବୀୟ ଭଳି ପୁରୁଷୋତ୍ତମ ଶର୍ମା ନିଜ ସ୍ତ୍ରୀକୁ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ପୁରୁଷୋତ୍ତମଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓଟି ସେହି ସମୟର ଯେତେବେଳେ ପୁରୁଷୋତ୍ତମଙ୍କ ସ୍ତ୍ରୀ ତାଙ୍କୁ ଏକ ମହିଳାଙ୍କ ଫ୍ଲାଟରେ ଧରିଥିଲେ ।

Leave a Reply