ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୭ଟି ଆପ୍ସ, ଯଦି ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ କରନ୍ତୁ ଡିଲିଟ୍…

1 min read

ନୂଆଦିଲ୍ଲୀ: ଗୁଗଲ ନିୟମିତ ଭାବରେ ପ୍ଲେ ଷ୍ଟୋରରୁ Malicious appsକୁ ହଟାଇ ଦେଉଛି । ଏବେ ଗୁଗଲ ଜୋକର ମାଲୱେୟାର ଇନଫେକ୍ଟେଡ ୧୭ଟି ଆପ୍ସକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ଖବର ଅନୁସାରେ କୌଣସି ଉପାୟରେ ଏହି ଆପ୍ସ ଗୁଡ଼ିକ ଗୁଗଲ ପ୍ଲେ ଷ୍ଟୋରରେ ବାରମ୍ବାର ସ୍ଥାନ ନେଇଯାଉଛନ୍ତି । Zscaler ThreatLabZ ରିସର୍ଚରେ ଲାଟେଷ୍ଟ ଜୋକର ମାଲବେୟର ଆପ୍ସ ବିଷୟରେ ସୂଚନା ମିଳିଛି । ଏହି ଆପ୍ସର ବ୍ୟବହାର ଏସଏମଏସ,କଣ୍ଟ୍ରାକ୍ଟ, ଡିଭାଇସ୍‌ଇନଫର୍ମେସନ ଏବଂ ପ୍ରିମିୟମ ଓ୍ୱୟରଲେସ ଆପ୍ଲିକେସନ ପ୍ରୋଟକଲର ସାଇନ ଅପ ପାଇଁ ବ୍ୟବହାର କରାଯାଏ । Zscaler ସିକ୍ୟୁରିଟି ରିସର୍ଚର ବିରଲ ଗାନ୍ଧୀ ଏକ ବ୍ଲଗ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି ।

ଉକ୍ତ ୧୭ଟି ଆପ୍ସକୁ ପ୍ରାୟ ୧ ଲକ୍ଷ ୨୦ ହଜାର ଥର ଡାଉନଲୋଡ କରାଯାଇଛି । ଏଥିରୁ ଅଧିକାଂଶ ସ୍କାନର ଆପ୍ସ । ଏହା ବ୍ୟତୀତ କେତେକ ମେସେଜିଂ ଆପ୍ସ ଏବଂ ଫୋଟୋ ଏଡିଟର୍ସ ମଧ୍ୟ ରହିଛି । ତେବେ ଗୁଗଲକୁ ଏହି ଆପ୍ସ ଗୁଡ଼ିକ ବିଷୟରେ ସୂଚନା ମିଳିବା ପରେ ଏଗୁଡ଼ିକୁ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଛି । ଏବେ ଏହି ଆପ୍ସ ଗୁଡ଼ିକୁ ଡାଉନଲୋଡ କରିହେବ ନାହିଁ ।

ଆପ୍ସ ଗୁଡ଼ିକ ହେଲା:

  • All Good PDF Scanner
  • Direct Messenger
  • Mint Leaf Message-Your Private Message
  • Tangram App Lock
  • Unique Keyboard – Fancy Fonts & Free Emoticons
  • Private SMS
  • Style Photo Collage
  • One Sentence Translator – Multifunctional Translator
  • Meticulous Scanner
  • Care Message
  • Desire Translate
  • Talent Photo Editor – Blur focus
  • Part Message
  • Paper Doc Scanner
  • Blue Scanner
  • Hummingbird PDF Converter – Photo to PDF
  • All Good PDF Scanner

ଗୁଗଲ ଏଭଳି ଆପ୍ସକୁ ଫିଲଟର କରିବାକୁ ନେଇ ଲଗାତାର ଉଦ୍ୟମ ଜାରି ରଖିଛି । ଏଗୁଡ଼ିକ ୟୁନିକ କାଟାଗୋରୀ Bread ମଧ୍ୟରେ ଆସିଥାଏ । ଗୁଗଲର ଉଦ୍ୟମ ପରେ ମଧ୍ୟ ଜୋକର ମାଲବେୟରର ନୂଆ ଭ୍ୟାରିଏଣ୍ଟ ପ୍ଲେ ଷ୍ଟୋରର ସିକ୍ୟୁରିଟି ବାଏପାସ କରିବାରେ ସଫଳ ରହିଛି । ଏହା ପୂର୍ବରୁ ଗୁଗଲ ମାଲୱାର ବିଷୟରେ ସୂଚନା ଦେଇଥିଲା । ଏପର୍ଯ୍ୟନ୍ତ ୧୭୦୦ ଇନଫେକ୍ଟେଡ ଆପ୍ସକୁ ହଟାଇ ଦିଆଯାଇଛି ।

Leave a Reply