‘ଇତନି ଶକ୍ତି ହମେ ଦେନା ଦାତା’ର ଗୀତିକାରଙ୍କ ଦେହାନ୍ତ

ମୁମ୍ବାଇ: ୧୯୮୫ରେ ଆସିଥିବା ଫିଲ୍ମ ’ଅଙ୍କୁଶ’ ପାଇଁ ‘ଇତନି ଶକ୍ତି ହମେଁ ଦେନା ଦାତା, ମନ କା ବିଶ୍ୱାସ କମଜୋର ହୋ ନା’ ଭଳି ଲୋକପ୍ରିୟ ଗୀତକୁ ଲେଖିଥିବା ଗୀତିକାର ଏବଂ ଲେଖକ ଅଭିଳାଷ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ସୂଚନା ଅନୁସାରେ କର୍କଟ ରୋଗରେ ପୀଡ଼ିତ ଥିବା ଅଭିଳାଷ ସୋମବାର ସକାଳ ୪ଟାରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଲିଭର କ୍ୟାନସର ରୋଗରେ ପୀଡ଼ିତ ଥିବାରୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ତାଙ୍କର ମୃତ୍ୟୁ ହୋଇଛି ।

ଅଭିଳାଷ ୧୯୭୪ରେ ‘ଲାଲ ଚୁଡ଼ା’, ୧୯୭୯ରେ ସାଓ୍ୱନ କୋ ଆନେ ଦୋ, ୧୯୮୬ରେ ଅଙ୍କୁଶ ଭଳି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି । ଅଭିଳାଷ ମୁମ୍ବାଇ ସ୍ଥିତ ଗୋରେଗାଓଁ  ବାସଭବନରେ  ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

 

ପୂର୍ବତନ ରାଷ୍ଟ୍ରପତି ଜ୍ଞାନି ଜେଲ ସିଂଙ୍କ ଦ୍ୱାରା ସମ୍ମାନିତ ଅଭିଳାଷଙ୍କ ‘ଇତନି ଶକ୍ତି ହମେଁ ଦେନା ଦାତା’ ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍ ‌ଆଦୃତ । ଏହି ଗୀତ ଆଜି ମଧ୍ୟ ଦେଶର କେତେକ ସ୍କୁଲରେ ପ୍ରାର୍ଥନା ଭାବରେ ଆଦୃତ ହୋଇଛି । ସୂଚନାଯୋଗ୍ୟ ଏହି ଗୀତକୁ ୮ଟି ଭାଷାରେ ଅନୁବାଦ କରାଯାଇଛି । କେବଳ ସେତିକି ନୁହେଁ ବରଂ ଅଭିଳାଷଙ୍କ ‘ତୁହ୍ମାରୀ ୟାଦ କେ ସାଗର ମେଁ’ ଏବଂ ‘ସାଞ୍ଝ ଭଇ ଘର ଆଜା’ ଗୀତ ଆଜି ମଧ୍ୟ ବେଶ୍ ‌ଲୋକପ୍ରିୟ ।

Leave a Reply