ସମୁଦ୍ର ଢେଉରୁ ମିଳିଲା ୨ ଶହ ବର୍ଷ ତଳର ଗାଁର ସନ୍ଧାନ

Ancient Periods Village Found In Astarang Sea Bank

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଛେନୁ ସମୁଦ୍ର କୂଳରେ ନିଶ୍ଚିହ୍ନ ହୋଇଯାଇଥିବା ୨ଶହ ବର୍ଷ ପୁରାତନ ଗାଁର ସନ୍ଧାନ ମିଳିଛି । ଢେଉରେ ସମୁଦ୍ର କୂଳରୁ ବାଲି ଧୋଇଯିବା ପରେ ଦେଖିବାକୁ ମିଳିଛି ମାଟିକାନ୍ଥ, ସେ ସମୟର ବ୍ୟବହୃତ ମାଟିପାତ୍ରର ଭଗ୍ନାବଶେଷ ଓ କୂଅ । ଏହି ଗାଁଗୁଡ଼ିକ ଅତୀତର ଛେନୁ, ତଣ୍ଡାହାର ଓ ଉଦୟକଣି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

Ancient Periods Village Found In Astarang Sea Bank

ଅନେକ ବର୍ଷ ପୂର୍ବରୁ ଏଠାରେ ତିନିଟି ଗାଁର ପ୍ରାୟ ଦେଢ଼ଶହ ପରିବାର ବାସ କରୁଥିଲେ । କାଳକ୍ରମେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା ଏସବୁ ଗାଁ । ଲୋକ ସ୍ଥାନ ଛାଡ଼ି ଅନ୍ୟତ୍ର ବାସ କରିଥିଲେ । ୧୯୯୯ ମସିହା ମହାବାତ୍ୟାରେ ନୂଆକରି ବସିଥିବା ଗାଁ ଗୁଡ଼ିକ ଧୂଳିସାତ ହୋଇଯାଇଥିଲା । ଲୋକ ଏବେ ସରକାରୀ ଜମିରେ ବସତି ସ୍ଥାପନ କରିଛନ୍ତି ।

Ancient Periods Village Found In Astarang Sea Bank

ଗୋଟେପଟେ ଗ୍ଲୋବାଲ ୱାର୍ମିଂ ଯୋଗୁ ଉପକୂଳ ଅବକ୍ଷୟ ଓ ଅନ୍ୟପଟେ ପ୍ରକୃତିର କରାଳ ରୂପରେ ତିନି ତିନି ଥର ଭିଟାମାଟି ପରିବର୍ତ୍ତନ କରିଥିବା ତିନି ଖଣ୍ଡ ଗାଁର ଲୋକ ସ୍ଥାୟୀ ପଟ୍ଟା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

Leave a Reply