ବିଧାନସଭାକୁ କରୋନା ଡର, ଉପ ବାଚସ୍ପତିଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ କୋଭିଡ୍ ପଜିଟିଭ୍

1 min read
Tourist Minister Jyoti Prakash Panigrahi Again Tested Positive For Covid19

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ କାଲିଠୁ ବସିବ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଏହା ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଉଛି । ଶନିବାର ୭୫୬ ଜଣଙ୍କ ସ୍ୱାବ ଟେଷ୍ଟ ହୋଇଥିଲା । ସେଥିରୁ ପ୍ରାୟ ୧୩୬ଟି ନମୁନା ରବିବାର ପଜିଟିଭ୍ ଥିବା ଜଣାପଡ଼ିଥିଲା । ୨ ଜଣ ବିଧାୟକଙ୍କ ସମେତ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପୁଣିଥରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

Tourist Minister Jyoti Prakash Panigrahi Again Tested Positive For Covid19
FILE PIC

ଏଥିସହ ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥଛି । ଏନେଇ ଉପ ବାଚସ୍ପତି ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ତାଙ୍କ ଠାରେ ଅଳ୍ପ ଜ୍ୱର ଥିବାରୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

Tourist Minister Jyoti Prakash Panigrahi Again Tested Positive For Covid19

ରବିବାର ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବଡ଼ମ୍ବା ବିଧାୟକ ଦେବୀ ମିଶ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ପୂର୍ବରୁ ଦେବୀ ମିଶ୍ର ଗତ ଅଗଷ୍ଟ ୩୦ ତାରିଖରେ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେବା ସହ ହୋମ୍ ଆଇସୋଲେସନରେ ଥିଲେ । ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଗତ ୭ ତାରିଖରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ପୁର୍ନବାର କୋଭିଡ୍ ଟେଷ୍ଟରେ ଉଭୟଙ୍କ ନମୁନା ପଜିଟିଭ୍ ଆସିଛି ।

ଏଥିସହ ପଢ଼ନ୍ତୁ-ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କୁ କରୋନା

ଏଥିସହ ପଢ଼ନ୍ତୁ- ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ପଜିଟିଭ୍

Leave a Reply